ଧରା କୁ ଆସିବା ପରେ ଯେଉଁ ପ୍ରଥମ ମୂଖ ଦେଖିଥିଲି ,
ପ୍ରଥମ ଶବ୍ଦ କୁ ଯେ ମୁଁ ଡାକିବା ଶିଖିଲି ,
କୋମଳ ପରଶ ପାଇଁ ତୋ ପଣତକାନି ଖୋଜେ କେତେ ,
ସବୁ ରାଗ ରୋଷରୁ ସୁରକ୍ଷା ଦେଇଛୁ ମୋତେ ,
ବ୍ରଂହା,ବିଷ୍ଣୁ ସବୁ ତୋ ହାତ ଧରି ଗାରେଇଲି ,
ଜୀବନର ସବୁ କଷଟି ହରାଇବା ତୋ ଠାରୁ ଜାଣିଲି ,
ଜ୍ବର ସମୟରେ ତାତି ପାଇଁ ତୁ ବେଶୀ କଷ୍ଟ ପାଉ ,
କାନିରେ ମୁହଁ ଲୁଚାଇ ଶୁଭ ମନାସୁ ଥାଉ ,
ତୋ ପାକ ପ୍ରସ୍ତୃତି ସତେ ଯେପରି ମା ଲକ୍ଷ୍ମୀକଂ ସଦୃଶ ,
ମନ ଜାଣି ପରଷି ଦେଉ ମୋ ପ୍ରିୟ ଖେଚୁଡ଼ି ଭାତ ,
ଯେତେ ଆଧୁନିକ ପ୍ରଗତିର ଗତିଶୀଳ ସଂସାର ହେଉ ପଛେ,
ସବୁବେଳେ ତୁ ସେହି ସରଳ,ନିଷ୍ପାପ ମନର ଛାୟା ଧରି ଥାଉ ସତେ ,
ସମାଜ,ସଂସ୍କାର ଓ ଧର୍ମ ଶିକ୍ଷା ପାଇଁ ଯେମିତି ତୁ ତପସ୍ବନୀ ,
ଅନ୍ୟାୟ ,ଅତ୍ୟାଚାର ବିରୁଦ୍ଧରେ ସାଜି ଯାଉ ସ୍ରୋତସ୍ୱିନୀ ,
ହୃଦୟରେ ଥିବା ଅକୁହା କାହାଣୀ ଆପେ ଆପେ କେମିତି ଜାଣିଯାଉ ,
ଇଶ୍ୱରକଂ ଅଲୌକିକ ସୃଷ୍ଠି ନାରୀ ରୁପୀ ଦେବୀ ତୁ ହେଲୁ "ବୋଉ "|
-