ବିଗତ ମୁହୁର୍ତ୍ତ ମହକୁଥାଏ
ମହୁଲ ଫୁଲରେ ସନ୍ଧ୍ୟା ଯେମିତି !
ଦିର୍ଘ ନିଃଶ୍ବାସ ପକେଇ ଚାଲେ ଯାହା
ନହେଲେ ଏ ଲେଖା ସବୁ ଲେଖିଯାଏ କେମିତି ??
ମନ୍ତ୍ର ମୁଗ୍ଧ ଭରା ତୁମ କଥା ପଦକ
ମୋ କାନ ପାଖେ ଗୁଣୁ ଗୁଣୁ କରି କହେ ;
ଚାଲ ! ଆଉଥରେ ଆଖି ବୁଜି ଭାବି ବସିବା
ପୁରୁଣା ପୃଷ୍ଠାକୁ ଲେଉଟାଇ !!!!!
(ସମ୍ପୂର୍ଣ୍ଣ କବିତାଟିକୁ ନିଶ୍ଚିତ ପଢିବେ । ଆଶା କରେ ହୃଦୟକୁ ଛୁଇଁବ )
-
କିଛି ନିଦ ଚୋରି କଲା ଭୋକିଲା ପେଟ
କିଛି ନିଦ ହଜିଗଲା ଦାୟିତ୍ୱର ବାଟେ
ଇଏ କି ଲାଞ୍ଛନା କହ ବାରେ ସଖୀ
ସବୁ ନୁହଁ କମଳ ଯାହା ସରୋବରେ ଫୁଟେ...-
ଦେଏ ଆଙ୍କି ସଖୀ ରୂପ ନିରିମାଖୀ
ମୋ ହୃଦୟ ଚିତ୍ରପଟ୍ଟେ
ନ ଯାଉ ଗୋ ଶୁଖି ଶୋଷେ ପ୍ରେମ ପକ୍ଷୀ
ତୁମ ବିନା ଛଟପଟେ...-
ପ୍ରେମର ଆକାଶେ ବିରହ ବଉଦ
ମେଞ୍ଚା ମେଞ୍ଚା ସ୍ମୃତି ମନ୍ଥରେ ବରଷେ,
ରୂପା ଜହ୍ନ ଏକ ଫାଙ୍କ ରୁ ତେବେବି
ଦୂର ଆକାଶରୁ ମୋତେ ଚାହିଁ ହସେ....
ଲୁଚକାଳି ଖେଳେ ଆଶା ଆକାଶ ରେ
ପୁନଃମିଳନ ର ସମ୍ଭାବନା ଟିକେ
ମେଘାଚ୍ଛନ୍ନ ଏଇ ଆକାଶ ରେ ଆଜି
ଉଙ୍କି ମାରେ ଖାଲି ତୁମ ପ୍ରତିଛବି।
-
ଦୁନିଆଁ ଚାଲିଛି ଠିକଠାକ
ନିଜ ବାଟରେ ,
ମୁଁ କେବଳ ଅଟକି ରହିଛି
ସେଇ ମୂହୁର୍ତ୍ତରେ ...
-
ମନ ପକ୍ଷୀ ଉଡି ଆସନ୍ତା କି ସତେ
ହୃଦୟର ଉପବନେ,
କାକଳି ଶବଦେ ଗାଆନ୍ତା କବିତା
ପ୍ରୀତି ଫୁଲ ତୋଳି ମନେ...
ଜଳୁଥିବ ନିତି ସହରର ବତୀ
ବ୍ୟାକୁଳ ହୋଇବ ଆଖି,
ଦୂରୁଁ ଫେରିଆସ ନିଶିଥ ସପନେ
ଆଗୋ ମୋର ପ୍ରିୟ ସଖୀ...-
ସଖୀ ଅଭୂଲା ଅତୀତକୁ
ହୃଦୟେ ରଖ ସ୍ମୃତି କରି..
ଡାଏରୀର ଅତୀତ
ପୃଷ୍ଠା ସବୁକୁ ଦିଅ ଚିରି..
ନହେଲେ ସଖୀ ଭବିଷ୍ୟତେ
ଅନ୍ଧକାର ଦେବ ଭରି..✍️-
ଖୁବ ଦୂରରେ ଥିବ
ଦେଖି ହେଉଥିବ
ହେଲେ ଛୁଇଁ ହେଉ ନଥିବ
କି ପାଇ ହେଉ ନଥିବ....
ତାକୁ ଦେଖି ଖୁସି ହେବା
ବି ପ୍ରେମ .....-