Debasis Rout   (✍️ ଦେବାଶିଷ ରାଉତ)
63 Followers · 47 Following

read more
Joined 13 July 2019


read more
Joined 13 July 2019
1 APR 2024 AT 15:03

ଜୀବନ ଗୋଟେ ବିଜ୍ଞାପନ
ଯେଉଁଠି ପ୍ରତି ଫର୍ଦ୍ଦ ରେ
ନିର୍ଭେଜାଲ୍ ସମ୍ପର୍କ ର ଅଫର୍
ଆଉ ଡିସ୍କାଉଁଣ୍ଟ ରେ ଉପେକ୍ଷା ର ଯେତେ ସବୁ ଚିହ୍ନ..

-


2 NOV 2022 AT 21:33

ସେ.., ସବୁ ଜଣେ !
କିନ୍ତୁ;
କେବଳ ପ୍ରେମିକା ମାନଙ୍କୁ ଲାଇକ୍ କରାଯାଏ
ଆଉ
ପ୍ରେମିକ ମାନେ କେବେ ସୁଧୁରନ୍ତିନି ବୋଲି
ତା'କୁ ଯାହା ଅଜଣା 😄

-


28 JUL 2022 AT 17:32

ଜୀବନ କୁ ଯେବେ ଜୀବନ ଖୋଜେ!!

ଜୀବନ ଜୀବନ ର ଅନୁସନ୍ଧାନ ରେ ଥାଏ...

-


14 JUN 2021 AT 16:43

ଆମର ତ ସବୁଦିନ ରଜ ।
ଏଇ.. ପ୍ରତିଦିନ ନୂଆ ଡ୍ରେସ୍ ସାଥିରେ ।

ଆଉ ଆଜି କଣ ଯେ..
ଆଜିବି ପିନ୍ଧିଥିଲି ନା !!!
ହେଲେ ଘରକୁ ପା ଦେଉ ନାହାଁନ୍ତି 😔
କାହିଁକି ନା...
ସେ ପା ବଜାର କିଣା କପଡା ନୁହେଁ
ସେ କୋରାନା ଗିଳା ଡ୍ରେସ୍.. PPE
ହଁ.. ଆଉ ରଜପାନ ବାବଦ କୁ
କେଇ ମୁଠା ଆଶା ର ଅବିର ବିଞ୍ଚି ହସ ମୁଠେ କିଣିବା ଯାହା.. ।
ଆଉ, ରଜ କଣ ଯେ..?

-


17 NOV 2021 AT 13:34

ତୁମକୁ ଖୋଜିବା ଆଉ ଖୋଜି ପାଇବାର ବିସ୍ତୃତ ତୃଷ୍ନା ରେ
ଆଜି,
ଆଜି ମୁଁ ପଥିକ ।
ଆଉ ତୁମେ,
ବିସ୍ତୀର୍ଣ୍ଣ ବିସ୍ତାର ବାଦି ଛଳନମୟୀ ଥର୍ ମରୁଭୂମି
କାହିଁକି ନା !
ମୁଁ ଖୋଜି ଚାଲିଛି
ଆଉ ତୁମେ, ହଜି ଚାଲିଛ

-


22 AUG 2021 AT 8:11

ହେ ରାକ୍ଷୀ
ମହମବତୀ ର ଆଢୁଆଳେ ତୁମେ
ନିଜେ ତ ଯାଇଛ ଲୁଚି
ହେବା ପାଇଁ ମୂକ ସାକ୍ଷୀ
ବିଭିନ୍ନ ମୂଲ୍ୟରେ ପ୍ରତିବର୍ଷ ସାଜ
ନୁଆ ପ୍ରତିଶ୍ରୁତି ରଙ୍ଗ ମାଖି
ହେ ରାକ୍ଷୀ,
ତୁମ ସ୍ଵପ୍ନ ଗଡୁ ଅଛି ରାଜରାସ୍ତାରେ
ଦଳିତ ଲୁହ କୁ ଦେଖି
ପାଳିବାକୁ ପ୍ରତିଶ୍ରୁତି
ପ୍ରତିବର୍ଷ ନୀତି ଗୋଟାଏ ଦିନରେ
ସଭିଏଁ ପୁରୁଷ ସାଜନ୍ତି ଏଠି

-


21 AUG 2021 AT 10:57

ବତୁରା ମାଟି ର ଉତୁରା ବକ୍ଷ କୁ
ନିରିକ୍ଷୀଲି ଯେବେ ମୁହିଁ
ମୋହଣେ ଶୂନ୍ୟତା କିଞ୍ଚିତ ଛଳନା
ଢେଉ ଖେଳୁଥିଲେ ତହିଁ

-


15 AUG 2021 AT 13:24

ସୁପ୍ତ କଙ୍କାଳ ହେ ଦେଖ ମୁକ୍ତି ତୀର୍ଥ
କଳଙ୍କ ଗଦା ରେ ରହି
ସବୁ ଦେଖି ଶୁଣି ମୁହଁ ଲୁଚାଅ ହେ
ଆମେ କିଛି ପାରିବୁନି କହି ।।

ଦେଖ ନୋଟ୍ ବଡାଏ ଦାଣ୍ଡକବାଟ କୁ
ମୁଣ୍ଡ ତୁମ ବନ୍ଧା ପାଇଁ
ଲଜ୍ୟା ରେ ବୁଡ଼ିଣ ଗର୍ବେ ପୁଣି କୁହ
ସ୍ଵାଭିମାନୀ ସ୍ଵାଧୀନ ମୁହିଁ
ସ୍ଵାଭିମାନୀ ସ୍ଵାଧୀନ ମୁହିଁ ।।

-


25 JUL 2021 AT 21:10

ଆଜି ଥିଲା
ମୋର ଶେଷ ଦସ୍ତଖତ !

କେଇ ମେଞ୍ଚା ଜୀବନ ର
ଉଇ ଖିଆ ରଫ୍ ଖାତା ରୁ
କେଇ ଖଣ୍ଡ କାଗଜ ରେ
ସଦ୍ୟ ଜୀବନ ର ଭୂଗଳ ଲେଖିବାରୁ

ଆଉ କେତେଜଣ ଦରଦୀ ଜୀବନ ରୁ
ସ୍ନେହ ତକ ସାଉଁଟିବାରୁ

ହଁ...
ଆଜି ଥିଲା ଶେଷ ମୁହୂର୍ତ୍ତ
ସେଇ ପଡିରହିଥିବା ଯନ୍ତ୍ର ଗୁଡ଼ିକ ର
କେଁ କାଁ ଶଦ୍ଦ ରୁ ଆଖିଫେରାଇବା ରୁ
ଆଉ ତାଙ୍କୁ ଟିକେ ଛୁଇଁ ଦେଇ
ପୁଣି ଥରେ ସ୍ଵାଭାବିକ ହୋଇ ଜୀବନ ଦେବା ର ସାନ୍ତ୍ଵନା ରୁ

ହଁ....
ଅଜି ଥିଲା ଶେଷ ଦିନ

ସେଇ ଧଳା ନୀଳ ମଖା ଆତ୍ମଗର୍ବୀ କପଡ଼ା ର
ବାହୁବନ୍ଧନ ର ଇଚ୍ଛାଧୀନ ମୁକ୍ତି ରୁ
ଆଉ, ଜୀବନ କୁ ଜାବୁଡ଼ି ଧରିବା ର
ଭିନ୍ନ ଏକ ଅନୁଭୂତି ରୁ

-


22 MAY 2021 AT 8:46

ମୋ ପ୍ରତ୍ୟେକ ରାତ୍ରି ର
ପ୍ରାରମ୍ଭ ଆଉ ଶେଷ ପ୍ରହର
କେବଳ ତୁମରୀ ପାଇଁ...
କାହିଁକି ନା...!!
ମୁଁ ଉତ୍ସର୍ଗୀକୃତ ଚାତକ
ଆଉ ତୁମେ,
ମୋ ଉପଲବ୍ଧି ର ଶୀକ୍ତ ଛାଇ..❤️

-


Fetching Debasis Rout Quotes