ଆଞ୍ଜୁଳାଏ ଆଶା ,ପୁଞ୍ଜାଏ ଭରସା
ଦି ପଦ ସାଇତା ସ୍ମୃତିରେ
ଅକୁହା କଥା ମୋ ହୃଦ ପାଖୁଡ଼ାରେ
ଚାହିଁ ବସିଛି ଈଷତ୍ ଆଲୁଅରେ ...-
ମୁଗ - କୋଳଥ ଭଳି ମୁଁ ବି ସ୍ବପ୍ନମାନଙ୍କୁ ବୁଣିଥିଲି
ମୋ ଭାବନାର ଜମିରେ ।
ଧେତ୍ ! ସେ କଥା ଆଉ କହି ଲାଭ କ'ଣ ?
ଏମିତି ଅବେଳରେ
ଝଡ ଆସିବ
ବନ୍ୟା ଆସିବ ବୋଲି କିଏ ଜାଣିଥିଲା .... ?
ଧୋଇ ନେଇଗଲା ସବୁ ଇଚ୍ଛା,ଆଶା,ଆଶଙ୍କା ।
-
ଯଦି ଛାଡ଼ିବାର ଥାନ୍ତା ତୁମ ହାତ,
କେବେ ବି ବାନ୍ଧି ନଥାନ୍ତି ସେ ବନ୍ଧନ
ତୁମ ସହ।🤭-
“ଅସୁମାରୀ ଆଶା”
ଭଲ ଲାଗେ ଆକାଶରେ ଡ଼େଣା ମେଲେଇ ବିହଙ୍ଗ ଭଳି ମନକୁ ଉଡ଼େଇବା
ପାଇଁ । ହେଲେ କେବେ ବିହଙ୍ଗ ଆକାଶକୁ ଛୁଇଁ ପରେ କି ? ସତ କଥା ଏଇ ଯେ ସେ ପ୍ରାଣପଣେ ସତ ଚେଷ୍ଟା କରି ମଧ୍ୟ କେବେ ଆକାଶକୁ ଛୁଇଁ ପାରେନି । ହେଲେ ସେ ଛୁଇଁ ପାରିବନି ବୋଲି ଚେଷ୍ଟା କରିବା ତ ବନ୍ଦ କରେନି ! ଠିକ୍ ସେମିତି ଏଇ ମନ ହାରିବା ଆଦୌ ପସନ୍ଦ କରେନି । ସେ ବି ତା ଚେଷ୍ଟା ଜାରି ରଖିଥାଏ କେମିତି ତା’ର ସବୁ ଇଚ୍ଛାକୁ ପୂରଣ କରିବ ବୋଲି । କିଛି ପୂରଣ ହୁଏ ତ ଆଉ କିଛି ଇଚ୍ଛାର ହତ୍ୟା କରିବାକୁ ପଡ଼େ ତ ପୁଣି ଆଉ କେବେ ଆପେ ଆପେ ସେଇ ଇଚ୍ଛା ସମୟ କ୍ରମେ ମରିଯାଏ । କି ବିଚିତ୍ର ବିଷୟ ନା, ଏଇ ମନ ଅଳ୍ପ ସମୟ ମଧ୍ୟରେ କେତେକିଛି ଗଢ଼ି ନିଏ ତା ରାଇଜରେ ଆଉ ପୁଣି ଅଳ୍ପ ସମୟ ମଧ୍ୟରେ ସେ ସବୁ ବିଧ୍ୱସ୍ତ ହୋଇଯାଏ ଯେମିତି ଗୋଟେ ମାଟିର ଘର ଧ୍ୱଂସ ହୋଇଯାଏ ଭୂକମ୍ପ ହେଲା ପରେ । କେବଳ ରହିଯାଏ ତ ଆଖିରେ ଦି ଟୋପା ଲୁହ ଆଉ ସେ ଚାହିଁଲେ ବି ଝରି ପରେନି ଅବା ଆଖିରୁ ବାହାରକୁ ଆସି ପାରେନି । ଶୀତ ଋତୁରେ ହେଉଥିବା କୁହୁଡ଼ି ଭଳି କେବଳ ଆଖି ଆଗରେ ରହି ଝାପ୍ସା କରିଦିଏ ସବୁକିଛି କିଛି ସମୟ ପାଇଁ । ଏମିତି ଲାଗେ ଯେମିତି ପଥଭ୍ରଷ୍ଟ ହୋଇଯିବି, ଆଉ ପୁଣି ଏଇ ମନ ଏମିତି ଗୋଟେ ରାସ୍ତା ଖୋଜି ପକାଏ ଯେଉଁ ରାସ୍ତାରେ ସୂର୍ଯ୍ୟ ଉଦୟ ହେଉଛି ଆଉ ସବୁକିଛି ସ୍ପଷ୍ଟ ଦେଖାଯାଉଛି ଭଳି ଲାଗେ । ଆଉ ଭରିଦିଏ କିଛି ନୂଆ ଆକାଂକ୍ଷା ଏଇ ମନରେ ଯାହା ବଞ୍ଚିବା ପାଇଁ ଗୋଟେ ଆଶା ବାଡ଼ି ଭଳି ଅନୁଭବ ହୁଏ ।-
ସେ ତ ଆଶା
ଗଭୀର ଯନ୍ତ୍ରଣା ର ଦ୍ୱାର,
ସେ ପରା ସ୍ୱାର୍ଥ
ହାସଲ କରିବାର ସୂତ୍ର...
ସେ ତ ମୌନ
ନୀରବତା ର ଗନ୍ତାଘର,
ସେ ପରା ଶାନ୍ତ
ସରଳତା ର ସୁନ୍ଦର ଚିତ୍ର.
-
ଦୁଃଖ ଆଉ ହତାଶର ବିଶାଳ ସାଗରରେ ବୁଡିଯିବା ଆଗରୁ ନିଜକୁ ରୋକିଦିଏ, ଯେବେ ମୋର ଦୃଷ୍ଟିନିକ୍ଷେପ ହୁଏ ସେହି ସାଗରର ତରଳ ଜଳରାଶିରେ ପ୍ରତିବିମ୍ବିତ ଆଶା ରୂପି ଆକାଶର ପ୍ରତିଛବି ଉପରେ । ସାଗରର ତରଙ୍ଗରେ ନାଚି ଉଠୁଥିବା ଆକାଶର ପ୍ରତିଛବିକୁ ଦେଖି ଇଛା ହୁଏ ପୁଣିଥରେ ସେହି ନୀଳ ଗଗନର ସୁନ୍ଦର ବୁକୁ ଭିତରକୁ ଉଡିଯିବାକୁ ।
-
ଇଛା : ସେ ଅନେକ ଖୁସି ର ସମ୍ଭାର ll
ଆଶା : ବଂଚିବା ର ଏକ ମାତ୍ର ମନ୍ତର ll
ଦୁଃଖ : ହସ କୁ ଜାଣିବା ର ସରଳ ସୂତ୍ର ll
-
।। ଗଙ୍ଗଶିଉଳି ଫୁଲ ।।
ହଁ ମୁଁ ଏକ ଗଙ୍ଗଶିଉଳି ଫୁଲ...
ରାତିରେ ଆସେ ସକାଳ ପାହୁ ପାହୁ ଝଡିଯାଏ ।
ହେଲେ ସେଇ କେଇ ମୁହୂର୍ତ୍ତରେ ମଧ୍ୟ
ସଭିଙ୍କ ମନରେ ଏକ ନିଆରା ମହକ ଭରିଦିଏ ।।
ନା ଥାଏ କିଛି ପ୍ରଶଂସା ର ଆଶା ।
ନା ଥାଏ କିଛି ପାଇବାର ତୃଷ୍ଣା ।।
ତଥାପି କେବେ ମୁଁ ଫୁଟିବା ଭୁଲେନି ।
ତଥାପି କେବେ ମୁଁ ମହକିବା ଛାଡେନି ।।
ମୋ "ମହକ" ଅନ୍ୟର ହସ ର କାରଣ ।
ବାସ୍ ଏତିକି ହିଁ ଯଥେଷ୍ଟ ଜୀଇଁବା କୁ ଖୁସି ଖୁସି ଏ ଜୀବନ ।।
ଫୁଟିବା ଆଉ ଝଡ଼ିବା ର ଆୟତ୍ତ ନାହିଁ ମୋ ହାତେ ।
ହେଲେ ମହକିବା ପୁଣି ମହକେଇବା ର
ସେ ଖୁସି ଆଗରେ ଦୁନିଆର ସବୁ ଖୁସି ଲାଗେ ଫିକା ସତେ ।।
-
ଯିବାର ଅଛି ଯଦି ଜଲଦି ଯାଅ
ତୁମ ନମ୍ବର କାଟି ପୁଣି ନୂଆ ନମ୍ବର
Save କରିବାରେ ଅଛି।😛😛
-
ପ୍ରତୀକ୍ଷାରେ ଯେଉଁ ମଧୁର ବେଦନା,
ପାଇବାରେ ସୁଖ ନାହିଁ।
ଯେତେ ପାଏ ବେଶୀ ସେତେ ତ ଭାବଇ,
କିଛି ତ ମୁଁ ପାଇ ନାହିଁ।-