ଆଗରୁ ଲୋକେ କୁହନ୍ତି ପ୍ରେମ କାଳେ ଅନ୍ଧ....
ନା ନା ପ୍ରେମ ଅନ୍ଧ ଥିଲା ମାତ୍ର ଏବେ ସେ ତାର ଚିକିତ୍ସା କରିସାରିଛି।
ଏବେ ତ ସେ ଗାଡ଼ି, ଘର ,ବ୍ୟାଙ୍କ୍ ବାଲଂସ୍ ସବୁ ଦେଖୁଛି।
ସତ କହିଲି ନା!!
-
ପିଲା ଦିନେ ଭାଷଣ ରେ କହିଦେଇଥିଲୀ
କି "Education is more important than money"
ମାତ୍ର ଜାଣିନଥିଲି ଭଗବାନ ବି ମୋ କଥାକୁ କାନେଇ ଥିଲେ🤣-
ଜାଣିଛ ନା
ମୁଁ କେଡେ ଭୟାନକ
ଆମ ଗାଁ ର
ସେଇ କାଳୀ ବୋହୂ ଟାକୁ ଦେଖିଲେ
ନାକ ଟେକି ଆଡେଇ ହୋଇ ଚାଲିଯାଏ
ମାତ୍ର ବିପଦ ପଡ଼ିଲେ ନା
ଠାକୁର ଘରେ ବସି ସେଇ କଳା ଠାକୁର ଙ୍କୁ ସ୍ବାର୍ଥ ପ୍ରାର୍ଥନା କରେ......ସତରେ ମୁଁ ମଣିଷ ଟି!
-
ଯେତେ ବେଳେ ନିଜ ଲୋକ ମାନେ
ତୁମ କହୁଥିବା ପ୍ରତିଟି ଶବ୍ଦର
ଅର୍ଥ ଖୋଜି ହୁଅନ୍ତି ନା
ଜାଣିରଖ
ସେତେବେଳେ ତୁମ ଠିକଣା ବଦଳି ସାରିଥାଏ.....-
କହିବକି !!!!
ଦୁଃଖ ଗୁଡ଼ା ସାଉଁଟି ହୁଅନ୍ତାନି
ଏକା ବେଳକେ
ତାଲା ମାରି ଚାବି ହଜେଇ ଦିଅନ୍ତି
କୋଉ ଗୋଟେ ଅପନ୍ତରା ରେ
ମନ ମୋର କହେ
କିସ୍ତି ରେ ମିଳିବା କଣ ନିହାତି ଦରକାର୍-
ତୁ ପ ରେ ପଇସା ଦେଖୁ
ପ୍ରତିପତ୍ତି ଅର୍ଜନ ଆଶାରେ ଧାଉଁ
ଆଉ ମୁଁ.....
ମୁଁ ପ ରେ...
ମୋ ପରିବାର କୁ ଦେଖେ।
-
Our anniversary celebration does not have the colorfulness of lights or the cutting of big cake or the thump of loud music. But it has the colorfulness of our memories, grandeur of our love and thump of our hearts beating for each other forever......happy anniversary dear ❤️❤️❤️ love you.
-
ଏଇତ ଆମ ଜୀବନ ଆରମ୍ଭ ମାତ୍ର
ତୁମେ ମୁଁ ଆଉ ଆମ ସ୍ବପ୍ନ
ଯେବେ ତୁମେ ବାଛିଥିଲ ମୋତେ
ମୁଁ ତ ପାଇଗଲି ଖାଣ୍ଟି ମଣିଷ ଟେ
ମୋ ପ୍ରେମ ସ୍ଵାଭିମାନୀ
ମୁଣ୍ଡ ନୁଆଁଏ ନା
କିନ୍ତୁ ତୁମେ ପୁରା ନିଆରା
ମନ ସିନ୍ଦୁକ ରେ ସାଇତି ରଖିଛି
ତୁମ ସହ ବିତେଇଥିବ ପ୍ରତ୍ୟେକ ମୁହୂର୍ତ୍ତ.......
ଲୋଡା ନାହିଁ ମୋର କିଛି ଉପହାର
ତୁମେ ତ ମୋ ପାଇଁ ତା ଠାରୁ ବଡ଼
ଏଇ ଗୋଟେ ଜନ୍ମ ନୁହେଁ
ଯେତେ ଦିନ ଯାଏ ଜନ୍ମୁଥିବି ମୁହିଁ
ସବୁ ଜନ୍ମ ରେ ମୋର ତୁମେ ହିଁ ଦରକାର୍.....
*******ଆମ ବିବାହ ବାର୍ଷିକ ର ଅଭିନନ୍ଦନ *****
ଶେଖର ❤️❤️❤️ଶ୍ରୀ
-
ଆହା କି ବାସ୍ନା
ମନେ ପକେଇ ଦିଏ ପିଲା ଦିନ
ଖୁବ୍ ଖୁସି ଲାଗେ
ମାଟି ବି ଆନନ୍ଦ ରେ ନାଚିଯାଏ
ଆମ ପରି
ଗ୍ରୀଷ୍ମ ର ନିଦାଘ ତାତି ରୁ
ତାକୁ ବି ମିଳିଛି ବର୍ଷା ର
ଓଦା ଓଦା ଶୀତଳ ଛୁଆଁ
ସେ ବି ସଜେଇ ହବ
ପିନ୍ଧି ସବୁଜ ରଙ୍ଗ ର ଶାଢ଼ୀ
....................
-