ମୋ ପାଖେ ବଞ୍ଚିବାକୁ ବହୁତ୍ କିଛି ଅଛି ହେଲେ ମୋ ସହ ବଞ୍ଚିବାକୁ କେହି ନାହିଁ...
-
ମୋର କ୍ଷମା ହିଁ ତୁମର ସବୁଠୁ ବଡ଼ ଦଣ୍ଡ... ଆଉ ମୁଁ ତୁମକୁ କ୍ଷମା କରିସାରିଛି...
-
ଏକ ପରମାଣୁ ଗଳ୍ପ (ବାପା ତୁମେ ଗଲା ପରେ)
ମାଆ ଆଖିର ଲୁହ ପୋଛିବାକୁ ସାହସ ନାହିଁ ମୋର।
ଆଜି ବୟସ ମୋହର ସ୍ଥାଣୁ,
ଦିନ ରାତି ମୋର ଅବାଞ୍ଛିତ ଆଉ
ମୁଁ ନୀରବ ଦ୍ରଷ୍ଟା ସାଜିଛି ତୁମ ଦୁହିଁଙ୍କର ବିରହର।-
ଦୁଇପଦ ଅଭିମାନର କଥା
ଭାବିଛି ଆଜି ଦୁଇପଦ ଅଭିମାନର କଥାରେ ବହୁତ୍ କିଛି ମନର କଥା ଖୋଲି କହିଦେବି। କାହାକୁ? ଜାଣିନି। କାହିଁକି? ସେକଥା ବି ଜାଣିନି। ତେବେ କହିବି ନିଶ୍ଚିତ। ଆଜି କାହା ପାଇଁ ମୁଁ ଅପେକ୍ଷା କରିଛି ଜାଣିନି କିନ୍ତୁ ଲାଗୁଛି ଯେମିତି ମୋ ଅସରନ୍ତି ଅପେକ୍ଷାର ଚକ୍ରବ୍ୟୁହରେ ତୁମେ କେଉଁଠି ହଜିଯାଇଛ। ତୁମେ କେବେ ବି ଫେରିବନି ମୁଁ ଜାଣିଛି କିନ୍ତୁ ତଥାପି ତୁମକୁ ଦେଇଥିବା କେଉଁ ପ୍ରତିଶ୍ରୁତିକୁ ରଖିବା ପାଇଁ ମୁଁ ଯେ ପ୍ରତିଜ୍ଞାବଦ୍ଧ ତାହା ମୁଁ ନିଜେ ବି ଜାଣିନି। କିନ୍ତୁ ମୁଁ ଆଜି ବି ଆଉ କାହା ଅଗଣାରେ ସଞ୍ଜ ସଳିତା ଜାଳିବାକୁ ନିଜକୁ ପ୍ରସ୍ତୁତ କରିପାରୁନି। ଭଲମନ୍ଦର ଉର୍ଦ୍ଧ୍ୱରୁ ତୁମେ ସିନା ଉଠି ପାରିଲନି ହେଲେ ମୁଁ ପ୍ରତି ମୁହୂର୍ତ୍ତ ପାପପୁଣ୍ୟର ଉର୍ଦ୍ଧ୍ୱକୁ ଉଠି ନିଜକୁ ତୁମ ଠିକଣାର ମରୀଚିକାରେ ହଜଉଥାଏ। ଅଭିମାନର କଥା ସିନା ଦୁଇପଦ ମାତ୍ର କିନ୍ତୁ ମନରେ ଶତସହସ୍ର କୋହଭରା ଭାବନା। ଆଜି ଲେଖାଟି ସରିଯିବ କିନ୍ତୁ ଭାବନାସିକ୍ତ ମନ ମୋର ଅବିଶ୍ରାନ୍ତ ସଦା ସର୍ବଦା ପାଇଁ। କିଂକର୍ତ୍ତବ୍ଯବିମୂଢ଼ ହୃଦୟ ଧରି ସମ୍ପର୍କର ଭଉଁରୀରେ କେତେ ଦିନ ଯାଏ ଏ ଦୁଇପଦ ଅଭିମାନର କଥା କହିପାରୁଥିବି ଜାଣିନି କିନ୍ତୁ କଥା ଦେଉଛି (ଜାଣିନି କାହିଁକି, ଜାଣିନି କାହାକୁ) ଏ ଧାରା ଜାରି ରଖିଥିବି ଶେଷ ନିଶ୍ଵାସ ଛାଡ଼ିବା ଯାଏଁ।
(ଇତି)
ତୁମର କେହି ନୁହେଁ-
सूरज की तलाश में चाँद निकलेगा ही...
सुबह को पाकर सूरजमुखी खिलेगा ही...-
ଆଜି ବି ଅଛି ମହକ ସେ ଫୁଲର (ମୋ ସ୍ମୃତିରେ) ଯାହାକୁ ଦେଇ ତମେ କହିଥିଲ, "ଶୁଣ ନା ତମେ ମୋର ଆଉ ମୁଁ ତମର"। ମୋ ପୁରୁଣା ଡାଇରୀର କେଉଁ ଏକ ଅଣ ଲେଉଟା ଫର୍ଦ୍ଦରେ ଆଜି ବି ସେ ଗୋଲାପ ସହ ତୁମେ ଦେଇଥିବା ଗୋଲାପି ଚିଠି ଲାଖି ରହିଚି। ଆଜି ସେ ଫୁଲ ମଉଳି ଯାଇଚି ଆଉ ସେ ଚିଠି, ସେ ଚିଠି ପଢ଼ିବାର ସାହସ ମୋର ଆଉ ନାହିଁ। କିନ୍ତୁ ବଗିଚାରେ ଫୁଟିଥିବା ସଦ୍ୟ ଗୋଲାପ ଠାରୁ ମୋ ଡାଇରୀ ରେ ଥିବା ସେ ମଉଳା ଫୁଲ ଟିଏ ଆଜି ବି ମୋର ଅତ୍ୟନ୍ତ ପ୍ରିୟ। ଏଥିପାଇଁ ନୁହେଁ ଯେ ତା'କୁ ତମେ ମତେ ଦେଇଥିଲ ବରଂ ଏଇଥିପାଇଁ ଯେ ସେ ଫୁଲର ମହନୀୟତାକୁ ଏବଂ ତ୍ୟାଗକୁ ମୁଁ ସମ୍ମାନ କରେ କାରଣ ବିଭୂପଦ କୁ ପାସୋରି ସେ ପ୍ରେମର ପ୍ରତୀକ ସାଜି ମୋ ଡାଇରୀରେ ବନ୍ଦୀ ହୋଇ ରହିଛି କାହିଁ କେତେ ଯୁଗରୁ।ତୁମେ ସିନା ଚାଲିଗଲ ହେଲେ ସେ ମଉଳା ଫୁଲ ଆଉ ତା'ର ହଜିଯାଇଥିବା ମହକ ବୟସର ଦୋଛକିରେ ଆଜି ବି ମୋ ସ୍ମୃତିରେ ରହି ମତେ ପ୍ରତି ମୁହୂର୍ତ୍ତ ଆପଣାର ଭାବି ଆଲିଙ୍ଗନ କରିଥାଏ।
-