jangyasenee _406  
458 Followers · 22 Following

Joined 24 June 2021


Joined 24 June 2021
21 APR 2024 AT 0:18

ଭଲ କବିତା ପଢା ଯାଏ ନାହିଁ
ଭଲ କବିତା ପଢି ହେଇ ଯାଏ...

-


7 APR 2024 AT 0:24

ଆଜି ବି
ଏ ସନ୍ଧ୍ୟାର ଆଗମନ
ମୋ ପାଇଁ ନେଇଆସେ ନୀରବତାର ଛବି...
ଝାପସା ଏଇ ସ୍ମୃତି ସବୁକୁ
ଇଚ୍ଛାହୁଏ ଲିଭେଇଦେବାକୁ...
କିନ୍ତୁ
ଏ ଖୋଲା ଆକାଶର ମରୁଭୂମି ତଳେ
ଅନୁଭବୀ ସ୍ବପ୍ନ ଗୁଡାକ ପ୍ରତୀକ୍ଷାରେ ଅଛି ।


-


25 NOV 2023 AT 0:47

ବହୁତ୍ ଦୂରରେ ନା ମୁଁ....
ନା ପାରେ ମୁଁ ଏଠି ଜିଦି କରି
କିଏ ବା ବୁଝିବ ଏ ଅଭିମାନ ଅଳି

ଏ ଚଞ୍ଚଳ ଦିନସବୁ କାହିଁ ଏତେ ତପ୍ତର
ମୋ ଘର ଅଗଣାର ସନ୍ଧ୍ୟାକୁ ଚୋରେଇନେଇ
ଲମ୍ବା ନୀରବ ରାତି ସହ ଆପଣାର କରି
ବସେଇଦେଇଛି ଚାରିକାନ୍ଥର ନିବୁଜ୍ ଘର କୋଣରେ..

"ଝିଅ",ତତେ କ'ଣ ଭୋକ ହେଇନି
'କ୍ରିଷ୍ଣା', ପାଣି ପି ଦେହ ଖରାପ ହେବ
ନେ ଗଜାମୁଗ,ସାଲାଡ୍ ଟିକେ ଖା
ନଖାଇଲେ ହବ କେମିତି ???
ଏ ସବୁଠୁ ବହୁତ୍ ଦୂରରେ ନା ମୁଁ....

ତୁହାଇ ତୁହାଇ ମନେ ପଡେ ମୋର
ଘର କଥା ବେଶୀ ବେଶୀ....
ଭଙ୍ଗା-ଗଢା ର କ୍ଲାନ୍ତ ମନଟିକୁ
କେତେ ବା ଦେବି ମୁଁ ଗଢି...।

-


1 OCT 2023 AT 12:43


କାହାଣୀରେ ନୁହେଁ
ସତରେ ମୁଁ ଭାବିବାକୁ ଅନୁମତି ଦେଇଥିଲି..
ଏଇ ରାତିକୁ ।

-


27 JUN 2023 AT 22:51

ପ୍ରସ୍ତୁତି ଶେଷ ପର୍ଯାୟର
ଯିବ କି ହୋ ସାଆନ୍ତେ....
ନଅ ଦିନ ହେଲାଣି ଆସିଲଣି
ଗୁଣ୍ଡିଚା ମାଆ କହୁଥିଲେ...
କୋଉଠି ତାଙ୍କ ପୁଅ କଳାକାଠ ପଡିଗଲାଣି
ଏବେ ତ...ପେଟେ କରି ଖୁଆଇଥିବେ
ମୁଁ ଭାବିଲି ଦିହରେ ଲାଗିଯିବଣି..😅
ସେମିତି ଅଛ ଯେ...
ଓଃ ମା' ସାଆନ୍ତାଣୀ ରାଗିଛନ୍ତି
ତମକୁ କି ଅଜଣା ମନେଇବାର ବାହାନା..
ଦେଖ ମନେକରି
ରସଗୋଲା ସାଥେ ନେଇକି ଯିବ...🤭
ପୁଣି ଲୁଚିଯିବ ନାଇଁ, ସେ ବଡ ଦେଉଳରେ
ହଉ ଯାଅ...♡♡
ଜୟ ଜଗନ୍ନାଥ🙇‍♀️🙏🏻






-


27 JUN 2023 AT 19:00

ଝୁଲି ଝୁଲି ଆସୁଛୁ ସେ ରଥ ଆସନେ
ଲୁଚକାଳି ଖେଳୁ ସତେ ମୋ ନୟନ ମନେ..😒
ଦେଖିବାକୁ ଏଠି ଏତେ ଯେ ଆଖି
ଜଣକେ ଦିଇଟା ହେଲାଣି କୋଟି...👀
ମୋ ପାଦ କହୁଛି ଟାଣି ଯେ ମୋତେ
ଉଠିଯା ଉପରକୁ ଭେଟିବୁ 'ଛଳିଆ' ସଙ୍ଗେ..😕
ଆଖି ଯେ ମୋର ଖୋଜୁଛି କେତେ
କୋଉ ଆଢୁଆଳେ ଦୂରେଇ ଦେଇଛ ମତେ..🫣
ଶବ୍ଦର ଦୋଳିରେ ଖେଳୁଛି ଯେ ମନରୁ
'ଜୟ ଜୟ ଦେବ ହରେ' ପ୍ରାର୍ଥନା ମାଳାରୁ..😇
ଦୁଇ ହାତ ଯେ,ମୋ ଏଡେ ଅସ୍ଥିର
ସମର୍ପି ଦେଉଛୁ ଏ ତୁଚ୍ଛା ପ୍ରାଣ ମୋର.🙏🏻
"ଜୟ ଜଗନ୍ନାଥ"🙇‍♀️🙃

-


27 JUN 2023 AT 18:54

କେବେ ଥରେ ଆସି ଦେଖନା👀
ସେ ଜହ୍ନର ଆଢୁଅଳରେ🌚
ଚାହିଁ ରହିଛି ମୋର ଯୁଗଳ ନୟନ🤷‍♀️
ଖୋଲା ଝରକାର କବାଟ ଫାଙ୍କରେ,😶‍🌫️
ହେଇ ଦେଖନା..😕
ବରଡା ଖେଳୁଛି ଲୁଚାଲୁଚି କେତେ🤕
ପାରୁନି ଖୋଜି ମୁଁ ତୁମକୁ ସତେ...🫣
ଏ ଜହ୍ନ ରାତି ତ କଥା ଦେଇଥିଲା🥹
ଭେଟ କରେଇବ ଆଜି ମୋ ସାଥୀ ସଙ୍ଗେ।🤧






-


22 MAR 2023 AT 7:58

ଆରେ ତୁ ବା ପୁଅଟା....
ଭଉଣୀର ବାହାଘର ନୁହେଁ
ବୋଉର ବେମାରି ନୁହେଁ
ସୁଝିବାକୁ ହେବ ତତେ ପୁଣି ମହାଜନ
ବଯସର ମାନ ନୁ୍ହେଁ
ପରିଶ୍ରମର ଦାନ ନୁହେଁ
କରିବାକୁ ହେବ ତତେ ପୁଣି ରୋଜଗାର
ସମ୍ମାନ ର ଯୋଗ୍ଯ ନୁହେଁ
ପ୍ରଶଂସାର ପାତ୍ର ନୁହେଁ
ରଖିବାକୁ ହେବ ତତେ ପୁଣି ନାରୀର ମାନ ।

-


13 JAN 2023 AT 0:11

କେମିତି କା ଆଖି ଏ....
ଜହ୍ନ ସହ ଏତେ ପରିଚିତ
କେମିତି କା ସ୍ମୃତି ଏ....
ଜହ୍ନ ସହ ଏତେ ପରିଚିତ
କେମିତି କା ସନ୍ଧ୍ୟା ଏ....
ଜହ୍ନ ସହ ଏତେ ପରିଚିତ ।🍂

-


24 DEC 2022 AT 19:09

ନାହିଁ ଆଉ....
ସେ ଆଖିମିଶା ଡାକ "ଝିଅ"
ପଡିଯାଇଛି ଯେମିତି ବନ୍ଧନ ର ଖିଅ ।
ଆସି କେବେ କେବେ
ଚାଲିଯାଅ ବାପା...
"ଆସୁଛି ରେ ମାଆ" କହି ।
ଏ ପରିଧିରେ ପାରୁନି ବାପା
ଅଳି କରି....
ଯିବା ପାଈଁ ତୁମ ସହ କରି କଳି,
ଛାଡିଦେଇଛ ବାପା ବିରହିଣୀ ପରି ।😓

-


Fetching jangyasenee _406 Quotes