D R Sahoo   (@.inks)
296 Followers · 111 Following

Joined 16 October 2018


Joined 16 October 2018
7 OCT 2021 AT 12:58

ଜହ୍ନ ବି ଲୁଚିବାକୁ ଚାହେଁ ,
ଯେତେବେଳେ ତା'ଠାରୁ ସୂର୍ଯ୍ୟ
ତା ରାତିକୁ ଛଡ଼େଇ ନିଏ ।

-


14 SEP 2021 AT 9:02

ବର୍ଷା ଓ ପ୍ରେମ ......
ଅଦିନିଆ ଆସେ
ଆଉ ଝରିଯାଏ
ଦେହସୁହା ବିନ୍ଦୁଗୁଡ଼େ ।
ଝଲମଲ ଆକାଶରେ ଅଜାଡେ
ରୁଷିଥିବା କେଇ ଅରଷେ କାହାଣୀକୁ,
ଅବୁଝା ମନମଧ୍ୟେ ଦେଖାଏ
କେଇ ଅସରାଏ ପ୍ରେମ ସ୍ପର୍ଶକୁ ।
କିଛି ମୁହୂର୍ତ୍ତ ପାଇଁ ସତ ;
କିନ୍ତୁ ସଚ୍ଚୋଟ ଥାଏ ତା ଭଲପାଇବା ।
ତା ଅଶ୍ରୁରେ ଆବୋରି ମାଟିକୁ ଛୁଇଁବା ।
ଆଉ ତା ପରେ ! ...ଚାଲିଯାଏ
କହି ଦେଇ... ଯେ ସେ ଆସିବ !!
ଦେଖାଣିଆ ବିଜୁଳି ସିନା ଚମକେ
କିନ୍ତୁ ସତରେ ସେ କଣ ଫେରେ !
ସେଇ ସମାନ ପରିଚୟ ନେଇ ...
ନା ଫେରେ ?
ଅଜଣା ଆଉ ଏକ ଅଦିନିଆ ମେଘ ନେଇ !!

-


30 MAY 2020 AT 9:09

ରାତି ଅଧରେ
ଖଟିଆରେ ଶୋଇ ଭାବୁଥିଲି
ଆଙ୍କିବାକୁ ଆକାଶରେ
ନିଜ ନିତିଦିନର ଛବି ।(୧)

ମାନୀ ,ମାଳତୀ ର ଘର ଦେଖାଶୁଣା
ପଙ୍ଗୁପୁଅର ଆରୋଗ୍ୟ କାମନା
ସତେ ଥିଲା ମୋ ସ୍ୱପ୍ନ ରାଇଜର ଅସ୍ତକବି ।(୨)

ପଙ୍କପାଳର ଆଗମନ ,ଫସଲ ମିଆଦୀର ଆମରଣ ଅନଶନ
କରୁଥିଲା ମୋତେ ଆନ୍ଦୋଳିତ
"ଲେଖିଲେ କଣ ଜବାବ ମିଳିବ !? "
ନା ,ଏ ମୁକ ଆକାଶ ...ରହିବ ସେମିତି ନୀରବ ! (୩)

ପ୍ରଶ୍ନ ରାଇଜରୁ ଆସୁଥିଲା ଧୀମେ ଧୀମେ ନିଦର ଉତ୍ତର
ଆଜିପାଇଁ ବିଦା ନେଉଥିଲା ଗଟେ ରାତିର ଡର
କିଛି ବାସ୍ନା ସରିସରି ଯାଉଥିଲା ଏ ଗରିବ କବି ପଣିଆର
ଆଉ ,ଆକାଶ ଶୋଇ ଢ଼ାଙ୍କୁଥିଲା ଆହୁରି ଗାଢ଼ ଅନ୍ଧାର ।(୪)

-


19 MAY 2020 AT 16:13

ଝିଅଙ୍କ ଭଳି ଚାଲିଲେ
ଝିଅଙ୍କ ଭଳି କାନ୍ଦିଲେ ..କି
ଝିଅଙ୍କ ଭଳି ରୋଷେଇ କଲେ
କୋଉ ପୁଅ ପୁଅରୁ ବଦନାମ ହେଇଯାଏନି ।

ସମସ୍ତେ ହୃଦୟରୁ ଝିଅ ହେବା କିଛି ଛୋଟ କଥା ନୁହେଁ.. କି
"ଝିଅ ଭଳି" କହି କୋଉ ଝିଅଙ୍କୁ ଛୋଟ ଦେଖେଇବା ବି ଗୋଟେ ମଣିଷତ୍ଵ ନୁହେଁ

-


5 OCT 2019 AT 21:27

ଅଣ୍ଟିରୁ ଅଣ୍ଡାଳେ ସୃଜନିକା ଗ୍ରନ୍ଥି
ସୁଦୃଢ଼ ସମ୍ମାନ ପାଇଁ ।
ମଣିଷଗୁଡ଼ାଏ ତାତ୍ସଲ୍ୟ କରନ୍ତି
କଥା ଲୁଚିଯିବା ପାଇଁ ।

ସଂସ୍କୃତି ସଂଶୟେ କି ଏ ଗାରିମା
ଅଣନିଶ୍ୱାସୀ ଲାଗେ ରାସ୍ତା
ଦଉଡ଼ି ଦଉଡ଼ି ଥକିଲାଣି ସୀମା
ସଜାଡ଼ି ଅବୁଝା ବ୍ୟବସ୍ଥା ।

ନିଜ ସମ୍ଭବର ଆରମ୍ଭ ସକାଶେ
ଜୀବନ ନଈରେ ନାଆ
ଅନେକ ଅର୍ଥରେ ପାଣି ବଢ଼ି ଆସେ
ଭାସିଯାଏ ଆଶା ଯାହା ।

-


27 SEP 2019 AT 23:46

ମୁଁ"
ଗାଉଁଲି ଶବ୍ଦ ଦୁଇଟି
ଲେଖିଦେଇଥିଲି
କାଲି ! କବିତାରେ ,
ପ୍ରତିଯୋଗିତାର ନିଶାରେ
ହଁ ,ଗାଁ ! ,ସେଠି ଘର ଆଉ ବଣ, ପାହାଡ଼,
ଆଙ୍କିଦେଇଥିଲି ତା ଅଳସୀ ଦେହକୁ
ନଦୀପଠାର ଅଙ୍କାବଙ୍କା କୂଳଦେଇ ।

କିଏ ଜାଣିଥିଲା !
ଗାଁ ହସୁଥିବ !
ଅଜାଣତରେ ନିଦ ଉଡ଼େଇଥିବା
ନିଜେ ଗାଁ ଯେ କେବେ ମରିଥିବ
ପ୍ରତିଟି ଶବ୍ଦରେ ,ମୋ କବିତାରେ !
ଏ ସହରୀ ସ୍କୁଲର ପ୍ରତିଟି ହତାରେ ।

ଲିଖିତ କବିତାରେ
ଆହୁରି କେତେ ପଢୁଥିବେ
ଆଙ୍କିବାକୁ... ଭବିଷ୍ୟତରେ
ସେଇ ନିଜ ନିଜ ଗାଁକୁ
ଦେଖାଣିଆ ସହରର କେଉଁ ଗଳିରେ ।

-


28 JAN 2019 AT 19:31

ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟାଟିଏ
******************
।। ଘନ ଘନ ଦୀପ ମନ୍ଦିର ବେଢ଼ାରେ
ତ୍ୱରିତ ଧ୍ଵଜାଙ୍ଗ ଉଡ଼ଇ ଶିଖରେ ।।
।। ମୋ ଭାବ ବଖାଣେ ସଜ୍ଜିତ ସନ୍ଧ୍ୟାରେ
ଜଗନ୍ନାଥ ସ୍ୱାମୀ ସମ୍ପୂର୍ଣ୍ଣ ରୂପରେ ।।
।। ପ୍ରତିଟି ବିଭକ୍ତି ଓଡିଆ ପଦ୍ୟାଙ୍କ
ଋଦ୍ଧିମନ୍ତ ସତ୍ୟ ମୁନି ମାନସାଙ୍କ ।।
।। ଶଙ୍ଖ ହୁଳହୁଳି ଘଣ୍ଟରେ ସଭିଙ୍କ
ଆଳତି ଚାଲିଛି ଭକ୍ତିରେ ଭକ୍ତଙ୍କ ।।
।। ସତେ କି ଏଜନ୍ମ ସ୍ବପ୍ନ ଅଭିପ୍ରାୟ
ପ୍ରଭୁଙ୍କୁ ଦେଖିବି ମୋ ମନ ଅଥୟ ।।
।। ସ୍ୱଃଶବ୍ଦ ଭକ୍ତିରେ ସନ୍ଧ୍ୟା ତ ସ୍ୱୟଂ
ଲାଗୁଛି କ୍ଷଣକ କେତେ ଯେ ସମୟ ! ।।

-


23 JAN 2019 AT 13:27

**********
ଶବ୍ଦ ଅତଡ଼ା ରେ,
ଖସିପଡିଛି ମୁଁ ,ଲାଗେ ସବୁ ଶୁନ୍ ଶାନ୍ ।
ପରିତ୍ୟକ୍ତ ନଜରରେ ,
ଅଦରକାରୀ ମୁଁ ,ଲାଗୁଛି ସବୁ ଭୁଲ୍ ଭାଲ୍ ।।

କାଲି ସେନେହରେ ମାଟିକଳ୍ପ ତରୁ
ଆଜି ବାସିପତ୍ର ନିଜେ ।
କାଲି ସ୍ପନ୍ଦନରେ ପ୍ରତି ପ୍ରେମକ୍ଷରୁ
ଆଜି ବିରହଶ୍ରୁ ଭିଜେ ।।

ପ୍ରତୀକ୍ଷଣ ଭାବେ ନିର୍ଜୀବ ନିର୍ଜୀବ
ତମ ମୁଖବର୍ଣ୍ଣ ଦିଶେ ।
ଜାଣିନି କେମିତି ପାଇବି ଜବାବ
ନିଃସଙ୍ଗ ସମ୍ପର୍କ ଭାସେ ।।

-


13 DEC 2018 AT 4:50

ସମ୍ୟକ ଚିନ୍ତାରେ କାହିଁ ଲାଗିଛି ଶିଉଳି
ଉପରେ ଶ୍ରଦ୍ଧା ଆଉ ମିଛର ୟେ ତାଳି
ଡର ଲାଗେ ବୋଧେ ମୁଁ ପଡିଯିବି କାଳେ
ଉପସର୍ଗ ପ୍ରତୀତ ଏହି ସଂଗ୍ରାମର ଜଳେ !

ବିଜୁଳି ବିମଗ୍ନ ଦେଖୁଛି ଏ ଆକାଶ
ଉବୁଟୁବୁ ଏଠି ମୋ ଧିକ୍କାର ନିଃଶ୍ୱାସ
ସେ ସିନା ଦୈବୀପାକ ପ୍ରଳୟ ମେଘର
ଦଇବର ଘଡଘଡି କିନ୍ତୁ ମୋ ମନରେ ଡର

ଭବିଷ୍ୟତ ଭିକ୍ଷା କାହିଁ ପ୍ରତିଦିନ ମାଗେ
ମନ ଟା ଘରଣୀ ସାଜି ଭାଗ୍ୟକୁ ହିଁ ନିନ୍ଦେ
କାଲି ଆଉ ଆଜିର ଖୁସି ଥାଉ ଯେତେ
ପରିସ୍ଥିତି ଅଣ୍ଡାଳି କାହିଁ କଇଁକଇଁ କାନ୍ଦେ ।



-


7 DEC 2018 AT 10:41

ସେ ହସି ଧୀରେ ଚାଲିଯାଉଥିଲା
ଲାଗୁଥିଲା ମୋତେ ଝଟକା
ମନ କାନ୍ଦିବାକୁ ମନା କରୁଥିଲା
କାଳେ ଛାଡ଼ିଦେବି ଏକା
ତା ହସ ଟା ଥିଲା ଭାରି ଅବାସ୍ତବ
କେଉଁ ଜଣା ଅଜଣା ର ଛନ୍ଦ
ବିରହ ଦୁଃଖ ବି ଯେ ଏମିତି ହସିବ
ଏବେ ବି ମନ ମଧ୍ୟେ ଦ୍ୱନ୍ଦ ।

-


Fetching D R Sahoo Quotes