Bikash Behera   (Voice of Bikash)
337 Followers · 57 Following

Joined 7 July 2018


Joined 7 July 2018
30 DEC 2024 AT 23:19

Too shy to say,
But I hope you stay.

-


30 DEC 2024 AT 22:08


ମୋ ଆତ୍ମାର ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣରେ
ଜଣେ ମଗ୍ନ ପ୍ରତ୍ନତତ୍ତ୍ଵବିତ୍ କୁ
ମିଳିବ ତ କେବଳ,
ମୋ ସହ ତୁମର ବିତିଥିବା ସ୍ବର୍ଣ୍ଣିମ ମୂହୂର୍ତ୍ତ
ଆଉ ତୁମ ସହକାର ରୂପୀ
ସହର ସଭ୍ୟତାର
ଭଗ୍ନ ଅବଶେଷ ।

-


19 DEC 2024 AT 22:37


ତୁମେ ପ୍ରଜାପତି
ସବୁ ଫୁଲ ଛୁଇଁବାର ଶତ ଆଶା ନେଇ
ଘୂରି ବୁଲିପାର
ସର୍ବତ୍ର ରଙ୍ଗୀନ୍ ହୋଇ।
ମୁଁ ବାସ୍ନା
ଗୋଟାଏ ପରିସୀମାରେ ପରିଶିଷ୍ଟ
ନିର୍ଦ୍ଦିଷ୍ଟ ଫୁଲର...।

-


17 DEC 2024 AT 17:36

ମୋହ
ଯନ୍ତ୍ରଣାର ପ୍ରତିଶବ୍ଦ,
ଆଉ ପ୍ରେମ
ମୁକ୍ତିର...।

ତୁମେ
ପ୍ରେମର ପ୍ରତିଶବ୍ଦ,
ମୁଁ
ତୁମର...।

-


15 DEC 2024 AT 21:01

*_ମୋ ପ୍ରତି ସବୁବେଳେ ଅନ୍ୟାୟ ହେଉଛି କାହିଁକି?_*

ଢେଉ ପରି ଏ ପ୍ରଶ୍ନ ମନର ବେଳାଭୂମିରେ ମାଡ଼ ହୁଏ ପ୍ରତିଥର କିନ୍ତୁ କ'ଣ କରିବି ମୁଁ ତ ନିରବ ନିଶ୍ଚଳ ପଥରଟିଏ ... କିଏ ଗୋଡ଼ରେ ଠେଲି ଦିଏ ତ କିଏ ଗୋଇଠାଟିଏ ପକାଏ କେହି କେହି ଆଉଁଶି ଦେଇ ଚାଲିଯାଏ ଆଉ କେହି ଫିଙ୍ଗିଦିଅନ୍ତି ଦିଗବଳୟକୁ ଅଲୋଡ଼ା ମନେକରି ଅବା ନିଜ ଅବୁଝା ମନକୁ ସାନ୍ତ୍ଵନା ଦେବା ପାଇଁ ଚାଲ... କିନ୍ତୁ ହଁ ମୁଁ ଜାଣିଛି ଆଜିକାଲି ପଥରକୁ କେହି ଗୋଟାଇ ନେଇ ମେଞ୍ଚାଏ ସିନ୍ଦୂର ବୋଳି ମଖମଲି କପଡ଼ାରେ ଗୁଡ଼ାଇ ଦେବତାର ଆଖ୍ୟା ଦିଅନ୍ତି ନାହିଁ।
#Voice_Of_Bikash

-


22 OCT 2024 AT 22:52


Be a better you,
for you.

-


17 OCT 2024 AT 22:00


ଜହ୍ନ ତୁମେ ଆଉ କାହା ଆକାଶରେ,
ଫୁଲ ତୁମେ ଆଉ କାହା ଅଗଣାରେ,
ଜାଣିଛି ମୁଁ ତୁମେ ଫେରିବନି..
ତଥାପି ମୁଁ ତୁମ ଅପେକ୍ଷାରେ...। 🙄

-


21 SEP 2024 AT 1:19


ମଝି ରାତିର ଆକାଶରେ
ଜହ୍ନକୁ ଦେଖି,
ମନ ବୁଝିଯାଏ ।
କିନ୍ତୁ ହୃଦୟ ବୁଝେନା
ଦେଖିନି ବୋଲି,
ଅନେକ ଦିନରୁ ସତସତିକା।
ଆଖି ତ ଆନମନା ହୋଇଯାଏ,
ତୁମ ସ୍ମୃତିର ଅଳକାନନ୍ଦାରେ...।

-


16 SEP 2024 AT 0:34


ରେ ସମୀର ରେଶମୀର
ନିଅ ଏଇ ପତ୍ର,
ଦିଆଇବୁ ସଖୀ ପାଶେ
ଯୋଡ଼ି କରପତ୍ର।
ଦୁଃଖମୟ ଦ୍ଵାରକାଟା
ଜଞ୍ଜିର ପରାୟ,
ତାଙ୍କ ବିନା ଏ ହୃଦୟ
ହୁଅଇ ଅଥୟ।

-


16 SEP 2024 AT 0:18


ପ୍ରେମ ସବୁବେଳେ କୁନି ଛୁଆଟେ ପରି
ଅଳି କରି ବସେ ଆଉ କହେ
ମୋ ଉପରେ ଗୋଟାଏ କବିତାଟେ
ଲେଖ ନା... !
ମୁଁ ଲେଖି ଚାଲେ
ଗୋଟାଏ ପୋଖତ ପ୍ରେମିକଟେ ପରି..।

-


Fetching Bikash Behera Quotes