କଳ୍ପନାଠାରୁ ବହୁତ ଦୂରକୁ ନେଇଯାଇ
ନିଜର ପରିଚୟ ଦେଲା ପରେ
ବଞ୍ଚିବାର ସର୍ବନିମ୍ନ ପ୍ରୟାସ ସ୍ୱରୂପ
ପୁଣି କଳ୍ପନା କରିବାକୁ ଯିଏ ବାଧ୍ୟ କରେ,
ସେ ହେଉଛି ସତ ।
-
ତୁମେ କହୁଥିଲ ନା ଏ
ଦୁନିଆ ଟା ବଡ଼ ସ୍ୱାର୍ଥପର,,,
ଆଉ ମୁଁ କିଛି ନ ବୁଝି
ତୁମ କଥା ରେ
ହଁ ମାରୁଥିଲି,, ଆଉ ହଁ
ହେଇଥିବ ବୋଲି
କହୁଥିଲି..............
କିନ୍ତୁ,,,,,,,,,, ହଁ,,,,,,,,
ଆଜି ସବୁ ଜାଣିଗଲି ତୁମେ
ସବୁ ସତ କହୁଥିଲ 🙏-
ତୁମର ମିଛ ସାନ୍ତ୍ୱନା ମତେ
ଆଗକୁ ବଢାଇବା ର
ଏକ ନୂଆ ଅଧ୍ୟାୟ
ନିଶ୍ଚୟ ସୃଷ୍ଟି କରିବ..
ସେ ମିଛ ହଉ କି ସତ
ସେ ତ ସାନ୍ତ୍ୱନା, ସେତିକି
ଯଥେଷ୍ଟ ମୋ ପାଇଁ.....-
ମୁଁ ସେଇ ସମ୍ପର୍କ ର ଗଳାକୁ ଚିପି ମାରିଦେଇଛି,,,,
ଯେଉଁ ସମ୍ପର୍କ ର ପଛରେ ବିଶ୍ୱାସ
ନାମରେ ଅବିଶ୍ୱାସ ଲୁଚିରହିଛି,,,,,,
ଆଉ ସତ ପଛରେ ଅନେକ ମିଛ...........-
ଅଧା ଥିଲା ପ୍ରେମ ପୁରା ହେଲା ଆଜି
ତୁମକୁ ସାଥି ମୋ ପାଖରେ ପାଇ
ବାକି ଥିଲା ସ୍ବପ୍ନ ଅସୁମାରୀ ଆଶା
କାହାଣୀ ପୁରା ଗଲା କି ହେଇ?-
ସବୁ ସମ୍ପର୍କର କଣ ନାଁ ଥାଏ ? ? ?
ଯଦି କେହି ପଚାରେ
ମୁଁ ତୁମର କଣ !
କିଛି ଉତ୍ତର ଅଛି କି ତୁମ ପାଖେ?????
ଯଦି କେହି ପଚାରେ
ତୁମେ ମୋର କଣ !
କିଛି ବି ଉତ୍ତର ନାହିଁ ମୋ ପାଖେ... l
ଅନେକ ଭାବିଛି ତୁମେ ମୋର କିଏ ବୋଲି !
ନା ଭାଇ
ନା ବନ୍ଧୁ
ନା ପ୍ରେମିକ
ତା ହେଲେ ତୁମେ ମୋର କିଏ ??
ଥାଉ, ଆଉ ଭାବିବିନି l
ତୁମେ ମୋର ଯାହାବି ହୁଅନା କାହିଁ
ତୁମକୁ ଦେଖିଲେ ହସିଦିଏ
ତୁମକୁ ପାଖେ ପାଇ ଖୁସି ହୁଏ
ତୁମଠୁ ଦୂରେଇଲେ ଦୁଃଖପାଏ...
ଅଯଥା ଅସହଜ ସମ୍ପର୍କରେ କାଇଁ ତୁମକୁ ଯୋଡିବି
ଖାଲି ଏତିକି କହିବି
ଯିଏ ବି ପଚାରେ କହିବ
ସବୁ ସମ୍ପର୍କର କଣ ନାଁ ଥାଏ ??
ନା ସବୁ ସମ୍ପର୍କର ସତରେ ନାଁ ନଥାଏ.....
-
"ସତକୁ ଗୋଟିଏ ମଞ୍ଜିପରି ମାଟିରେ ପୋତି ଦେଇଥିଲେ ବି ଦିନେ ନା ଦିନେ ସେ ମାଟିକୁ ଫଟେଇ ବାହାରକୁ ଆସିଥାଏ, କାରଣ ସତ ହଇରାଣ ବହୁତ ହୁଏ କିନ୍ତୁ ହାରେନି ।"
-
ତୁମେ ସବୁବେଳେ ସତ କହୁଥିବାବେଳେ ଯେତେବେଳେ ପ୍ରତିଉତ୍ତରରେ କୁହାଯାଏ"ତୁମେ ମିଛ କହୁଛ" ତାହା ଠାରୁ ଯନ୍ତ୍ରଣା ଦାୟକ ଆଉ କିଛି ନୁହେଁ😢😢😢😢
-