ଅନୁଶୀର୍ଷକରେ ପଢନ୍ତୁ
-
16 DEC 2020 AT 10:13
ଛିଡ଼ିବା ଆଗରୁ ଜୀବନର ଶିଖା
ଇଚ୍ଛା ଯିବାକୁ ଥରେ ପୁରୀ
ଭାବ ବିନୋଦିଆ କାଳିଆ ଠାକୁର
ଲଗେଇଦେ ତୋ ଡୋରି-
12 AUG 2020 AT 20:08
ଭାବନା ରାଇଜରୁ ବାହାରି
ଦିନେ ସ୍ବପ୍ନ ରାଇଜକୁ ଯାଇଥିଲି
ଧୂଆଁଳିଆ ସ୍ବପ୍ନ ସହରରେ
ମିଞ୍ଜି ମିଞ୍ଜି ଝାପ୍ସା ଆଲୁଅରେ
ଜଣେ ଅଜଣା ଆତ୍ମୀୟକୁ ଭେଟିଲି-
11 AUG 2020 AT 23:24
ଛଳନାମୟ ସଂସାରରେ
ତୁଚ୍ଛ ଲାଗୁଛି ଏ ଜୀବନ
କାଳିଆରେ ତୋତେ ଚାହିଁ ଚାହିଁ
ଚାଲି ଯାଉ ମୋର ପ୍ରାଣ-
29 JUL 2020 AT 20:03
****ରାକ୍ଷୀ****
ମୋ ସୁନାଭାଇ ରହିଲା ତୋତେ ରାଣ ,
ପର କରିବୁନି ମୋତେ ।
ଭାଇର ସେନେହ ଆଦର ଦଉଥିବୁ ମୋତେ ,
ବିପଦେ ଆପଦେ ରହିଥିବୁ ମୋ ସାଥେ ।।
ଦୋଷ ଧରିବୁନି ଭୁଲ୍ ବୁଝିବୁନି ,
ରାଗ, ଅଭିମାନେ କରିଛି ଯେତେ ଗାଳି ।
ସେନେହ ଶରଧା ଡୋରିରେ ଗୁନ୍ଥିଛି ,
ତୋ ପାଇଁ ମମତାର ଗୋଟେ ମାଳି ।।
ଭାଇ ଭଉଣୀର ମଧୁର ସମ୍ପର୍କ ,
ଏଇ ସୂତା ଖଣ୍ଡେ ତାର ମୁକ ସାକ୍ଷୀ ।
ସୂତା ଖଣ୍ଡେ ନୁହେଁ ସମ୍ପର୍କର ଡୋରି ,
ନାଁ ଟି ତାର ରାକ୍ଷୀ ।।
-