ତୋର ମୋର ଭାବ ଏମିତି ଥାଉ ରେ
ଏ ସୂତା ଖଣ୍ଡକ ସାକ୍ଷୀ ।
ବିପଦେ ଅପଦେ ସାହା ହେବୁ ବୋଲି
ତୋ ହାତେ ବାନ୍ଧିଲି ରାକ୍ଷୀ ।।
ରାକ୍ଷୀ ଉପହାର କି ମାଗିବି ଆଉ
ପାଉଣା ଥାଉ ରେ ବାକି ।
ଡାକ ଶୁଣି ମୋର ଉତ୍ତର ଦେବୁ ତୁ
ଡାକିଲେ ମୁଁ ଚକା ଆଖି ।।
ତୁ ଯଦି ରଖିବୁ ମାରିବ ବା କିଏ
ସତରେ ମୁଁ ବଡ଼ ବୋକି ।
ଜଗତ କରତା ଯାର ରକ୍ଷା କର୍ତ୍ତା
ସିଏ କେବେ ହାରିବକି ।।
✍️ ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ
ଲକ୍ଷ୍ମୀ ନାରାୟଣ ପୁର
ପିପିଲି ,ପୁରୀ-
ମରିଗଲା ପରେ ମଶାଣି ରେ ଜଳି
ଯଦି ମୁଁ ପାଉଁଶ ହୁଏ ।
ପବନରେ ଉଡ଼ି ତଥାପି କହିବି
ମୁଁ ତୁମକୁ ଭଲ ପାଏ ।।
ଜଳି ଜଳି ଦେହ ପାଉଁଶ ହୋଇବ
ମିଶିଯିବ ଯେବେ ଭୂଇଁରେ ।
ତଥାପି ଏ ମନ ଝୁରିବ ତୁମକୁ
ପାଇବାକୁ ତା ପାଖରେ ।।
ଦେହ କି ଜଳିଲେ ପ୍ରେମ ସରି ଯାଏ
ସରିବକି ସ୍ନେହ କୁହ ।
ପ୍ରେମ ମୋ ପବିତ୍ର ଶାଶ୍ଵତ ଅମର
ଖୋଜୁଥିବ ଅହରହ ।।
ଦେଖିଲେ ତୁମକୁ ମନ ଭରି ଯାଏ
ଆଉ ମୁଁ ଚାହେଁନା କିଛି ।
ତୁମ ହସ ଦେଖି ପେଟ ପୁରି ଯାଏ
ତୁମେ ମୋର ସବୁ କିଛି ।।
ମରି ଗଲେ ସିନା ଦେହ ଜଳିଯିବ
ମନ ଥିବ ତୁମ ପାଖରେ ।
ଏ ସ୍ନେହ ସେମିତି ରହିଥିବ ପଛେ
ନଥାଏ ତୁମ ମୁଁ ସାଥିରେ ।।
ଆଜି ମୁଁ କହୁଛି କାଲି ବି କହିବି
ମୋ ଶେଷ ନିଃଶ୍ୱାସ ଯାଏଁ ।
ଏମିତି ସାଥୀ କହୁଥିବି ନିତି
ମୁଁ ତୁମକୁ ଭଲ ପାଏ ।।-
ମନେ ପଡ ସାଥୀ ଆଜି
******************
ପଉଷ ହଲକେ ଦେହ ଥରୁଅଛି
ଉତ୍ତରା ପବନ ବାଜି।
ଶିଶିର ଭିଜା ଏ ଶୀତୁଆ ସକାଳେ
ମନେ ପଡ ସାଥୀ ଆଜି ।।
କାଠି କୁଟା ଜାଳି ନିଆଁ ପୁଅନ୍ତେ କି
ମାଟି ଚୁଲି ମୁଣ୍ଡେ ବସି ।
ଲାଜେ ଲାଜେ ତୁମ ମୁହଁ କୁ ଅନାଇ
ଦିଅନ୍ତି ମୁଁ ଟିକେ ହସି ।।
ନିଆଁ ଲିଭି ରଡ ଆସିଲା ବେଳକୁ
ଆଳୁ ଦିଅନ୍ତି ମୁଁ ଗଡ଼ାଇ ।
ଚୁଲି ଭିତରକୁ ଦୁଇ ଯୋଡ଼ା ଆଳୁ
ତେଲ ଟିକେ ମାରି ଦେଇ ।।
ପାଗ କରି ଦେବି ରସୁଣ ମକଚି
ଲଙ୍କା ଆଳୁ ପୋଡ଼ା ବଡି ।
କଅଁଳ ଖରା ରେ ମାଟି ଅଗଣାରେ
ପଖାଳ ଦେବି ମୁଁ ବାଢ଼ି ।।
କାଠି କୁଟା ନେଇ ଘର ଟେ ତୋଳନ୍ତେ
ମହଲ ନହେଲା ନାହିଁ ।
ସ୍ଵର୍ଗ କରିଦେବି ସେ ଘରକୁ ମୁଁହି
ହାତ ପାପୁଲିରେ ଛୁଇଁ ।।
ସ୍ନେହର ସହରେ ମମତାର ଘରେ
ରୁହନ୍ତେ ସଭିଙ୍କୁ ନେଇ ।
ପ୍ରେମ ର ବନ୍ଧନେ ସଭିଙ୍କ ହୃଦୟେ
ରହି ଥିବା ବାନ୍ଧି ହୋଇ।।-
ମୁଁ ଜାନୁଆରୀ ଆଉ ତୁମେ ଡିସେମ୍ବର
ଖୁବ୍ ପାଖା ପାଖି ଭଳି ଲାଗୁଛି ।
ହେଲେ ଆମର ଦୂରତା କେତେ
ଏ ସମୟ ହିସାବ କରି ରଖିଛି ।।
ଥରେ ଦେଖା ହେଲେ ପୁଣି ବରଷେ
ଜାନୁଆରୀ ମିଳନ ଆଶାରେ
ସେମିତି ଚାହିଁ ବସେ ।।
ସମୟ ଗଡି ଯାଏ ବୟସ ବଢ଼ି ଯାଏ
ଜାନୁଆରୀ ଆସିବ
ଡିସେମ୍ବର ଚାହିଁ ଥାଏ ।।
ଡିସେମ୍ବର ର ମନ ଭରି ଯାଏ
ଆନନ୍ଦ ଉଲ୍ଲାସରେ ।
ଜାନୁଆରୀ ଆସେ ଆଉ ଡିସେମ୍ବର
ଚାଲିଯାଏ କ୍ଷଣକ ଭିତରେ ।।
ଜିରୋ ନାଇଟ୍ ବୋଲି ତାକୁ
ଲୋକେ କୁହନ୍ତି ।
ହେଲେ ସେ ଜାନୁଆରୀ ଆଉ ଡିସେମ୍ବର ଙ୍କ
ପ୍ରୀତିର ତିଥି ।।
କ୍ଷଣକ ପରେ ଠିକ୍ ତୁମ ଭଳି
ଡିସେମ୍ବର ଚାଲିଯାଏ ।
ଆଉ ମୋ ଭଳି ଜାନୁଆରୀ ସେମିତି
ଅପେକ୍ଷା କରିଥାଏ ।।
ଠିକ୍ ଏହି ପରି ସମ୍ପର୍କ ଆମର
ମୁଁ ଜାନୁଆରୀ ଆଉ ତୁମେ ଡିସେମ୍ବର ।।
-
ପ୍ରତିଷେଧକ ଟୀକା ନେଲା ପରେ ଯେ ରୋଗ ଆଉ ହେବନି ସେକଥା ନୁହେଁ କିନ୍ତୁ ଟୀକା ନେଲା ପରେ ରୋଗ ସହ ଲଢ଼ିବା ପାଇଁ ରୋଗପ୍ରତିରୋଧକ ଶକ୍ତି ମିଳିଥାଏ। ଠିକ୍ ସେହିପରି ଈଶ୍ୱର ଙ୍କ ଆଶ୍ରୟ ନେଲେ ଦୁଃଖ ଆସିବନି ସେମିତି ନୁହେଁ କିନ୍ତୁ ଯେତେ ଦୁଃଖ ଆସିଲେ ବି ଦୁଃଖ ସହ ଲଢ଼ିବାକୁ ଶକ୍ତି ମିଳି ଥାଏ। ଭରସା ରଖ ଈଶ୍ୱର କେବେ ତୁମକୁ ହାରି ବାକୁ ଦେବେନି ।
-
ଯେତେ ଉଚ୍ଚ ସ୍ଵରରେ କହିଲେ ମଧ୍ୟ ମିଛ କେବେ ସତ ଆଉ ଭୁଲ୍ କେବେ ଠିକ୍ ହେଇ ଯାଏନି ।
-
ଯାହା ପାଖରେ ଅଧିକାର ଥାଏ , ତା ଉପରେ ଅଭିମାନ କରାଯାଏ ହେଲେ ଯିଏ ସେ ଅଧିକାର ଆଉ ଅଭିମାନ କୁ ବୁଝି ପାରେନି ତା ଉପରେ ଅଭିମାନ କରି ନିଜର ସ୍ୱାଭିମାନ କୁ ନଷ୍ଟ କରନ୍ତୁ ନାହିଁ ।
-
*ସ୍ଵାମୀ... ସ୍ତ୍ରୀ ପାଇଁ ଭରସାର ପାଚେରୀଟିଏ*
*ସ୍ଵାମୀ.... ସ୍ତ୍ରୀ ପାଇଁ ବିଶ୍ଵାସର ସ୍ତମ୍ଭଟିଏ*
*ସ୍ଵାମୀ... ସ୍ତ୍ରୀ ପାଇଁ ପ୍ରେରଣା ର ଉତ୍ସ୍ ଟିଏ*
*ସ୍ବାମୀ... ସ୍ତ୍ରୀ ପାଇଁ ସାହାସ ର ସିନ୍ଧୁ ଟିଏ*
*ସ୍ତ୍ରୀ... ସ୍ବାମୀ ପାଇଁ ସ୍ନେହ ର ସାଗର ଟିଏ*
*ସ୍ତ୍ରୀ...ସ୍ବାମୀ ପାଇଁ ପ୍ରେମର ଗନ୍ତାଘର ଟିଏ*
*ସ୍ତ୍ରୀ... ସ୍ବାମୀ ପାଇଁ ସମ୍ପର୍କ ର ମୂଳ ଦୁଆ ଟିଏ*
*ସ୍ତ୍ରୀ... ସ୍ବାମୀ ପାଇଁ ସର୍ବୋତ୍ତମ ବନ୍ଧୁ ଟିଏ*
ସ୍ବାମୀ ସ୍ତ୍ରୀ ପାଇଁ ଇହ କାଳ ପର କାଳର ଦେବତା ସ୍ତ୍ରୀ ତା ସ୍ବାମୀପାଇଁ ସୁଖ ଐଶୋର୍ଯ ର ଦେବୀଲକ୍ଷ୍ମୀ ସ୍ୱରୂପା ସ୍ତ୍ରୀ ତା ସ୍ବାମୀ ର ରଖ୍ୟାକବାଚ ଦେବୀ ସାବିତ୍ରୀ ସ୍ୱରୂପା । ଏ ସଂପର୍କ କେବେ ବନ୍ଧନ ନୁହେଁ ସୃଷ୍ଠି କର୍ତ୍ତା ଙ୍କ ସୁନ୍ଦର ସୃଷ୍ଠି । ସେ ସଂପର୍କ,ସେ ବିଶ୍ୱାସ ଭଲ ପାଇବାକୁ ସୁଦୃଢ଼ କରିବାର ପର୍ବ ଟିଏ ସାବିତ୍ରୀର ଶୁଭେଚ୍ଛା ଓ ଅଭିନନ୍ଦନ।-
ନନ୍ଦି ଘୋଷ ଗଡି ଥିଲା ବୋଲି ତୁମେ
କରିଥିଲ ଅଭିମାନ ।
କହି ଥିଲ ମୋତେ ସ୍ବାର୍ଥ ପର ମୁହିଁ
ନ ବୁଝିଲି ତୁମ ମନ ।।
ଭକ୍ତ ଗହଳରେ ରୁଙ୍କୁଣା ରଥରେ
ଯାଉ ଅଛ ଆଜି ବୁଲି ।
ଆହେ ଲିଙ୍ଗ ରାଜ ଖୁସି ବୋଲି ତୁମେ
କହି ଦିଅ ମନ ଖୋଲି ।।
ଭକ୍ତ ଭଗବାନ ଅପୂର୍ବ ମିଳନ
ଭାବର ସେ ଗଙ୍ଗା ଧାର ।
ନିବେଦନ କରେ ଏକାଳିଆ କୁ ଆଜି
ତୁମ ଭକ୍ତ ଟିଏ କର ।।
ଭକ୍ତଙ୍କ ସାଙ୍ଗରେ ଟାଣିବି ମୁଁ ରଥ
ଏହି ଅନୁମତି ଦିଅ ।
ଭକ୍ତ ଟିଏ ଭାବି ଭାବେ ମଜ୍ଜି ଯାଇ
ଅଭିମାନ ଭୁଲି ଯାଅ ।।— % &-
ନନ୍ଦି ଘୋଷ ଗଡି ଥିଲା ବୋଲି ତୁମେ
କରିଥିଲ ଅଭିମାନ ।
କହି ଥିଲ ମୋତେ ସ୍ବାର୍ଥ ପର ମୁହିଁ
ନ ବୁଝିଲି ତୁମ ମନ ।।
ଭକ୍ତ ଗହଳରେ ରୁଙ୍କୁଣା ରଥରେ
ଯାଉ ଅଛ ଆଜି ବୁଲି ।
ଆହେ ଲିଙ୍ଗ ରାଜ ଖୁସି ବୋଲି ତୁମେ
କହି ଦିଅ ମନ ଖୋଲି ।।
ଭକ୍ତ ଭଗବାନ ଅପୂର୍ବ ମିଳନ
ଭାବର ସେ ଗଙ୍ଗା ଧାର ।
ନିବେଦନ କରେ ଏକାଳିଆ କୁ ଆଜି
ତୁମ ଭକ୍ତ ଟିଏ କର ।।
ଭକ୍ତଙ୍କ ସାଙ୍ଗରେ ଟାଣିବି ମୁଁ ରଥ
ଏହି ଅନୁମତି ଦିଅ ।
ଭକ୍ତ ଟିଏ ଭାବି ଭାବେ ମଜ୍ଜି ଯାଇ
ଅଭିମାନ ଭୁଲି ଯାଅ ।।— % &-