Mausumi Swain   (ମୌସୁମୀ...)
3 Followers · 14 Following

ନିରାଶ୍ରୟ ମାମ ଜଗଦିଶ ରଖ ..2024 ♥️😘
ସୁନାବେଶ... ❤️🙏
Joined 3 January 2025


ନିରାଶ୍ରୟ ମାମ ଜଗଦିଶ ରଖ ..2024 ♥️😘
ସୁନାବେଶ... ❤️🙏
Joined 3 January 2025
19 HOURS AGO

"ମା"
ମହାପାର୍ବଣର ମହାର୍ଘ୍ୟ ବେଳାରେ ତୋ ଆଗମନ!!!
ଦୁଃଖ ଦୂରୀଭୁତ ହେବାର ତୁ ଦେଉ ସଂକେତ,
ତତେ ଆବାହନ କରେ ସମଗ୍ର ଧରାପୃଷ୍ଠ!!!
ପୁଷ୍ପ, ନୈବେଦ୍ୟରେ, ଦୟା,ଦାକ୍ଷିନ୍ୟରେ,
ତୁ ହେଉ ବିମଣ୍ଡିତ!!!
ତୋ ଠାରୁ ସମସ୍ତେ ସବୁ କିଛି ମାଗିନିଅନ୍ତି,
ତତେ ସେ ବି ମାଗେ ଯେ ସମ୍ପୂର୍ଣ ଜୀବନ!!!
ନାରୀକୁ ନିଜ ପାଦ ତଳେ ଧୂଳି କରିଦେଇଛି,
ତତେ ସେ ବି ମାଗେ ଯିଏ ସାରା ଜୀବନ,
ନାରୀକୁ ଅସମ୍ମାନ କରିଛି!!!!
ତୋ ଆଖି ସହ ଆଖି ମିଶେଇ ଚାହିଁଲା ବେଳେ,
ଜଳି ପୋଡି ଯାଏନି ସେମାନଙ୍କ ଆଖି ହଳକ!!!!

-


19 HOURS AGO

"ମା "
ପାପର ବିନାଶ ପାଇଁ ତୋ ନାଁ ଯାଜ୍ଞସେନୀ,
କେଉଁ ମନ୍ତ୍ର ପଢି ଡାକିଲେ ତୁ ଓଃ କରିବୁ ଟିକେ କୁହନ୍ତୁନି???

-


25 JUL AT 19:50

ତୁମେ ଯଦି ହୁଅ ଉଦିତ ସୂର୍ଯ୍ୟର କୀରଣ ;
ମୁଁ ତୁମ ଅପେକ୍ଷାର ଅର୍ଦ୍ଧଭଗ୍ନ କୋଣାର୍କ
ତୁମେ ଯଦି ହୁଅ ଶିବରାତ୍ରି ;
ମୁଁ ତୁମ ବହୁ ପ୍ରତୀକ୍ଷିତ ପାର୍ବତୀ
ତୁମେ ଯଦି ହୁଅ କୃଷ୍ଣ ;
ମୁଁ ହେବି ତୁମ ରାଧା
ତୁମେ ଯଦି ହୁଅ ମାଧବ ;
ମୁଁ ହେବି ତୁମ ମାଣିକ

-


25 JUL AT 15:48

ମୁଁ
ବିବାହ ବେଦୀରେ ତୁମ ହାତ ସ୍ପର୍ଶ କରିପାରିଲିନି ସିନା,
କିନ୍ତୁ ; ତୁମ ପାଦ ଅନେକ ଥର ଛୁଇଁ ପ୍ରଣାମ କରିଛି!!!
ମୁଁ
ଅଗ୍ନିକୁ ସାକ୍ଷୀ ରଖି ତୁମ ହାତର ସିନ୍ଦୂର ପିନ୍ଧିପାରିଲିନି ସିନା,
କିନ୍ତୁ ; ମନ ଯଜ୍ଞବେଦୀ ରେ ତୁମ ନାଁ ର ସିନ୍ଦୁର ମଥାରେ ନାଁଇଚି!!!
ମୁଁ
ତୁମ ହାତ ଧରି ଜୀବନର କଣ୍ଟକିତ ପଥ ଅତିକ୍ରମ କରିପାରିଲିନି ସିନା,
କିନ୍ତୁ; ତୁମେ ଭାଙ୍ଗିପଡ଼ିଥିବା ସମୟରେ କାନ୍ଦିବାକୁ କାନ୍ଧଟିଏ ଦେଇଛି!!!
ମୁଁ
ତୁମ ସାଙ୍ଗେ ସୁଖରେ ଜୀବନ କାଟିପାରିଲିନି ସିନା,
କିନ୍ତୁ; ତୁମ ସୁଖ ନିମନ୍ତେ ମନ୍ଦିରରେ ବିଶ୍ୱାସର ଘିଅ ଦୀପଟିଏ ତୁମ ନାଁଆରେ ଜାଳିଦେଇଛି!!!
ସାରା ଜୀବନ ସାଥିରେ ରହିପାରିଲିନି ସିନା,
ହେଲେ କିଛି ମୁହୂର୍ତ୍ତ ପାଇଁ ତ ଜାବୁଡି ଧରିଥିଲି ତୁମକୁ!!!
ଏତିକିରେ ଖୁସି......ତୁମ ବିରହ ଅଗ୍ନିରେ ମୁଁ ଜଳିବାକୁ ଚାହେଁ..
କିନ୍ତୁ ; ତୁମ ସହ ବିତିଯାଇଥିବା ସ୍ମୃତିର କାରାଗାରରୁ ମୁଁ ମୁକୁଳିବା ଚାହେଁନି!!!
ପ୍ରେମ ଯଦି ହୁଏ ଉତ୍ସର୍ଗ ;
ମୁଁ ଉତ୍ସର୍ଗ କରିଦେବି ମୋ ସାରା ଜୀବନ ତୁମ ଖୁସି ପାଇଁ....

-


25 JUL AT 15:13

"ବୋଉ "
ଜୀବନ ଶବ୍ଦର ଆଦ୍ୟ ଅକ୍ଷର
ସେ ମୋ ଅସ୍ତିତ୍ୱର ଆଧାର!!!
ମୋ ଅବସାଦର ଶକ୍ତି
ସେ ମୋ ଆଧ୍ୟାତ୍ମିକତାର ଭକ୍ତି!!!
କୁହ ତୁମେ କେମିତି ଲୁଚାଓ ଭୋକଶୋଷ
ସତରେ ତୁମେ ତ ସ୍ନେହ ଓ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ!!!
ଜୀବନ ଯୁଦ୍ଧରେ ତୁମେ ଏକ ସଂଘର୍ଷମୟ ନାରୀ
ଆକାଶରେ ଉଡିବାକୁ ମନରେ ପ୍ରେରଣା ଦିଅ ଭରୀ!!!
ଯେବେ ମୁଁ ନିରୋଳାରେ ବସେ......
ଆଖିରୁ ଝରିପଡୁଥିବା ଲୁହ ବୁନ୍ଦାରେ ତୁମ ମୁଁହ ଦିଶେ....
ବୋଉ ମୋ ଜୀବନ ପୁସ୍ତକର ଅପଢା ବହି
ଯାହାର ଫର୍ଦ୍ଦ ଯେତେ ଲେଉଟେଇଲେ ବି ପୃଷ୍ଠା ସରେନି....
କାରଣ ସେ ବହିରେ ମୁଁ ପୂର୍ଣ୍ଣଛେଦଟିଏ।
ହେଲେ ; ତୁମେ ସେ ବହିର କମାଟିଏ,,,,

-


11 JUL AT 21:12

କୁଆଡେ ଦୁଃଖୀଲୋକ ମାନେ କବିତା ଲେଖନ୍ତି!!!
ଯାହାର ଛାତିରେ ଛାତିଏ କୋହ,
ହୃଦୟରେ ଅସଂଖ୍ୟ ଯନ୍ତ୍ରଣା ଥାଏ,
ସେତେବେଳେ କଲମର କାନ୍ଧ ହିଁ କେବଳ ଆଶ୍ୱାସନା ଦିଏ...
ଆଉ କବିତା ହିଁ ଏକମାତ୍ର ମୁକ୍ତିର ରାସ୍ତା ପାଲଟିଯାଏ....

-


13 JUN AT 20:14

ମୋ ଜୀବନ ହାଟରେ ସଉଦା କରିବାକୁ ଯାଇ
ସବୁଠି ଠକି ହେଲି..
କେବେ ସମୟ ଆଗରେ ତ କେବେ ସମ୍ପର୍କ ଆଗରେ!!!
ନା କେବେ ସୁଖ କିଣିପାରିଲି,
ନା କେବେ ଦୁଃଖ ବିକି ପାରିଲି,
ବରଂ ପାଇଥିବା ସବୁ ଜିନିଷକୁ ହାତ ଛଡା କରିଦେଲି...
ଯଦି କିଛି ସାଉଁଟିଲି ତାହା ହେଉଛି ଅନୁତାପ ଆଉ ପଶ୍ଚାତାପ..

-


9 JUN AT 9:19

ଯେଉଁଠି କି ସେଇଠି...
ସମୟ ବିତିଗଲାଣି ଅନେକ l
ସମୟ ସ୍ରୋତରେ ଅନେକ ସମ୍ପର୍କ ହାତ ଛାଡି ଗଲେଣି
ହେଲେ ମୁଁ ଯେଉଁଠି କି ସେଇଠି ଅଛି!!!!!
ମୋ ଅସ୍ତିତ୍ୱର ଛାଇ ଦୀର୍ଘ ରୁ କ୍ଷୁଦ୍ର ହୋଇଯାଉଛି
ନୂତନ ସୂର୍ଯ୍ୟାଲୋକକୁ ଅପେକ୍ଷା କରି କରି ବୟସର
ଅପରାହ୍ନରେ ମୁଁ ପହଞ୍ଚିଗଲିଣୀ...
ଏବେ ଅନୁଭବ ହେଉଛି ପ୍ରତୀକ୍ଷା ଏକ ଦିଗବଳୟ ସଦୃଶ....

-


8 JUN AT 18:52

ଶୀର୍ଷକ - ହେ ମଣିମା!!!!
ମୁଁ ତୁମକୁ ନା ପଚାରିପାରେ କିଛି
ନା କହିପାରେ କିଛି!!!
ହେଲେ ମନ ଭିତରେ ଅନେକ
ଅକୁହା କଥା ଲହଡ଼ି ଭାଙ୍ଗେ!!!
ଅସଂଖ୍ୟ ପ୍ରଶ୍ନରେ ଆଚ୍ଛାଦିତ ମୋ ହୃଦୟତନ୍ତ୍ରୀ
ତୁମେ କଣ ସେ ସବୁର ଉତ୍ତର ଦେଇପାରିବ??
ମୋ ଲୁହ ମୋ ଠାରୁ ତୁମକୁ ଅଧିକ ଭଲ ପାଆନ୍ତି
ମୋର ଅଭିମାନ ସବୁ ଝରାଫୁଲ ପରି
ଝରିଯାଆନ୍ତି ତୁମ ଦର୍ଶନ ମାତ୍ରେ!!!
ସତରେ କି ଆକର୍ଷଣ ଅଛି ତୁମ ରୂପ ମାଧୁର୍ଯ୍ୟରେ
ମଣିମା!!!
ମହାନ ଯଶର ଅଧିକାରୀ ତ ତୁମେ..
କେବେ ଗଜ ଉଦ୍ଧାରିଚ, କେବେ ମୃଗୁଣୀ ତାରିଛ
କେବେ ପୁଣି କଳା ପାହାଡ଼କୁ ନିଜ ଅଗ୍ନିଜ୍ୱାଳାରେ ପ୍ରଜ୍ବଳିତ କରିଦେଇଛ ଏମିତି ଅନେକ କିଛି..
ଓଡ଼ିଆ ଜାତିର ସ୍ପର୍ଦ୍ଧିତ ଉଚ୍ଚାରଣ ହେଉଛି ନୀଳଚକ୍ର ବାନା
ଏ ବାନା ହେଉଛି ବିଜୟ ବୈଜୟନ୍ତୀର ବାନା
ନୀଳଚକ୍ର ବାନାକୁ ଦେଖି ମନ ଭୋଗ ଭବ୍ୟମୟ ହୁଏ,
ପୁଷ୍ପମାନ ପୁଷ୍ପବତୀ ହୁଅନ୍ତି,
ଆପଣଙ୍କ ଗାରିମା, ଗୁରୁତ୍ୱ, ମହିମା, ମହତ୍ୱ ପ୍ରସାରିତ
ହେଉଥିବ ସାରା ବିଶ୍ୱରେ...
ମାନବରୁ ମାଧବ ଆପଣ ହିଁ କରିପାରନ୍ତି ମଣିମା!!!
ତୁମ ବିରାଟ ବିଗ୍ରହର ସ୍ନିଗ୍ଧ ଛାୟା ତଳେ
ଆମ ଜୀବନର ଅନ୍ଧନିକେତନ
ଆଲୋକମୟ କଣ କେବେ ହେବନି ମଣିମା???
ଏ ଜୀବନର କଣ୍ଟକିତ ପଥ ଅତିକ୍ରମ କରିବା ତୁମ ବିନା କଣ ସମ୍ଭବ????
ଆପଣଙ୍କ ନାମ ଉଚ୍ଚାରଣ
ପ୍ରତେକ ଓଡ଼ିଆ ତନ୍ତ୍ରୀରେ ସୁମଧୁର ଝଙ୍କାର ତୋଳିଦିଏ...
ଜାଣିଛି ତୁମକୁ କହିବା କଣ ଦରକାର ଯେ....
ତୁମେ ତ ଅନ୍ତର୍ଯ୍ୟାମୀ ସବୁ ଅନ୍ତରର କଥା ବୁଝିଯାଅ
ଲେଖୁ ଲେଖୁ ଲୁହରେ ତତେ ଲେଖିଦେଲିରେ କାଳିଆ....
ବୁଝିଯିବୁ......କୋଳେଇନେବୁ....ଆଶ୍ରୟ ଦେବୁ...
ମୋର ସବୁତକ ଭଲ ପାଇବା ତୋର..❤️

-


15 MAY AT 19:09

ସତରେ ଜୀବନରେ ନିଜର ଅସ୍ତିତ୍ୱ ଖୋଜିବାକୁ ଜାଇ
ସମୟ ସ୍ରୋତରେ ନିଜର ଅସ୍ତିତ୍ୱ କୋଉଠି ହଜିଗଲା ଜାଣି ହେଲାନି...
ଶତାଧିକ ଚେଷ୍ଟା ପରେବି ମିଳିଲେ
ପରାଜୟ ପରିଚୟ.....
ତଥାପି ନହାରି ଜୀବନ ଯୁଦ୍ଧରେ ପୁନଃ ପ୍ରଚେଷ୍ଟା ମୁଁ କରିବି
ଜୀବନ ଏକ ଯନ୍ତ୍ରଣା!!!!
ପ୍ରତୀକ୍ଷା ଏକ ଅବ୍ୟକ୍ତ ବେଦନା....
କେଜାଣି କେବେ ଏ ଶବ୍ଦହୀନ ଜୀବନ ପୁଣି କେବେ ଶବ୍ଦରେ ପୂର୍ଣ୍ଣ ହେଵ...

-


Fetching Mausumi Swain Quotes