ମୁଁ ନାରୀ ଲେଖିବି,
ନା ନାରିନେତ୍ରୀ ଲେଖିବି !
ଯେଉଁ ନାରୀ ପ୍ରତିଦିନ ଜିଇଁବାକୁ
ନିଜ ପରିସ୍ଥିତି ଓ ସମୟ ସହ ଲଢ଼ିଥାଏ
ତାଙ୍କ ନାମ ଲେଖିବି ।
ଅନୁଶୀର୍ଷକରେ ପଢ଼ନ୍ତୁ କବିତା●●●-
ନିଜକୁ ଲେଖିବାକୁ ଶିଖୁଛି ମୁଁ ଶବ୍ଦବିନ୍ୟାସ"
■ अपने बारे में बस इ... read more
ତୁମେ ଆସିବ ଗୋଧୂଳି ବେଳାରେ,
ମୁଁ କେବେ ଭାବିନଥିଲି!!
ତୁମେ ଆସିବ ଏକ ବିଭୀଷିକା ପରେ,
ମୁଁ କେବେ ଭାବିନଥିଲି!!
ତୁମେ ଆସିବ ଏକ ନୂତନ ଯୁଗରେ,
ମୁଁ କେବେ ଭାବିନଥିଲି!!
ତୁମ ପାଦ ପଡ଼ିବ ମୋ ଅଗଣାରେ,
ମୁଁ କେବେ ଭାବିନଥିଲି!!
ତୁମ ମଥାରେ ସିନ୍ଦୂର, ହାତରେ ଶଙ୍ଖା,
ମୁଁ କେବେ ଭାବିନଥିଲି!!
ତୁମେ ଆସିବ ଆଉ କାହାର ବଧୂ ହେଇ
ମୋ ଅଗଣାକୁ
ମୁଁ କେବେ ଭାବିନଥିଲି!!-
ମୋ ନାହିଁ ରେ ହଁ ଅଛି
ମୋ ସାଧା ଚିଠିରେ
ମୁଁ ସବୁ ଲେଖିଛି
ତୁମ କୋମଳ ହାତରେ
ପ୍ରେମର ସ୍ପର୍ଶ ପାଇଲେ
ସେ ଜିଇଁ ଉଠିବ ଦିନେ
ଏହା ମୋର ବିଶ୍ୱାସ ଅଛି।
ମୋର ଶବ୍ଦ ମାନ ସବୁ ପ୍ରକଟ କରିବ
ସେହି ସାଧା କାଗଜ ଦିନେ
ଯଦି ତୁମର ପଢ଼ିବାର ଇଚ୍ଛା ଅଛି।-
ଉଡ଼ା ଚଢ଼େଇର ଡେଣା ଲାଗିଗଲେ,
ଉଡ଼ିବାକୁ ତାକୁ ଦିଅ।
ପଞ୍ଜୁରୀ ଭିତରେ ଅଟକାଇ ରଖି,
କି ଲାଭ ପାଇବ କୁହ!!
ଅଯଥାରେ ତାକୁ ବନ୍ଦୀ ରଖି,
ଯାତନା କାହିଁ ଦିଅ।
ଦୂର ଆକାଶକୁ ଆଶା କରେ ଯିଏ,
ଦୂରେଇ ତାକୁ ଦିଅ।
ଉଡ଼ା ଚଢ଼େଇର ଡେଣା ଲାଗିଗଲେ,
ଉଡ଼ିବାକୁ ତାକୁ ଦିଅ।-
ଅପେକ୍ଷା ଏମିତି ଏକ,
ଅଫେରା ରାସ୍ତା।
ଯେଉଁଠିକୁ ଯାଇହୁଏ
ହେଲେ ଫେରିହୁଏନାହିଁ।
ଯେଉଁଠି ସ୍ୱପ୍ନର ଘର
ତୋଳି ହେଇ ଭାଙ୍ଗିଯାଏ,
କିନ୍ତୁ ଆଉ ଥରେ ଗଢ଼ି ହୁଏନାହିଁ।
ଯେଉଁଠି ସ୍ବପ୍ନ କେବେ,
ବାସ୍ତବିକ ରୂପ ନେଇପାରେ ନାହିଁ।
ବାସ୍ତବ ଦୁନିଆରେ
ସବୁଠାରୁ ମିଠା କଷ୍ଟ
ଅପେକ୍ଷା କରି ହୁଏ ସମୟ ନଷ୍ଟ।-
ମନେ ନାହିଁ ମୋର,
ବିଦ୍ୟାଳୟର ପ୍ରଥମ ଦିନ।
ତଥାପି ଯାହା ମୁଁ ଭାବୁଛି,
ନିଶ୍ଚୟ କରିଥିବି ମୁଁ ଅଭିମାନ।
କାନ୍ଦିଥିବି ମୁଁ କିଛିଦିନ।
ରାଗିଥିବି ମୁଁ କିଛିଦିନ।
କିନ୍ତୁ ଯେବେ ବଢ଼ିଥିବ,
ବନ୍ଧୁମାନଙ୍କ ପ୍ରତି ମୋର ଧ୍ୟାନ।
ସବୁ ରାଗ ଅଭିମାନ ଭୁଲିଯାଇ,
ଲାଗିଯାଇଥିବ ମୋର ମନ।-
ଶକ୍ତି ସ୍ୱରୂପିଣୀ ମାଆ ସେ,
ଶକ୍ତି ପ୍ରଦାନ କରେ।
ପାପୀ ସଂହାର ସେ କରଇ
ନାରୀ ଜାଣିଥା ଭଲେ।।
ଅନୁଶୀର୍ଷକରେ ଅବଶିଷ୍ଟାଂଶ ମାଆର ଆଦେଶ◆◆◆-
ହାରି ନାହିଁ କେବେ
ହାରିବ ବି ନାହିଁ
ଯୋଦ୍ଧ ସଂଗ୍ରାମର ପଥେ
ଭଗତ ଆଜିବି ଜୀବିତ ଅଛି
ମୁକ୍ତି ଯୋଦ୍ଧାର ପଥେ।
ଶରୀର ସିନା ମରେ
ଅମର ରହିଯାଏ କୀର୍ତ୍ତି
ଆଜିବି ବଞ୍ଚିଛି
ଭଗତ ସିଂହର
ଦୃଢ଼ ପ୍ରତିଜ୍ଞାର ଉକ୍ତି।
ଲୁଣ୍ଠନ,ଶୋଷଣ
ହତ୍ୟା,ବଳାତ୍କାର
ଆଉ କେତେ ସହିବ।
ରକ୍ତ ମାଂସ ଗଢା ଏ ଶରୀର
ଆଉ କେତେ କଷ୍ଟ ପାଇବ।
ଜାଗ୍ରତ ହୁଅ ଏବେ ଜାଗ
ସ୍ୱାଧୀନ ଭାରତରେ
ସ୍ୱାଧୀନ ହେଇ ବଞ୍ଚିବା ପାଇଁ
ସଂଗ୍ରାମ କର ଆଗ।-
ସମୟର ତାଳେ ତାଳେ ନିଜ କର୍ମ ପଥ ରେ ଅଗ୍ରଣୀ
ସଭିଙ୍କୁ ଚାଲିବାକୁ ପଡ଼େ। ହେବା ଲାଗି ଆଗେଇ ଚାଲନ୍ତୁ
କର୍ତ୍ତବ୍ୟରେ ପଥେ ପଥେ ଅଶେଷ ଶୁଭେଚ୍ଛା ଆମ୍ଭର ଏହି।
ସବୁ ସେହି ଜଗନ୍ନାଥେ। ସମୟକୁ ପଛରେ ପକେଇ
ମଙ୍ଗଳ ସଭିଙ୍କର ହେଉ ପ୍ରତି ମୁହୂର୍ତ୍ତରେ ଆମ୍ଭ ସାଥେ ରହି
ଆଶିଷ ଆପଣଙ୍କର ସର୍ବଦା ସାହିତ୍ୟର ସ୍ରୋତା ହୋଇ
ଖୁସିରେ ପରିପୂର୍ଣ୍ଣ ହେଉ। କଟେଇଲେ ଦିନ ରାତି ଯହିଁ।
କେତେ ସାହିତ୍ୟକୁ, ଆଜି ଆମକୁ ସେହିଥିରୁ ବଞ୍ଚିତ କରି
ପରିମାର୍ଜିତ କରି। ଯାଉଛନ୍ତି ଯେତେବେଳେ
କେତେ ସୃଜନୀକୁ, ମନରେ ଅନେକ ଦୁଃଖ ଆସଇ।
ନୂତନ ଦିଗଦର୍ଶନ ଦେଇ। ମନେରହିବ ଆପଣଙ୍କ
କେତେ ପଥିକଙ୍କର ଚିରସ୍ମରଣୀୟ କର୍ମ ଏହି।
ମାର୍ଗଦର୍ଶକ ହେଇ କିନ୍ତୁ ବଳବାନ ସମୟକୁ ହରେଇ
ଚାଲି ଚାଲି ଏହି ପଥେ ଆମ୍ଭ ସାହିତ୍ୟକୁ ମାର୍ଜିତ କରିବେ
ଚାରି ବରଷ ଗଲା ବିତଇ। ଏହା ଆମ୍ଭର ଇଚ୍ଛା ହୁଅଇ।-
ଉଗ୍ର ଓ ତାଣ୍ଡବରତ ବର୍ଷା ଜଳ ପ୍ରକୃତିର
ବିଭୀଷିକା ଯେବେ ମଳିନକୁ ଧୋଇଦେଲା।
ତାଣ୍ଡବଲୀଳା ସାରିଲା। ସେ ମଳିନକୁ ନଦୀ
ଜଳ,ସ୍ଥଳ ଓ ଆକାଶ ନିଜ ବକ୍ଷରେ ବହନ କରି
ଶଶୀ ପରି ସରଳ,ଶାନ୍ତ ଚାଲିଲା ନିଜ ପ୍ରେମ ସଙ୍ଗେ
ଓ ଶୀତଳ ପାଲଟିଗଲା। ମିଳନର ବନ୍ଧନରେ ବାନ୍ଧିହେବାକୁ।
ସେତେବେଳେ ଏକ ନୂତନ ଚଢ଼େଇ ପୁଣି ଥରେ ସଂଗ୍ରାମ କରି
ରୂପ ଦେଖିବାକୁ ମିଳିଲା ଉଡ଼ି ଚାଲିଲା ସୁଦୂରକୁ
ସୁଦୂର ବୁଢ଼ା ଦରଭଙ୍ଗା ଭଙ୍ଗା ନଅର ତୋଳିବାକୁ।
ପାହାଡ଼ର ମୁଣ୍ଡ ଉପରୁ ଆଉ ଶେଷରେ ମଣିଷ
ସିନ୍ଦୁରୀ ଫଟା ନାଲି ରଙ୍ଗ ନିଜ ଆଖି ଲୁହକୁ
ଉଦ୍ଗିରଣ ହେଲା। ଛାତିରେ ଚାପି
ସୂର୍ଯ୍ୟର ଏକ ନୂତନ ଗଢ଼ି ଚାଲେ ପୁନର୍ବାର
ସକାଳର ଉଦୟ କଲା। ନିଜ ସ୍ୱପ୍ନର ନଅରକୁ।-