QUOTES ON #ସୁନାବେଶ

#ସୁନାବେଶ quotes

Trending | Latest
21 JUL 2021 AT 23:02

ସୁନା ମହଣରେ ମୋ'ର ସୁନାର ଠାକୁର
ସୁବର୍ଣ୍ଣ କି କହିବି ଏ ଶ୍ରୀମୁଖ ତୁମର
ସୁନା ଫରୁଆରେ ଦେଲ ଏ ଅଧମ ପ୍ରାଣକୁ
ଭରି ପାରିଲିନି କ୍ଷମା ପ୍ରଭୁ ତବ ଶ୍ରୀଭାବକୁ

-


22 JUL 2021 AT 1:17

🙏ଜୟ ଜଗନ୍ନାଥ ସ୍ୱାମୀ ,
ନୟନ ପଥଗାମୀ ,
ଭବ ତୁମେ🙏...
ଏସ୍ ଏସ୍ ଏନେ✍️..

-


21 JUL 2021 AT 23:56

ସୃଷ୍ଟି ସେ
ସ୍ରଷ୍ଟା ସେ
କଳ୍ପନା ସେ
ଭାବନା ସେ
ଆରାଧ୍ୟ ବି ସେ
ଆରାଧନା ବି ସେ
ଏ ଶରୀରର ଶିହରଣ ସେ
ଧାର୍ମିକ ବାତାବରଣ ହିଁ ସେ
ସତ୍ୟ ସେ, ମିଥ୍ୟା ସେ
ପ୍ରଭୁ ଜଗନ୍ନାଥ
ସେ 🙏...ଏସ୍ ଏସ୍ ଏନେ✍️..

🙏ଜୟ ଜଗନ୍ନାଥ🙏

-


21 JUL 2021 AT 23:32

ଓଡ଼ିଆ ଜାତିର ମଉଡ଼ମଣି
ପିନ୍ଧିଅଛି ସୁନାର ବସଣି
ଓଡ଼ିଆ ମାନଙ୍କ ସ୍ୱାଭିମାନ
ଭକ୍ତ ଉପରେ କରିଛି ଅଭିମାନ
ଓଡ଼ିଆ ଲୋକଙ୍କ ପ୍ରାଣବିନ୍ଦୁ
ତା ବିଶ୍ୱାସେ ଓଡ଼ିଆ
ଲଂଘି ପାରେ ସିନ୍ଧୁ
ସେ ସମଗ୍ର ବିଶ୍ୱର ଅଧିପତି
ତା ବିନା ନାହିଁ ଅନ୍ୟ
ଗତି🙏...ଏସ୍ ଏସ୍ ଏନେ✍️..

🙏ଜୟ ଜଗନ୍ନାଥ🙏

-


2 JUL 2020 AT 19:34

#ସୁନାବେଶ #ଲକ୍ଷ୍ମୀ ନାରୟଣ ଭେଟ

ସଖୀ- ହେଇଟି ଲକ୍ଷ୍ମୀ ଠାକୁରାଣୀ, ଦେଖିଲେଣି କାଳିଆ ସାଆନ୍ତ ଅଳଙ୍କାର ପିନ୍ଧି କେଡେ ସୁନ୍ଦର ଲାଗୁଛନ୍ତି ! ମନ ମୋହି ନେଉଛନ୍ତି ସମସ୍ତଙ୍କର ।
ମା ଲକ୍ଷ୍ମୀ -ହୁଁ। ମୋର ଦେଖିବାର ନାହିଁ। ଭାଇ ଭଉଣୀ ଙ୍କ ସାଙ୍ଗରେ ମିଶି ବହୁତ ମଜା କରୁଛନ୍ତି । ମୋ କଥା ପୁରା ଭୁଲିଗଲେଣି। କାଲି ଜମା ମନ୍ଦିର ଭିତରକୁ ପଶିବାକୁ ଦେବିନି ।
ସଖୀ - ଥାଉ ଥାଉ ସଖୀ ମୁଁ ଜାଣିଚି ତୁମର ଏ ରାଗ ପାଣି ଫୋଟକା ଭଳି । କାଲି ପ୍ରଭୁ ଙ୍କୁ ଦେଖି ସବୁ ଭୁଲିଯିବ ।
ମା ଲକ୍ଷ୍ମୀ - ( ଅଳ୍ପ ଲାଜେଇ) ନା ମ, ସେମିତି କିଛି ନୁହଁ । ମୁଁ ଖାଲି ରସଗୋଲା ପାଇଁ ମାନିଯାଏ ନା ।
ସଖୀ - ରସଗୋଲା ତ ଖାଲି ବାହାନା । ସତ କଥା ଟା ତୁମେ ବି ଜାଣିଛ ।
ଲକ୍ଷ୍ମୀ - ଆଚ୍ଛା ସଖୀ , କାଲି ପ୍ରଭୁ ଆସିଲେ ଟିକେ ନଜର ଉତାରି ଦେବା, ଆଜି ତାଙ୍କ ସୁନ୍ଦର ରୂପ କୁ ଦେଖି ଜଣା ନାହିଁ କେତେ ନଜର ଲାଗିଥିବ ।
#ଶିବାନୀ

-


2 JUL 2020 AT 20:27

#କାଳିଆ #ସୁନାବେଶ ⭕❕⭕

ସବୁ ବର୍ଷ ଭଳି ଆଜିବି ସୁନାବେଶ ଦେଖିବାକୁ ସିଏ ଯାଇଥାନ୍ତା। କେତେ ଜିନିଷ ନେଇକି ଆସିଥାନ୍ତି । ହେଲେ ଏ ପୋଡାମୁହାଁ ରୋଗ ସମସ୍ତଂକୁ ତ ଘରେ ପୁରେଇକି ରଖିଲା। ଦୋଳମୁଣ୍ଡେଇ ଛକଟା କେମିତି ଖାଁ ଖାଁ । ଭୁତ ବୁଲିଲା ଭଳିଆ ଲାଗୁଛି। ହଉ କାଳିଆ ତୋ ଇଚ୍ଛା କହିକି ଟିଭି ଲଗେଇଲା କାଳିଆ, ହେଲେ ଜଗନ୍ନାଥଙ୍କୁ ଦେଖି କାନ୍ଦି ପକେଇଲା। ଆରେ ଇଏ କଣ ମୋ ଜଗା ମୁହଁ ଏତେ ଶୁଖିଲା । ଟିକେ ହସେ କହିକି ସେଇ ଟିଭି କୁ ଧରି ଭୋ ଭୋ କରି କାନ୍ଦି ଚାଲିଥାଏ ।

-


14 AUG 2021 AT 23:41

ବୋଉ କୁହେ,"ତୁ କଣ ସେ କାଳିଆର ଲୀଳା ବୁଝିପାରିବୁ?ତା ଡୋରି ନଲାଗିଲେ ପା ଶ୍ରୀକ୍ଷେତ୍ରରେ ପାଦ ରଖି ପାରିବେନି କେହି...।" ମୁଁ ବଡ ହେଲା ପରେ ବି,ବୋଉ ସବୁବେଳେ ଏଇ କଥା କୁହେ,ମୁଁ କେବେ ବୁଝିପାରେନି ଏ କଥାରେ କି ସତ୍ୟତା ଅଛି,ହେଲେ ବୋଉର ବିଶ୍ୱାସ ଆଗରେ କିଛି କୁହେନି କେବେ,ହସି ଦିଏ ଖାଲି...।

-


21 JUL 2021 AT 19:52

ସୁନାବେଶ ପ୍ରଭୁ ତୁମ କେଡ଼େ ସୁନ୍ଦର''
ସଜପାଇଁ ମାଉସୀ ମାଁ ଘରୁ ଫେର....

ଦ୍ବିପହର ଧୂପ ଅନ୍ତେ ସଜର ଆରମ୍ଭ''
ସ୍ବର୍ଣ୍ଣ ଭୂଷଣେ ବିମଣ୍ଡିତ ହସ୍ତେ ସ୍ବର୍ଣ୍ଣାୟୁଧ...

ଜଗତକର୍ତ୍ତା ଇଛା ତୁମ୍ଭ ବଡଦାଣ୍ଡ ଶୂନ୍ୟ''
ପୂରଣ ବି ହୁଏ ଦେଖ, ତୁମେ କରିଛ ମାନ୍ୟ...

ଗଛରୁ ପତ୍ର ନପଡ଼େ ଯାହା ଆଜ୍ଞାରେ,,
ଏଠି ଅଦୃଶ୍ୟ ଶକ୍ତି ପୁଣି କାୟା ବିସ୍ତାରେ...

-


2 JUL 2020 AT 8:30

କାଇଁ ଏଇ ସୁନା ବେଶ
କିଏ ଦେଖିବ ତତେ
ତୁ ସିନା ଭାବର ଠାକୁର
ଦେଖିପାରୁ ସମସ୍ତଙ୍କୁ
ତୋ ଚକା ଡୋଲାରେ
ହେଲେ ଆମର ସାମର୍ଥ୍ୟ
ଶୂନ୍ୟ ଘରେ ଅଟକି ଯାଇଛି
କରୋନା କରୁଚି ମନା
ଯିବାପାଇଁ ତୋର ଧାମ କୁ
ବଡ଼ ଦାଣ୍ଡ ଧୂଳି
ସ୍ବପ୍ନ ପାଲଟି ଯାଇଛି
ଆଉ କଣ ବା ଅଛି
ଏଇ ଅପୂର୍ଣ୍ଣ ଜୀବନ ରେ
ଆଉ ତୋ ଦାନ ଏଇ
ଦୁଇ ନୟନ ରେ
ଯଦି ଦେଖି ପାରୁନି ତୋର
ବାର ମାସ ର ତେର ଯାତ କୁ।

-


13 JUL 2019 AT 20:24

ରୂପରେ କୋଟିଏ କନ୍ଦର୍ପ ମୋହୁଛି
ଜଗା ସୁନାବେଶରେ ସଜେଇ ହୋଇଛି
ନୟନ ମୋର ଝଲସି ଯାଉଛି
ହୃଦୟ ଆନନ୍ଦରେ ବିଭୋର ହେଇଯାଉଛି

-