ସିନ୍ଦୁର
କାହାର ସ୍ୱାଭିମାନ ତ
କାହାର ଅଭିମାନ
କାହା ଜୀବନର ଅନ୍ଧାର କୁ ଦୂର କରେ ତ
ଆଉ କାହା ଜୀବନକୁ ଅନ୍ଧାର କୁ ଠେଲିଦିଏ
ଆଉ ଯେବେ ସିନ୍ଦୂର ତା'ର ପ୍ରତିଶୋଧ ନିଏ ନା
ସେତେବେଳେ ନୂଆ ଏକ ଯୁଦ୍ଧର ଅଭିଯାନ ପାଲଟିଯାଏ।-
ସମୟକୁ ଯେବେ ସମୟ ମାଗିଲି
ସମୟ କରିଲା ମନା
ବୁକୁ ର ସିନ୍ଦୁକେ ସାଇତା ସପନ
ହେଇଗଲା ମୋର ଚୂନା।-
ସମୟକୁ ଯେବେ ସମୟ ମାଗିଲି
ସମୟ କରିଲା ମନା
ବୁକୁ ର ସିନ୍ଦୁକେ ସାଇତା ସପନ
ହେଇଗଲା ବାଟବଣା।-
ଜଣଙ୍କର ମନ, ଶରୀର, ବିଶ୍ୱାସ, ଭରସା, ପ୍ରତିଶ୍ରୁତିକୁ ଭାଙ୍ଗିବା ପରେ
ଆଉ ଜଣଙ୍କ ମଥାରେ ଧାରେ ସିନ୍ଦୂର ଦେଇ ସାରା ଜୀବନ ତା' ସହ ରହିବାର ପଣ କ'ଣ କେବେ ଭାଙ୍ଗେନି!!!!-
ତାକୁ ଭଲପାଇବା ପାଇଁ
ତା ଓଠର ଧାରେ ହସ ହିଁ ଯଥେଷ୍ଟ ଥିଲା
"ମୋ ପାଇଁ"
ଆଉ ମୋତେ ଭଲ ପାଇବା ପାଇଁ
ତାକୁ ଚାକିରି, ପଇସା ଏମିତି ଅନେକ କିଛି ଜରୁରୀ ଥିଲା ।
ସେଥି ପାଇଁ ତ ସେ, ସେ ଥିଲା
ଆଉ ମୁଁ,, ମୁଁ ଥିଲି!!!!!
-
ସଂକଳ୍ପିତ ସମ୍ପର୍କକୁ କେରାଏ ରାଗ
ଆଉ ଅଯଥା ଜିଦିପଣରେ ଭାଙ୍ଗି
ସେ କେଉଁ ଖୁସି ପାଇଲା କେଜାଣି????
-
ଚାଲି ଗଲ ଯଦି ତୁମେ
ସାଥେ ନିଅ ତୁମ ସ୍ମୃତି
ଛଟ୍ ପଟ୍ କରେ ମୋତେ
ଏ ନିସ୍ତବ୍ଧ ରାତି।
-
କାହାଣୀରେ ପୁର୍ଣ୍ଣଛେଦ ପଡିବା ପରେ ମଧ୍ୟ
ମୁଁ ଲେଖୁଥିଲି ନୂଆ ଏକ ଧାଡ଼ି
କାଳେ କିଛି ନୂଆ ସଂରଚନା ସୃଷ୍ଟି ହେବ ବୋଲି,,,,
ତୁମେ କିନ୍ତୁ ଲେଖିଦେଲ ଶେଷ କଥା
ତୁମେ ଆଉ କାହାର!!!!
ଆଉ ମୁଁ ଅଟକି ଗଲି ମୋ ପରିଚୟରେ.....-