ପ୍ରଥମ ବହି
-
Adventure - #ଆଫ୍ରିକାଯାତ୍ରା
Science fiction- ... read more
ଗରିବ — % &ଗରିବ ଲୋକର ବେଶି ପାଠ କ'ଣ ହେବ ? ଦୁଇ ଅକ୍ଷର ଲେଖି ପଢି ଜାଣିଲେ ଯଥେଷ୍ଟ । ଆଜିକାଲି ତ କେହି ଚାଷ ବାସ କରୁ ନାହାନ୍ତି । ହାତରେ ମୋବାଇଲ୍ ଟେ ଧରି ଗାଁ ଛକ ଆଡେ ଯାଇ ଦୁଇଟା ରିଲ୍ ବନେଇବା , ଘଣ୍ଟା ଘଣ୍ଟା ପବଜି ଖେଳିବା , ସମୟକୁ ସମୟ ନ ତିଅଣ ଛ ଭଜା ଖୋଜିବା । ୟା କୁ ଛାଡିଦେଲେ ଗାଁ ଟୋକାଙ୍କର ଆଉ କିଛି କାମ ନାହିଁ । ଗାଁ ରେ ବସି ବସି ବିରକ୍ତି ଲାଗିଲାଣି ବିନୋଦକୁ । ଅନ୍ୟ ମାନଙ୍କ ଭଳି ମୋବାଇଲ୍ ଟେ ଥିଲେ ଅଲଗା କଥା ହେଇଥାନ୍ତା । ଘରେ ଦୁଇଓଳି ଖାଇବାକୁ ନାହିଁ ମୋବାଇଲ୍ ତ ସ୍ବପ୍ନ । ପାଠ ଏତେ ଭଲ ହୁଏନି । ଦଶମଟା ପାସ୍ କରିଛି । ଯେବେଠୁ ତା'ର ଆଉ କିଛି କାମ ନାହିଁ । ମଝିରେ ବିଡ଼ିଓ ଆସି କ'ଣ କାମ ଦେଉଥିଲେ । ହେଲେ ସେ ଦେଖି ଆସିଛି ସରକାରୀ କାମରେ ଠିକା ନେଲେ କେମିତି ହୁଏ । ଗଧ ପରି ଦିନ ରାତି ଖଟେଇବେ । ଦିନକର ମଜୁରି ମିଳିଲେ ଆଉ ଦିନକର ମିଳିବନି ।
ଗଣତନ୍ତ୍ର ଯାହା ହାତ ମୁଠାରେ ସେମାନେ ହେଲେ ଏଠିକାର ପ୍ରଭୁ ମହାପ୍ରଭୁ । ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯେଉଁ ବାବୁ ମାନେ ରକ୍ଷକ ସେଇ ମାନେ ଭକ୍ଷକ । ଏହା ତ ହେଉଛି ବାଣପୁରର ଗଣତନ୍ତ୍ର ।
କ୍ରମଶଃ ...— % &-
If Love is a dark night sky ,
then you are the pleasure
hidden deep in my eyes .-