QUOTES ON #ଅଧା

#ଅଧା quotes

Trending | Latest
8 AUG 2019 AT 21:37

ମୋ "ଅଧା" ଲେଖା ଚିଠି କୁ ଯଦି
ତମେ "ଥରେ" "ପୂରା" ପଢିଥା'ନ୍ତ
ତେବେ ସେଥିରେ ଥିବା
"ଅଧଲେଖା" ଫର୍ଦ୍ଦରେ ତୁମ "ଅଧା" ନାଁ କୁ
ତୁମେ ନିଶ୍ଚୟ ବୁଝି ପାରିଥା'ନ୍ତ...

-


14 NOV 2019 AT 17:20

ଅଧାଭଙ୍ଗା ମୁହାଣରେ କଞ୍ଚାମାଟିର ବହଳ
କେବେ କେବେ ଉତ୍ତୁଙ୍ଗ ତାତି ପୁଣି କେବେ ସେ ସଅଳ
ହୁତୁ ହୁତୁ ନିଆଁର କୋରଡ଼େ ଅଙ୍ଗାରର ଅଭିଯୋଗ
କାଠଗଣ୍ଡି ଖଣ୍ଡେ ନୁହେଁ କି କ୍ଷଣେ ନୁହେଁ ଏ ଦୁର୍ଯୋଗ ।

-


16 AUG 2020 AT 10:22

ଅଧା ଥିଲା ପ୍ରେମ ପୁରା ହେଲା ଆଜି
ତୁମକୁ ସାଥି ମୋ ପାଖରେ ପାଇ
ବାକି ଥିଲା ସ୍ବପ୍ନ ଅସୁମାରୀ ଆଶା
କାହାଣୀ ପୁରା ଗଲା କି ହେଇ?

-


6 JUN 2020 AT 20:00

ତୁମେ ଆଉ ମୁଁ ପ୍ରେମ ଭଳି।
ଯେଉଁଠି ସବୁ କିଛି ପୁରା ଥାଇ ମଧ୍ୟ,
ପ୍ରଥମ ଅକ୍ଷର ଅଧା ଅଛି।

-


17 OCT 2020 AT 15:25

ଅଧା ନୁହେଁ ଆମ...
ପ୍ରେମ କାହାଣୀ ।
ଠିକଣା ତ ହଜେଇଚି...
ମୁ ଜାଣି ଶୁଣି ।
PAPI

-


4 DEC 2019 AT 0:21

ସମୟ ସାଙ୍ଗେ ଭାବନା ବଦଳୁଛି
ମୋ ଲେଖା ଅଧା ରହି ଯାଉଛି
ପୂର୍ଣ୍ଣଚ୍ଛେଦ ଦବାକୁ ଡରୁଛି
କାହିଁକି ନା ବାକ୍ୟ ସମ୍ପୂର୍ଣ୍ଣ ହଉନି
ବାକ୍ୟ ଭିତରେ ନୂତନ ଶବ୍ଦ ଭାବନାର
ମୋ ସାଙ୍ଗେ ଲୁଚକାଳି ଖେଳ ଖେଳୁଛନ୍ତି
ଏବେ କଲମ ବି ବିରକ୍ତ ହଉଛି
ଆଉ ମୋ ଲେଖା ଅଧା ରହିଯାଉଛି

-


20 AUG 2020 AT 18:38

ସେ ଚାନ୍ଦ ଯେପରି ଅଧା,
ମୁଁ ଭି ତ ସେଇଭଳି ଅଧା।
ତା ମାନେ କ'ଣ ତୁମେ
ସେ ଚାନ୍ଦ କୁ ଭି ଛାଡି ଦେବ?
କ'ଣ ତାକୁ ନିଜ ଠାରୁ ଦୁରେଇ ଦେବ?

-


5 OCT 2020 AT 0:20

ଅଧା ଲେଖା କବିତା✍️
=============

ଧାରେ-ଧାରେ କଜ୍ଜଳ ଗାରରେ
ସଜା ହୋଇଥିବା ଆଖି ଦୁଇଟିରେ
ପ୍ରତିକ୍ଷାର ଛବି ବାରି ହେଉଥିଲା
ଅଭିମାନର ଢେଉ ଉଙ୍କି ମାରୁଥିଲା
ନୀରିହ ଆଖିର ନୀରବ ଭାବରେ
ଲୁଚି ରହିଥିଲା ଅନେକ କିଛି
ଯେଉଁଠି ଅଟକିଯାଇଥିଲା ମୋ କବିତା
ଆଉ ପାଲଟିଥିଲା ଅଧା ଲେଖା କବିତାରେ...✍️(୨)

-


2 OCT 2020 AT 10:21

ଅଧା ଲେଖା କବିତା✍️
=============
ନା ମୁଁ ଗଜଗାମିନୀ
ନା ମୁଁ ମୃରାଳମାନିନୀ
ନା ମୁଁ ସ୍ବପ୍ନ ତରଙ୍ଗିଣୀ
ନା ମୁଁ ମଧୁର ରାଗିଣୀ
ନା ମୁଁ ବିଚିତ୍ର ବର୍ଣ୍ଣା
ନା ମୁଁ ଚିତ୍ରଲେଖା
ମୁଁ ତ ନିଃସୃତ ହୃଦୟରୁ ବହି ଆସୁଥିବା
ଅଧା ଲେଖା କବିତା...✍️(୧)

-


13 OCT 2020 AT 16:05

ଅଧା ଅଧା
***********
ଅଧା ଅଧା ଦୁଃଖ
ଅଧା ଭଙ୍ଗା ମନ
ଅଧା ଅଧା ଦିନ ମୋର
ଅଧା ରେ ଅଧା ରେ
ଏଇ ମୋ ଜୀବନ
ଅଧା ମୋର ହାତ ଚିହ୍ନ ।।
ଅଧା ଅଧା ଲୁହ ପିଇ ଯାଏ ଓଠ
ଅଧା ରହେ ଆଖି ତଳେ
ଅଧା ଅଧା ହସ ଆତ୍ମ ପ୍ରକାଶେ
ଦିବଂଗତ ସ୍ମୃତି ମେଳେ ।।
ଅଧା ଅଧା ହସ ତରୁଣୀ ହସିଲେ
ଅଧା ଖୋଲେ ହୃଦ ଦ୍ଵାର
ଅଧା ଅଧା ବାଟ ସଂକଳ୍ପି ଚାଲିଲେ
ଲକ୍ଷ ନୁହେଁ ବେସୀ ଦୂର ।।
ଅଧା ଅଧା ଧର୍ମ କରତୁ ସଞ୍ଚୟ
ଅଧା ଅଧା ସେବା କରି
ଅଧା ଅଧା ଦିନ ଦାନ ତୁ କରିଲେ
ତେବେ ହେବୁ ଉପକାରୀ ।।
ଅଧା ଅଧା ଦୁଃଖ
ଅଧା ପୁଣି ସୁଖ
ଅଧା ଏ ଜୀବନ ଜାଣ
ଅଧା ଅଧା କରି ପୂର୍ଣ୍ଣ ଯେବେ ହେବୁ
ଲିଭିବୁ ଆମର ଧାମ ।।

-