ସେ ବନ୍ଧୁତା ସତ
ଦୁଃଖ ; ଯେଉଁଠି ପକାଏ ପୂର୍ଣ୍ଣଛେଦ
ମାନେନି ସେ ବାଡ କି ବନ୍ଧ
ସେ ବନ୍ଧୁତା ସତ (୨)
ରାଗ ; ଯେଉଁଠି ବାନ୍ଧଇ ବନ୍ଧ
ସମ୍ପର୍କରୁ ବାସେ ଅତର ଗନ୍ଧ
ସେ ବନ୍ଧୁତା ସତ (୨)
ହସ ; ଯେଉଁଠି ସଂଗୀତ ଛନ୍ଦ
ଆସେନି ସେଠି ଅବସାଦର ମନ୍ଦ
ସେ ବନ୍ଧୁତା ସତ (୨)
ଲୁହ ; ଯେଉଁଠି ପକାଏ ଫାନ୍ଦ
ବୁହେନାହିଁ ସେଠି ଇର୍ଷାର ଗନ୍ଧ
ସେ ବନ୍ଧୁତା ସତ (୨)
ଅଭିମାନ ; ଯେଉଁଠି ପ୍ରେମର ଗନ୍ଧ
ଝଲସି ଉଠେ ପୀରତି ଚାନ୍ଦ
ସେ ବନ୍ଧୁତା ସତ (୨)
-
ସ୍ୱାଧୀନତାର ସଂଜ୍ଞା ସମସ୍ତଙ୍କ ପାଇଁଁ
କଦାପି ସମାନ ନୁହେଁ ।।
କାହା ପାଇଁ କିଟିମିଟି ଅନ୍ଧାର ତ
ଆଉ କାହା ପାଇଁ ଚିକ୍ ମିକ୍ ଆଲୋକ
କାହା ପାଇଁ ଦି ମୁଠା ପଖାଳ ତ
ଆଉ କାହା ପାଇଁ ପିଜା ବର୍ଗର ।।
ସ୍ୱତନ୍ତ୍ରତା କେବଳ ନାରାବାଜିରେ ହିଁ ସୀମିତ
ଦିନେ ଦିଦିନିଆ ଦେଶ ଭକ୍ତି ତାପରେ
ଜାତୀୟତାକୁ ପାଦରେ ଦିଅ ଚକଟି ।।
କେବଳ ନାରୀ କାହିଁକି ପୁରୁଷବି
ଆଜି ପରାଧିନ ପୁରୁଷ ବି ମଧ୍ୟରାତ୍ରରେ
ବାହାରକୁ ଏକା ଯିବା ପାଇଁ ଡରେ
କାଳେ ବିନା ଦୋଷରେ ଦୋଷୀ ହେବନି ତ
ଏମିତି ଅନେକ ପ୍ରଶ୍ନ ହୁଏ ସେ ଉତ୍ପିଡିତ ।।
ସ୍ବାଧୀନତାର ପଞ୍ଚସ୍ତରୀ ବର୍ଷ ପରେ ବି
ସମସ୍ତେ ପରାଧିନ ରୁଣ୍ନ ମାନସିକତାରେ ପରିପୂର୍ଣ୍ଣ ।।
ସ୍ବାଧୀନତାର ମୂଲ୍ୟବୋଧ ସେବେ ସମ୍ଭବହେବ
ଯେବେ ଉଭୟ ଶାରିରୀକ ଏବଂ ମାନସିକ କ୍ଷେତ୍ରେ
ମାନବ ମାନବୀୟ ଆଚରଣ ପ୍ରଦର୍ଶନ କରିବ ।।
-
ଅପେକ୍ଷାରତା ପ୍ରାର୍ଥୀନୀ
( ମୃତ୍ୟୁ ସହ ଭାବ ବିନିମୟ ର ସ୍ବପ୍ନ ପଢନ୍ତୁ ଅନୁଶୀର୍ଷକ ରେ )
-
⚪ ବିଂଶ ଶତାବ୍ଦୀର ମାନବ ⚪
ଏଇ କେଇ ଶତାବ୍ଦୀରେ ଅନେକ ପରିବର୍ତ୍ତନ
ଆମ ଜନ୍ମ ମାଟିରେ ଘଟିଛି ଏବଂ ଘଟୁଛି ;
କିନ୍ତୁ ଏକଟଙ୍କା ର ମୂଲ୍ୟ ଅପରିବର୍ତ୍ତିତ ରହିଛି
କେମିତି କଣ ମ ଏଇ ଦେଖୁନ
ଆମ ସରକାରଙ୍କ କ୍ଷୀଣ ଆୟୁଷ
ମଧ୍ୟରେ ଚାଉଳ ଗହମ ବୁଟରେ
ମନ କୁ କିଣି ନିଅନ୍ତି ବାହାବା ପାଇଁ
ବାସ୍ ଏଇ ଏକ ଟଙ୍କା ରେ ।
କର୍ମ ନିଯୁକ୍ତି ବଦଳେ ବେକାରୀ ଭତ୍ତାରେ
ଭାଗ୍ୟ ଗଢ଼ାନ୍ତି ଯୁବକ ବର୍ଗଙ୍କର
ଅର୍ଦ୍ଧ ଶିକ୍ଷିତ ସ୍ୱାଭିମାନ କୁ ଜଗି
ମୁଣ୍ଡ ବିକନ୍ତି ସୁରାଟରେ ଆଉ କିଛି
କୁଜି ନେତା ଲାଞ୍ଚ ଖିଆ କର୍ମଚାରୀଙ୍କ ପାଶେ ।
ବାକି ଉର୍ବର ମସିଷ୍କ ମାନେ ହାଟ ବସାନ୍ତି
ଆମେରିକା , ଚୀନ ର ଡିଜିଟାଲ ମାର୍କେଟ ରେ ।
ଗରିବଙ୍କ ଆଳୁ ଭର୍ତ୍ତା ରେ ଚିପ୍ସ ଏବଂ
ମୂଲିଆଙ୍କ ରକ୍ତରେ ପ୍ରସ୍ତୁତ ହୁଏ କୋଲ୍ଡରୀଙ୍କସ ।
ଓଡ଼ିଆ ଖାଦ୍ୟକୁ ପାଣିଚିଆ କରାଏ
ବେଦେଶୀ କଞ୍ଚା ସିଝା ପରୋଷା ।
"ଅତିଥି ଦେବା ଭବଃ" ଏଇ ଦେଶରେ
ଝାଉଁ ବଣରେ ଚାଲେ ଦୁଷ୍କର୍ମ ,ହତ୍ୟା ଆଲୋଡନ
ନ୍ୟାୟ ମିଳିବାକୁ ବାସ୍ ଗୋଟେ ଦଶନ୍ଧି ଲୋଡା ।
ଚାଷୀ ଉଜୁଡ଼ା କ୍ଷେତରେ ନିର୍ଜୀବ ପାକସ୍ଥଳୀରେ
ପେଟ ଚାଖଣ୍ଡକ ପାଇଁ ଗଧ ଭଳି ଖଟେ ଯେ ଖଟେ ।
ପ୍ରକୃତି ବି ଏବେ କ୍ୟାନସର ରେ ପୀଡ଼ିତା
ଉପଯୁକ୍ତ ଚିକିତ୍ସା ଅଭାବରୁ କେବେ ଯେ
ଶେଷ ନିଃଶ୍ୱାସ ତ୍ୟାଗ କରିବ ଜଣା ନାହିଁ
ବେଳ ହୁଁ ସାବଧାନ ହେବାକୁ କେବେ ଠୁ
ଘଣ୍ଟି ବାଜି ଚାଲିଛି ଦେଖାଯାଉ ଏ
କୁମ୍ଭକର୍ଣ୍ଣ ମାନଙ୍କ ନିଦ୍ରା କେବେ ଭାଙ୍ଗୁଛି ।
-
ଯେବେ ନିରାଶାର କଳା ବାଦଲ
ନେତ୍ରରୁ ଅଶ୍ରୁ କୁ କରଜ ନେଇ
ନିଜ ବାହାପିଆ ପଣିଆ ଦେଖାଏ !
ଭାବନାରୁ ଫର୍ଦ୍ଦ ଫର୍ଦ୍ଦ ରଙ୍ଗ ନେଇ
ମିଛରେ ଆକାଶରେ ଗରୁଜୁ ଥାଏ !
ହୃଦୟର ସୁନ୍ଦରତା ଚୋରି କରି
ଦେହ ସାରା ବୋଳି ହୋଇଯାଏ !
ବିବେକ ଠୁ ଚମକତା ମାଗି ଆଣି
ତାଳଫୋଟକାରେ ଖଞ୍ଜି ଦେଏ !
କର୍କଶ ଶବ୍ଦକୁ ପାଟିରୁ ଗୋଟାଇ
ବାଣରେ ଲଗାଇ ଉତ୍ଫୁଲିତ ହୁଏ !
ପୁଣି ତାକୁ ଲାଗେ କିଛି ଅଧୁରା
ମନରୁ କ୍ରୋଧ ଆଣି ଛିଞ୍ଚି ହୁଏ !
ଏତିକିରେ ବି ତା କଥା ସରେନି
ସ୍ବପ୍ନକୁ ବୁଡ଼େଇ ବୁଡ଼େଇ ମାରେ !
ସେ ତ ଅଶାନ୍ତ ଶାନ୍ତ କୁଆଡୁ ହେବ
ମାରିବ ପର୍ଯ୍ୟନ୍ତ ଛଟପଟ କରିବ !
ନିଜ ଆୟୁଷ ସରିଯାଉଥିବା ଦେଖି
ଗଳା ଚିପି ଆତ୍ମହତ୍ୟା କରିଦିଏ !
-
ଢେର୍ ସାରା ଆକଟ ଗ୍ରହଣ କରିବୁ । ତୋର ଆଉ ଲାଞ୍ଚ ନିଆ ବୟସ ଅଛି ଯେ ତତେ ଲାଞ୍ଚ ଦେଇ ସବୁ ବୁଝାଇବି ! ଏବେ ତତେ ଠିକ୍ ରାସ୍ତାକୁ ଆଣିବାକୁ ହେଲେ କେବଳ ଶାସନ ଦରକାର ! ହଁ ମୋର ହିଁ ଭୁଲ୍ ଥିଲା ତତେ ଏତେ ଗେହ୍ଲା କରିବାର ନଥିଲା । ସେତେବେଳେ ଯଦି ମୁଁ ମୋ ମାଲିକାଣୀ ପଣିଆ ଜାହିରି କରିଥାନ୍ତି ତୁ ସଳଖ ଥାଆନ୍ତୁ କିନ୍ତୁ ଏବେ ତୁ ଭୁଲିଗଲୁଣୁ ମୁଁ କିଏ ତୋର ! ତତେ କଣ ଟିକିଏ ସ୍ଵାଧୀନତା ଦେଲି ବୋଲି ତୁ ତୋର ସବୁ ସୀମା ଡେଇଁ ଅଯଥା ବିରକ୍ତିକର ପରିସ୍ଥିତି ମାନଙ୍କୁ ଆଣି ମୋ ଘରେ ରଖୁଛୁ ! ନିଜେ ତ ଅଶାନ୍ତିରେ ରହୁଛୁ ତା ସହ ସମସ୍ତଙ୍କୁ ଅଶାନ୍ତିରେ ରଖୁଛୁ । ଆସିକି କୋଡ଼ିଏ ପୁରିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ବୁଦ୍ଧି ଘର ଶୁନ୍ । ଦେଖ ତୋରି ବୟସର ହୃଦୟ କେତେ ଜାଣିବାର । ତା ଠୁ ତ କିଛି ଶିକ୍ଷା ଗ୍ରହଣ କର । ତୋ ଗୁରୁ ବିବେକ ମୋତେ ସିଧା ସିଧା କହିଛନ୍ତି , ଯଦି ପୁନର୍ବାର କୌଣସି ତ୍ରୁଟି ତୁ କରୁ ତତେ ସେ ତୋ ପଦରୁ ବିତାଡ଼ିତ କରିବେ । ତେଣୁ କହିରଖୁଛି ବେଳ ହୁଁ ସାବଧାନ ହୋ ନହେଲେ ପସ୍ତେଇବୁ । କେତେବେଳେ ଯେ ଛିନ୍ନଛତ୍ର ହୋଇ ନିଜ ସତ୍ତା ହରାଇବୁ ଏକଥା କିଏ କହିବ ! ପୁଣି ଥରେ କହୁଛି ସୁଧୁରି ଯା ।
[ ଇତି ]
ତୋ ଶୁଭାକାଙ୍କ୍ଷୀ ମାଲିକାଣୀ-
ହେ ସୂକ୍ଷ୍ମ କାୟାରୂପୀ ସ୍ଥୂଳ ଭାବନାର ଗନ୍ତାଘର । ଉବୁଟୁବୁ ସ୍ମୃତିରେ ଗଚ୍ଛିତ ତୁମ ପ୍ରତ୍ୟେକ ଅଂଶ । ତୁମେ ଏତେ ଅବୁଝା ଯେ ସ୍ଥାନ କାଳ ପାତ୍ର କିଛି ନଦେଖି ବିନା ନିମନ୍ତ୍ରଣରେ ଦୂର କୁଣିଆ ପରି ଗୋଟେ ନିଃଶ୍ୱାସରେ ଦୌଡ଼ି ଆସ । ଉପହାର ସ୍ବରୂପ ସାଇତା ସ୍ମୃତିରୁ ଦି ଅଣା ଆଣି ମୋ ମନରେ ଖୁନ୍ଧି ଦିଅ । ତାପରେ ଆଉ କଣ କେତେବେଳେ ଆଖି ମନ୍ଥି ମନ୍ଥି ଅଣାୟତ୍ତ ମୋ ଅବସ୍ଥା ତ ଆଉ କେତେବେଳେ ହସି ହସି ଦରମରା ଆଉ କେବେ ପ୍ରାପ୍ତି ଆପ୍ରାପ୍ତି ମଧ୍ୟରେ ଲଢେ଼ଇ ଲଗାଇ ଦିଅ ତୁମେ । ତୁମେ ଦେଉଥିବା କଷ୍ଟ ବି ମୋତେ ଭାରି ଭଲ ଲାଗେ । ତୁମେ ଗଲା ପରେ ପୂର୍ବ ଅପେକ୍ଷା ଭାରି ଶାନ୍ତ ଲାଗେ ମୋତେ । ଏମିତି ସର୍ବଦା ବିନା ସୂଚନାରେ ମୋ ଦ୍ଵାରକୁ ଧସେଇ ପଶିଆସ ମୋ ଅନ୍ଧାରି ଜୀବନେ ।
[ ଇତି ]
ତୁମ ଅପେକ୍ଷାରତା ପ୍ରାର୍ଥୀନୀ-