ପାଇବାର ଖୁସିଠାରୁ
ହରାଇବାର ଭୟ ବେଶି ରହିଥାଏ ,
ଦେଖନା ;
କେତେ ନିରୀହ
କେତେ ନିଷ୍ପାପ
କତେ ସରଳ
କେତେ ଦୁର୍ବଳ ଏ ପ୍ରେମ ସତରେ ...-
I write to express my feelings only not to impress but ... read more
ଅବଶୋଷ ତ ଏଇଆ ନୁହଁ ଯନ୍ତ୍ରଣା କେତେ
ଦୁଃଖ ତ ଏତିକି ସେସବୁର ଅନୁମାନ ତାପାଖରେ ନାହିଁ ।
କେବେ ଅନୁଭବ କଲେ ବୁଝିବ
ଏଇ କଥାର ଗଭୀରତା
ପ୍ରଥମେ ଯାହାକୁ ପାଇବା ପାଇଁ ପ୍ରାର୍ଥନା କରାଯାଇଥିଲା
ତାକୁ ଭୁଲିବା ପାଇଁ ଏବେ ମନ୍ଦିର ଯିବାକୁ ପଡୁଛି !-
ଅଚିନ୍ତା ଥିଲି ,ଅସୁବିଧାର ଗନ୍ଧ ବି ନଥିଲା
ଅବଶୋଷର କଥା ହିଁ ମନକୁ ଆସୁ ନଥିଲା
ଅନୁଭବ ନଥିଲା ଏକାକୀତ୍ବର ବି
ଆଉ ତୁମେ ପଚାରିଦେଲ ...
ଭଲ କଲନି ବନ୍ଧୁ ଏମିତି ପଚାରି ଯୋଉ ଦେଲ !-
दिल उदास है
नेन तरसती है आंखे बरसते है
एहसास है यहाँ कोई अपना नहीं
फीर भी यह दिल है की मानता नहीं ।-
ଜୀବନ କାଟିବାକୁ ମତାଣିଆ ସନ୍ତୋଷର ଆଶେ
ସମୟ ତ ଖେଳୁଛି ଲୁଚକାଳି ଦୁର୍ଭାଗ୍ୟର ସାଥେ
ସଂସାର କରୁଛି କୁତ୍ସାରଟାନା ମଉକା ସୁଲଭେ
ମନ ମରିଯାଏ ଦେଖି ନିଜଲୋକ ଓଲଟ ମୂଖେ !!-
ସପନ ମିଛ ଏଇ ସଂସାର ମିଛ
ନୟନ ମିଛ ଏଇ ଇନ୍ଦ୍ରଧନୁ ମିଛ
ମୃଦୁ ମଳୟ ଏଇ ବନାନୀ ମିଛ
ରଜନୀଗନ୍ଧା ଏଇ ଗୋଲାପ ମିଛ !
ପ୍ରଭାତ କାକଳି ବେଳାଭୂମି ମିଛ
ଯାହା ଦେଖେ ଆଖି ସେ ସବୁ ମିଛ
କହିଦିଅ ଥରେ ମୁଁ ତୁମ ନିଜର
ହେଇଯାଉ ପୁଣି ଆଉ ଏକ ମିଛ !!-
ସପନ ସୁନ୍ଦର ସପନେ ସୁନ୍ଦର
ସପନ ନାୟିକା ତୁମେ
ସପନର ରଙ୍ଗ ହେଉ ଚିରସଙ୍ଗ
ସପନ ସରାଗେ ଝୁମେ ।
ସୁଗନ୍ଧ କଳିକା ସୁବର୍ଣ୍ଣ ମାଳିକା
ସୁନାନାକୀ ପ୍ରୀତିଝର
ସୁବର୍ଣ୍ଣ କଙ୍କଣ ସୁବର୍ଣ୍ଣ ବାହୁଟି
ସୁଲଳିତ କଣ୍ଠସ୍ବର ।
ସୁରୁଚି ସମ୍ପନ୍ନ ସୁରୁଚି କଥନ
ସୁନ୍ଦର ଦୁଇ ଅଧର
ସୁନ୍ଦର ଶବଦ ସୁନ୍ଦର ବଚନ
ସୁନ୍ଦର ବାକ୍ଯ ପ୍ରବର ।
ସୁମନ ସୁନ୍ଦର ସୁମନେ ସୁନ୍ଦର
ସୁମନୁ କୋମଳ ଅଙ୍ଗ
ସୁମନେ ସଜିତ ସୁକେଶ ଗହନ
ସୁମନୁ ସୁନ୍ଦର ରଙ୍ଗ ।
ସୁଲଳିତ କଣ୍ଠେ ଯେବେ କହ ତୁମେ
ଶୁଣୁଛ କି ପ୍ରିୟବର
ସୁନାସୁନା ଲାଗେ ମୋ ଶୁନ ଜୀବନ
ସୁଖେ ପୁରେ ମୋ ସଂସାର ।-