ଉତ୍କଳ ଜାତିରେ ସକାଳ ସୂରୁଜ ଆଶାର ବୋଇତ ଆଣେ
ବାରମାସେ ତେର ଯାନିଯାତରାକୁ ସାଧବାଣୀ ପୁଅ ଶୁଣେ
ଜାଣିଛୁ ନାତିଆ ଆମ୍ଭକାଳେ ନିତି ଢିଙ୍କି ଶାଳେ ଭିଡ଼ ପଡ଼େ
ଛଅ ହାଣ୍ଡି କ୍ଷୀରି ପଞ୍ଝାଏ ଖାଇଲେ ତଥାପି ଭାଳେଣି ପଡ଼େ
ବୈଶାଖ ବିଷମେ କୃଷକର ଥାନେ ଅଭିନବ ଅଣ୍ଟାସୂତା
ଜ୍ୟେଷ୍ଠ ଅଙ୍କ ଆସି ପ୍ରବେଶିଲେ ଦ୍ୟୋନ୍ତି ଉଦ୍ଦୀପନା ଭାବ ପୁରୋଧା ।
ଜ୍ୟେଷ୍ଠ ଆଗମନେ କିପରି ପ୍ରମୋଦ କୁହ ଜେମାମଣୀ ମୋର ଆଗେ
କେଉଁ ସମ୍ଭୋଗର ଅପେକ୍ଷମାଣ ଏ କାହିଁ ଅଭିଳାଷ ମଣୁଥାନ୍ତେ ।
କୁମାରୀ ପରବ ରଜ ସଜବାଜ ଜ୍ୟେଷ୍ଠ ଖିଅର ସୂତା
ବାଳୁତ ଟୋକା ମୋ କାହିଁ ଜାଣିବୁରେ ,ତୋଠି ବାସେ ଆଧୁନିକ ଚାକଚକ୍ୟତା।
ଓଡ଼ିଆ ଜାତିର ସୂର୍ଯ୍ୟମୁଖୀ ନାମେ ମଉଜ ରଜ ତା ଠାଣି
ନବ ବଧୁ କାଳି ଅନ୍ଧାରରୁ ଉଠି ପୋଡ଼ପିଠା ପୋଡ଼ିବଣି।
ତିନି ଦିନ ଧରି ଯାକଜମକରେ କୁଆଁରୀ କରନ୍ତି ମେଳି
ରୋଷେଇ ଆବାସେ ଚୁଲି ମୁହାଁ ଏବେ ପୁରୁଷ ଜନଙ୍କ ପାଳି ।
ପହିଲି ରଜ ଓ ରଜ ସଂକ୍ରାନ୍ତି ଯେ ଶେଷଦିନେ ଭୂମିଦାହ
ପଶାପାଲି କବାଡ଼ି କି ଅଦିନ ହୁଣ୍ଡାରେ ଭେଣ୍ଡାଏ କରନ୍ତି ମୋହ।
ସଞ୍ଜ ସଖି ମେଳେ ରଜପାନ କଥା ରଜଦୋଳି ସଜବାଜ
କାହିଁ ସେ ସୁବାସ, ନାହିଁ ସ୍ୱପ୍ନ ଦୋଷ,ଏ ତ ଆଧୁନିକ ରଜ ।
ଆଗୋ ଜେମାମଣୀ ଦୁଃଖ କରନାହିଁ,ସେ କାଳ ସଞ୍ଜ ବୁଡ଼ିଲାଣି
ଏ କାଳ ସୂରୁଜ କିରଣ ସାଉଁଟି ନବ କାଳ ଆସିଲାଣି ।
ଆଧୁନିକତାର ଚାକଚକ୍ୟ ଉଡ଼ାଇ ଦେଲାଣି ଧ୍ୱଜ
ଆସ ମିଳିମିଶି ପାଳିବା ନୂଆ ଏକ ରଜ ।-
ଚଞ୍ଚଳ ଆସ ଲୋ ସଖୀଗଣ
ମିଳିମିଶି ଯିବା ଫୁଲବଣ
ପହିଲି ରଜର ପହିଲି ଆସରେ
ହୋଇ ସଙ୍ଗ ଏକ ମେଳ ।
ସାତ ରଙ୍ଗେ ସାତ ପୁଷ୍ପ
ଗୁନ୍ଥିଣ ସାତ ସ୍ୱରୂପ
ଦୋଳି ଦରଶନ କରିଣ
ଯାଚିବା ଲୋ ସାତ ବରଣ ।
ବୁଢ଼ୀମା ଜଗିଛି ବସି
କୁଆଡ଼େ ଗଲେ ଲୋ ପାନ ଦେଇନି
ରଜ ଗୀତ ସୁରେ ଶିଖାଇବ ବୋଲି
ଅମେଇସା ଦିନୁ ନିତି କହୁଛି ।
ଗାଁ ଦାଣ୍ଡ ପୁଚି ଖେଳେ
ବେଗେ ଯିବା ଚାଲ ସରିବ ତେଣେ ...
ପାଖ ଗାଁ ଆମ୍ବ ତୋଟାରୁ
ଶୁଭିଲାଣି ଗୀତ କେତେବେଳୁ ।
ଆସଲୋ ମେଳିକୁ ଯିବା
ଖିଲିପାନ ଖଣ୍ଡେ ସାଥିରେ ନେବା
ଦୋଳି କଟ ମଟ ଧିରେ
ରଜଗୀତ ଗାଇ ଆସିବା ସୁରେ।
ବେଳ ବୁଡ଼ିଗଲେ ଯାଇ ନ ପାରିବା
ପହିଲି ରଜରେ ଦୋଳି ଝୁରିବା ।
-
ଆଧୁନିକତାର ପ୍ରଶ୍ନ
ଆଜି ସେ ପୁରୁଖା ପ୍ରଥାକୁ
କାହିଁ କେଉଁ ଦିଗୁ ଉଣା ଲାଗୁନାହିଁ ମତେ
ଅଧମ ମଣିଷ କିପରି ଛାଡ଼ିଲେ ତତେ
ନୃତ୍ୟ ସଂଗୀତର ଲାଳସା ବାସନା ଅନ୍ଧାରୁ ଆସିବା ଯାଏଁ
ବାରମାସୀକିଆ ଯାତରାର ମୋହ ଛାଡ଼ିଲା କ କେମନ୍ତେ !
ନଈ ପଠାରୁ ସେ ଚାଳ ଛପର
ଅଦିନ ଧାମରେ ଟାହି ଟାପରା
ସଞ୍ଜ ଦିଶେ ନାହିଁ ଗାଁ ଦାଣ୍ଡରେ
ଦୀପାଳୀ ଲାଗଇ ସବୁ ବେଳରେ
ବୀର କାହାଳୀର ସୁଉଚ୍ଚ ସୁର
ଦଶରା ମଣ୍ଡପ ନଥାଏ ଦୂର ।
ମଣ୍ଡି ଧାନ ଦେଖି କୃଷକ ମୁଖେ
ପ୍ରତିଦିନ ସତେ ମାଣବସା ପୂଜେ।
ଗାଁ କନିଆଁଙ୍କ ଗୋଲାପି ଲାଜ
ସତେ ଚାଲିଛି କି ରଜମଉଜ
ବୁଢ଼ା ବୁଢ଼ୀ ମୁଖେ ଖିଲିପାନ ଗୋଟି
ଭାବକୁ ଆଣଇ ଦିଏ ରଜ ଭେଟି ।
ଚୁଲି ମୁହାଁ ନବବଧୁର ଓଢ଼ଣୀ
ପୋଡ଼ପିଠା ବାସ ଦିଏ ସେହି ଠାଣି।
କେଉଁ ହିତେ ମୋର ଦ୍ୱାରେ ପ୍ରବେଶିଲେ
କାହାର ଆଦେଶେ ଏ ଚାକଚକ୍ୟ ନାମେ ।
ଆଧୁନିକ ନୁହେଁ ମୁଁ କି ନାହିଁ ମୋ ବଡ଼ିମା
ତୁମେ ସର୍ବଶ୍ରେଷ୍ଠ ଆସ ପୁରୁଖା ମଣିମା ।-
ତେଣେ ଦିବାକର ଦିଶିଲାଣି
ନୂଆ ସରସୀରେ ପଦ୍ମ ଫୁଟିଲାଣି
କୁଆଁରୀ କନ୍ୟାଏଁ ବିଛଣା ଛୁଇଁ
ପଚାଶ ବରଷ ପୁଣ୍ୟ ମୋ ଦେଲେଣି ଧୋଇ ।
ଆଜ ପହିଲି ରଜର ସଜ ସକାଳ
ଉଠ ବାଳ ଝିଏ ହୋଇ ଚଞ୍ଚଳ
ଅଳତା କୁଙ୍କୁମ କଜଳ ନାଇ
ସଜ ହୋଇଯାଅ ଧାଇଁ ଧାଇଁ ।
ରଜ ଖିଲିପାନ ନୂଆ ପସରା
ଆଣିଛି ନାତୁଣୀ ତୋ ପାଇଁ ପରା
ପାନଖଣ୍ଡେ ଖାଇ ଦୋଳିରେ ଝୁଲିବୁ
ଆର ବରଷକୁ ବର ଖୋଜିବା ।
ପୋଡ଼ପିଠା ଖଣ୍ଡେ ଆଣଲୋ ବୋହୂ
ପାଚିଲା ବାଳରେ କେତେ ସୁନ୍ଦର ନାଉଥାଉ ..।-
ରଜ ଦୋଳି ସାଇଁ ସାଇଁ
ଲିପ୍ସା ମୋ କାନ୍ଦୁଛି କଇଁ କଇଁ
କହୁଛି," ଆମ୍ବ ଗଛଟେ ଥିଲା,
ଫେଣି ପରେ ସେ ଜୀବିତ ନାହିଁ"
କେମିତି ଦୋଳି ବାନ୍ଧିବି ମୁହିଁ
କହରେ ମୋ ପାଗଳ ଭାଇ ।।
ସାହି ପଡ଼ିଶାରେ ବୁଲି ଆସିଲିଣି
କାହା ବାଡ଼ିରେ ବଡ଼ ଗଛଟେ ନାହିଁ
ଏ ବର୍ଷ ରଜ ଦୋଳିଟିକୁ
ଫେଣି ନେଇଛି ଉଡ଼େଇ
କେମିତି ଦୋଳି ବାନ୍ଧିବି ମୁହିଁ ।।
-
ଓଡ଼ିଆ ପରମ୍ପରା ରଖି ଆସିଛି ରଜ
ଆସ ସଭିଏଁ ମିଳି କରିବା ଖୁସି ମଉଜ
କପାଳେ କୁଙ୍କୁମ ଆଉ ପାଦରେ ଅଳତା ନାଇବା
ନୟନ ଯୁଗଳେ କଜଳଗାର ଆଙ୍କିବା
ନୂଆ ନୂଆ ଡ୍ରେସ ପିନ୍ଧି ହବା ସଜେଇ
ଆସିଛି ରଜ ପର୍ବ ଆନନ୍ଦଉଲ୍ଲାସ ନେଇ
ପୋଡ଼ପିଠା ଆରିଷାପିଠା ସାଥେ ରଜପାନ
ବରଷକେ ରଜ ତିନିଦିନ ହୁଏ ପାଳନ
ଭୂଇଁରେ ଚାଲିବା କଦଳୀ ପାଟୁଆ ପିନ୍ଧି
ତୋଟାରେ ଦୋଳି ଖେଳିବା ଆମ୍ବପଟା ବାନ୍ଧି
ଘର ଘର ବୁଲି ମଜଲିସ କରିବା ଖିଲିପାନ ଖାଇ
ବାଉଁଶ ଦୋଳିରେ ଝୁଲିବା ରଜଗୀତ ଗାଇ-
ମୁଁ ବସିଥାଏ ଏମିତି
କେଉଁ ଏକ ଅଜଣା ରାଇଜରେ ହଜି ଯାଇଥାଏ ଯେମିତି
ମୋ ଦିଦିର କୁନି ଝିଅଟି ମୋ ପାଖେ ଆସି ବସିଲା
ତାର ସେ ବେଖିଆଲି ମନରେ ଗୋଟେ ପ୍ରଶ୍ନ ପଚାରିଲା
କହିଲା ମାମୁଁ ଏ ରଜ କଅଣ
ଆଉ ଏ ପର୍ବ ପଡେ କେଉଁ ଦିନ
ଏ ପର୍ବରେ ମାମୁଁ ସଭିଏଁ କଅଣ କରନ୍ତି
ଲୋକମାନେ କାହିଁକି ଏ ପର୍ବ ପାଳନ୍ତି
ମୁଁ କହିଲି ଏ ରଜ ପର୍ବ ବରଷକେ ଥରେ ଆସେ
ଏ ଧାନ ବିଲ ଏ ଧରଣୀ ମା ଖୁସିରେ ହରଷେ,
ଗଛରେ ଦୋଳି ଲଗାଇ ସଭିଏଁ ଖେଳନ୍ତି
ପୋଡ଼ ପିଠା ଖାଇ ହସ ଖୁସିରେ ସଭିଏଁ ପାଳନ୍ତି
ପୁଣି ପଚାରିଲା ମାମୁଁ ଆଉ ଗଛ ତ ଦିଶୁ ନାହିଁ
ଦୋଳି ଆମେ ଖେଳିବା କେଉଁଠିକି ଯାଇଁ
ପିଠା ପୋଡିବ ମାଆ କେଉଁ ପତରରେ
ଗଛ ତ ନାହିଁ ଆଉ କାଲି ଅଜା ଅନେକ ଗଛ କାଟିଦେଲେ
ଚାଲ ଯିବା ମାମୁଁ ଆମେ ଗଛ ଲଗାଇବା
ନହେଲେ ରଜରେ ଦୋଳି ଆମେ କୋଉଠି ଖେଳିବା
ତା କଥା ଶୁଣି ହେଲି ମୁଁ ବିସ୍ମୟ
ଛୋଟ ପିଲା ହେଲେ ବି ମତେ ସତ୍ୟତା ସହ କରାଇଲା ପରିଚୟ,,
-
ରଜ :
ଅଳତା ରଂଗରେ ପାଦ ଥାପି ଥାପି
ଦୁଆର ମୁହଁରେ ରଜ !
ଝିଅଂକ ସରାଗ ନୂଆ ପୋଷାକରେ
ବଜାରଟା ସାରା ଖୋଜ !
ପରମ୍ପରା ଆମ ସାଥେ ଧରି ଆସେ
ବରଷକେ ଥରେ ରଜ !
ପହିଲି ମୌସୁମୀ ପ୍ରଥମ ଚୁମ୍ବନେ
ଧରିତ୍ରୀ ବିଶ୍ରାମ ପର୍ବ !
ଆମ୍ବତୋଟା କାହିଁ ? ଫାର୍ମ ହାଉସରେ
ଝୁଲେ ଆଜି ରଜଦୋଳି !
ଟିକଟ କାଟିଲେ ଭିତରକୁ ଯିବ
ଖେଳ ଦୋଳି କରି ପାଳି !
ଚୂନା ପୋଡପିଠା ଖିଲି ରଜପାନ
ଗାଆଁରୁ ଗଲାଣି ଚାଲି !
ଗ୍ୟାଆସ ରୋଷେଇ ବିଜୁଳି ଓଭନ
ହଜିଲାଣି କାଠଚୁଲି !
ହେଇ ଦେଖ ! ସହରରେ ଏବେ ରଜ
ଆଗଭଳି ଆଉ ସରାଗ କାହିଁ ଯେ ?
ଲାଗିପଡି ହେବି ସଜ !!
-
ଉଠ ଗୋ ସଜନୀ ଉଠ
ପାହିଲାଣି ରାତି
ସୁନେଲି କିରଣେ ଦେଖ
ଆସିଲେଣି ସଖୀ।
ସବୁଜିମା କୋଳାହଳେ
ପୁରି ଉଠିଲାଣି
ପ୍ରକୃତି ପ୍ରତିମା ଆସି
ଶୁଭେଚ୍ଛା ଦେଲେଣି।
ନୀଳନଦୀ ଗାଇଲାଣି
ଯାତ୍ରାର ସଙ୍ଗୀତ
ସୂର୍ଯ୍ୟମୁଖୀ ଦେଖିଲାଣି
ଦିବାକର ମୁଖ ।
କୋଇଲି ମଧୁର ସୁରେ
ଜଗତ ଉଲ୍ଲାସ
ଶଯ୍ୟାତ୍ୟାଗ କରି ଦେଖ
ସକାଳ ସରସ ।
କୁମୁଦ କାମିନୀ ତୁମ
ଅପେକ୍ଷାରେ ରହି
ସଖୀ ମେଳେ ପଚାରୁଛି
ସଜନୀ ମୋ କାହିଁ।
ସଜନୀ ସୁନ୍ଦର ମୁଖ
ଦେଖିବାର ପାଇଁ
ନିଷ୍କାମ ବାସନା ସୁଖ
ପାଇବାର ପାଇଁ ।
-