ମୁଁ ଗାଢ ପ୍ରତୀକ
ତୁମ ତୀବ୍ର ନିଃଶ୍ୱାସର ।-
ଘଣ୍ଟାର କଣ୍ଟା ସବୁ
ଅଟକି ଯାଆନ୍ତେ ନି ...
ବିଦ୍ରୋହର ସ୍ୱର ପରି
ଟିକ୍ ଟିକ୍ କରୁଥିବା ଶବ୍ଦସବୁ
ଆଉଜି ଆସନ୍ତେ ନି...
ପରିବର୍ତ୍ତନକୁ ଆଶ୍ରା କରି ,
ବିପ୍ଳବର ସ୍ୱରରେ
ଯନ୍ତ୍ରଣାର ଗ୍ଲାନିରେ
ଅଭିମାନର ଲୋତକରେ
ନ ପାଇବାର ଅସହାୟତାରେ...
ମୁଠାଏ ସମ୍ଭାବନା
କାଣିଚାଏ ଆଲୁଅ ଧାରରେ ।
-
ମୁଁ ଦେଖିନି
ତୁମେ କହୁଥିବା
ସେଇ ଗୋଲାପି ସହରକୁ
ଯେଉଁଠି ନିତି ପୁଳା ପୁଳା ବିଶ୍ୱାସରେ
ନିଃଶ୍ୱାସକୁ କବର ଦିଆଯାଏ...
ଜୀଇଁବାର ଆଶା ମୁଠାକ
ଯେଉଁଠି ଡ୍ରଗ୍ସ ନିଶାରେ ଚୁର୍ ହୁଏ
ହଁ ମୁଁ ଦେଖିନି ...
ସେଇ ଗୋଲାପି ସହରକୁ ...।
-
ତୁମେ ଶରତର ସନ୍ଧ୍ୟାକାଶେ
ଭସା ବାଦଲର ମାଳ
ମୁଁ ଅଭିମାନୀ ପ୍ରେମିକାଟେ
ନିଲଠୀ ଜହ୍ନିଫୁଲ ।-
ସେଦିନ ଫେରିଯିବା ପରେ
ଗୋଲାପୀ ଉତ୍ତରୀ ସଫେଦ୍ ଦିଶିବ !
ଶୁଷ୍କ ମାଟି କିଛିଦିନ ବତୁରିଯିବ
ଅଦିନିଆ ଉତ୍ତୁରା ମେଘରେ ।
ଘରେ ପାଣି ପଶିନଥିବ
ହେଲେ ବେଙ୍ଗ ଗୁଡାଙ୍କ କାନ୍ଦ ଶୁଭୁଥିବ ,
ଆତ୍ମୀୟତାର ଉତ୍କଟ ଚିତ୍କାର ।
କିଛି ଦିନ ଗଛଗୁଡା ନଇଁ ଯିବେ
ମହାକାଳର ଅଣଚାଶ ପବନେ
ପୁଣି ସବୁ ଅଣ୍ଟା ସଳଖିବେ
କିଛିଦିନ ଚାଲିଗଲା ପରେ ।
ଗାଁ ମୁଣ୍ଡ ପଡିଆରେ କିଛି ଦିନ ପରେ
ନିମ୍ବଗଛ ମୁଣ୍ଡ ଟୁଙ୍ଗାରିବ !!!
ସେଦିନ ଫେରିଯିବା ପରେ ।
-
Different people , different colours
no one stays,
everyone fades.
-