Everything is temporary. You always want anything till not full-fil of your desire. Life always gives you a new lesson.
-
ମନ ଭିତରେ ବସା ବାନ୍ଧିଥିବା ଭୟ ସବୁ
ଧିରେ ଧିରେ ଅପସରି ଯାଉଛି !!
ନୂତନ ପ୍ରଭାତର କଅଁଳ ରବିକିରଣରେ
ଦୃଢ଼ ଆତ୍ମବିଶ୍ବାସର ଗଣ୍ଠିଲି ନେଇ
ସେ ଆଗକୁ ଆଗକୁ ବଢି ଚାଲିଛି !!
ନୂଆ ଆଶା ଓ ନୂଆ ଉନ୍ମାଦନାର
ଅଳଙ୍କାରରେ ନିଜକୁ ବିମଣ୍ଡିତ କରି
କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇଛି !!
ଅହଂକାର ଓ ଇର୍ଷା ର ସଂସାରରେ
ଘାସଫୁଲ ଉପରେ ଶିଶିର ବିନ୍ଦୁ ସମ
ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି !!-
ଭିତରେ କିଏ ଜଣେ ଚିହ୍ନା ଚିହ୍ନା ଲାଗୁଛି
ଏଇ ମିଛ ମାୟା ସଂସାର ଭିତରେ
ସେଇ ଏକା ନିଜର ନିଜର ମନେ ହେଉଛି
ଦୁଇ ନିଆଁର ଦୂରତା ଅତିକ୍ରମ ସମୟ
ମଧ୍ୟରେ ମନ ଅନେକ ସଂଶୟ ସୃଷ୍ଟି କରୁଛି
ହେଲେ ବିଶ୍ୱାସରେ ବନ୍ଧା ହୋଇଥିବା
ଅତୁଟ ସମ୍ପର୍କକୁ ଆଶ୍ରା କରି ଆଗକୁ ବଢିଛି
ଜୀବନ ଏଠି ଦୁଇ ଦିନର ରଙ୍ଗମଞ୍ଚ
ପ୍ରତ୍ୟେକ ଚରିତ୍ର ଅଭିନୟ ସାରି ଫେରିଯାଉଛି
ହେଲେ ପ୍ରତି ଚରିତ୍ର ମାଧ୍ୟମରେ ସେ
ସମାଜକୁ କିଛି ମରମ କଥା କହି ଦେଉଛି-
ବାରମ୍ବାର ମୋତେ ଆକର୍ଷିତ କରେ !
ନେଇଯାଏ ମୋତେ ଅତୀତର
ସେଇ କାହାଣୀର ଶୀର୍ଷକର ଦ୍ୱାରରେ !!
ସମୟକ୍ରମେ ଝାପସା ହୋଇଯାଇଥିବା
ଚରିତ୍ର ସବୁ ସ୍ମୃତିର ପଟଳରେ ଉଙ୍କି ମାରେ !
ଆଲମାରୀଟି ସଜାଡୁ ସଜାଡୁ ଯେବେ
ଆକସ୍ମିକ ଭାବେ ଦେଖାହୁଏ କେଉଁ ମୁହୂର୍ତ୍ତରେ !!
ହାତ ଆପେ ଆପେ ଚାଲିଯାଏ
ବହିର ସେଇ ଅତୀତର ପୃଷ୍ଠାରେ !
ଯେଉଁଠି ଆଜି ମଧ୍ୟ ମହକୁଛି
ଶୁଖିଲା ଗୋଲାପ ଫୁଲର ବାସ୍ନାରେ !!
-
तपते हुए सफलता की आकलन
वोही कर सकता है.....
जो विफलता की रेगिस्तान पर
कभी नंगे पांव चला है....
रिश्तों की असली ताकत
वोही समझ सकता है.....
जो विश्वास के महत्व को अनुभव कर के
सच्चे मन से उसे निभाता है.....-
ଅତି ସୁସଞ୍ଚ ଦିଶୁଥିଲା ସେଇ ମହଲ
କୋଣ ଅନୁକୋଣ ତାର ଝଲସୁ ଥିଲା,
ସେଇ ନଭଶ୍ଚୁମ୍ବୀ ଅଟ୍ଟାଳିକା ଭିତରେ
ହୃଦୟ ତାର ପ୍ରତିକ୍ଷଣେ କାନ୍ଦୁଥିଲା !!
ବିଳାସପୂର୍ଣ୍ଣ ସାମଗ୍ରୀରେ ପରିପୂର୍ଣ୍ଣ ଗୃହର
ପ୍ରାଚୀର ଲଙ୍ଘିବାକୁ ତତ୍ପର ଥିଲା ଏକ ପରୀ,
ଖୋଲା ଆକାଶରେ ଉଡ଼ିବାର ସ୍ୱପ୍ନ ନେଇ
ବଞ୍ଚିଥିଲା ସୁନା ପଞ୍ଜୁରୀରେ ଏକ ଶାରି !!
ବିଶ୍ୱାସ ଥିଲା ମନରେ ଦିନେ ନା ଦିନେ
ପ୍ରଚେଷ୍ଟା ବଳରେ ସ୍ୱପ୍ନ ବାସ୍ତବ ହେବ ତାର,
କିନ୍ତୁ ସମାଜର ଶିକୁଳିରେ ବାନ୍ଧି ହୋଇ
ନିଜ ହାତେ ଭାଙ୍ଗି ଦେଲା ସ୍ୱପ୍ନର ଘର !!
ଅନେକ ପ୍ରଶ୍ନ ପଚାରିଥିଲା ସେ ନିଜକୁ ନିଜେ
ବ୍ୟସ୍ତ ବିବ୍ରତ ହୋଇ ଧିକ୍କାର କଲା ଭାଗ୍ୟକୁ,
ଆଶା ଥିଲା ବଞ୍ଚିବାକୁ ସ୍ୱାଧୀନ ଭାବରେ
କୁହୁଡି ଘୋଡେଇ ଦେଲା ସ୍ୱପ୍ନର ପଥକୁ !!-
ଏହି ମାୟାର ସଂସାରରେ
ତୁମେ ମୋର ଜ୍ଞାନର ଅସ୍ମି !!
ଅଥଳ ସାଗର ଢେ଼ଉରେ
ତୁମେ ଏକ ନାବଟିଏ ସମ
ଘୋର ଅରଣ୍ୟ ମଧ୍ୟରେ
ଛିଦ୍ର ରବି କିରଣ ଯେନ !!
ମଧ୍ୟାହ୍ନର ପ୍ରଚଣ୍ଡ ରୌଦ୍ରରେ
ତୁମେ ଶୀତଳ ଜଳର ଭଣ୍ଡାର
ତୋଫାନ ଭରା କାଳରାତ୍ରିରେ
ତୁମେ ମୋର ଆଶାର କୁଟୀର !!-
Some conversations feel like a life long experience,
Which guide you towards a right path without any hindrance.
Some conversations feel like a beautiful dreams,
Which are as yummy as a sweet cake with full of cream.
Some conversations feel like a unforgettable moments,
Which get store in our memory forever like a camera reels.
Some conversations feel like sound of your heartbeat,
Which holds a lot of love,emotions and excitement.
Some conversations feel like knowledge of life,
Which helps you to cut the hurdles always like a sharp knife.
Some conversations feel like a packet of fear,
Which hurts you all the time as a horrible nightmare.-