ଏଇ ସହରରେ ଥରେ...
------------------------------
ଏଇ ସହରରେ ଥରେ
ଦେଖା ହୁଅନ୍ତାକି ବାରେ,
କହି ଦିଅନ୍ତି କି ମୁଁ ତୁମକୁ ଭଲ ପାଏ ବୋଲି
ତୁ ହୋଇଯାଅନ୍ତୁ କେବଳ ମୋହର ଖାଲି। ( ୧ )
ସ୍ୱପ୍ନ ଆଜି ସାଜେ ନୂଆ ବୋହୂ
ପ୍ରୀତି ନୁହଁ ଆମ ପ୍ରେମ ଝରା ମହୂ,
କିଏ କହେ ତୁ ଅଟୁ ସିନ୍ଦୂର ଟୋପା
ହୃଦୟ ମୋ କହେ ଖାଲି ଆଖିର ଲିପା। ( ୨ )
ଆଉ ହୁଏନି ଜମାରୁ ସହି
ତୋ' ଛଳନା ଜହର ନଈ,
କିଏ ଦେବ ତା'ର ହିସାବ
ମୁଁ ନୁହଁ ତୋର ହୃଦୟ ଭାବ।। ( ୩ )
ଆସ ଥରେ ଦେଖିବ ଯେବେ
କେମିତି ମୁଁ ଅଛି ଏଠି ତୋହରି ଭାବେ,
ତୁ କହିଦେ ଥରୁଟିଏ ମୁଁ ବଞ୍ଚିବି କେମିତି
ଏ ନୁହଁ ଛଳନା ଲିପା ଆମରି ପ୍ରେମ ସ୍ମୃତି। ( ୪ )
-
Birthday : - 4th June
M.A in English,M.Ed
Govt. ETEI Ba... read more
ପ୍ରତିଥର ହୃଦୟକୁ ଯେତେ ଭାଗ କଲେ@ ତୁମେ...
********************************
ମୋ ଭାଗ୍ୟ ଆକାଶରେ ତୁମେ ଉଦିଆ ଜହ୍ନଟିଏ
ଉନ୍ମାଦିତ ରୁଧିର ବିନ୍ଦୁଟିଏ ତୁମେ,
ହଁ, ମୁଁ ମହାଶୂନ୍ୟ ଓ ତୁମେ ସଳିତାଟିଏ
କାହିଁକି ଏ ଯନ୍ତ୍ରଣାର ଶିକୁଳିରେ ବନ୍ଧା ତୁମେ ? ।। ( ୧ )
ଉନ୍ମକ୍ତ କର ବେଡ଼ି ଆୟୁଷକୁ ନବନ୍ଦୀ କରି
ପ୍ରଣୟ ତ କକ୍ଷଚ୍ୟୁତ ନକ୍ଷତ୍ର ଭ୍ରମ,
ନିର୍ଲ୍ଲଜ ସେ ତର୍ପଣ ଆଶା ତା'ର ଚିରକାଳ ସ୍ମରି
ଆଉ କି ଫୁଟିବ ଏ ବିଶ୍ୱାସର କୁସୁମ।। ( ୨ )
ଖଣ୍ଡ ଖଣ୍ଡ କଲେ ପ୍ରତିଥର ବିଶ୍ୱାସକୁ
ପ୍ରେମ ତ ଅମର ହୃଦୟେ ଅଙ୍କା ଛବି,
ତୁମ ପରିଧି ଅସ୍ପଷ୍ଟ ନହେଉ ଏ ଥରକୁ
ମୁଁ ନୁହେଁ ବିରାଟ ପରିଚିତ ଏକମାତ୍ର କବି।। ( ୩ )
ସବୁ ଜନ୍ମରେ ତୁମ ସାନ୍ନିଧ୍ୟ ରେତ ହୋଇ ଝରେ
ଆଶା ଅସୁମାରୀ କଳ୍ପନା କୁଆଁରୀ ଅବିଭାଜ୍ୟ ପ୍ରଶ୍ନ,
ଅବାରିତ ସକାଳର ଶେଫାଳି ଚିରକାଳ ମରେ
ରକ୍ତ ନିଗାଡ଼ିଲେ ବି ସ୍ପନ୍ଦନରେ ସେଇ ଗୋଟିଏ ଚିହ୍ନ।। (୪)
ପ୍ରତିଥର ହୃଦୟକୁ ଯେତେ ଭାଗ କଲେ
ପ୍ରତିବାର ତୁମକୁ ଆଙ୍କେ ଏଇ ବିରହୀ କବି,
ଖଣ୍ଡ ବିଖଣ୍ଡିତ ନିଶ୍ୱାସକୁ ବିଶ୍ୱାସ ମଲେ
ପ୍ରେମ ତ ହୁଏ ଥରେ ନୁହେଁ ବାରମ୍ବାର ଭାବି।। ( ୫ )
-
ତୁମେ ନାୟିକା ହୁଅ... !!!
*******************
ପ୍ରଜାପତି ବୋଲି ସ୍ମୃତି ନାହିଁ ତୋର
ଖଦ୍ୟୋତିକା ଅଟେ ମୁଁ ତୋ କାରିଗର,
ଏତ ହୃଦୟର କଥା ମୋ ସାଥିରେ
ତୁମେ ଚାହିଁଦେଲେ ଫୁଲ ଫୁଟି ଝରେ।।
କାବ୍ୟରାଜି ଖୋଜଇ ପ୍ରେମର ଭାଷା
ନବୁଝି ଉନ୍ମାଦେ ମନପକ୍ଷୀ ଆଜି ନିରାଶା,
ପାଗଳ ହୁଏ ଭ୍ରମର ପ୍ରୀତି ଦରିଆରେ
ଶାଣିତ ହୃଦୟ ତା'ର ନିରାଶାରେ ଭରେ।।
ପିଆଲି ମଦିରା ଆଜି ନିସ୍ତେଜ ମଳୟ
ଆକଣ୍ଠ ବଦନେ କୁସୁମ ପ୍ରଣୟୀ ଆଳୟ,
ରୂପାଜହ୍ନ ଫିକା ଆଜି ମୋନାଲିସା ରୁଷ
ପ୍ରେମିକ ପ୍ରବର ସାଜି ଅପେକ୍ଷାର ବାସ।।
ତୁମେ ନାୟିକା ହୁଅ
ମୋ ହୃଦୟ ନିଅ,
ହେଲେ ନୂଆ ଗପ ଆଉ ଆଜି ତିଆରି ନ କର
ଝରା ଶେଫାଳି ପରି ଶବ୍ଦରେ ମୋ ଆଜି କବିତା ଧର।।-
ମାଗୁଛି ତୁମରି ଶରଣ ବାରେ...@ ହେ ବନମାଳୀ
-------------------------------------------------------
ମୋ ମନ ଠାକୁର ହେ ଜଗତ ଈଶ୍ୱର
କି ରଙ୍ଗ ବୋଳିବି ତୁମେ ଦିଶୁଛ ସୁନ୍ଦର,
ସବୁ ରଙ୍ଗ ନେଲ ଲେସି
ଅଭିର ଧରି ମୁଁ ଅପେକ୍ଷା କରିଛି ବସି।। ୧
ମନ କିନ୍ତୁ ଖୋଜେ ସବୁ ରଙ୍ଗ ମଧ୍ୟେ...ତୁମ ରଙ୍ଗ ଅଟେ ଶ୍ରେଷ୍ଠ...
ତୁମ ଇଙ୍ଗିତରେ ଆସିଛି ଫଗୁଣ ଏଇ ସହରରେ ଥରେ
ସାତରଙ୍ଗ ବୋଳି ମହା ଆନନ୍ଦରେ ହସୁଛ ତୁମେ ଯେ ଧିରେ,
ତୁମ ଶ୍ରୀପୟରେ ପୁଷ୍ପ ବିମଣ୍ଡିତ ପୁଣି ଅଧରରେ ନାଲି ହସ
ଆହେ ବନମାଳୀ ଯଶୋଦା ଶଙ୍ଖାଳି ମୋ ପାଖେ ଅଛି କିସ।।୨
ମନ କିନ୍ତୁ ଖୋଜେ ସବୁ ରଙ୍ଗ ମଧ୍ୟେ...ତୁମ ରଙ୍ଗ ଅଟେ ଶ୍ରେଷ୍ଠ...
ହେ ଦୀନବନ୍ଧୁ ଆହେ କୃପାସିନ୍ଧୁ ତୁମେ ଯେ ଦୁଃଖୀ ଦୟାହାରି
ତୁମ ଅଭିଳାଷେ ଆଶ ମୁଁ ବାନ୍ଧିଛି ଏ ଭବ ସଂସାରୁ କର ପାରି,
ତୁମ ରଙ୍ଗ ଆଗେ ସବୁ ରଙ୍ଗ ଫିକା
ଏ ଜୀବନେ ଆଜି ମୁଁ ହେଲି ଏକା।। ୩
ମନ କିନ୍ତୁ ଖୋଜେ ସବୁ ରଙ୍ଗ ମଧ୍ୟେ...ତୁମ ରଙ୍ଗ ଅଟେ ଶ୍ରେଷ୍ଠ...
ଭଙ୍ଗା ମନ ନେଇ ନିତି ମୁଁ କାନ୍ଦୁଛି
ହେଲେ ଷାଠିଏ ପଉଟି ତୋ'ଠି ଲାଗୁଛି,
ମୋ' ମନକୁ ଥରେ ପଢ଼
ହୋ...ଓ...ତୁମ ଆଶୀର୍ବାଦ ବଡ଼।। ୪
ମନ କିନ୍ତୁ ଖୋଜେ ସବୁ ରଙ୍ଗ ମଧ୍ୟେ...ତୁମ ରଙ୍ଗ ଅଟେ ଶ୍ରେଷ୍ଠ...
ମାଗୁନାହିଁ କିଛି ମୁଁ ଧନ ଦଉଲତ
ମାଗୁଛି ତୋହରି କରୁଣାର ହାତ,
ଏତିକି ମିନତି ରକ୍ଷା କର ହେ ମତି
ପୁରୁଷ ହେଲେ ବି ମୁଁ ଯେ ଅଟେ ସତୀ।। ୫
ମନ କିନ୍ତୁ ଖୋଜେ ସବୁ ରଙ୍ଗ ମଧ୍ୟେ...ତୁମ ରଙ୍ଗ ଅଟେ ଶ୍ରେଷ୍ଠ...
ଗୀତିକାର :- ସୁଶାନ୍ତ କୁମାର ସେଠୀ।।
-
ଗାଁ ସ୍ମୃତି ଅପାସୋରା
...............................
କେତେ ସପନ ଦେଖିଛି ମୁଇଁ ପିଲାଦିନଠୁ ଆଜି
ଯେତେ ବିଧାନ ଶିଖିଛି ସେଇ ଲଗାଇଣ ବାଜି,
ଗୋହିରୀ ପାଣି କାଗଜ ଡ଼ଙ୍ଗା ରହିଛି ସପନ ହୋଇ
ଦାଣ୍ଡର ଧୂଳି ଗଡ଼ିଛି ସଢ଼ି ଲାଗୁନି ଭଲ ଆଜି ଭାଇ।।
-
ମନ ଗହନରେ ଭାସେ...
*****************
ପ୍ରଣୟ ଆତୁରେ ସ୍ମୃତି ଜାଗେ ଆଜି
ଶ୍ରାବଣର ଛିଟା ଆସେ,
ସପନ ବିଳାସୀ ତୁମ ଚିତ୍ରପଟ
ମନ ଗହନରେ ଭାସେ।। ( ୧ )
ହୃଦୟ କୋଣରେ ରଖିଛି ସାଇତି
ପ୍ରେମ ନିରିମାଖୀ ସ୍ମୃତି,
ଦେଖିଯାଅ ପ୍ରିୟେ ନୟନୁ ଝରୁଛି
ତୃଷ୍ଣାର୍ତ୍ତ ଲବଣ ପ୍ରୀତି।। ( ୨ )
ପୋଷେ ଆୟୁଷକୁ ଦାନାଧରି ଜଗେ
ସରାଗେ ମଧୁମାସ ଚାହିଁ,
ନିସଙ୍ଗ ଜୀବନ କେମିତି କଟୁଛି
ଦେଖିଯାଅ ପ୍ରିୟେ ମୁଇଁ।। ( ୩ )
ଆଗୋ ଚାରୁକେଶି ଉଜାଗରେ ନିଶି
କଲ କାହିଁ ତୁମେ ଏତେ ଡ଼େରି,
ଅଭୁଲା ପ୍ରଣୟ ଆଜି ବି ପଡୁଛି ମନେ
ହୃଦୟେ ମୋହର ବିରହେ ଯାଉଛି ଭରି।। ( ୪ )
ପ୍ରେମ ସଙ୍ଗିନୀ ଗୋ ଗଜ ଗାମିନୀ ତୁମେ
ମୋ ମନ ସୁନ୍ଦରୀ ନାରୀ,
ଆସ ତୁମେ ସଦା ମୋ ଲେଖନୀ ମୁନେ
ଭରିବି ତୁମରି ସିନ୍ଥିରେ ପରୀ।। ( ୫ )
-
ପର ମଣିଷ ନିଜ ହୃଦୟ...
*******************
ବିଚିତ୍ର ଏ ଦୁନିଆ
ଅଙ୍ଗାର ଭିତରେ ନିଆଁ,
କିଏ ଗଢ଼ିଛି ବଡ଼ ଆଳୟ
ପର ମଣିଷ ନିଜ ହୃଦୟ।।
ଜଳେ ସବୁଦିନେ ହୁତୁହୁତୁ ନିଆଁ
ନୁହେଁ ଅପରିଚିତ ତଥାପି ବାଟ ନୂଆ,
ଅନେକ ଝୁଣ୍ଟନ୍ତି କ୍ଷତାକ୍ତ ବି ହୁଅନ୍ତି ଏଠି
ତଥାପି ଅପେକ୍ଷା କରନ୍ତି ଆତଙ୍କ ଯେଉଁଠି।।
କିଛି ଗୋଟେ ପାଇବା ଆଶାରେ
ସବୁ କିଛି ହରାନ୍ତି ନିଜ ଜୀବନରେ,
ତିଳେମାତ୍ର ଭ୍ରୁକ୍ଷେପ ନକରି ଆଗକୁ ବଢ଼ନ୍ତି
କଷ୍ଟ ହୁଏ ଯଦିଓ ତଥାପି ନିରବ ରୁହନ୍ତି।।
ହଁ, ପର ମଣିଷ ନିଜ ହୃଦୟ
ଆଉ ଆଜି ଆଗପରି ନାହିଁ ମୃଦୁ ମଳୟ,
କିଛି କହିବା ଆଗରୁ ଆଲୁଅ ଜଳିଲା
ନିଷ୍ପାପ କଅଁଳ ହୃଦୟ ସାଥିରେ କିଏ କାନ୍ଦିଲା।।-
କହିଲ ଦେଖି ନାଁ'ଟି କ'ଣ ଜାଣିଛ ବୋଲି ତାହାର ?
**********************************
ମଧୁ ଅଟେ ଯା'ର ସମ୍ବଳ ପରି
ରଖେ ଯିଏ ଯତ୍ନେ ସାଇତି କରି,
ଗୁଣୁ ଗୁଣୁ ଶବଦ ରଡ଼ଇ ଯିଏ
ଫୁଲରୁ ଫୁଲକୁ ଉଡ଼ଇ ସିଏ।।
ପବିତ୍ର ଜାତିରେ ଜନମ ତା'ର
ମଣିଷ ସମାଜେ ସଂସ୍କାର ସାର,
ଅଳସ ପରିତ୍ୟାଗ କରଇ ସଦା
ପରିଶ୍ରମ କରଇ ଜୀବନେ ସର୍ବଦା।।
ହେଲେ ହେଁ କ୍ଷୁଦ୍ର ଜୀବନ ତା'ର
କରେ ସଦା ଯିଏ ପରୋପକାର,
ଏକତାର ବଳ ଶିଖାଏ ନିତି
ସଭିଙ୍କର ପ୍ରିୟ ପୁଲକ ପ୍ରୀତି।।
ମଧୁମଖି ବୋଲି ଜାଣନ୍ତି ସଭିଏଁ
ସ୍ମରନ୍ତି କାକଳି ନିମିଷକେ ଡିଏଁ,
ଫୁଲ ପରି କୋମଳ ହୃଦୟ ଯାହାର
କହିଲ ଦେଖି ନାଁ'ଟି କ'ଣ ଜାଣିଛ ବୋଲି ତାହାର ?-
ପ୍ରେମ ଏକ ବିରହୀ ଭାବ
---------------------------
କିଛି କଥା ଅସ୍ପଷ୍ଟ ଥାଏ
କିଛି ସ୍ବପ୍ନ ଅଧୁରା ରହେ,
ତୁମ ଛବି ଅଙ୍କନ ହେବ
ପ୍ରେମ ଏକ ବିରହୀ ଭାବ।।
ଇଚ୍ଛା ହୁଏ ପୁରୁଣା କବିତା ପଢ଼ିବାକୁ
ସେଇ ଚିଠିର କାହାଣୀ ଲେଖୁଛି ତୁମକୁ,
କାହିଁକି କେଜାଣି ସବୁ କିଛି ଆଜି ଫିକା
ଏଇ ମନ ଭିତରେ ତୁମେ ରହିଛ ଏକା।।
ଭାବନାର ପ୍ରେୟସୀ ତୁମେ ଇନ୍ଦୁରେଖା
କଳ୍ପନାରେ ରୂପସୀ ଏକା ଶ୍ରୀଲେଖା,
ଫିକା ନିଡ଼ ଆଜି ରଙ୍ଗେଇ ହୋଇଛି
ଦୂର ଆକାଶରେ କେହି ଜଣେ ହସୁଛି।।
ପ୍ରେମ ଏକ ବିରହୀ ଭାବ
ଛାତି ତଳେ ସ୍ପନ୍ଦନର ସ୍ଵଭାବ,
ନିରବ ଅଛି ରାଗ ବିରାଗ
ଚୁପି ଭାଙ୍ଗି ଅଭିମାନ ଆଗ।।-
ଟିକି ଦରବର ବହୁତ ଗୁଣ
---------------------------------
ଟିକିଟିକି ତାରା ଫୁଟିଲେ ଆକାଶେ
ଆଲୋକ ହସଇ ମହୀ,
ଟିକି ଝରଣାର ପାଣି ଯେବେ ହସେ
ନଦୀ ସଙ୍ଗେ ମିଶି ଥାଏ ସେ ରହି।। ( ୧ )
ଟିକିଟିକି ଇଟା ଯୋଡ଼ିଲେ ହୁଅଇ ଘର
ଖରା ବରଷାକୁ ନଥାଏ ଜମାରୁ ଡ଼ର,
ଟିକିଟିକି ଫୁଲ ଗୁନ୍ଥିଦେଲେ ନେଇ
ସିଏ ମାଳଟିଏ ହୁଏ ଦେବତା ପାଇଁ।। ( ୨ )
ଟିକି କୂପଟିର ମଧୁର ପାଣି
ନହେଳା କରିବ ଜାଣି,
ଟିକି ଖଦ୍ୟୋତିକା ଆଲୋକ ଦେଖାଏ
ଘନ ଅନ୍ଧାରକାର ଦୂରେଇ ଯାଏ।। ( ୩ )
ଟିକି ଦରବର ବହୁତ ଗୁଣ
କେବେ ହେଲେ ତାକୁ ହୀନ ନ ମଣ,
ଟିକି ମହୁମାଛି ସଞ୍ଚୟ କରଇ
ଟିକି ପ୍ରଜାପତି ମୁରୁକି ହସଇ।। ( ୪ )
-