ଅନେକ ଦିନର ସେ ନୀରବତା ର
କବର ଖୋଳୁ ଖୋଳୁ
ଖୋଜି ପାଇଲି ତୁମ ଅସଲ ଚରିତ୍ର କୁ
ନୀରିହ ଚାହାଣୀ ଆଢ଼ୁଆଳେ
ବିଷ ଭର୍ତ୍ତି ଏକ ପୂର୍ଣ୍ଣ କଳସୀ
ମୋଟା ଓଠଚିପା ହସ ତଳେ
ବିଶ୍ୱାସ ଘାତକତା ର ଏକ ମୃଣ୍ମୟୀ ପ୍ରତିମା
ତଥାପି ତୁମେ ଆଜି ଶୋଭା ପାଉଛ
ଆଉ ଏକ ମାଳିର ଅଗଣାରେ
ଶୁଭ୍ର ସତେଜ ଫୁଲଟିଏ ହୋଇ
ମୋ ପରି ଅନେକ ହୃଦୟକୁ
ତଣ୍ଟି ଚିପି ହତ୍ୟା କରି
ନା ତୁମକୁ ଛୁଇଁଛି କେବେ ବିଷାଦ
ତା ଆସିଛି କେବେ ମନରେ ଅବଶୋଷ
ମେହେନ୍ଦୀ ର କାରୁକାର୍ଯ୍ୟ ମଧ୍ୟେ
ଲୁପ୍ତ ତୁମର କଳଙ୍କିତ ଇତିହାସ
ମୁଣ୍ଡରେ ଟାଣି ସିନ୍ଦୂର ର ଗାର
ତୁମେ ଏବେ ସାଜିଛ ଦେବୀ
ସଭ୍ୟ ସମାଜର କିର୍ତ୍ତିମୟୀ ତନୟା..!!-
ତାର ଯେତେ ଅଭିମାନ
ପାଣି ଫୋଟକା ପରି
ଆସେ ଝଡ଼ି ବରଷା ପରି
କ୍ଷଣିକରେ ଚାଲିଯାଏ ଛାଡ଼ି
ସେ ଶହେ ଗୋଲାପର କଢ଼ି
ସେ ଖାଣ୍ଟି ସୁନାର ଚମକ
ତା ଆଖିର ଜ୍ୟୋତି
ତାଡନା ର ତମସା ଭିତରେ
ଦେଖେଇ ଦିଏ ବାଟ..!
ସେ ଆଉ କେହି ନୁହେଁ
ଘରେ ଘରେ ବିଦ୍ୟମାନ
ଅପୂଜା ପ୍ରତିମାଟିଏ
କେବେ ସେ ବୋଉ
ଆଉ କେବେ ମାଆ
ଖିଆଲି ମନର ଅଧିକାରିଣୀ ସେ
ହୃଦରେ ଭରିଛି ସ୍ନେହ ଅମାପ,
ତା କଥା ସତେ ଯେମିତି;
ବୁଢ଼ୀ ଅସୁରୁଣୀର ଗପ..!!-
ଯେତେ ସବୁ ଅଫେରନ୍ତା ମୁହୂର୍ତ୍ତ
ସଜେଇ ରଖିଛି ମୁଁ
ଯେତେ ସବୁ କଳଙ୍କର ଚିହ୍ନ,
ପୁଣି ଥରେ ପ୍ରାପ୍ତିର ଆଶାରେ
ମୁଁ ଆଜି ଦୀର୍ଘ ପ୍ରତୀକ୍ଷାରେ
କରିବାକୁ ସମାପ୍ତ
ତୁମ ଆଉ ମୋ ଭିତରେ ଥିବା
କିଛି ଭୁଲ୍ ବୁଝାମଣା;
ଆଉ କିଛି ବ୍ୟବଧାନ..!!-
ତୁମେ ଦିନ ଆଲୁଅର ଉଷ୍ମତା
ତୁମେ ପୁନେଇଁ ଜହ୍ନର ଶୀତଳତା
ତୁମେ ସାଧବ ବୋହୂର ଅଳତା
ତୁମେ ଶାମୁକା ଭିତର ମୁକୁତା
ତୁମେ ପାହାନ୍ତି ସକାଳ ସବିତା
ତୁମେ ଗଗନ ଆଉ ଜହ୍ନର ଦୂରତା
ତୁମେ ମୋ ଖିଆଲି ମନର ମୂର୍ଖତା
ତୁମେ ମୋ ଅଶାନ୍ତ ମନର ନୀରବତା,
ତୁମେ ହିଁ ତ ସବୁକିଛି;
ତୁମେ ହିଁ ତ ଆରମ୍ଭ ଆଉ ଶେଷ
ତୁମେ ହିଁ ସୃଷ୍ଟି ତୁମେ ହିଁ ମୁକ୍ତି
ତୁମେ ଆଉ କେହି ନୁହେଁ
ମୋ ଅନାବନା ଭାବନାର କିଛି ଶବ୍ଦ
ଯାହାକୁ ନେଇ ମୁଁ ଲେଖେ ବସି
ଅଧ ରାତିରେ ଯେତେ କବିତା..!!-
କେଜାଣି କାହିଁକି ତୋ ବିନା
ଫିକା ଫିକା ଲାଗେ ସବୁ ଦିନ
କେଜାଣି କାହିଁକି ତୋ ବିନା
ଖାଲି ଖାଲି ଲାଗେ ଏ ମନ
ତୁ ଥିଲେ ପାଶେ;
ଓଠ ମୋର ମୁରୁକି ହସେ
ତୁ ଥିଲେ ପାଶେ;
ମନ ମୋର ଭରି ଯାଏ
ଏକା ତୁ ହି ତ ଏ ଦୁନିଆରେ
ସବୁଠାରୁ ଅତି ଆପଣାର
କେମିତି କରିବି କହ ତୋତେ
ମୋ ଭାବନା ଠାରୁ ଦୂର
ତୋ ଠାରୁ ହିଁ ତ ଶିଖିଛି
ଭଲ ପାଇବାର ଗଭୀରତା
ତୋ ଠାରୁ ହିଁ ତ ଆଣିଛି
ମୋ ଆଖିର ଏ ଉଜ୍ଜଳତା
ପଙ୍ଗୁ ମୁଁ ଆଜି ତୋ ବିନା
ନୀରବତା ର ଆଢ଼ୁଆଳେ
ଖୋଜୁଛି ବଞ୍ଚିବାର ରାହା,
ଆଜି ମୋ ପାଶେ ସବୁକିଛି
କିନ୍ତୁ ତୋ ବିନା ମୁଁ ନିଃସ୍ଵ
ଥରୁଟିଏ ଆସି;
ସପନେ ହେଉ ନା ସତରେ
ତୋର ଏ ଧନକୁ,
କୋଳେଇ ନେ ମାଆ..!!-
ଆଜି ଭାରି ଇଚ୍ଛା ହୁଏ
ତୋ ସାଥେ ହଜି ଯିବାକୁ
ସାଥେ ନେଇ କିଛି ମିଠା ସ୍ମୃତି
ଏ ଅବୁଝା ମନ ଚାହେଁ
ପୁଣି ଥରେ ଦିୱାନା ହେବାକୁ..!!-
ଭିଜା ଆଖି ଆଉ ପୋଡ଼ା ପେଟ
ଆଶା ବଡ଼ କିନ୍ତୁ ଖାଲି ପକେଟ
ଖୋଲା ଆଖି କିନ୍ତୁ ଛବି ଅସ୍ପଷ୍ଟ
ଅନେକ ସ୍ଵପ୍ନ ହେଲେ ରାତି ଛୋଟ
ଜୀବନ ଗତିଶୀଳ କିନ୍ତୁ ପଥ ଭ୍ରଷ୍ଟ
ଅଛି କି କାହା ପାଖେ ଉତ୍ତର
ନା ଅଛି କାହା ପାଖେ ସମାଧାନ
କାହିଁକି ଦୁଃଖ ପାଏ ସ୍ଵାଭିମାନୀ
କାହିଁକି ଲାଞ୍ଛିତ ହୁଏ ପରିଶ୍ରମୀ
ଅକାରଣେ ହଜିଯାଏ ପ୍ରତିଭା
ମଳିନ ରବିର ଅସ୍ତରାଗ ପରି
ଗୋଧୂଳିର ଦିଗବଳୟ ତଳେ
ଥାଇ ବି ସବୁକିଛି ତା ପାଶେ
ପରାଜିତ ହୁଏ ସେ ମଣିଷ;
ଅଦିନରେ ଲାଗିଯାଏ କଳଙ୍କ
ଘରଠୁ ଆରମ୍ଭ କରି ରାସ୍ତାଘାଟ
ସବୁଠି ହୁଏ ତାର ବ୍ୟକ୍ତିତ୍ଵ ନିଲାମ
ପରିଶେଷେ ମିଳେ ତାକୁ ଉପାଧି
ବେକାରୀ ଆଉ ବେରୋଜଗାର..!!-
Life has become
Like a sand timer
Sometimes speed
And sometimes slow
Neither able to stop
Nor I'm moving forward
Lying on the bed,
And dreaming of getting better
Neither I'm dead nor alive..!!
Still firm and strong
I have not become weak
As far as my branches
Having strong confidence
Both in my mind and heart
I am still ready
To straighten myself
As far as;
Obstacles come or go..!!-