ନିଜର ବୋଲି କେହି ଜଣେ ମୋର
ଭାବନା ନଈର କୂଳେ
ସକାଳ ସଂଜେ ଦେହ ପଖଳାଏ
ଲାଜଲାଜ କୁତୂହଳେ,
ଗୋପନେ ତା' ରୂପ ଶୋଭା ମାଧୁରୀରେ
ଯେବେ ମୁଁ ତନ୍ଦ୍ରାଚ୍ଛନ୍ନ
କୋମଳ ସ୍ପର୍ଶେ ମୋତେ ଛୁଇଁ ହୁଏ
କ୍ଷଣକେ ଅନ୍ତର୍ଦ୍ଧାନ,
ଏମିତି ଏମିତି ସମୟ ସାଥିରେ
ବୟସ ଯାଉଛି ଚାଲି
ତଥାପି ସେ ମିଛ ନାୟିକା ଲାଗୁଛି
ନିହାତି ନିଜର ବୋଲି !
-
ଭଲ ପାଇବାରେ କେବେ ବି ରଖିନି
ହାଇଫେନ୍ ଡଟ୍ କମା...
ହୃଦୟ ଖୋଲି ମୁଁ ଯେତେ ବୁଝେଇଲେ
ବୁଝି ପାରିଲନି ଜମା...!-
ତୋ ଚକାଆଖିରେ ମିଶିଯାଏ ଯେବେ
ଥରେ ଏ ପାତକୀ ଆଖି,
ମନ କି ବଳନ୍ତା ଦେଖିବାକୁ ମାୟା
ସଂସାରକୁ ଆଖିଟେକି ।
ତୋ ମାୟାରେ ଖାଲି ବାୟା ମୁଁ ହୁଅନ୍ତି
କାୟାକୁ ଭୁଲି ରେ ଜଗା !
ଯେମିତି ନଚାନ୍ତୁ ସେମିତି ନାଚନ୍ତି
ତୋ ହାତେ ପରା ମୋ ପଘା ! !-
"ହେ ଈଶ୍ବର !
ଏ କି ନିୟମ ତୁମର....."
ଆଧାରରେ N G ଙ୍କୁ ମୋର ଏହି କବିତାଟି ସମର୍ପିତ !
॥ ସତରେ ମିଛ କଥା ॥
ଏହାକୁ ପରତେ ଯିବି
ନା ନିହାତି ଭାବିବି ଏ ମିଛ କଥା..........!-
ସମୟର ଏ କେମିତି ଯେ ଏକ ଚିହ୍ନାବେଳ!
ସ୍ମୃତିର ସୂତାରେ ଗୁନ୍ଥା
ସଂପର୍କର ମୋତିମାଳ...ଡହଳ ବିକଳ ! !
( ସଂପୂର୍ଣ୍ଣ କବିତା ଅନୁଶୀର୍ଷକରେ...)-
ବଞ୍ଚିବାକୁ ଲୋଡା ପଥଟିଏ ଯାହା
ନୀତି ନିୟମରେ ବନ୍ଧା
ବଞ୍ଚିବାକୁ ଲୋଡା ଖାଦ୍ଯ ଯାହା କି
ଧର୍ମ ସଂସ୍ଳୃତିରେ ରନ୍ଧା ॥
ବଞ୍ଚିବାକୁ ଲୋଡା ପୋଷାକ ଯାହା କି
ଭାଇଚାରା,ସ୍ନେହ ଶିରି
ବଞ୍ଚିବାକୁ ଲୋଡା ଘରଟିଏ ଯାହା
ବୈକୁଣ୍ଠ ଭୁବନ ପରି ॥
ବଞ୍ଚିବାକୁ ଲୋଡା ଆଶା ବାଡିଟିଏ
ବିବେକ ତାହାର ନାମ
ବଞ୍ଚିବାକୁ ଲୋଡା ବନ୍ଧନଟିଏ,ଯା'
ପରୋପକାରୀର କର୍ମ ॥
-
ସରସୀରେ ବାଳ ରବି କିରଣ
ସର ବାନ୍ଧେ ଆଲୋକ ଆସ୍ତରଣ ॥
ସଲିଳେ ଫୁଟେ ରମ୍ଯ ଶତଦଳ
ସଲୀଳେ କ୍ରୀଡନ୍ତି ସାରସଦଳ ॥
କରେ ଧରି ବାଳା ଭରା କଳସ
କରେ ଗମନ ନିଜ ଗୃହବାସ ॥
ବାରଣ ପଶେ ଜଳ କ୍ରୀଡା ପାଇଁ
ବାରଣ କରିବାକୁ କେହି ନାହିଁ ॥
କଳି ସହିତେ ପଦ୍ମ ହେବ ନାଶ
କଳି ହେବନାହିଁ କ୍ଷତି ବିଶେଷ॥
ବନ ଶୋଭା ଜଳେ ପ୍ରତିବିମ୍ବିତ
ବନ ଆବିଳେ ସେ ହେବ ବିନଷ୍ଟ ॥
-