ଯେଉଁଠି ଅନ୍ଧାର ସେଇଠି ଅଦୃଶ୍ୟ ସତ୍ୟାତ୍ମକ ମାନସାଙ୍କ
ଯେଉଁଠି ଅନ୍ଧାର ସେଇଠି ଡରାନ୍ତି ଆପଣାର ନିଜଲୋକ..!!
ଯେଉଁଠି ମଣିଷ ସେଇଠି ହିଁ ବେଶି ମାଂସଖିଆ ବାଘ ଭୟ
ଯେଉଁଠି ମଣିଷ ସେଇଠାରେ ପୁଣି ମଣିଷ ନଥିବା ଥୟ..!!
ଯେଉଁଠି ପ୍ରଣୟ ସେଇଠି ବଢଇ ତରୁଣ ପାପର ଛାଇ
ଯେଉଁଠି ପ୍ରଣୟ ସେଇଠି ଉଛୁଳେ ଅଳସୀ ଯନ୍ତ୍ରଣା ନଈ..!!
ଯେଉଁଠି ଆଲୋକ ସେଇଠି ଖୋଦିତ ଇତିହାସ ଚିତ୍ରକଳା
ଯେଉଁଠି ଆଲୋକ ସେଇଠି ହିଁ ଲୋଡା ଅନ୍ଧାର ଛାତିର କଳା..!!
ଯେଉଁଠି ପାହାଚ ସେଇଠି ଲାଗିଛି ଶିଉଳି ନର୍କ କବାଟ
ଯେଉଁଠି ପାହାଚ ସେଇଠି ଖୋଲିଛି ସ୍ୱର୍ଗକୁ ଏକ ବାଟ..!!
ଯେଉଁଠି ସାହସ ସେଇଠି ନଇଁଛି ଅସମ୍ଭବ ଡେଙ୍ଗା ଗଛ
ଯେଉଁଠି ସାହସ ସେଇଠି ଲାଗୁଛି ପାଖେ ଅଛ ପାଖେ ଅଛ..!!-
ଏ ନିରବତାର ନାଁ କଣ
ବିରହ ନା ପ୍ରେମ?
ଏ ଶବ୍ଦ ସବୁର ଆଖିଠାର
କବିତା ନା ଅଭିମାନ?
ଏ କଳା କାଳିର ରଙ୍ଗ ଛାପ
ମେଂଚାଏ ଲୁହର ଦାଗ
ନା ଟିକିଏ ହାଲୁକାପଣକୁ
ଖୋଜିବାର ଅନୁଭବ?
ଏ ପ୍ରଶ୍ନସବୁର ଦୀର୍ଘ ଅନଶନ
କେଜାଣି କେଉଁ ଉତ୍ତରର
ଅପେକ୍ଷାର ଉଜାଡ଼େ ଜୀବନ |
-
ସବୁ ତ ଲେଖିଛି
ସବୁ ତ ଲେଖୁଛି
ତମେ ଖାଲି ଯାହା
ପଢିପାରୁନାହଁ
କଳା କାଗଜର ସେ
ଧଳା ଅକ୍ଷର-
ଉଦାସ ଗୋଧୂଳିରେ ଗୋଟେ ହସ ହସ ମୁହଁ
ଦେଖି ଅଟକି ଯାଇଥିଲି । ସେଦିନ ତା ଦୁଇ ଆଖିରେ
କବିତା ପଢିଲା ପରେ ଆଜି ବି ସଂଜଟା ସତେଜ ଲାଗୁଛି ।-
କହିବାକୁ ମନା ଖିଆଲି ମନର ବାକିକଥା,
ଘୋଟା ମେଘତଳୁ ଜହ୍ନର ଆଜି ନିରବତା।
ଅଦେଖା ଭୋଦୁଅ କେମିତି ଆସିବ ?
ନେଇଯା ତୋ ସାଥେ କଳାବଉଦର ପାଣିଛଟା।
ଝଡି ଯାଉ ଏଇ ଶ୍ରାବଣରାତିରେ
ଲୁହ ସାଥେ କିଛି ତୁମ ଚର୍ଚା ।
-
ସକାଳ ଶିଶିରରେ, ସାନ୍ଦ୍ର ସ୍ୟାହିରେ
ସମାଜ ସ୍ୟାମନ୍ତକର ସନ୍ନିବେଶରେ
ଶବ୍ଦର ସିନ୍ଧୁରେ, ସୀମାନ୍ତର ସୀମନ୍ତିନୀରେ
ସ୍ତବ୍ଧ ସ୍ତବକର ଶାଣିତ ଶରରେ
ସ୍ଥଗିତ ସ୍ଥିରତାରେ
ଅସ୍ଥିର ଆଶ୍ଵାସନାରେ
କବି ତୁମକୁ ଆଜିବି ଖୋଜୁଛି..!-
ଷଡ଼ଯନ୍ତ୍ରର ଶିଳାଲେଖରେ
ଚକ୍ରବ୍ୟୁହ ଚକା ମାଡ଼ି ବସେ,
ମୁହଁ ପୋତା ଆତ୍ମୀୟତାର ସ୍ଵର
" ମୁହିଁ ପରା ତୋଳିଥିଲି ଘର.. "।
-
ନା ଜୀଇଁବାର ମୋହ ଅଛି
ନା ମରଣର ଆସକ୍ତି
ନା ହସର ପ୍ରତିଶ୍ରୁତି ଅଛି
ନା ଲୁହର ଅନୁମତି
ଜୀବନ ଆଉ ମୃତ୍ୟୁର ମଝାମଝି
ସାଲିସର ସ୍ଵର୍ଗରେ
ତ୍ରିଶଙ୍କୁଟିଏ ମୁଁ ଆଜି-
ଆଲୁଅରେ ମୋତେ ଖୋଜୁଥିଲ...?
ମୁଁ ଅନ୍ଧାରି ଅଗଣାରେ ଆଉ ଟିକିଏ
ଅନ୍ଧାରୁଆ 'ତୁମେ' ଖୋଜୁଥିଲି।
ମୋତେ ଲେଖି ଦୁନିଆର ଆଲୁଅ
ଦେଖାଇ ଥାଆନ୍ତ..?
ମୁଁ ବ୍ୟାକ୍ସ୍ପେସ୍ରେ ରହିଗଲି..।
ତଥାପି ଜାଣିଛି, ମୋ ସନ୍ଧାନ
ଛାଡ଼ିବନି ତୁମେ..।-
କେହିଜଣେ ବଞ୍ଚୁଥିଲା ମୋ ସଂଗେ ଏମିତି
ଦୀପ୍ତିମୟୀ ଦୀପ ତଳେ ଅନ୍ଧକାର ଯେମିତି..!!
ଅନୁଶୀର୍ଷକରେ..!!✍️
-