#ସୌଭାଗ୍ଯଲକ୍ଷ୍ମୀ_ପରିମାଣିକ
ବିବାହ ମଣ୍ଡପରେ ସୁରମ୍ୟ ନବ ଦଂପତ୍ତି ଙ୍କୁ ଦେଖି ନିମନ୍ତ୍ରିତ ଅତିଥିଗଣ ବରକନ୍ଯାଙ୍କୁ ଉପହାର ଓ ଶୁଭାର୍ଶୀବାଦ ଦେଉଥିଲା ବେଳେ କେହି କେହି କହୁଥିଲେ ଯେମିତି .....
"ସୁନ୍ଦର ବର ର ଅନୁରୂପ ସୁନ୍ଦରୀ-ସୁଶୀଳା କନ୍ୟା।"
"ସ୍ୱର୍ଗ ରୁ ସତେ ଯେମିତି ଦେବ ଦଂପତ୍ତି ଙ୍କ ଆବିର୍ଭାବ!"
"ଆଃ ରେ କି ସୁନ୍ଦର ଯୋଡି ଉପରବାଲା ବନେଇଛି!"
ଆଉ ବଧୂ ବେଶରେ ଅବତୀର୍ଣ୍ଣ ହୋଇଥିବା ଝିଅଟି ଭାବୁଥାଏ ଯଦି ସତରେ ବିବାହ ପାଇଁ ଯୋଡି ଉପରବାଲା ବନାନ୍ତି ,
ତେବେ କ'ଣ ଏଇଥିପାଇଁ ମୋ' ଗରିବ_ନିରୀହ ବାପା ଯୌତୂକ ବାବଦକୁ ୫ ଲକ୍ଷ ଟଙ୍କା ଭଗବାନ ଙ୍କୁ ଦେଲେ?-
ଚିରଦିନ ବନ୍ଧନରେ ଆଜି
ହୋଇଗଲି ତୁମ ସହ ବାନ୍ଧି
ବୈଦେହୀ ସାଜି,
ଚାଲୁଥିବି ସାଥେ ତୁମର
ହୋଇ ତୁମର ପ୍ରିୟ ବାନ୍ଧବୀ।-
ଅନୁମତି ଦେଲି ତୁମକୁ
ମଥାରେ ମୋର
ସିନ୍ଦୂର ଭରିଦିଅ ଆଣି,
ହାତରେ ନାଲି ଶଙ୍ଖାରୁ
ଦୁଇପଟ ଦେଇ ନେଇଯାଅ
କରି ଘରଣୀ;
ଗଳାରେ ଦିଅ ପିନ୍ଧାଇ
ତୁମ ନାମର ମଙ୍ଗଳସୂତ୍ର ନେଇ
ବାନ୍ଧି ଦିଅ ଚିରଦିନ ପାଇଁ
କରି ତୁମ ସହଧର୍ମିଣୀ ।-
ଆଗୋ ପ୍ରିୟତମ
ସେଦିନର ସେହି ମଲ୍ଲୀ ମାଳ
ଆଜି ବି ସାଇତା ଅଛି
ମୋ ହୃଦୟର ନିବୁଜ କୋଠରୀରେ;
ତୁମେ ସିନା ଥଟ୍ଟା କରୁଥିଲ!
ମୁଁ କିନ୍ତୁ ଯାଇଥଲି ଭାସି
ତୁମକୁ ପାଇବାର ଆଶା ନେଇ
ମୋ ଭାବନାର ନଦୀ ମଧ୍ୟରେ।
ଏ ମନରେ ତୁମେ
ବାନ୍ଧି ଦେଇଥିଲ ଆସି ଯେବେ
ତୁମ ପାଇଁ ଭଲ ପାଇବାର ଡୋର;
କିପରି ଦେଇ ନଥାନ୍ତି କୁହ
ତୁମକୁ ମୋ ଶଙ୍ଖା ସିନ୍ଦୂରର ଅଧିକାର!!
ଯେବେ ଆରମ୍ଭୁ ମାନି ନେଇଥିଲି
ତୁମକୁ ମୋର ପ୍ରିୟବର।
ତୁମ ସହ ମୋର ସମ୍ପର୍କ
ଅଟେ ସଖା ଜନ୍ମ ଜନ୍ମାନ୍ତର;
ପ୍ରତିଜ୍ଞା କରୁଛି ସାଥେ ଚାଲୁଥିବି
ଆସୁ ଯେତେ ବାଧା ବିଘ୍ନ ଅବା
ଜୀବନର ଶେଷ ମଧ୍ୟାହ୍ନରେ ମୋର।-
ଦଲିଲ୍ ରେ କେବେ ପ୍ରେମ ହୁଏନି ;
ଆଉ ପ୍ରେମରେ କିଛି ଦଲିଲ୍ ନଥାଏ ।
ବୋଧହୁଏ ,ସେଥିପାଇଁ..
ପ୍ରେମରେ ବେସାହାରା ଅନେକ ।
ଆଉ ବାହାଘର ମାନେ ଆଜି ବି ପରମ୍ପରା ।-
ସେ ଆଣି ଆସିଥିଲା ଆଶା ଆଶଙ୍କାରେ କିଛି ସାଉଁଟା ସପନ କଢ଼ି,
ମୁଁ ବିଶ୍ୱାସର ମୃଦୁ ଆଶ୍ୱାସନା ଦେଇ ଘେନି ଆସିଥିଲି ସାଥେ
ଜାଳିଦେବା ପାଇଁ ମୋ ଘରେ ଦୀପାଳି ତା ଏରୁଣ୍ଡିବନ୍ଧ ଛାଡ଼ି।
ସହବନ୍ଧନରେ ଅନୁବନ୍ଧିତ ଆମେ ଆଶାୟୀ ହୃଦୟ ଯୋଡ଼ି,
କଣ୍ଟକିତ ଅବା ଫୁଲଶେଯ ହେଉ ଚାଲୁଥିବା ଦୁହେଁ ସାଥେ
ମୁଁ ଲେଖୁଥିବି ମୋ ହୃଦ କବିତା ସେ ହସୁଥିବ ପଢି।
ଦୋଷ ଦୁର୍ବଳତା ପଛକୁ ପକାଇ ମାନ ଅଭିମାନ ଛାଡ଼ି,
ସେ ଆଣିଛି ପରା ପ୍ରୀତିର ମଲମ ଅଭିମାନ ଭରା କ୍ଷତେ
ଜାଳିଦେବା ପାଇଁ ମୋ ଘରେ ଦୀପାଳି ତା ଏରୁଣ୍ଡିବନ୍ଧ ଛାଡ଼ି।
ତା ଦୁଃଖେ ଲୋତକ ମୋ ଆଖିରୁ ଝରୁ ତା ଓଠେ ହସ ଲହଡ଼ି,
ସେ କହିବ ତାର ଜୀବନ ବାରତା, ଶୁଣୁଥିବି ସମ୍ମୋହିତେ
ସଂସାର ଜାହ୍ନବୀ ଉତ୍ଫୁଲିତ ହେଉ ସୁଧାଧାରା ଆସୁ ମାଡ଼ି।
ଏ ବନ୍ଧନ ନ କରୁ ଚିତ୍ତକୁ ଦୁର୍ବଳ ପଥେ ପଡ଼ୁ ପଛେ ହିମଗିରି,
ଶକ୍ତିର ଏକ ଅନୁଭବ ହୋଇ ସେ ଆଦରିଛି ଏ ମହାବ୍ରତେ
ଜାଳିଦେବା ପାଇଁ ମୋ ଘରେ ଦୀପାଳି ତା ଏରୁଣ୍ଡିବନ୍ଧ ଛାଡ଼ି।
ପ୍ରକୃତି ପୁରୁଷ ମହାମିଳନ ଏ ଦୈବୀ ସୂତ୍ରେ ହୁଏ ଯୋଡ଼ି,
ଚିତ୍ତ ସମନ୍ଵୟେ ଚାଲୁଥିଲେ ଧୀରେ ନାବ ବହେ ସନ୍ତୁଳିତେ
ସେ ଆଣି ଆସିଥିଲା ଆଶା ଆଶଙ୍କାରେ କିଛି ସାଉଁଟା ସପନ କଢ଼ି,
ଜାଳିଦେବା ପାଇଁ ମୋ ଘରେ ଦୀପାଳି ତା ଏରୁଣ୍ଡିବନ୍ଧ ଛାଡ଼ି।-
ଅମାବାସ୍ୟାର ଘନ ଅନ୍ଧକାର ଆକାଶେ
ଉଇଁଛି ଆଜି ମୋର ପୂର୍ଣ୍ଣମୀ ଚାନ୍ଦିନୀ,
ପ୍ରେମିକାରୁ ଘରଣୀ ହୋଇ
ଆଜି ସାଜିଛି ମୋ ଗୃହେ ସେ ଫାଲଗୁନୀ।-
ପ୍ରଶ୍ନଟି କିଛି ଏମିତି ଥିଲା ???
ତୁମେ ମୋ ସହ କେଉଁ ସଂପର୍କରେ ଯୋଡ଼ି ହେବାକୁ ଚାହଁ ???
କିଛି ସମୟର ନିରବତା ପରେ ଉତ୍ତରଟି କିଛି ଏମିତି ଥିଲା;
ମୁଁ ତୁମ ସହ ସେଇ ସଂପର୍କରେ ଯୋଡ଼ି ହେବାକୁ ଚାହେଁ ଯାହାର ସଂଯୋଗ ପରେ ମୁଁ କେବଳ ତୁମକୁ ନୁହେଁ ,ତୁମ ସହ ଆହୁରି ଅନେକ ଗୁଡ଼ିଏ ନୂଆ ସଂପର୍କରେ ବାନ୍ଧି ହୋଇ ଯାଉଥିବି ।
ତୁମ ନା'ର ସ୍ପର୍ଶ ରେ ମୁଁ ସାନରୁ ବଡ ପାଲଟି ଯାଇ ଜୀବନର କର୍ତ୍ତବ୍ୟ ମେଲାଣି ରେ ତୁମ ହାତକୁ ହାତ ମିଶାଇ ତୁମ ସାଥୀ ହୋଇ ତୁମ ସାଥେ ଚାଲୁଥିବି ତ କେତେବେଳେ ବଡ଼ରୁ ସାନ ପାଲଟି ଯାଇ ସ୍ନେହ ଶ୍ରଦ୍ଧାକୁ ସାଉଁଟି ନେଉଥିବି ।
ଉତ୍ତରର ଶେଷରେ ସେ ଅବାକ୍ ହୋଇ ଚାହିଁ ରହି ଯାଇଥିଲେ ମୋତେ !!!
(ହଁ ପ୍ରଶ୍ନ ଆଉ ଉତ୍ତରଟି ଥିଲା ତାଙ୍କ ଆଉ ମୋ ଭିତରେ)
-
ଆଖିକୁ ନିଦ ନାହିଁ,
ଅଜଣା ଏକ ଭୟ ଆଜି ଡରାଉଛି,
କେମିତି ଏ ଶିହରଣ ।
ନୂତନ ଏକ ଆଲୋଡନ,
ମିଠା ମିଠା ସ୍ୱପ୍ନ ବଦଳରେ,
ହୃଦୟରେ ଏ କେମିତି କମ୍ପନ ।।
ରାତି ପାହି ସକାଳ ହେଲେ
ସଜା ହେବ ସବାରୀ ।
କର୍ଣ୍ଣ ବିଦାରଣ କରି
ବାଜି ଉଠିବ ଯୋଡି ମହୁରୀ ।।
ଭାଙ୍ଗିଯିବ ବାଲିଘର,
ଲୁଚି ଯିବ ସାଙ୍ଗ ମେଳେ ସେ ଲୁଚକାଳି ଖେଳ,
ବୋହୁବୋହୁକା ଖେଳ ଆଉ ନଥିବ କାଲି ।
ସତ ବଧୂ ସାଜି ସିଏ
ସବାରୀରେ ଯିବ ଚାଲି ।।
ନୂଆ ଏକ ଘର,
ନୂଆ ଯେ ସହର,
ତାକୁ ଆଜି ଡାକେ ହାତ ଠାରି ।
ହେଲେ,
ଯେଉଁଠି କଟିଛି ତାର ପିଲାଦିନ,
ଯେଉଁ ଘରେ ଦେଖିଛି ସେ ଅନେକ ସପନ,
ସେ ଘର ଛାଡି ଯିବା କଥା ଭାବି,
ଲୁହରେ ଆଖି ଯାଏ ଭରି ।।
ନଥିବେ ସେଠାରେ ବାପା
ଆଉଁସି ଦେବାକୁ ମଥା ।
ନଥିବ ଗେହ୍ଲି ଭଉଣୀ
କହିବାକୁ ମିଠା କଥା ।।
ରହି ରହି ମାଆ କଥା
କାନେ ତାର ବାଜୁଥାଇ ।
ରଖିବୁ ଦୁଇ କୂଳ ମାନ
ଅଟୁ ଯେ ଦୁହିତା ତୁହି ।।
ଏ ସବୁ କଥାକୁ, ସାଉଣ୍ଟି ସ୍ମୃତି କୁ,
ମନରେ ଗଣ୍ଠି ପକାଇ,
ପ୍ରସ୍ତୁତ କରୁଛି ନିଜକୁ ।
ସ୍ନେହ, ପ୍ରେମ ଆଉ ଆଶିର୍ବାଦ ନେଇ,
ଯିବ ସେ ଶାଶୁଘରକୁ ।।-
ପ୍ରେମ ବନ୍ଧନ
ଦଶ ଦିଗପାଳ ସାକ୍ଷୀ ଆମ ଥିଲେ ସାକ୍ଷୀ ଥିଲା ହୋମ ନିଆଁ
ଟୋପାଏ ସିନ୍ଦୂର ସିନ୍ଥି ରେ ସଜେଇ ପାଲଟିଲ ମୋ' ଦୁନିଆ
ଅଗ୍ନି କୁଣ୍ଡେ ସେ ପ୍ରଜ୍ୱଳିତ ଜ୍ୟୋତି ବ୍ରାହ୍ମଣ ର ମନ୍ତ୍ର ଗାନ
ସାତ ଫେରା ଆଉ ହାତ ଗଣ୍ଠି କରେ ଅତୁଟ ଆମ ବନ୍ଧନ ।
ସାତ ଜନମ କୁ ସାକ୍ଷୀ ରଖି ଦୁହେଁ ବିବାହ ଡୋରିରେ ବନ୍ଧା
ହାତ ଧରି ତୁମ ସହଭାଗିନି ମୁଁ ସେବେଠୁ ହୋଇଛି ଛନ୍ଦା
ହ୍ରୁଦୟ ଆସନ ଅଳଙ୍କୃତ କରି ଆସିଲ ମୋ ସାଥି ହୋଇ
ଜୀବନ ର ପଥ ଚାଲିବାକୁ ଦୁହେଁ ପାଦ ରେ ପାଦ ମିଶେଇ ।।
ଶିମନ୍ତିନି ମୁଁ ତୁମ ଅର୍ଦ୍ଧାଙ୍ଗିନୀ ତୁମ ପାଦ ପୁଜାରୀଣି
ତୁମରି ପାଖରେ ସଦା ଶୁଖି ମୁଁହି ତୁମ ପ୍ରେମ ସୂହାଗିନି
ଅସରନ୍ତି ସ୍ନେହ ଅଜସ୍ର ବିଶ୍ୱାସେ ମୋହିନେଲ ମୋର ମନ
ସମ୍ପର୍କ ଏଇ ଯେ ଦୁଇଟି ମନର ଶାଶ୍ଵତ ପ୍ରେମ ବନ୍ଧନ ।।
-