QUOTES ON #ଉତ୍କଳ

#ଉତ୍କଳ quotes

Trending | Latest
22 SEP 2020 AT 17:50





-


1 APR 2020 AT 10:43

ବିଶ୍ଵ ବନ୍ଦିନୀ ଜଗତ ଜନନୀ
ମୋ ପୁଣ୍ୟ ତୀର୍ଥ ଉତ୍କଳ ଭୂଇଁ।

ଖୋଜିଲି ଦୁନିଆ ଜଙ୍ଗଲ ପାହାଡ଼
ତା ପରି ସ୍ନେହୀ ପାଇଲିନି କାହିଁ ।

ଆକାଶ ଛୁଆଁ ମମତା ତାର
ଧରଣୀ ଧରିତ୍ରୀ ମାତା ବୋଲାଇ।

ତା ବନ୍ଦନା ପାଇଁ ଶବ୍ଦ ନାହିଁ ପାଶେ
ମଥା ଖାଲି ମୋର ଯାଏ ନଇଁ।

କେତେ ଯେ କଷଣ ପ୍ରାକୃତିକ ଦୁର୍ବିପାକ
ସହିଛି ହେଲେ ଭୋକରେ ଦେଇନି ଶୁଆଇ।

ଜୀବନ ପଛେ ଦେଇ ଦେବି ତାକୁ
ପାରିବି କି ତା ଋଣ କାଣିଚିଏ ସୁଝେଇ।

-


31 MAR 2019 AT 17:54

ଉତ୍କଳ ଦିବସ

-


1 APR 2021 AT 23:40

ଉତ୍କଳ
କେବେଳ ଗୋଟିଏ ନାମ ନୁହଁ
କୋଟି କୋଟି ଓଡ଼ିଆଙ୍କର ପରିଚୟ
ସେ ଗୋଟେ ସଂସ୍କୃତି, ଗୋଟେ ପରମ୍ପରା
ଗୋଟେ ଧ୍ୱନି, ଯେ ଶୁଣାଏ ବିଜୟର ଗାଥା
ସେ ଗୋଟେ ପ୍ରେରଣା, ଗୋଟେ ଆତ୍ମବିଶ୍ବାସ
ଗୋଟେ ଅଦୃଶ୍ୟ ଡୋର, ଯିଏ ବାନ୍ଧି ରଖେ ପ୍ରତିଟି ଓଡ଼ିଆ ପ୍ରାଣକୁ

-


31 MAR 2019 AT 17:48

ଉତ୍କଳ ଦିବସ

-


9 OCT 2020 AT 16:40

ମହାନ ସ୍ୱାଧୀନତା ସଂଗ୍ରାମୀ,
ବିଶିଷ୍ଟ କବିଓ ଲେଖକ,
ମାନବ ପ୍ରେମ ଓ ସେବା ର ପ୍ରତୀକ
ସମାଜ ସୁଧାରକ,
ଓଡିଶା ର ଦରଦୀ ବନ୍ଧୁ
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ
ଦାସ ଙ୍କ ପୂର୍ଣ୍ଣ ଜନ୍ମ ଜୟନ୍ତୀ ଅବସରରେ,ତାଙ୍କ
ଶ୍ରୀ ଚରଣରେ ଭକ୍ତିପୂତ କୋଟି କୋଟି ନମନ 🙏
🙏🙏🙏🙏💐💐💐💐🙏🙏🙏🙏

-


31 MAR 2021 AT 23:09

ଉତ୍କର୍ଷ ଦିଶା ଓ କଳାର ଦେଶ,
ଏଈ ମୋ ଉତ୍କଳ ।
ସଗୌରବେ ଶାନ୍ତି ସହ ବୀରତ୍ୱର ଗାଥା ବଖାଣେ,
ଏଈ ମୋ ଉତ୍କଳ ।
ବୋଇତରେ ବଣିଜକରି ଦୂର ଦେଶରେ ସମ୍ପର୍କର ପ୍ରାକ୍ ବାହକ,
ଏଈ ମୋ ଉତ୍କଳ ।




ଯେଉଁଠି ପ୍ରତ୍ୟେକ ଜିଲ୍ଲା ନିଜ ବ୍ୟଞ୍ଜନରେ ଗର୍ବିତ,
ଏଈ ମୋ ଉତ୍କଳ ।
ଜଗା, ବଳିଆ, ସୁଭଦ୍ରା ଯେଉଁଠି ବ୍ରହ୍ମାଣ୍ଡର ରାଜ ସିଂହାସନେ ବିଦ୍ୟମାନ,
ଏଈ ମୋ ଉତ୍କଳ ।
ମୋ ମାଆ। ମୋ ଭୂମି। ମୋ ଗର୍ବ।

ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।
ଉତ୍କଳ ଜନନୀର ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ।🙏🏻

-


14 APR 2019 AT 12:59

।।ଉତ୍କଳ ନବବର୍ଷ ।।

ଉଠ ଉଠ ଓଡିଶାର ବର ପୁତ୍ର ହୁଅ କର୍ମଠ ,
ଜଗାଅ ତୁମର ସୁପ୍ତ ଭାତ୍ରୃତ୍ବ ସଭିଏଁ ହୁଅ ଏକତ୍ର ।
ଆସିଛି ଆଜି ନବ ବରଷ
ଭୁଲି ଯାଅ ସବୁ ରାଗ ଋଷ ।

ଆସ ଅଳଙ୍କୃତ କରି ଉତ୍କଳ ମା' କୁ ବଜାଇବା ବିଜୟ ଧ୍ବନି ,
ସହିଦ ମାନଙ୍କୁ ସ୍ମରଣ କରିବା ଜଣାଇ ଶ୍ରଦ୍ଧାଞ୍ଜଳୀ ।
ପ୍ରତିଜ୍ଞା ନେବା ଭାଷାକୁ କରିବା ଦୃଢ
ପହଞ୍ଚିବା ଉନ୍ନତି ର ଶେଷ ଚୂଡ ।

ଶକ୍ତିଶାଳୀ କରି ଉତ୍କଳକୁ ଆମ ଦେବା ଶ୍ରେଷ୍ଠ ପରିଚୟ
ସର୍ବଦା ରଖିବା ମର୍ଯ୍ୟାଦା ତା'ର କରିବା ଗୌରବମୟ ।



















-


1 APR 2022 AT 8:01


ଉତ୍କଳଦିବସ

୧ ଅପ୍ରେଲ ୧୯୩୬ ମସିହାରେ ଭାଷାବିତ୍ତିକ ରାଜ୍ୟ ଭାବରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା ଏବଂ ଏହି ଗୌରବମୟ ସଫଳତା ପାଇଁ ନିଜକୁ ଉତ୍ସର୍ଗିତ କରିଥିବା ଉତ୍କଳର ସେହି ମହାନ ସନ୍ତାନମାନଙ୍କର ବଳିଦାନ ଓ ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବାରେ ସେହି ମହାପୁରୁଷଙ୍କ ଅବିସ୍ମରଣୀୟ ଅବଦାନ‌କୁ ସମ୍ମାନ ଜଣାଇ ଏହି ପବିତ୍ର ଦିବସଟିକୁ ଓଡ଼ିଶା ଓ ଓଡ଼ିଶା ବାହାରେ ବସବାସ କରୁଥିବା ସମସ୍ତ ଓଡ଼ିଆ ଓ ଓଡ଼ିଶାବାସୀ "ଉତ୍କଳ ଦିବସ" ବା "ଓଡ଼ିଶା ଦିବସ" ରୂପେ ପାଳନ କରିଥାନ୍ତି। ସେହି ଅବଦାନ ପାଇଁ ଆମେ ସମସ୍ତେ କୃତଜ୍ଞ। ଆଜିର ଏହି ପବିତ୍ର ଦିବସରେ ସମସ୍ତ ଓଡ଼ିଆ ଓ ଓଡ଼ିଶାରେ ଜନ୍ମ ହୋଇଥିବା ଅଣ ଓଡ଼ିଆ ତଥା ଓଡ଼ିଶାରେ ଜନ୍ମ ହୋଇ ଓଡ଼ିଆ ପଢ଼ିବା/କହିବା/ଲେଖିବା ଆସୁନଥିବା ମହାନ ଲୋକଙ୍କୁ ମଧ୍ୟ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା।

- ଜୀବନ ଜ୍ୟୋତି✍️

-


9 OCT 2020 AT 22:18

***""ଉତ୍କଳମଣି ଗୋପବନ୍ଧୁ""***

ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲ
'କର୍ତ୍ତବ୍ୟ ବୋଧିନୀ ସମିତି' ଗଠନ କରିଥିଲ
ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ ଆହ୍ୱାନ ଦେଇଥିଲ
ଦୁର୍ଭିକ୍ଷ ଓ ଅନାବୃଷ୍ଟିରେ ଜନ ସେବାରେ ଲାଗିଥିଲ
ବନ୍ଦୀଗୃହେ କାରାକବିତା,ବନ୍ଦୀର ଆତ୍ମକଥା ଲେଖିଥିଲ
ଉତ୍କଳର ମଣୀ ତୁମେ ଗୋପବନ୍ଧୁ ଅମର ହୋଇ ରହିଗଲ ।।

-