ଆ ଜହ୍ନ ମାମୁଁ, ଶରଦ ଶଶୀ ।
ମନ ଅଗଣା ରେ, ପଡିଯା ଖସି ।।
ଶୀତଳ ସ୍ୱଭାବ, ଜ୍ୟୋତି ଯେ ତୋର ।
ରାତି ଟି ତୋ ଲାଗି, ଦିଶେ ସୁନ୍ଦର ।।
କଇଁ ର ଭିଡ଼ ରେ, ପଦ୍ମ ଯେମିତି ।
ତାରା ଗହଣ ରେ, ତୁ ଦିଶୁ ସେମିତି ।।
ମୋ ଜହ୍ନ ମାମୁଁ ର, ମୁଖ ରେ ଦାଗ ।
ଦାଗ ନୁହଁଇ ସେ, ଶିବ କେଶ ର ରଙ୍ଗ ।।-
ଆ ଜହ୍ନ ମାମୁଁ ସରଗ ଶଶୀ,
ତୋ ଆସିବା ବାଟକୁ ମୁଁ ଚାହିଁଛି ବସି ||
ତୁ ଦେଖାଦେଲେ ମୁଁ କରିବି ପୁନେଇଁ ଓଷା,
ଭୋକିଲା ପେଟେ ମୋ ବସା କରିଲେଣି ମୂଷା||
ଆସିଯ ମୋ ମାମୁଁ ଆଉ ନ କର ମଠ,
ଅପେକ୍ଷା କରି କରି ହେଲାଣି ମୋ ଦେହ କାଠ ||
ମେଘ କିଆଁ ଆଜି ତୋତେ ଢାଙ୍କି ଦେଇଛି,
ଦେଖା ନାହିଁ ତୋର ଖାଲି ଏଇ ବେଳ ବିତୁଛି ||
ସଞ୍ଜ ପାହି ଧୀରେ ଧୀରେ ହେଲାଣି ରାତି,
ତୋ ମୁଖ ଦେଖିଲେ କରିବି ମୁଁ ତୋ ପୁଜା ଆରତି ||
ମେଘାଛନ୍ନ ପରଦାରୁ ତୁ ବାହାରି ଆ,
ରଖିଛି ତୋ ପାଇଁ ମୁଁ ମା' ହାତ ତିଆରି ଗୁଡ ମୁଆଁ ||
ଆ ଜହ୍ନ ମାମୁଁ ସରଗ ଶଶୀ,
ନ ଆସିଲେ ତୁ ଯିବି ମୁଁ ରୁଷି ||-
ଆ ଜହ୍ନମାମୁଁ ସରଗ ଶଶୀ
ସେଇ ଦୂର ରାଇଜରୁ ଦେ ତୁ ହସି ।
ମୋ ରୁନି ଆଜି ଆଉ ଖୋଜୁନି ତୋତେ
ଏ ମୋବାଇଲି କିମିଆ କଲା ଯେ ସତେ ।
ଋଷିବୁନି ତୋତେ ଖୋଜୁନି ବୋଲି
ଟିକେ ବାଇଆ ସେ ଭାରି ଚଗଲି ।
ମୋ ନାନାବାୟା ଆଉ ଶୁଣୁନି ସିଏ
ସେଇ ମୋବାଇଲି ଧରି ମୋ ସୁନା ଶୋଏ ।
ଜହ୍ନ ଲୋ ରାଗେନା ସେ ବୁଝିବ କାଲି
କେତେ ଭଲପାଏ ତା' ମାମୁଁ ବୋଲି ।
ଭାବୁଛି ଆଜି ମୁଁ ତୋ କଥା ବସି
କାହିଁ ପହଞ୍ଚିଲା ଏ ଯୁଗ ଆସି ।
ଆ ଜହ୍ନମାମୁଁ ସରଗ ଶଶୀ
ସେଇ ପରୀ ରାଇଜରୁ ଦେ ତୁ ହସି ।-
ଆ ଜହ୍ନମାମୁଁ ସରଗ ଶଶୀ
ଶୀତଳ ଜ୍ଯୋସ୍ନାରେ ଦେ ଆଉଁସି !
ଦକ୍ଷିଣ ଦିଗରୁ ଥଣ୍ତା ପବନ
ଆଖି ବୁଜି ହୁଏ ମନକୁ ମନ !
ମାମୁଁ ଆସିବାର ବାଟକୁ ଚାହିଁ
କୁନା ପଡିଅଛି ଟିକେ ଘୁମେଇ !
ଚଗଲା ଆଖିରେ ପତଳା ନିଦ
ଖୁଡ୍ କିନା ହେଲେ ଏହା ଭାଂଗିବ !
ସକାଳୁ ଉଠି ସେ ଆଗେ ଖୋଜିବ
ମାମୁଁ ଆଣିଥିଲେ କିସ ଦରବ ?
ମା କହେ କୁନା ତୁ ଆଜି ଚେଇଁବୁ
ମାମୁଁଘର ପିଠା ସବୁ ଖାଇବୁ !-
ଜନ୍ହ ମାମୁଁ ର ଗାଁ ଦିଶେ
କାହିଁ କେତେ ଦୂରେ..
ରଜତ ସରି କିରଣେ ତାର
ପିଲା ଦିନର ସ୍ମୃତି ସବୁ ଉଙ୍କି ମାରେ...
-
ଗାଁ'ର ନାଁ ଜହ୍ନମାମୁଁ
****************
କୁନି କୁନି ଚୁନା ଫୁଲ ଅଛ ଯେତେ ସରାଗେ
ଟୁନା ଟୁନି ମୁନା ମୁନି ଆସ ତେବେ ପରାଗେ,
ଆସରେ ପିଲେ ଆସରେ ଯିବା
ତାଙ୍କ ରାଇଜ ବୁଲି ଦେଖିବା।।
ଜହ୍ନମାମୁଁ ର ଗାଆଁ
ଜାଗା ଯେ ନୂଆନୂଆ,
କହିଛନ୍ତି ଯେ ମାମୁଁ
ରଖିବେ ମିଠା ଜାମୁ।।
ରକେଟ ଚଢ଼ି ଯିବା ପାଇଁକି
ଦେଖିବା ଝରଣା ଆଉ ନଈ କି,
ତାଙ୍କ ରାଇଜ ବଣ ପାହାଡ଼
ଭାଙ୍ଗିବା ଆମେ ଲୁହାର ବାଡ଼।।
ଦେଖିବା ଆମେ ନୂଆ ସକାଳ
ଯେବେ ଉଇଁବ ସୂରୁଜ ସକଳ,
ବଉଦ ସାଥେ ଭାସିବା ଆମେ
ମେଳା ବୁଲିବା ଯାତ ଦେଖିବା ପ୍ରେମେ।।
କରିବା ମଜା କେତେ
ସଞ୍ଜ ନଇଁବ ଯେତେ,
ଗଣିବା ତାରା ଗୋଟିକି ଗୋଟି
ଶୁଣିବା ଗପ ମାମୁଁଙ୍କ ଏକଟି।।
ମାମୁଁଙ୍କ ପାଖେ ଆସ
ମାଇଁଙ୍କ କୋଳରେ ବସ,
ଆସିବା ବେଳେ କହିବା ପିଲେ
ହସ ଖୁସି ଆନନ୍ଦ ବୋଲେ।।
ଯାଉଛୁ ପରା ଆମେ
ରଖିଛ ଜାମୁ ତମେ,
ସୂରୁଜ ଗଲେ ଉଇଁ
ସୁନ୍ଦର ଦିଶେ ଭୂଇଁ।।
ଜହ୍ନମାମୁଁର ଗାଁ... ( ୨ ଥର )-
ଆ ଜହ୍ନମାମୁଁ ସରଗ ଶଶୀ
ତୋଫା କିରଣ ଦେ ତୁ ବିଞ୍ଚି ।
ଡହଡହ ଖରା ବିକଳ ଏ ଆତ୍ମା
ଶୀତଳ ସଂଜୀବନୀ ଦେ ରେ ସିଞ୍ଚି ।
ଅସହ୍ୟ ତାତି ତୃଷାର୍ତ୍ତ ଏ ପ୍ରାଣ
ସ୍ପର୍ଶ ଦେଇଯା ଜ୍ୟତ୍ସ୍ନା ଭିଜା ଥଣ୍ଡା ପବନ ।
-
ଆ ଜହ୍ନ ମାମୁଁ ସରଗ ଶଶୀ,
ତୋ ଜ୍ୟୋସ୍ନା କାନ୍ତି ରେ ମିଳଇ ଖୁସି,
ସାଜେ ଧବଳ ରଙ୍ଗ, ସତେକି ଚାନ୍ଦି ତାରକସି,
ଦୃଶୀତ ହେଉ ଅମାବସ୍ୟାରେ କମ,ପୁର୍ଣିମାରେ ବେଶୀ,
ବିଜ୍ଞାନ ପ୍ରଚେଷ୍ଟା ରେ ମନୁଷ୍ୟ ପହଞ୍ଚିଚି ତୋ ନିକଟରେ,
ମାମୁଁ ବୋଲି ଭ୍ରମ ଦୂର ହୋଇ ଗଲାଣି ଏହା ମଧ୍ୟରେ,
ଏବେ ଖାଲି ପୃଥିବୀ ର ଉପଗ୍ରହ ସମ୍ବୋଧିତ ହେଉ,
ପିଲାବେଳ ସ୍ନେହ ର ଜହ୍ନ ମାମୁଁ ଡାକ ଶୁଭୁ ନାହିଁ ଆଉ..
-
ପିଲାଦିନେ ଶୁଣିଥିଲି ଜହ୍ନମାମୁଁ ଗୀତ
ଜହ୍ନମାମୁଁ ଦେଖେଇ ବୋଉ ଖୋଇଦେଉ ଥିଲା ଭାତ
ଆଜିର ପିଲା ଆଉ ଦେଖୁନାହଁନ୍ତି ଜହ୍ନମାମୁଁ
ମୋବାଇଲ ଥିଲେ ପାଖରେ କିଛି ଲୋଡାନାହିଁ ତାଙ୍କୁ
କେତେ ଖେଳୁଥିଲେ ଆମେ ମାଟିରେ କରି ଘର
ଅନଲାଇନରେ ମିଳିଯାଏ ସବୁକିଛି ଏ ଯୁଗର
-