"ପରୀକ୍ଷା ଚିନ୍ତା"
**********
ବିଷୟ ପ୍ରବଳ' ମୁଣ୍ଡ ଟଳମଳ,
ସାହାଯ୍ୟ କାହାର ନାହିଁ ।
କପି କଣ ନେବି !!" କାଳେ ଧରା ପଡିଯିବି ,
ସାହସ ପାଉନି କାହିଁ ।
ମନକୁ ଦଉଛି ଗାଳି' ଭାବୁଛି କିଭଳି,
ପୂର୍ବରୁ ପଢିନି ବୋଲି ।
କଣ ଏବେ କରିବି' ଧେତ୍ ଫେଲ୍ ହେଇଯିବି,
ଚିନ୍ତା ଘାରୁଛି ଖାଲି ।
ବାଃ!ରେ ପୁଅ' ମୁଁ ଉଡ଼ଉଛି ନିଅ,
ବାପା ପଇସା ର ମୂଲ୍ୟ ।
ଜୀବନ ବେକାର,ଭବିଷ୍ୟତ ଅନ୍ଧାର
ଧିକ୍କାର ମୋଭଳି ପୁତ୍ରତୁଲ୍ୟ ।-
ଜାଣି ହେଉ ନାହିଁ... ଲେଖିବାରେ କୋଉଠି ଭୁଲ ରହୁଛି?
କିଛି ଲୋକଙ୍କ ମନକୁ ପସନ୍ଦ ଆସିବା ବେଳେ ଅନ୍ୟ କିଛି ଲୋକଙ୍କୁ ଭିନ୍ନ ଧରଣର ଭାବନା ଜାଗ୍ରତ ହେଉଛି !!-
ବାସ୍ ହେଲା ସେତିକି ଏବେ ଚାଲ ଏଠୁ ଉଠି।
ଏତିକି କହି ହାତକୁ ଟାଣି ନେଇଆସିଲା ସ୍ତ୍ରୀ ଲୋକଟି।
ନିରୀହ ଦେଖା ଯାଉଥିବା ପୁରୁଷ ଜଣକ ବୋଧେ ତାଙ୍କ ସ୍ବାମୀ।
ହେଲେ ହଠାତ୍ ଏମିତି କାହିଁକି ଉଗ୍ରତା !
ପାଖରେ ବସିଥାଈ ମୁଁ ବି ଅବାକ୍।
ମୋ canvas ରେ ବସି ଆଙ୍କୁଥିଲି ସୁନ୍ଦର ସେ ସମୁଦ୍ରର ଢେଉ ସାଙ୍ଗକୁ ହାଲକା ଉଦୀୟମାନ ସୂର୍ଯ୍ୟ। ଲାଗୁଥିଲା ଯେମିତି ସୂର୍ଯ୍ୟ ଭରା ସମୁଦ୍ରକୁ ଫୁଙ୍କି ଢେଉ ଚହଲେଇ ଦେଉଛି। ଆଉ ସମୁଦ୍ରର ଏକା ଜିଦ୍ ପୁଣି ଫେରିଯିବା ପାଇଁ। ଆଖ ପାଖରେ ଦୁଇ ତିନି ଜଣ ବସି ଦେଖୁଥିଲେ ମୋ ରଙ୍ଗ ତୂଳୀର ଚାଲିଚଳନକୁ।
ସେମାନଙ୍କୁ ପଚାରିବାରୁ ଉତ୍ତର ମିଳିଲା ନିରୀହ ପୁରୁଷ ଜଣକ ଅଚିହ୍ନା ଲୋକଟିଏ ଆଉ ପଡ଼ିଥିବା ଏଇ କାଠ ଗଣ୍ଡି ସହ ଭାସି ଆସି କୂଳରେ ଲାଗିଥିଲେ ଏବଂ ଉଦ୍ଧାର କରିଥିଲେ ସେଇ ମହିଳା ଜଣକ। ବର୍ତମାନ ସେ ବ୍ୟକ୍ତି ଜଣକ ଅବାକ୍ ଏବଂ ଅତୀତ ପାସୋରା।ସେ ମହିଳା ଉଦ୍ଧାର କରିଥିବାରୁ ତାଙ୍କ ପାଖରେ ରହୁଛନ୍ତି ଏବଂ ଦୁଇ ବଖତ୍ ଦାନା ବଦଳରେ ନିଜର ଚାଳିଆ ହୋଟେଲରେ ବାସନ୍ ମଜଉଛି। ବିରକ୍ତ ଏବଂ ଦୁଃଖୀ ପ୍ରାୟ ସେହି ବ୍ୟକ୍ତି ଜଣକ ଅଧିକାଂଶ ସମୟ ଏମିତି କୂଳରେ ବସି ବିତାଇଦିଅନ୍ତି, ଅତୀତକୁ ଫେରିପାଇବା ପାଇଁ।
ସାହାରା କେବଳ ସେଇ ଢେଉ ଏବଂ ନିରୁତ୍ତର ନିର୍ଜୀବ କାଠଗଣ୍ଡି।
ଏହା ଶୁଣି ମୋ ଚିତ୍ର ସୁଖୀରୁ ଆବେଗ ଆଡକୁ ମୁହାଇଁ ସାରିଥିଲା।
ଢେଉ ଲୁଣି ଏବଂ ସୂର୍ଯ୍ୟ ଉତ୍ତପ୍ତ ଏବଂ ପବନ ଶୁଷ୍କ ଲାଗିବାକୁ ଲାଗିଲେ। ସତରେ ଦୂର ପାହାଡ଼ କେଡେ ସୁନ୍ଦର !
-
ବୟସ ବଢ଼ୁଛି..
ବୟସ ବଢ଼ୁଛି..
ଯେତେ କହିଲେ ବି,
ବୟସ ବଢ଼ିବା ମିଛ।
ଏତ ବୟସ ନୁହଁ ,
କର୍ତ୍ତବ୍ୟ,ଜଞ୍ଜାଳ,ଚିନ୍ତା ବଢ଼ିଅଛି ସତ।-
ତୁମର ଖୋଲା ପବନ
ଲଗାଇ ପାଲରେ
ତାହାକୁ ଦିଅ ଯେ ଭାଙ୍ଗି
ମୁଁ ଡୁବିବାକୁ ରାଜି ଅଛି
ମୁଁ ବୁଡ଼ିବାକୁ ରାଜି ଅଛି..
ସକାଳ ମୋର ଗଲା ମିଛେ
ସନ୍ଧ୍ୟା ଯେ ଯାଏ ତାହାରି ପଛେ ଗୋ..
ରଖ ନାହିଁ ଆଉ,ବାନ୍ଧ ନାହିଁ ଆଉ
କୁଳର ପାଖାପାଖି,ଆଉ କୁଳର ପାଖାପାଖି
ମୁଁ ବୁଡ଼ିବାକୁ ରାଜି ଅଛି, ମୁଁ ବୁଡ଼ିବାକୁ ରାଜି ଅଛି
ତୁମର ଖୋଲା ପବନ..
ମାଝିର ଲାଗି ଅଛି ଜଗି ସକଳ ରାତ୍ରିବେଳା
ଢେଉମାନେ ଯେ ମୋତେ ନେଇ କରନ୍ତି କେବଳ ଖେଳା..
ଝଡ଼କୁ ଯେ ମୁଁ କରିବି ମିତ,ଡରିବିନି ତା ଭ୍ରୂକୁଟିରେ ତ
ଦିଅ ଛାଡ଼ି ଦିଏ ଓଗୋ ମୋତେ
ମୁହିଁ ଟିକେ ତୋଫାନ ପାଇଲେ ବଞ୍ଚେ
ଟିକେ ତୋଫାନ ପାଇଲେ ବଞ୍ଚେ
ତୁମର ଖୋଲା ପବନ..
-
**** ଝିଅ ପାଈଁ ସବୁ ମା ଙ୍କ ଚିନ୍ତା****
ମା- ହଇଲୋ ଏଇ ।ତୁ ଯାଉନୁ ଟିକେ କାମ କରିଦେଇ ଆସିବୁ ।କିଛି ତ ଦିନ ସାରା କାମ ନାହିଁ। ଖାଲି ଖାଉଛି ,ବସୁଛି ଆଉ ଶୋଉଚି। କଅଣ ଯେ କରିବ ଶାଶୁ ଘରକୁ ଗଲେ କେଜାଣି! କେତେ ଯେ ଚିନ୍ତା କରିବି ୟା ପାଈଁ।
ଝିଅ- ମା ଲୋ ମୁଁ କୁଆଡେ ବି ଯିବିନି ତୋତେ ଛାଡ଼ିକି।
ତୋରି ପାଖେ ରହିବି ।ନହେଲେ ଗୋଟେ ଘର ଜୋଇଁ ତେ ଆଣି ରଖିବା ।ତୁ ଚିନ୍ତା କରନା । ହଉ ଦେଖେ ଯାଏଁ ,ମୋ ସିୟାଡ଼େ କେତେ କାମ ଲୋ ମା।
ମା- କି କାମ ଶୁଣେ ?
ଝିଅ- ଶୋଇବା।
(ଭିତର କୋଠରୀ ରୁ ଉଚ୍ଚ ଅଟ୍ଟହାସ୍ୟ)
ମା- ଇଏ ମୋତେ ସତରେ ବୁଡ଼େଇବ!!!!-
: ତୁମେ ବୋଧେ ତୁମ ଭବିଷ୍ୟତ ବିଷୟରେ ବେଶି ଚିନ୍ତା କରୁଛ,
ସେଥିପାଇଁ ବୋଧେ ଚିଡିଚିଡା ହେଇଯାଉଛ?
: ମୁଁ ଜମାରୁ ଭବିଷ୍ୟତ ବିଷୟରେ ଚିନ୍ତା କରୁନି ବୋଲି ଚିନ୍ତା କରି ବେଳେବେଳେ ଚିନ୍ତାରେ ପଡ଼ିଯାଏ, କି କଣ ପାଇଁ ମୋ ଭବିଷ୍ୟତ ବିଷୟରେ ମୁଁ ଜମାରୁ ଚିନ୍ତା କରୁନି।
-
ଅଲଣା ଚିନ୍ତା
ତେବେ
ମୋ ଜାଣିବା ନ ଜାଣିବା
ମୋ ବୁଝିବା ନ ବୁଝିବାର
ସୀମା ସରହଦ ଡେଇଁ
ଦିଗବଳୟ ଆରପାରିର ଏକ ସ୍ବର୍ଗ -ପରୀ ତୁମେ ...
ଏଇ ଅନୁଶୀର୍ଷକରେ ପଢନ୍ତୁ
👇👇
-
ଚେତନା ଚିନ୍ତାର ଗଭୀରତମ ପ୍ରଦେଶରେ ପହଞ୍ଚିଲା
ସ୍ବପ୍ନ ସବୁ ଅବେଳରେ ଦିଗହରା ହୋଇ ବୁଡିଗଲା ..!!
ଜୀବନ ତ ଏମିତି ଅନ୍ଧକାର ,ସେଥିରେ ଅମାବାସ୍ୟା ପ୍ରବେଶିଲା
କଳାମେଘର ଉହାଡରେ ଇନ୍ଦ୍ରଧନୁର ରଙ୍ଗ ବି ଫିକା ପଡ଼ିଗଲା..!!
ସାମ୍ବାଳୁଆରୁ ପ୍ରଜାପତି ତ ହେବାକଥା ଶୁଣାଯାଉଥିଲା
ଏଠି କିନ୍ତୁ ପ୍ରଜାପତି ପୁଣି ଥରେ ସାମ୍ବଳୁଆର ରୂପ ନେଲା ..!!-