QUOTES ON #ପଖାଳ

#ପଖାଳ quotes

Trending | Latest
19 MAR 2019 AT 21:13

ପଖାଳ

-


20 MAR 2019 AT 7:52

#ପଖାଳ

ଆଉ ସେ ସରାଗ ନାହିଁ
ଆଜି ପଖାଳ କଂସା ରେ ହାତ ବୁଲାଇଲେ
କାହିଁକି ଲାଗୁଛି, ଭାତ ସବୁ ଜାଉ ଭଳି
ସେଦିନ ତ ଭଲ ଥିଲା
ଭୋକ ସବୁ ଆପଣା ଛାଏଁ ଚାଲିଯାଉଥିଲା
ତାକୁ ଦେଖିବା କ୍ଷଣି, କିନ୍ତୁ ଆଜି ନାହିଁ
ସେ ଭୋକ ଅଛି, ହେଲେ ଶାନ୍ତି ନାହିଁ
ଦେହ ଅଛି, ହେଲେ ଆତ୍ମା ନାହିଁ

ମୁଁ ବୋଧେ ଶେଷ ଥର ଖାଇଥିଲି
ପଖାଳ, ଏଇ ବର୍ଷେ ତଳେ ?
ଭୁଲ କହିଲି ! କେତେଥର ଖାଇଛି
ପେଟ ବି ପୁରିଛି, ହେଲେ ଆତ୍ମା ପୁରିନି,

ଆତ୍ମା ତ ରହିଯାଇଛି ସେଇଠି
ଶକ୍ତି ର ଛୁଙ୍କ ଦିଆ ଦହି ରେ,
ଟୁନା ଭାଇ ର ଭଜା ଛୁଇଁ ରେ,
ପ୍ରଭୁ ର ଫିଙ୍ଗର ଚିପ୍ସ ରେ,
ପ୍ରଭାତ ର ହରଡ ଡାଲି ରେ,
ରଶ୍ମୀ ର ଚିକେନ୍ କଷା ରେ,
ରମା ଭାଇ ର ସଂଯତ ଗାଳି ରେ,
ନିର୍ମଳ ଭାଇ ପରିଷ୍କାର ଥାଳି ରେ
ଆଉ ମୋର,ହେଃ !ମୁଁ କହିବିନି,
ତୁମ୍ଭେ ମାନେ କୁହ....


-


16 MAR 2019 AT 8:30

ମୁଁ ତୋରାଣୀ କାଞ୍ଜି
ତୁ ମୋ ରସୁଣ ଛୁଙ୍କ😜😜
ମୁଁ ସଜ ପଖାଳ ଆଉ
ତୁ ମୋ ପାଗ.😋😋


ନ ହେଉ କେବେ ଆମ ବିଯୋଗ😂😂

-


20 MAR 2019 AT 21:34






ପଖାଳ ଦିବସ

କବିତା ଅନୁଶୀର୍ଷକରେ



-


30 JUN 2019 AT 0:14

In Odisha,
"Water rice is not only a food
but also an emotion".

-


13 JUN 2020 AT 11:50

ପଖାଳ

ସବୁ ଓଡ଼ିଆ ଙ୍କ ପ୍ରାଣ ରେ ପଖାଳ
ଗରିବ ହେଉ କି ଧନୀ,ସଞ୍ଜ ହେଉ ଅବା ସକାଳ।।
ଖରା ଦିନେ ଲୋଡା ସମସ୍ତ ଙ୍କ ର
ଏବେ ପ୍ରିୟ ଖାଦ୍ୟ ବିଦେଶୀ ଙ୍କ ର ।।
ପଖାଳ ସାଙ୍ଗରେ ଶାଗ ଭଜା
ବଡ଼ିଚୁରା ର ଆହା କି ମଜା ।।
ତା ସାଙ୍ଗରେ ପୁଣି ଲଙ୍କା ଲୁଣ ଛେଚା
ତା ସରି ହେବ କି ମ୍ୟାଗି ମେଞ୍ଚା ମେଞ୍ଚା ।।
ପଖାଳ ପୁଣି ଅନେକ ପ୍ରକାର ର
ତା ସଙ୍ଗେ ଖାଦ୍ୟ ଯେ କେତେ ରକମ ର ।।
ଗରିବ କଂସା ରେ ପଖାଳ ଓ ଶୁଖୁଆ ପୋଡ଼ା
କାମ ସାରି ଆସିଲା ବେଳ କୁ ହୁଏ ଯେ ବଢା ।।
ଖାଇବା ସରିଲେ ଆସେ ନିଦ ମାଉସୀ
କୋଳ ରେ ଶୁଆଇ ଦିଏ ଆଉଁସି ।।
ଏଥିରେ ମିଳେ ଯେଉଁ ଶାନ୍ତି
ଦୁରେଇଯାଏ ମନ ରୁ ଅନେକ ଭ୍ରାନ୍ତି ।।

-


20 MAR 2021 AT 16:32


ଧୁ ଧୁ ଖରାରେ ବୋହି ଗମ ଗମ୍ ଝାଳ
ଯେବେ ବ୍ୟତିବ୍ୟସ୍ତ ହୁଏ ଜୀବନ;
ବାସି ହେଉ କି ସଜ ଉଦର ଶାନ୍ତ ପାଇଁ
ତା'ର ଚାହିଦା କାହିଁ ରେ କଣ !!

ଫିକା ଲାଗେ ତା' ସମ୍ମୁଖେ ରାଜଭୋଗ
ଛଅ ତରକାରୀ ନଅ ତିଅଣ;
ମିଳେ ଆତ୍ମତୃପ୍ତି ମିଳଇ ଯେବେ ସାଥେ
ଖଣ୍ଡେ ଲଙ୍କା, ଚିମୁଟାଏ ଲୁଣ।।

ବାଡ଼ି ଶାଗଭଜା ସହିତ ବଡ଼ି-ଆମ୍ବ ଚୁରା
ତା' ସାଥେ ପାଇଁକି ହାଇଁପାଇଁ ମନ;
ପୁଞ୍ଜାଏ ପୋଡ଼ା ଶୁଖୁଆ ମିଳିଲେ ସଙ୍ଗେ
ଆହାଃ ଚରମ ତୃପ୍ତି ମିଳଇ ଜାଣ।।

ଧନୀ କି ଗରିବ ସଭିଏଁ କରନ୍ତି ଆଦର
ନାଁ ଶୁଣି ତାର ପାଟିରୁ ବୁହେ ଲାଳ;
ସବୁ ଓଡ଼ିଆଙ୍କ ପ୍ରାଣ ବସେ ପରା ତା'ଠି
ସେ ଆମ ସଭିଙ୍କ ପ୍ରିୟ "ପଖାଳ" ।।

-


20 MAR 2021 AT 18:52

ପଖାଳ ଦିବସର ଅଭିନନ୍ଦନ...

-


19 MAR 2019 AT 20:02

ଚାଷୀକୁଳର ଭରସା,
ସେଇ ବେଲାଏ ପଖାଳ କଂସା |
ନା ଖୋଜେ ସିଏ ନାନା ପ୍ରକାରର ତିଅଣ,
ନା ଖୋଜେ ସେ ସୁଆଦିଆ ବ୍ୟଞ୍ଜନ |
ଲୋଡ଼େ ନାହିଁ ସେ ପ୍ରୋଟିନଯୁକ୍ତ ଆହାର,
କି ଖୋଜେ ନାହିଁ ସାର ଦିଆ ଜହର |
ଖୋଜେନି ସେ ଏଆର କଣ୍ଡିସନର ରୁମ,
କି ଖୋଜେନି ନାମୀ ଦାମୀ ହୋଟେଲ,
ଖୋଲା ଆକାଶ ତଳେ ବସି,
ବିଲ ମଝିରେ ଖାଇଦିଏ ହସି ହସି |
ବେଲାଏ ପଖାଳ ତା ଲାଗି ଅମୃତ,
ସେଥିରେ ହସି ଉଠେ ତା' ସଂସାର ରଥ |
ସାରା ଦୁନିଆକୁ ଆହାର ଯୋଗାଇବା ପାଇଁ,
ସକାଳୁ ସଞ୍ଜଯାଏଁ ସେ କ୍ଷେତରେ ଖଟୁଥାଇ |

-


20 MAR 2022 AT 19:47

ଆସନ୍ତୁ ଖାଇବେ .....😊

-