ଚାହାଣୀରେ ତା'ର ଲାଜ ମିଶା ଠାଣି
ଆଖିରେ ଇର୍ଷାର ଗାର
କଜଳ ନୁହେଁ ସେ ନିଶିଥର ପ୍ରୀତି
କିଏ ଆଙ୍କିବ ସେ ସ୍ୱର
କଥାରେ କଥାରେ ସାତ ଋତୁ ଛବି
ଅପେକ୍ଷାରେ ବର୍ଷା ଛିଟା
କୁଞ୍ଚିତ କେଶର ଆଢ଼ୁଆଳେ ଛନ୍ଦି
ବାସିଯାଏ ମଧୁଛନ୍ଦା
ନୀରବ ନିଶିର ଗହନ ବନରେ
ଶଶୀ ସମ ସଜ ଗୀତି
ଜ୍ୟୋତ୍ସ୍ନା ଭିଜା ଭିଜା ତୃଷ୍ଣା ଆଳସ୍ୟରେ
ମଥାରେ ତା ନୀଳ ବିନ୍ଦି-
ଏଠି ବିନା ମୌସୁମୀ ରେ ବି ବର୍ଷା ହୁଏ,
ଯେବେ କାହା ସ୍ମୃତି ଦି ଠୋପା ଲୁହ ହୋଇ ବହିଯାଏ ।-
ଲକ୍ଷେ ଶ୍ରାବଣର ସ୍ପର୍ଶରେ
ନା ଓଦା ହୁଏ ଅଫେରା ବସନ୍ତର କାହାଣୀ
ଲକ୍ଷେ ବସନ୍ତର ଇର୍ଷାରେ
ନା ଛୁଇଁ ହୁଏ.. ଯେ ଶ୍ୟାମ ରଙ୍ଗର ତରୁଣୀ
ମୁଁ ବର୍ଷା, ମୁଁ ଇର୍ଷା ମୁଁ ସାତ ସ୍ୱପ୍ନରେ ଜ୍ୟୋତ୍ସ୍ନା
ନା ଶବ୍ଦ, ନା ପଥ ନା ବାସ୍ନା
ତଥାପି ନଥାଏ ତୃଷ୍ଣା"
କିଛି ଶବ୍ଦ କିଛି ଭାବନା//-
//ଇଛା//
ମୁଁ ଭିଜିବାକୁ ଚାହେଁ,
ଗୋଟେ ଛତା ତଳେ,
ଶୁଣିବାକୁ ଚାହେଁ ...
ଘଣ୍ଟାର ଟିକ୍ ଟକ୍ ଶବ୍ଦକୁ କାଟି,
ଧିମା ଧିମା ମୋ ଆଡକୁ ,
ମାଡିଆସୁଥିବା ତୁମ ନିଶ୍ବାସର ଶବ୍ଦ।
ଲୁଚିବାକୁ ଚାହେଁ ,
ବର୍ଷାର ଛିଟାଠୁ....
ହେଲେ ଦେଖିବାକୁ ଚାହେଁ ,
ତୁମ ହାତରେ ସାଉଁଟି ହେଇ
ରହୁଥିବା ପାଣିକୁ।
ସଂଧ୍ୟା ତ ସରିଯିବ,
ବର୍ଷା ବି ଛାଡିଯିବ,
ରହିଯିବ ଖାଲି ତୁମ ଅତରର ବାସ୍ନା,
ଆଉ ମୋ ଅଡ଼ୁଆ ଚୁଟିର
କିଛି ଅଂଶ ....
ସେ ଛତାର ବେଣ୍ଟରେ।-
ନୀରବ ଏ ଶୀତୁଆ ସ୍ପର୍ଶ
ସତେ କି ନୀରବ ଏ ରାତି
ଝରକା ସେପାଖ ସ୍ପନ୍ଦନର ନାଉକା
ଯେମିତି ନୀରବ ପୁଣି ଜ୍ୟୋତ୍ସ୍ନାର ତାତି
ନୀରବ ଏ ନିଦୁଆ ରାସ୍ତାର ମହକ
ସତେ କି ନୀରବ ଅପେକ୍ଷାର ଇର୍ଷା
ନୀରବ କାହିଁକି ଆଜି.. ତୁମ ଆସିବାର ଝଲକ
ଯେମିତି ନୀରବ ପୁଣି ଅନୁଭବରେ ଉଷ୍ମ ବର୍ଷା
ନୀରବ ହୁଏ କି ଆଜି ସଞ୍ଜର ସ୍ପନ୍ଦନ
ନୀରବ କବିତା ଲେଖେ ହୃଦର କଲମ
ନୀରବ ନାଆରେ ଖୋଜେ ପ୍ରୀତି ବେଳାଭୂମି
ଯେମିତି ନୀରବି ଯାଏ କାକରେ ରଜନୀ
କେତେ ନୀରବ//-
ବର୍ଷା !
ଋତୁବତୀ କନ୍ୟା ସାଜି ଲାଜରେ
ଫେରେଇନିଏ ମୁହଁ !
ଦେହରେ ସବୁଜିମାର ଯୈାବନ ଖେଳେଇ
ଭିଜେଇ ଦିଏ ତନୁ ମନ !
ବୈଶାଖ !
ଉଦଣ୍ଡ ତାପରେ ମୁଁ ଭିଜୁଥାଏ ତୁମର !
ପ୍ରେମର ପାଲିଙ୍କି ଚଢି ଶୋଷରେ ତଣ୍ଟି
ଶୁଖିଯାଏ !
ହେଲେ ବି ଭଲପାଏ !
ବସନ୍ତ !
ତୁମ କୃଷ୍ଣଚୂଡା ତୁମ ଶିତୁଆ ପବନ !
ଆନମନା କାହିଁପାଇଁ ବୁଝେନା ଏ ମନ !
-
ମୋ ଜୀବନ ରେ ଆସିବ ଯଦି, ଆସିବ ହୋଇ ବର୍ଷା
ମୋ ଜୀବନ ରେ ଆସିବ ଯଦି, ଆସିବ ନେଇ ବର୍ଷା
ମୁଁ ଚାହେଁ ଭିଜିବାକୁ ଥରେ ତୁମ ସ୍ନେହ ରେ
ମୁଁ ଚାହେଁ ମିଶିଯିବାକୁ ଥରେ ତୁମ ଦେହ ରେ
ମୋ ଜୀବନ ରେ ଆସିବ ଯଦି, ଆସିବ ହୋଇ ବର୍ଷା
ମୋ ଜୀବନ ରେ ଆସିବ ଯଦି, ଆସିବ ନେଇ ବର୍ଷା-
ଆକାଶରେ ଆଜି ଜଳଦର ମେଳି
ଧରଣୀ ଗାଉଛି ଗୀତ,
ଉତ୍ତରା ପବନ ସିହରଣ କରେ
ବରଷା ବସଇ ମିତ ।
ଶୀତୁଆ ସମୀର ଆଲିଙ୍ଗନ କରେ
ମୃଦୁ କମ୍ପନ ସାଥିରେ,
କୋଳେଇ ନେଇଛି ପ୍ରକୃତି ରାଣୀକୁ
ଲୁଚେଇ ନିଏ ଭିତରେ ।
ବେଳେ ଜଳିଉଠେ ଆକାଶେ ବର୍ତ୍ତିକା
ଥରହର ହୁଏ ଧରା,
ଚାହିଁଦିଏ ବେଳେ ବାଦଲ ଫାଡିକି
ବାଳାରୁଣ ଉଷ୍ମ ଖରା ।
ଆନମନା ଏଠି କରିଥାଏ ବସି
ସୁନ୍ଦର କୋହଲା ପାଗ,
ଧୀର ସମୀରରେ ଭାସି ଆସୁଥିଲା
ଫେରନ୍ତା ଅତୀତ ଭାବ ।-
"ବର୍ଷା ଭିଜା ରାତି"
``````````````````````````
ବର୍ଷା ଭିଜା ଏଇ ଶ୍ରାବଣର ରାତି,,
ବିଜୁଳି ଶବଦେ କମ୍ପେ ମୋର ଛାତି,,
ଧୀରେ ଜଳୁଅଛି ମୋ ଘରର ବତୀ,,
ଏ ପରା ଆମର ମିଳନର ରାତି,,
ତୁମ ସ୍ପର୍ଶେ ବଢେ ମୋ ତନୁର ତାତି,,
ଚୁମ୍ବନ ତୁମର ଭ୍ରମ କରେ ମତି,,
ଶିହରଣ ଖେଳେ ଶରୀରରେ ଅତି,,
ଗାଅ ସଖି ତୁମେ ପ୍ରଣୟର ଗୀତି,,
ମଧୁର ଆଳାପେ ଏ ରାତି ଯାଉ ବିତି,,
ସୃଷ୍ଟି କରି ନୂଆ ସ୍ମୃତି......
ସୃଷ୍ଟି କରି ନୂଆ ସ୍ମୃତି......-
ବୋଧେ ଆକାଶଟା ମାଟି ପାଇଁ ଯୋଗ୍ୟ ନଥିଲା !!!
ଯଦି ନଥିଲା ତାହେଲେ ଏତେ ଧୁମ୍ ଧାମ୍ ରେ
ବର୍ଷା କ'ଣ ପାଇଁ ???
ଆଉ ଏ ବଜ୍ରପାତ ????
ଇଏ କ'ଣ କ୍ଷଣକୁ ମାତ୍ର କି..?????
😕😕😕-