madhusmita mishra  
17 Followers · 12 Following

I love to write story and poet .when I get time.
Joined 1 July 2020


I love to write story and poet .when I get time.
Joined 1 July 2020
7 MAR AT 9:54

ଏ ସକାଳ ର ସୂର୍ଯ୍ୟୋଦୟ ତୋ ଠୁ ଆରମ୍ଭ
କାଳିଆରେ ⭕‼️⭕
ସନ୍ଧ୍ୟା ର ସୂର୍ଯ୍ୟାସ୍ତ ତୋ ଠାରେ ଶେଷ
ତଥାପି ବୁଝୁନି ଏ ଅବୁଝା ମଣିଷ
କାହିଁକି କରୁଛି ଏତେ ପାପ |

କ୍ଷଣସ୍ଥାୟୀ ଏ ଶରୀର
ପାଣି ଫୋଟକା ପରି ଜୀବନ
ମୋହ ମାୟା ଭରା  ଏ ସଂସାର
ସବୁ ଜାଣିବି ଅବୁଝା ଏ ମଣିଷର ମନ |

ମଧୁସ୍ମିତା ମିଶ୍ର ✍️


-


25 MAY 2024 AT 10:52

ଛୋଟିଆ ଖୁସି ଆଣିଦିଏ ଜୀବନରେ
ଇନ୍ଦ୍ରଧନୁ ର ସାତରଙ୍ଗ
ପୁଲକିତ କରେ ମନକୁ ଆମର
ଲାଗେ ଜୀବନ ସର୍ବଦା ରଙ୍ଗୀନ |

କଅଁଳ  ଶିଶୁର  ଓଠରେ ଖୁସି
ମା ଠାରୁ  କିଏ ଜାଣେ ବା ବେଶି |
ପିଲାଦିନ ର ସାଙ୍ଗକୁ ହଠାତ ଦେଖିବାର  ଖୁସି
ଲାଗେ ମିଳିଗଲା ସତେକି ଅମୁଲ୍ୟ ସମ୍ପତି |

ବାହାଘର ପରେ ପ୍ରଥମେ
ବାପଘରକୁ ଆସିବାର ଖୁସି
ଆଣିଦିଏ ସବୁ  ଝିଅଙ୍କ ମନରେ
ଉଲ୍ଲାସ ବେଶି|

ରୂପା ପଞ୍ଜୁରୀ ରେ ଶାରୀ କାନ୍ଦୁଥାଏ
ମୁକ୍ତ ଆକାଶରେ ଉଡିବାର ଖୁସି ଟିକକ
ଶାରୀ ଯେପରି ଚାତକ ପରି ଚାହିଁ ରହିଥାଏ |

ଭୋକିଲା ପେଟ ର ଭୋକ ର ଆଶା
ଅଣ୍ଟିରେ ଯେବେ ନଥାଏ ପଇସା
ଆଶା ହେଉଥାଏ ସବୁ ଖାଇବାକୁ
ହେଲେ ପରିବାର ପାଇଁ ମାରିବାକୁ ହୁଏ ଭୋକକୁ |

ଛୋଟିଆ ଚକେଲଟ ର ଖୁସି
ଭରିଦେଇଥାଏ ହସ
ଛୋଟ ପିଲା ର ମୁଁହରେ
ଘରକୁ ଯେବେ କେହି କୁଣିଆ ଆସିଲେ |

ମଧୁସ୍ମିତା ମିଶ୍ର
ଯାଜପୁର

-


11 MAY 2024 AT 10:05

ସ୍ୱର୍ଗଦ୍ୱାର

ଶୁଆ କୁହେ ଶୁଣ ଶାରୀ ଲୋ
ଇଏ ପରା ସ୍ୱର୍ଗଦ୍ୱାର
ଯେତେ ଅହଂକାର କରୁଥିବୁ ତୁହି
ସବୁ ପୋଡି ଦିନେ ହୋଇଯିବ ପାଉଁଶ |

ଧନୀ ବୋଲି ଯିଏ ଦିନେ ବୋଲାଉଥିଲା
ବଡ ଗାଡି ଅଟ୍ଟାଳିକା ରେ ରହୁ ସେ ଥିଲା
ଚାକର ବାକର କେତେ ପଛେ ବୁଲୁଥିଲେ
ସ୍ବର୍ଗଦ୍ୱାରେ ଆଜି ଖାଲିହାତେ ସେ ଯାଏ |

ଗର୍ବ ଅଂହକାର ରହିନାହିଁ କାହାର
ସ୍ବର୍ଗଦ୍ୱାରେ ପୋଡି ହୋଇଯାଏ ଛାରଖାର |
ତଥାପି ମଣିଷ ବୁଝେନା କିଛି
ପୁଣ୍ୟ ଅପେକ୍ଷା କରୁଥାଏ ପାପ ସେ ବେଶୀ |

ଧନ ଅର୍ଜୁଥିଲୁ କାହାପାଇଁ ତୁହି
ସ୍ବର୍ଗଦ୍ୱାରେ ତୋତେ ପଚାରିଲେନି ଆଜି କେହି |
ମଣିଷ ଜୀବନ ପାଣିଫୋଟକା
କାଲି କଣ ହେବ କାହାକୁ ଅବା ଜଣା |

କାଳିଆ ନାମ ତୁଣ୍ଡରେ ଥାଉ ସର୍ବଦା
ଛ ଖଣ୍ଡ କାଠ ରେ ଦିନେ ଯିବି ସ୍ୱର୍ଗଦ୍ୱାର
ମନରେ ଥାଉ ମୋର ଏତିକି ଆଶା |

ମଧୁସ୍ମିତା ମିଶ୍ର
ବାଙ୍ଗାଲୋର


-


10 MAY 2024 AT 22:38

ଅପେକ୍ଷା

ଆଉ କରିବିନି ଅପେକ୍ଷା ତୁମ ପାଇଁ ମୁଁ ପ୍ରିୟା
ତୁମ ନାମ କୁ ଯୋଡି ମୋ ନାମ ରେ
କରିବେନାହିଁ କେହି ଆଉ ଚର୍ଚ୍ଚା |

ନିଈତି ଝୁରେ ମନ ମୋହର ତୁମ ପାଇଁ
କେମିତି ଭୁଲିଗଲ ତୁମେ
ସତରେ କଣ ମୋ କଥା ତୁମର ପଡୁନାହିଁ ମନେ |

ବେଦରଦୀ ପ୍ରିୟା ମୋହର
ଦେଇଗଲା ଦୁଃଖ
ଯେତେ ଚାହିଁଲେବି ଲୁଚାଇ ପାରୁନି ଆଖିର ଲୋତକ |

ଅପେକ୍ଷା କରିଛି ତୁମ ବାଟ କୁ ମୁଁ ଚାହିଁ
ଜାଣିଛି ତୁମେ ଫେରିବନି ଆଉ
ତଥାପି କେମିତି ଭୁଲିବ ମୋ ପ୍ରେମ ତୁମ ପାଇଁ |

ମଧୁସ୍ମିତା ମିଶ୍ର

-


10 MAY 2024 AT 11:51

ବୋଉ ମୋ ବୋଉ
ସବୁ ଲୁହ ଏକା ପିଇ ତୁ ଯାଉ
କେତେ କଷ୍ଟ ସହିଛୁ ଆମ ପାଇଁ ତୁ ବୋଉ
ବୋଉ ମୋ ବୋଉ |

ସ୍ୱାମୀ ଶାଶୁ ଶଶୁରଙ୍କର ଗଞ୍ଜଣା ସହୁ
ସକାଳୁ ସଞ୍ଜ ଯାଏଁ କାମ କରୁ ତୁ ଥାଉ
ମାସ ଶେଷରେ ନା ତୋତେ ପାଉଣା ମିଳେ
କଷ୍ଟ ହେଲେ  ନା କିଏ ପଚାରେ ତୋତେ
ବୋଉ ମୋ ବୋଉ |

ଦଶ ମାସ ଦଶ ଦିନ ଗର୍ଭରେ ରଖୁ
ଏନ୍ତୁଡ଼ି ଶାଳରୁ ବଡ଼ ହେବା ଯାଏଁ
ଛାଇ ପରି ଆମ ପାଖେ ପାଖେ ତୁ ରହୁ
ବିପଦ ଆପଦେ ଆମକୁ ସାହା ତୁ ହଉ
ବୋଉ ମୋ ବୋଉ |

ଝୁଣ୍ଟି ପଡିଲେ ତୋ ନାମ ଥାଏ ତୁଣ୍ଡରେ
ଶାଗ ପଖାଳ ଖୁଆଇ ଦେଉ ତୋ ହାତରେ
ପଣତ କାନିରେ ପୋଛି ଦେଉ ମୁଁହ ପିଲାଙ୍କର
ଠାକୁର ପାଖରେ ମାନସିକ କରୁ ଛୁଆ ପାଇଁ ତୋହର
ବୋଉ ମୋ ବୋଉ |

ତୋ ହାତ ତିଆରି ପୋଡପିଠା କାକରା
ମାଛ ମାଂସ ଠାରୁ ଲାଗେ ବଡ଼ ସୁଆଦିଆ
ଯେତେ ଅଳି ଅଝଟ ଆମର ସବୁ ତୁ ସହୁ
ତୋ ପରି ଆଉ କେହି ହେବେନି ବୋଉ
ବୋଉ ମୋ ବୋଉ |

ମଧୁସ୍ମିତା ମିଶ୍ର




-


25 AUG 2023 AT 15:29

ଛୋଟ ମୋର ଗାଁ ଟି
ଭୂଗୋଳ ପୋଥି ପଥରେ ପଛେ
ନଥାଉ ମୋ ଗାଁ ର ନାଁଟି
ଛୋଟ ମୋର ଗାଁ ଟି |
ମୋ ଗାଁ ପରି ଗାଁ ନାହିଁ
ଅନ୍ୟ ସହର କୁ  ଯିବି ମୁଁ କାଇଁ ପାଇଁ|
ମୋ ଗାଁ ର ପରିବେଶ ଖୁବ  ସୁନ୍ଦର
ସବୁଜ  ବନାନୀ ରେ ପରିପୂର୍ଣ |
ଗାଁ ରେ ଅଛନ୍ତି  ଉଚ୍ଚ ଶିକ୍ଷିତ
ସେମାନଙ୍କ ପାଇଁ ଗାଁ ମୋର ଗର୍ବିତ |
ରୋଜଗାର ପାଇଁ ସହର ମୁଁହା
ହୁଅନ୍ତି ନାହିଁ ମୋ ଗାଁ ଲୋକ|
ଗାଁ ରେ ଅଛନ୍ତି ଗ୍ରାମଦେବୀ
ବିପଦ ଆପଦେ ଗାଁ ଲୋକଙ୍କୁ ସାହା ହୁଅନ୍ତି |
ନିରୀହ ମଣିଷ  ଗାଁ ଲୋକେ ମୋହର
ଅନିଷ୍ଟ କରନ୍ତି ନାହିଁ କାହାର |
ସୁନା ଫଳେ ଗାଁ କ୍ଷେତରେ ମୋହର
ସହର ଠୁ ଶସ୍ତା ଏଠି ପରିବା ପତର |
ଯୌଥ ପରିବାର ଦେଖିବାକୁ ମିଳେ
ଖୋଜିଲେବି ମିଳିବନି ଏସବୁ ସହରରେ |
ସକାଳ ହେଲେ ଚାଷୀ ପୁଅ
ହାତରେ ଧରି ଲଙ୍ଗଳ
ବାହାରି ପଡେ ଚାଷ କରିବାକୁ କ୍ଷେତକୁ ତାହାର |
ପଖାଳ କଂସା କୁ ଶାଗ ଭଜା
ପାଟିକୁ ଲାଗେ ବଡ଼ ସୁଆଦିଆ |
ମୋ ଗାଁ ପରି ଗାଁ ନାହିଁ
ଅନ୍ୟ ସହର କୁ  ଯିବି ମୁଁ କାଇଁ ପାଇଁ |

ମଧୁସ୍ମିତା ମିଶ୍ର

-


30 JUL 2023 AT 9:45

Paid Content

-


29 JUL 2023 AT 11:55

Paid Content

-


24 JUL 2023 AT 15:44

Paid Content

-


18 MAY 2023 AT 20:49

ହଇହେ ଶୁଣୁଛ କି ସତ୍ୟବାନ ମୋହର
ସାବିତ୍ରୀ ଓଷା କାଲି ପଡିବ
ମନେ ଅଛି କି ଏକଥା  ତୁମର |

ବାପା ପଠେଇଥିଲେ  ଟଙ୍କା ତୁମକୁ
ଆଣିଛ କି ଶଙ୍ଖା ଶାଢ଼ୀ
କିଣି  ମୋ ପାଇଁ ବଜାରରୁ |

ଘରଣୀ  ମୋହର  ହୁଅ ନାହିଁ ଗରଗର
ଖାଇ  ନାହିଁ ତୁମ ପଇସା  ମୁଁହିଁ
ବଜାର ଯାଇଁ  ଆଣିବି କିଣି
ଭଲ  ଶାଢ଼ୀ ତୁମ ପାଇଁ |

ନାନା ରକମର ଫଳ ଆଣିଦେଵି
ସିନ୍ଦୁର କୁଙ୍କୁମ  ମଥା ପାଇଁ କିଣିବି
ହାତ ପାଇଁ ଆଣିବି  ରଙ୍ଗୀନ ଚୁଡ଼ି|

ଶ୍ରୀମତୀ ମୋହର
ପ୍ରଥମେ   ବୁଝ  ମୋ କଥା ଆଗେ
ବାଢି ଦିଅ ମୋ ପାଇଁ ପଖାଳ କଂସେ
ଖାଇକି ଯିବି  ବଜାର ମୁଁହିଁ
ନାନା ରକମର ଫଳ  ଆଣିବି କିଣି |

ସତେ କି ସତ୍ୟବାନ ମୋହର
ତୁମ କଥା  ଲାଗେ ଭାରି  ମଧୁର
ନାଲି ପାଣି ପିଇ ଭୁଲିଯିବନି
ଆରଥର ଭଳି ଅଧୁରା ରହିଯିବ
ନହେଲେ ଏଥର ସାବିତ୍ରୀ ଓଷା ମୋହର ପୁଣି |

Madhusmita mishra

-


Fetching madhusmita mishra Quotes