QUOTES ON #ଅଫେରା

#ଅଫେରା quotes

Trending | Latest
14 NOV 2019 AT 17:57

କଥାରେ କଥାରେ କି ଚିତ୍ର ଆଙ୍କୁଛ
ଭାବ ନୟନ ପଡ଼ୁଛି ଭାରି
କେଉଁ ରଙ୍ଗତୁଳୀ ଦେଇଛ କି ଢ଼ାଳି
ଚିହ୍ନା ଭାବନା କି ଝୁରି ଝୁରି

ସ୍ୱପ୍ନ ତ ଦେଖିଛି ,ଆଉ ଦେଖୁଥିବି
ନିଦ ଗଲେ ଯାଉ ହଜି
ରାତି ବି ଦେଖିଛି ,ଛାଏଁ ଦେଖୁଥିବି
ଜହ୍ନ ହେଲେ ହେଉ ରାଜି ......

ଛାଇ ଛାଇ ବାସ୍ନା ଅଡ଼ୁଆ ଖିଅରେ
ଅବୁଝା ନଈର ଧାରା
ତୁନି ତୁନି କାନେ ଛୁଇଁ କହିଦିଏ
ତୁମ ଅଧା କାହାଣୀର ତାରା

ସବୁ କାହାଣୀର ମଧୁର ପୟରେ
ସମୟ ହୁଏ କି ସାଥୀ
ଯେମିତି ଅଫେରା ଫଗୁଣ ଆଉ
ସବୁ ରାତି ଦେଇପାରିବ କି ଜହ୍ନର ପୀରତି ......

-



କାଗଜ ଡଙ୍ଗାରେ ପିଲାଦିନ
ଆସନ୍ତା କି ଫେରି...
ବର୍ଷା ସାଥେ ଭିଜନ୍ତି ମୁଁ
ବେଙ୍ଗ ସାଥେ ପକାନ୍ତି ହୁରି ।

-


23 MAY 2021 AT 19:07

ମୁଁ ଜାଣିଥିଲି ତମେ ନିଶ୍ଚୟ ଫେରିବ ବୋଲି...
ହେଲେ ଏତେ ବିଳମ୍ବ କଲ କାହିଁକି??
ମୁଁ ତ ସୁନୀଳ ଗଗନର କୋଳେ ରହିଲି....
ଯାହାକୁ ମୁଁ ତମଠୁ ନୀଚ୍ଚ ଭାବୁଥିଲି..
ଆଉ ତମକୁ ଶ୍ରେଷ୍ଠ.....
ହେଲା କଣ?? ତମ ପ୍ରତିଶୃତି ସବୁର..
କଣ?? ସବୁ ମିଳେଇ ଗଲା ପାଣି ଫୋଟକା ଭଳି..
କେତେ ଆଶା ଭରସା ଥିଲା ତୁମ ଉପରେ..
କିନ୍ତୁ ଶେଷରେ କଣ କଲ ତମେ??..
ଏମିତି ବିରତି ନେଇଗଲ ମୋ ପାଖରୁ..
ଯଦି ଵି ବିରତି ନେଲ ମୋତେ କାହିଁ? କାରଣ ଲୁଚେଇଲ
ବିରତିର...
ଆଉ ଆଜି କଣ ପାଇଁ ଫେରିଛ??
ପୁଣି ଅନଳ ରେ ଘୃତ ଢ଼ାଳିବା ପାଇଁ କି??
ମୁଁ ତ କେବେଠୁ ବିରତି ନେଇସାରିଲିଣି..
ମୋର ପିଣ୍ଡରୁ..
କଣ ନୀଳାକାଶ ରେ ବି..
ମତେ ନିନ୍ଦା ଅପବାଦ ମୁଣ୍ଡେଇବାର...
ସୌଭାଗ୍ୟ ପ୍ରଦାନ କରୁଛ???
ସେଇ ଗଗନ ହିଁ ମୋର ପ୍ରକୃତ ସାଥି ଥିଲେ..
ତୁମେ ତ ଏକ ମିଛ ମୃଗ ମରୀଚିକା ଥିଲ👍👍

-


5 NOV 2020 AT 17:22

ବିତିଯାଇଥିବା ସମୟଟି ସତେ ଆଉ କି ଫେରିବ ନାହିଁ
କେତେ ସ୍ମୁତି ମୋର ହୃଦୟେ ସେ ରଖି ଅତୀତରେ ଗଲା ରହି
ସେ ଅତୀତେ ଥିଲା ଅଭୁଲା ଦିନ ମୋ କେତେଯେ ମିଠା ବେଦନା
ହାତଠାରି ମୋତେ ଅଟହାସ୍ୟେ ଡାକେ ଥରୁଟେ ପଛକୁ ଅନା

-


5 OCT 2020 AT 23:00

ଖାଲି ଦୂର ନୁହେଁ, ବହୁତ ଦୂର ପର୍ଯ୍ୟନ୍ତ ଚାହିଁ ରହିଲି ..
ଟିକେ ପରେ ଟିକେ ବ୍ୟସ୍ତ ହେଉଥାଏ ।ସମୟ ଅତିକ୍ରାନ୍ତ ହେଉଥାଏ .. ହେଲେ କାହାର ଦେଖା ନାହିଁ ।
ବାସ୍ ଏମିତି ଟିକେ ଥକି ବସି ପଡୁ ପଡୁ ନଜର ପଡ଼ିଲା ରାସ୍ତା ଉପରେ ,କେବଳ ଯାଇଥିବା ପାଦ ଚିହ୍ନ .....
ମୁଁ ହତଭାଗା ଫେରିବା ପାଦ ଚିହ୍ନର ଅପେକ୍ଷା କରିଥିଲି ..
ଏକ ଅଫେରା ବାଟରେ ..😊

-


19 FEB AT 1:01

କଣ ଲେଖିବି???
ବେଦନା ନା ଯନ୍ତ୍ରଣା,
ହୃଦୟ ଭାଙ୍ଗି ଖଣ୍ଡବିଖଣ୍ଡିତ
ମନ ଅବସାଦରେ ଜର୍ଜରିତ...
ତୁମେ କାହିଁକି କେଜାଣି ଆଜି ବହୁତ ମନେ ପଡ଼
ତୁମେ କଣ ଏଇ ସମାନ ଅନୁଭବ କର??
ନା ଅତୀତ ସବୁ କୁ ଦଳିଚକଟିଦେଇ
ବର୍ତମାନ ର ସୁଖ ସ୍ଵାଚ୍ଛନ୍ଦ୍ୟ ଭିତରେ ବୁଡ଼ିଯାଇଛ..
ଆଉ ଏଇ ସଂଜ୍ଞାହୀନ ସମ୍ପର୍କ ଟା ଅଦରକାରୀ ପାଲଟିଯାଇଛି....

-


12 MAR 2020 AT 1:18

ସମୟର ନଦୀ ତିରେ ମୁଁ କେମିତି ହଜିଛି,
ମୋ ପିଲା ଦିନ,ମୋ ସାଥି ମେଳ,
ମୋ ହଜିଲା ଦିନ,
ନାଁ ମୁଁ ଖୋଜି ପାଉଛି...........ନାଁ ମୁଁ ସହି ପାରୁଛି.....ନାଁ ମୁଁ ଭୁଲିପାରୁଛି।
ସମୟର ନଦୀ ତିରେ ମୁଁ କେତେ ହଜେଇଛି,
ନିଜର ଲୋକଙ୍କ ହାତ କେତେ ମୁଁ ଛାଡିଛି,
ଆପଣା ଲୋକଙ୍କ କପଟ କେତେଯେ ସହିଛି,
ଜାଣେନା ମୁଁ କେମିତି ତଥାପି ବଞ୍ଚିଛି,
ନାଁ ତୁମକୁ ଛାଡି ମୁଁ ମରି ପାରୁଛି,
ନାଁ ଶାନ୍ତିରେ ଟିକେ ମୁଁ ଶୋଇ ପାରୁଛି।
ସମୟର ନଦୀ ତିରେ..... ମୋତେ କିଏସେ ଜାଣିଛି...ନାଁ ମୁଁ କାହାକୁ ଜାଣିଛି।
ଜାଣି ଜାଣି ହାତେ କେତେ ସମ୍ପର୍କ ଭାଙ୍ଗିଛି,
ଚିହ୍ନା ଲୋକ ଦେଖି ଅନ୍ଧରେ ଲୁଚିଛି,
ଦୁରେ ଯାଇ ପୁଣି ହାତ ଠାରି କେତେଯେ ଡାକିଛି,
ଜାଣେନା କିଏ ମୋତେ ଶୁଣୁଛି,
ଜାଣେନା ମୋ ପାଇଁ କେହି ଝୁରୁଛି,
ତଥାପି କାହିଁକି ବଞ୍ଚିବାକୁ ମନେ ଆଶାଟେ ବାନ୍ଧିଛି।
ସମୟର ନଦୀ ତିରେ .....କେତେ ମୁଁ ପାଇଛି.....କେତେ ହଜେଇଛି।

-