Instead of explaining yourself and answering all questions of people , its
better to remain silent and calm . Beacuse silence and calmness are much better than absurd talkings . Silence is the best answer . Just do your karma .
-
କାଳିଆ ପାଇଁ ପଦେ ( ଭାଗ -୧୬)
==================
ଉଠଉଠ ହେ ନିଳାଦ୍ରୀବିହାରୀ
ତବ ଦରଶନ ପାଇଁ ଲାଗିଲାଣି
ପ୍ରଭାତୁ ଏକ ଲମ୍ବା ଧାଡ଼ି ,
ସମସ୍ତେ କହିଲେଣି ବଡ଼ସିଂହାସନେ
ଆସ ମଣିମା ନିଦ୍ରା ତେଜି ,
ଉଠଉଠ ହେ ନିଳାଦ୍ରୀ ବିହାରି ... ।
ଉଠଉଠ ହେ ବିପିନବିହାରୀ
ମୋହନ ବଂଶୀ ର ଅହିର ଭୈରବ
ବିପିନ ମଧ୍ୟରୁ ଶୁଭୁଲାଣି ,
ଏତେ ମଧୁର ଭୈରବ ର ଧ୍ୱନି ଆଗରୁ
କେବେ ଯେ ଶୁଭିନି ,
ଉଠଉଠ ହେ ବିପିନବିହାରୀ... ।
ଉଠଉଠ ହେ ଅନଳବିହାରୀ
ଯଜ୍ଞପୁରୁଷ ହେ କୃପା କର ବାରେ
କାବ୍ୟଘୃତେ ହବନ କରଇ ,
ଜଗତମଙ୍ଗଳ ବିଶ୍ୱଶାନ୍ତି ପାଇଁ ଏ
ଅଧମ ତୁମ୍ଭଙ୍କୁ ଭଜଇ ,
ଉଠଉଠ ହେ ଅନଳବିହାରୀ... ।-
ନିର୍ବାଚନ ରଣାଙ୍ଗନ (୧)
( ବ୍ୟଙ୍ଗ )
==============
ବରଷ ପାଞ୍ଚ ପରେ ପହଁଚିଗଲା
ନିରିବାଚନ ର ବସ୍ ,
ଚଢିଲେ ସେଥିରେ ବିକୁ ମକୁ ଆମ
ହଜାଇ ତାଙ୍କର ହୋସ୍ ।
ଗାଁ ମୁଣ୍ଡ ସନିଆ ପାନ ଦୋକାନ ରେ
ନିତି ବସୁଛି ମିଟିଂ ,
ଯୋଗତାଲିକା ରେ ପଛେ ନା' ନଥାଉ
ପୁଅ କରିଲାଣି ଗ୍ରୁପିଂ ।
ନାମାଙ୍କନ ପତ୍ର ଭରା ନହେଉଣୁ
ନେତା ବଛା ସରିଲାଣି ,
ସେମାନେ କୁହନ୍ତି କାଳେ ବଡ଼ ସବୁଠୁଁ
ପଞ୍ଚାୟତ ରାଜନୀତି ।
ପକ୍କା ରାସ୍ତା ବିଶୁଦ୍ଧ ପାନୀୟ ଜଳ
ତର୍ଜମା ର ଯେ ବିଷୟ ,
ଗତ ପାଞ୍ଚ ବର୍ଷ କଣ କରିଥିଲ
ଚାଲିଛି ତାର ବିଚାର ।
ଜନତା ଆଦେଶ ଶେଷ ଆଦେଶ
ସଭିଁଏ କରିବେ ଗ୍ରହଣ ,
ଅୟମାରମ୍ଭ ମୋ ନିର୍ବାଚନ କବିତା
ସିରିଜ୍ ଲେଖା ହେବ ।-
ଶିକ୍ଷା ଓ ସଂସ୍କାର ତ ଅନେକ ପ୍ରକାର ର ଅଛି ।
କିନ୍ତୁ ଗୋଟେ ନିମ୍ନ ମଧ୍ୟବିତ୍ତ ବହୁକୁଟୁମ୍ବୀ ପରିବାର ରୁ
ମିଳିଥିବା ଶିକ୍ଷା , ସଂସ୍କାର ଆଉ ଆଦର୍ଶ ସର୍ବୋତ୍କୃଷ୍ଟ ଏବଂ ଦୂର୍ଲଭ ଅଟେ । ଯାହାକି ଜୀବନ ର ପ୍ରତି ପାଦେ ପାଦେ ଦରକାର ହୁଏ , ହୁଏତ ଗୋଟେ ଧନୀ ଏଥିରେ ପାର ହେଇପାରେ ଅବା ନହେଇପାରେ କିନ୍ତୁ ଏହି ସଂସ୍କାର ପାଇଥିବା ଗୋଟେ ନିମ୍ନ ମଧ୍ୟବିତ୍ତ ବହୁକୁଟୁମ୍ବୀ ପରିବାର ର ପିଲା ର ଜିତାପଟ ସବୁବେଳେ..... ସବୁ ପରିସ୍ଥିତି ରେ .....-
" SUCCESS IS WHAT THAT GIVES YOU SELF SATISFACTION ,
NOT THAT WHAT IS BASED ON OTHER'S REACTION AND EVALUATION . "
👍-