ଗୁରୁ
******
ସୁପ୍ତ ଜ୍ଞାନ କୁ ଜାଗ୍ରତ କରନ୍ତି
ଦିବ୍ୟତା ର ସ୍ପର୍ଶ ଦେଇ,
ଅନ୍ଧାରୀ ଜୀବନେ ଆଲୋକ ଭରନ୍ତି
ଗୁରୁଦେବ ପରା ସେହି।
ଅବଶିଷ୍ଟ ଅନୁଶୀର୍ଷକ ରେ......
-
ବିଶୃଙ୍ଖଳିତ ରାଜରାସ୍ତାରେ ତୁମେ ଶୃଙ୍ଖଳା ର ପ୍ରତୀକ
ଅଜ୍ଞାନ ଅମା ଅନ୍ଧାରେ ତୁମେ ଜ୍ଞାନ ରୂପୀ ଆଲୋକ
ଅବୋଧର ମନେ କର୍ନେ ତୁମେ ଶିକ୍ଷା ର ପରିକଳ୍ପନା
ସୁପ୍ତ ମୂର୍ଖ ଭାବନା ରେ ତୁମେ ଦୃଢ଼ ଚେତନା
କଞ୍ଚା ମାଟି ଛାତ୍ର ସମାଜ ତୁମେ ଗୁରୁ କାରିଗର
ତୁମେ ବ୍ରହ୍ମ, ତୁମେ ବିଷ୍ଣୁ, ତୁମେ ପରା ମହେଶ୍ୱର
ଆଜି ଏଇ ଲଗନରେ ଘେନ ମୋର ପ୍ରଣାମ
ହେ ପୂଜ୍ୟ ଗୁରୁକୁଳ, ତୁମେ ଅଟ ମହାନ 🙏🙏-
କଳା ମେଘ ତଳେ ଉଜ୍ଜ୍ୱଳ ଚନ୍ଦ୍ରମା
ବିତରେ ପ୍ରକାଶ ଯେହ୍ନେ
କୃଷ୍ଣକାୟ ତଳୁ ସ୍ୱଚ୍ଛ ଶାନ୍ତ ଚିତ୍ତ
ବିତରଇ ପ୍ରଜ୍ଞା ତେହ୍ନେ
ରୁକ୍ଷତା ଭିତରେ ଲୁଚି ରହିଥାଏ
ସ୍ନେହ ଶ୍ରଦ୍ଧା ଉଦାରତା
ନାରିକେଳ ସମ ବାହ୍ୟେ କଠୋରତା
ମନେ ପରୋପକାରିତା
ଅଶୁଭ ରାହୁର କରାଳ ଗ୍ରାସରେ
ହେଲେ ସିନା କବଳିତ
ସ୍ମୃତି ସୁଧାରାଶି ରହିଛିବି ଆଜି
ଥିବ ସେ ସଦା ଜୀବିତ
ଶତ ହୃଦୟରେ ଅଧିଷ୍ଠିତ ଥିବ
ତବ ସେ ଅମ୍ଳାନ ଯଶ
ଆହେ ଗୁରୁଦେବ ଏ ମନ ମନ୍ଦିରେ
ଆପଣ ଚିର ନମସ୍ୟ ।
କରୁଛି ମୁଁ ପ୍ରଣିପାତ
ଅମର ଆତ୍ମାର ସଦ୍ଗତି ମନାସି
ଶ୍ରଦ୍ଧାଞ୍ଜଳି ଦିଏ ନିତ୍ୟ ।-
ରାଜା ସିନା ପୂଜା ପାଏ ଆପଣା ଦେଶରେ,,
ପଣ୍ଡିତ ତ ପୂଜା ପାଏ ଦେଶ ବିଦେଶରେ।।
🙏🙏🙏🙏🙏❣️-
ଜ୍ଞାନ ବିନା ପରା ଜୀବନ ଅସାର
ସବୁ ମୂଲ୍ୟ ହୀନ ଲାଗେ ।
ତାଙ୍କରି ଆଶିଷ ଶିକ୍ଷା ଦୀକ୍ଷା ପାଇ
ଜ୍ଞାନର ଆଲୋକ ଜାଗେ ।।
ଅଜ୍ଞାନ ର ସେହି ଅନ୍ଧାର ଭିତରେ
ସିଏ ଆଲୋକର ଗୁଛ ।
ବିଦ୍ୟା, ବୁଦ୍ଧି ପୁଣି ସଂସ୍କାର ସଂସ୍କୃତି
ଦୟା, କ୍ଷମା ର ସେ ଉତ୍ସ ।।
ଏକଲବ୍ୟର ଦ୍ରୋଣାଚାର୍ଯ୍ୟ ସିଏ
ବଶିଷ୍ଠ ଶ୍ରୀରାମଙ୍କର ।
ବିବେକାନନ୍ଦ ଙ୍କ ରାମ କୃଷ୍ଣ ପୁଣି
ସାନ୍ଦି ପନି କୃଷ୍ଣଙ୍କର ।।
ଦୁନିଆ କହୁଛି ପ୍ରଥମ ଗୁରୁ ଅଟେ
ମାଆ ପରା ସଭିଙ୍କର ।
ମୋ ପାଇଁ ପରା ଦ୍ଵିତୀୟ ମାଆ
ସାଜି ଛନ୍ତି ଗୁରୁ ମୋର ।।
ଛାଟ ରେ ତାଙ୍କର ବାଟ ମୁଁ ଦେଖିଛି
ଜୀବନର ଲକ୍ଷ୍ୟ ପଥେ ।
ଚାଲିବାକୁ ପୁଣି ଶିଖାଇଛନ୍ତି ସେ
ଆସୁ ଝଡ଼ ଝଞ୍ଜା ଯେତେ ।।
ସେ ଅଟନ୍ତି ବ୍ରହ୍ମା ସେ ଅଟନ୍ତି ବିଷ୍ଣୁ
ସିଏ ପରା ମହେଶ୍ୱର ।
ଜୀବନ ପଥରେ ଆଗେଇବା ପାଇଁ
ଲୋଡା ଆଶିଷ ତାଙ୍କର ।।
ଚରଣେ ତୁମର ପ୍ରଣାମ କରୁଛି
ଆହେ ଗୁରୁ ଦେବ ମୋର ।
ଜୀବନ ଯୁଦ୍ଧରେ ନିଶ୍ଚୟ ଜିତିବି
ଆଶିଷ ଥିଲେ ତୁମର ।।-
ଆଲୋକବର୍ଣ୍ଣା ଉଷା ମାଟିର ଅଙ୍ଗ ସ୍ପର୍ଶ କରୁ ନ କରୁଣୁରୁ ଯେମିତି ଏକ ଯାଦୁକାରୀ ଆବେଦନରେ ଏ ଧରଣୀ ହୁଏ ନବ ଆଲୋକିତ .......
ତାମସା ଦୁରେଇ ଯାଇ ଶୁଭେ ନବ ପ୍ରଭାତର କାକାଳି...
ଠିକ୍ ତୁମେ ମଧ୍ୟ ମୋ ଜୀବନରେ ଆସିବା ପରେ ଏକ ଯାଦୁକାରୀ ଆବେଦନରେ ସବୁ ବଦଳିଗଲା .....
#ଗୁରୁଦେବ-
ॐ
ଦୁନିଆଁ ଭିତରେ ଗୁରୁଦେବ ମୋର
ଏକମାତ୍ର ହିଁ ସାହାରା।
ତାଙ୍କ ପାଇଁ ସିନା ଏ ଜୀବନ ମୋର
ସଦା ହସ ଖୁସି ଭରା।।
ସିଏ ମୋ ସର୍ବସ୍ବ ପରା।
ସଭିଙ୍କ ଉପରେ ସଦା ଝରୁଛି ଯା'
କରୁଣା ବରଷା ଧାରା।।
-
🔹🔹🔹ଗୁରୁ🔹🔹🔹
ହେ ଗୁରୁଦେବ!!!
ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ମହାଦେବ 🔸0🔸
ତୁମରି ମହିମା ଅସୀମ ଅପାର
ସଂସାର ସାଗରେ ତୁମେ କର୍ଣ୍ଣଧାର
ତୁମରି ମହିମା ଅସୀମ ଅପାର
ସଂସାର ସାଗରେ ତୁମେ କର୍ଣ୍ଣଧାର
ଭାଷାରେ ବାଣୀରେ ତୁମକୁ କିଏ ବା ବର୍ଣ୍ଣିପାରିବ
ହେ ଗୁରୁଦେବ!!!
ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ମହାଦେବ 🔸1🔸
ଜୀବ ହୋଇଯାଏ ଶିବ-ସ୍ବରୂପ
ଏମିତି ତୁମରି କରୁଣା ଅମାପ
ଜୀବ ହୋଇଯାଏ ଶିବ-ସ୍ବରୂପ
ଏମିତି ତୁମରି କରୁଣା ଅମାପ
ତୁମରି କୃପାରୁ ମୁକତି ଲଭଇ ଏଇ ମାନବ
ହେ ଗୁରୁଦେବ!!!
ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ମହାଦେବ🔸2🔸
ଜୀବନ-ଯୁଦ୍ଧରେ ସାରଥି ସାଜି
ଦିଶା ନିର୍ଦ୍ଦେଶନା ଦେଉଛ ଆଜି
ଜୀବନ-ଯୁଦ୍ଧରେ ସାରଥି ସାଜି
ଦିଶା ନିର୍ଦ୍ଦେଶନା ଦେଉଛ ଆଜି
ତୁମରି ନିର୍ଦ୍ଦେଶେ କିଛି ବି ଏଇଠି ହୁଏ ସମ୍ଭବ
ହେ ଗୁରୁଦେବ!!!
ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ମହାଦେବ🔸3🔸
-
ଜ୍ଞାନ ଦିଅ କିଛି ମୋତେ
ତତ୍ତ୍ୱ ଶିକ୍ଷା ଦିଅ ,
ଏ ଭବ ସଂସାରେ ହିଁ
ଗୁରୁ ଏକା ସତ୍ୟ ,
ଗୁରୁଦେବ ହେ ଦୀନେ ଦୟା କର ।
ଭକ୍ତି ଦିଅ ମୋତେ ଆହେ
ଶକ୍ତି କିଛି ଦିଅ ,
ସତ ମିଛ ପରଖିବାକୁ
ବୁଦ୍ଧି ଟିକେ ଦିଅ ,
ଗୁରୁଦେବ ହେ ଦୀନେ ଦୟା କର ।
ଦାନ ଧର୍ମ କୁହ ତୁମେ
ଦୟା ଅଳଂକାର ,
ଦୀକ୍ଷା ତବ ମୋ ଆୟୁଧ
ଜଗତ କୁ ଜିଣିବାର ,
ଗୁରୁଦେବ ହେ ଦୀନେ ଦୟା କର ।
ମୁକ୍ତି ମନ୍ତ୍ର ଦିଅ ମୋତେ
ମୋକ୍ଷ ପଥ ଦେଖାଅ ,
ଭବ ସଂସାରୁ ନିସ୍ତରିବାର
ମାର୍ଗ ଦର୍ଶନ କରାଅ ,
ଗୁରୁଦେବ ଦେ ଦୀନେ ଦୟା କର ।
-