ନିଆରା ସେ ପ୍ରେମ, ରଙ୍ଗ ଟା ନିଆରା
ସଵୁ କାହାଣୀ ଭିତରେ, ପ୍ରୀତି ଅସରା
ସମ୍ପର୍କ ରେ ବନ୍ଧା ତାର ପ୍ରୀତି ପସରା
ସତରେ ପ୍ରେମ ,ତୁ ଟା ପୁରା ନିଆରା
ସଵୁ ବନ୍ଧୁ ମାନଙ୍କୁ ମୋର ପ୍ରେମ ଦିବସ ର ଶୁଭେଛା...-
ଦିବା ସ୍ବପ୍ନ ଶୂନ୍ୟ
ଦେହର ବାସନା ତେଜି !
ଦିବ୍ୟତା ସନ୍ଧାନେ
ଆତ୍ମାର ମିଳନ
ହୃଦୟର କଥା ହେଜି !!
ପ୍ରଭୁ କୃପା ହେଲେ ,
ଆପେ ଧରାଦିଏ
ଇହ ପରକାଳ ସାଥି !!-
ନିଆରା ସେ ପ୍ରେମ
ଅଛି ଅନ୍ତ ନା ଆରମ୍ଭ
ପୂର୍ଣ୍ଣତା କୋଳରେ ସେବା ତା ନିଷ୍କାମ।
ହୃଦୟର ଦିବ୍ୟ ବେଳାଭୂମିରେ
ପୁଣ୍ୟ ଜଳବିନ୍ଦୁରେ ସଜ୍ଜ ଶାମୁକାଟାଏ।
ଭାବଭରା ସତ୍ତା ଚଉତିଶାରେ
ସ୍ପଷ୍ଟ ଆଳଙ୍କାରିକ ସନ୍ଧିଟିଏ।
ଭକ୍ତିପୂତ ନୀଳମଣି ଚିନ୍ତନଶକ୍ତିରେ
ଜଡ଼ତାର ବାସ ଚନ୍ଦନଟିଏ ।
ସ୍ୱପ୍ନ ଓ କାମନା ଭକ୍ତି ଓ ଭାବନା
ଈଶ୍ୱର ଚେତନା ସୃଷ୍ଟି
ପ୍ରଶ୍ନ ଓ ଉତ୍ତର ଦିଗ ସମସ୍ୟାର
ଜନ୍ମ ଓ ମୃତ୍ୟୁର ନ୍ୟଷ୍ଟି।
ବେଦ,ଶାସ୍ତ୍ର, ଗୀତା, ସ୍ତୁତି ଅଧ୍ୟୟନେ ନିରାକାର ଯୋଗ ନବୀନ ଆସନେ
ନାହିଁ ତା ନାମ ଭବ ଗାରିମା
କମନୀୟ କମ୍ର ନିଷ୍କାମ ସ୍ୱରରେ ରୋଗ ଭୋଗ ରଂଗ ନିଃସଙ୍କୋଚରେ
ଥାଏ ପବିତ୍ର ପ୍ରେମର ବଡି଼ମା।
-
ନିଆରା ପ୍ରେମ ମୋର,
ମୋତେ ଜହ୍ନ ବି ପସନ୍ଦ ଆଉ କଳଙ୍କ ବି...
✨ରଶ୍ମିପ୍ରଭା✨-
ଉଡ଼ିଆସିଥିଲା ବସନ୍ତ ମଳୟେ, ପୁରୁଣା ଝରକା ଦେଇ।
ସକଳୁଆ ନିଦେ ଆଖି ମଳୁଥିଲା, ସୁକୁମାରୀ ଟିଏ ସେଇ।
ଚଗଲା ପବନ ଉଡେଇ ଯେ ନେଲା, ସାଇତା ଲାଜ ମେଞ୍ଚାଏ।
ପରଦା ପଛରେ ଲୁଚିଯିବାକୁ ସେ, ଅଳସୀ ପାଦଯେ ଧାଏଁ।
ଦିନ ଯାଉଥିଲା ଗଡି ଗଡି ଆଉ, ସଂଜ ଆସୁଥିଲା ନଇଁ।
ଫୁଲେଇ ରାଣୀ ଯେ କୋଳି ଖାଉଥିଲା, ଛାତ ଉପରକୁ ଯାଇ।
ଫଗୁଣର ଫଗୁ ରଙ୍ଗମୟ ଥିଲା, ସେଦିନ ମୋର ଗଳିରେ।
ଚଗଲି ହାତରେ ମୁଠାଏ ଅବିର, ବୋଳିଲା ଯେବେ ଗାଲରେ।
ବିନା ନିଶାରେ ମୋ ହୋସ ଉଡିଲା, ତଳେ ନଥିଲା ତ ଭୁଇଁ।
ମୁରୁକି ହସିକି ଚଟକଣି ଟିଏ, ଦେଇଗଲା ହାଲକେଇ।
କହିବି କହିବି ବୋଲି ଭବୁଥିଲି, ସେଦିନ ସଞ୍ଜରେ ବସି।
ଆଖି ବୁଝିଦେଇ ପଛପଟୁ ଆସି, କହିଦେଲା ସତ୍ୟାନାଶୀ।-
କେବେ ନିରୀହ ତ ପୁଣି କେବେ ନିର୍ମମ ସେ ପ୍ରେମ,
କେବେ ଅଦମ୍ୟ ଉଦ୍ଦୀପନା ତ ପୁଣି କେବେ ଅବଶ ଆଖିର ଲୁହ ସେ ପ୍ରେମ,
କେବେ ପ୍ରାଣ ପ୍ରଦାୟିନୀ ତ ପୁଣି କେବେ ପ୍ରାଣଘାତୀ ସେ ପ୍ରେମ।
ଚିର ଅମର ସେ ପ୍ରେମ, ନିଜକୁ ପର କରି ଅନ୍ୟ ମାନଙ୍କ ପାଇଁ ବଂଚିବା ସିଖାଏ ସେ ପ୍ରେମ।
ଇନ୍ଦ୍ରିୟ ଚରିତାର୍ଥ ନୁହେଁ ମା'ର ସମ୍ମାନ ରକ୍ଷାରେ ନିଜର ବଳିଦାନ ଦେବା ସିଖାଏ ସେ ପ୍ରେମ।
କାନ୍ଦି କାନ୍ଦି ଆସିବା ଓ ସମସ୍ତଙ୍କୁ କନ୍ଦେଇ ଦୁନିଆ ଛାଡ଼ିବା ସିଖାଏ ସେ ପ୍ରେମ।
ସେ ପ୍ରେମ ଦେଶପ୍ରେମ।
{ଅମର ଆତ୍ମାମାନଙ୍କ ସଦଗତି ତଥା ଆହତ ମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।}
🇮🇳🇮🇳🇮🇳🕯️🕯️🕯️
-
ନିଆରା ସେ ପ୍ରେମ, ତୋର ମୋର।
ଅଦୃଶ୍ୟ ଅନୁଭବ, ଅତ୍ୟନ୍ତ ନିଜର।
ଅବିଚ୍ଛିନ୍ନ ସମ୍ପର୍କ,ନିର୍ମଳ ମନୋହର।
ଶକ୍ତ ସ୍ନିଗ୍ଧ ସଂକ୍ଷିପ୍ତ,ପରିଚୟ ଏହାର।
ସମର୍ଥ ସୁନ୍ଦର ସତେ ମଧୁର ଗମ୍ଭୀର।
ବିଲୀନ ବିସ୍ତୀର୍ଣ୍ଣ ଯେପରି ସାହେର।
ନିଆରା ସେ ପ୍ରେମ ତୋର ମୋର।-
ଚୁପ୍କିନା ଆସିଥିଲା ହୋଇ ଉଡ଼ା ଫୁଲ
କିଏ ବା ଜାଣିଥିଲା ସହିଛି ସେ କେତେ ନିଆଁର ଝୁଲ
ଏମିତିରେ ବି ତ କେତେ ପରେ ମିଳେ ସେ
ଶୁଦ୍ଧ ବାତାୟନେ , ସଫଳ ହୋଇ ଜୀବନ ଯଜ୍ଞାଗ୍ନିର ପରୀକ୍ଷଣେ
କାଗିଜି ଫୁଲ ତ ତାହାଠାରୁ ବଳି,ବୁହେ ଯେମିତି ଅଳସୀକନ୍ୟା ନଈଟିଏ ଢଳି
ତା ଛୁଆଁ ଦୂର ପାହାଡ଼ର ଆଦିବାସୀ ଧାଙ୍ଗଡ଼ୀ ପରି,ମନ କରେ କଲବଲ,ଆଖି ଯାଏ ଛଳଛଳି
ମିଠା ଛୁଆଁରେ କରୁ-କରୁ ସଜଫୁଲ ପାଖୁଡ଼ାର ଶବ-ବ୍ୟବଚ୍ଛେଦ
ମନର ସୁପ୍ତ ଜଣେ ଜାଗିଲା କି ଉଠି,କି ଦୃଶ୍ୟ ଦେଖିଲା ଏ ନେତ୍ର
ଅସଜଡ଼ା କେଶର ବାନ୍ଧୁଥିଲା ବେଣୀ,ପାଟିରେ ମୋର ପୁରାଇ ଅଦୃଶ୍ୟ ଫେଣି
ଆଗରୁ ଏମିତି ତ ଲାଗି ଯେ ନଥିଲା ,ମନ ପକ୍ଷୀ ଉଡ଼ିଗଲା ଡେଣା ମେଲି
ଚଞ୍ଚଳ ହରିଣୀ ଥିଲା କି ସେ ପ୍ରାଣୀ
ମନକୁ ନେଉଥିଲା ସହଜେ ହିଁ ଟାଣି
ମନେ-ମନେ କୁନି ପିଲା ମାରିଲାଟି ତାଳି
ବୁଝିଲି ଆଗକୁ ରାତି ଆକାଶ ତଳେ ଭାବନାର ଭେଳା ମେଲିବାକୁ ଗୋଟେ କୂଳ ମିଳିଗଲା
ସକାଳ ହୋଇଣ କି ଖବର ମିଳିଲା
ଶିଶିର ସୂରୂଜ ସ୍ପର୍ଶେ ଯାଏ ତ ହଜି
ଥିଲା ସେ ବୋଧହୁଏ ଭୂସ୍ଵର୍ଗର ଏକ କଢ଼ି
କହିଗଲା ବହୁତ କିଛି ,ସ୍ଵପ୍ନରଥେ ଆସିଥିଲା ଚଢ଼ି
ସିଏ କିନ୍ତୁ ନିଆରା,ତାକୁ ମନରୁ ହେଉଛି କି ତଡ଼ି..
-
ଭକତ ଡାକଇ କେତେ ଯେ ନାମ ତୁମର
ଗିରିଧାରୀ, ଗୋପୀନାଥ, ନନ୍ଦଦୁଲ୍ଲାଳ
କିନ୍ତୁ ନିଆରା ସେ
ଯଶୋଦା ମା ର କାହ୍ନା ନାମର ।
ଭକତ ଜଣେ କେତେ ଯେ ଲୀଳା ତୁମର
କିନ୍ତୁ ନିଆରା ସେ
ରାଧା ରାଣୀ ସହ ପ୍ରେମ ଭାବ ତୁମର ।-