Subrat Jena   (ସୁବ୍ରତ(ଚାଲଗାଁରେଖଟିକରିବା))
330 Followers · 349 Following

read more
Joined 13 September 2018


read more
Joined 13 September 2018
1 SEP AT 21:29

ଏ ପାଖେ ଶାଗୁଆ ଶାଗୁଆ ବନାନୀ
ଦୂର ତାଳ ବଣ ସେ ପାଖେ
ହାତ ଠାରି ଡାକୁଥିବା ମୁଣ୍ଡିଆ ପାହାଡ଼
ମଝିରେ କେତେ ହିଡ ପରେ ହିଡ
ସେପାଖରେ ଦୁରେ ଦିଶେ
ମୋ ପ୍ରିୟ ମାମୁଁ ଘର ଗାଁ
ଲାଗେ ଯେମିତି ସୂର୍ଯ୍ୟ ଉଇଁଥାଏ
ମାମୁଁଘର ଗହୀରି ମୁଣ୍ଡରୁ
ଏ ପାଖେ ଦକ୍ଷିଣୀ ପବନ ମତେ ଛୁଇଁ ଛୁଇଁଯାଏ
ଯେମିତି ଛୁଏଁ ମୋ ଆଈ
ମୁଁ ସବୁଥର ହଜେ
ସେ ଦୂର ତାଳ ବଣ ଦେଖି
ସେଥିପାଇଁ ସେ ତାଳ ବଣ ନିଜଠୁ ନିଜର ।।।

-


24 JUN 2024 AT 20:46

ହୃଦୟକୁ ଥରେ ଭାଙ୍ଗିଦେଲା ପରେ
କାହିଁକି ଆସିଛ ଫେରି
ମନଖୋଲି ତୁମେ କହିଦେଇ ପାର
ଘୃଣାର ଓଜନ ଭାରି
©®ସୁବ୍ରତ ଜେନା

-


15 AUG 2023 AT 9:24

ମଧ୍ୟ ରାତ୍ରରେ ଆଣେ ଗୋଟେ ନୂଆ ଶିହରଣ
ହୃଦୟରେ ଖେଳିଯାଏ ପ୍ରେମର ଗୁଞ୍ଜରଣ

-


15 AUG 2023 AT 9:16

Do the breaking of nationality



Unity of all sweat dream and try to save our motherland

-


15 AUG 2023 AT 9:09

तोड़ी गुलामी की जंजीरे
आंखों में लिए सोले
तड़पाउंगा उतना जितना तड़पी है
मेरी भारत माँ...

भुला ना वो दिन
वो मंजर
सोये थे जब सब
गहिरी नींदमें
तू खेला था खेल गंदासा
कभी धर्म के नाम पर
कभी मजहब के नाम पर
कैसे भूलूं वो पल
जब टुकुड़े किये थे मुझे...

सबकुछ हो गये सही
बस निकला तो मेंहीं झूठा
किसने सुना था मेरी कल
ना आज
देखता हूँ सब आंधी की प्रतिख्या में
एक दिन ऐसा भी आएगा
सब की खून खोलेगा
सब भारतीय दिल से बोलेंगे
जान गण मन अधिनायक जय हे...

@सुब्रत कुमार जेना
जाजपुर,ओडिशा

-


15 AUG 2023 AT 8:58

ଆସୁଛି ନୂଆ ସକାଳ
ହଟୁଛି କଳା ବାଦଲ
ସ୍ବପ୍ନ ହୁଏ ଝଲମଲ
ଏତ ସ୍ବାଧୀନତାର ମହଲ

ବାକି ଭାବନାକୁ ଅନୁଶୀର୍ଷକରେ ପଢି ପାରିବେ....

#ଭାରତ ମାତାକି ଜୟ

-


13 AUG 2023 AT 10:24

ସେଇ ପବନ ଅଛି ସେଇ ମହକ ଅଛି
ଖାଲି ଯାହା ଭରିଯାଇଛି ଘୃଣାର ବାସ୍ନା
ସବୁ କିଛି ସଭିଏଁ ଲୁଟିଲା ପରେ
ଦୁଃଖରେ ଜର୍ଜରିତ ଭାରତ ମାତା,
କିଏ ସ୍ୱାଧୀନ ମାଗିଲା
କିଏ ପୁଣି ପରାଧୀନତାର ବେଡୀ,
କିଏ ଲୁଟିଲା ଶିକ୍ଷା ସଂସ୍କୃତି
କିଏ ପୁଣି ରାଜନୀତି,ଧନ ପ୍ରାଚୁର୍ଯ୍ୟ
ଦୁଃଖରେ ମ୍ରିୟମାଣ ଭାରତର ସ୍ଥିତି ଏମିତି,
ଏମିତିରେ କହିବି କେମିତି
ମୁଁ ପାଇଛି ସବୁକିଛି ସ୍ୱାଧୀନ ଭାରତରେ,
ଯୋଉଠି ଧନୀ ଧନୀ ହେଉଛି
ଗରୀବ ଯାଉଛି ରସାତଳକୁ...
ସ୍ବାଧୀନତାର ଏତେ ବର୍ଷ ପରେ ପରେ,
ସବୁ ଦେଖି ଚୁପ ରହିବାକୁ ପଡେ ମୁହଁରେ ତୁଣ୍ଡି ବାନ୍ଧି।

ସୁବ୍ରତ କୁମାର ଜେନା
ଯାଜପୁର

-


23 JUL 2023 AT 11:06

*ପ୍ରେମରେ ମୋହ*
ପ୍ରେମରେ ଏମିତି କାହିଁକି ଯନ୍ତ୍ରଣା
ଲେଖା ଖାଲି ଲୁହ ନିତି
ତଥାପି ଅବୁଝା ହୃଦୟଟା ପରା
ପ୍ରେମ କରି ବସେ ନିତି

ଆଦେଖା ଅକୁହା ନୀରବ ସେଲୁହ
ବହୁଥାଏ ନେତ୍ର ଦେଶେ
କେବେ ଭେଟିଦିଏ ଗୋଲାପର ତୋଡା
କେବେ ବିଭୀଷିକା ବେଶେ

ପାଗଳ ଭଅଁର ଘୁରିବୁଲି ଖୋଜେ
ଫୁଲଠାରେ ଆକର୍ଷଣ
ଚତୁରୀ ଫୁଲଟା ଭଅଁରକୁ ବାନ୍ଧେ
ଦେଇ କେତେ ଆଶ୍ୱାସନ

ଆଖିରେ ଆଖିଏ ମାଖି ମୋ ସପନ
ନିତି ବୁଲିଯାଏ ଦୁର ଦେଶେ
କାଳେ କେବେ ପ୍ରିୟା ଆସିବ ମୋ ପଥେ
ହସି ହସି ମୋ ବଧୂ ବେଶେ ।

@ସୁବ୍ରତ ଜେନା

-


11 JUL 2023 AT 17:29

ଜୀବନର ଗୀତ ତୁ ଗାଇଜା ଗାଇଜା ମୀତ,
ଦୁଃଖ ଆସୁ ଯେତେ ଆସୁ ଝଡ଼
ଗାଇଜା ଗାଇଜା ମୋ ସାଥେ ମୀତ,
କେବେ ବର୍ଷା ବୈଶାଖୀ କେବେ ଚୈତ ଚାଇତାଳି,
ସେଇ ଗୀତ ଗାଉ ଗାଉ ସରିବ ଯିବ ଜୀବନ ନାଟ....।

-


13 JUL 2022 AT 13:44

ଦୁରେଇ ଦିଅହେ ଦୃଗୁଣ ଯେତେ
ଖେଳୁଉଠୁ ଏ ଜୀବନ
ଭରି ଦିଅହେ ସୁଗୁଣ ସବୁ
ହେମୋର ମୋହନ

ଗୁରୁ ବନ୍ଦନା ଗାଉଅଛି ନିତି
ଗାଉଥିବି ମଲାଯାଏ
ଗୁରୁ ତୁମ ଚରଣରେ ନିତି
ଅଧମ ସରଣ ଯାଏ ।।

-


Fetching Subrat Jena Quotes