ଇନ୍ଦ୍ରଦ୍ୟୁମ୍ନ ରାଜ୍ୟେ ଯେ ଥିଲେ ପରଜା,
ଵୀରତ୍ୱେ ଉଡ଼ାନ୍ତି କଳିଙ୍ଗର ଧ୍ଵଜା ।
ଦେଶରୁ ବିଦେଶ, ବିଦେଶରୁ ଦେଶ,
ସବୁଠି ରଖନ୍ତି ଜଗନ୍ନାଥ ଯଶ।।
କଳିଙ୍ଗର ଯୋଦ୍ଧା ଥିଲେ ପରାକ୍ରମୀ,
ବହୁରାଜ୍ୟ ଜୟ କରିଥିଲେ।
କଳିଙ୍ଗ ସେନାର ପାଇକଙ୍କୁ ଦେଖି,
ଶତ୍ରୁ ପକ୍ଷ କମ୍ପି ଡରୁଥିଲେ।।
ଅଶୋକ ଭଳି ବି ବୀର ଏ ମାଟିରେ,
ଚଣ୍ଡରୁ ଧର୍ମକୁ ଆସିଥିଲେ ।
କଳିଙ୍ଗ ଓଜନ ବୁଝିପାରି ସିଏ,
ଦେଶ ରାଜଧାନୀ କରିଥିଲେ।।
ମିଠାଠୁ ବ୍ୟଞ୍ଜନ, ଚିତ୍ରଠୁ ବୟନ,
ଆମ ଉତ୍ କୃଷ୍ଟ କଳା କୃତି ।।
ଉତ୍କଳ ସାହିତ୍ୟ, ଜ୍ୟୋତିଷ ଵଖାଣେ,
ଆମ ସଂସ୍କୃତିର ଉଦ୍ ଗତି ।।
ଆଜିବି ବୀର ହେ ସମୟ ଆସିଛି,
ନିଜ ମାଟି ମା ରକ୍ଷା ପାଇଁ ।
ଉଠ ହେ ସୁପ୍ତ କଳିଙ୍ଗର ସୂତ,
ମାଆ, ମାଟି, ପେଟ, କନା ପାଇଁ।।
-