QUOTES ON #ମନର

#ମନର quotes

Trending | Latest
26 JUN 2021 AT 9:56

ମୋ ଡାଏରୀ ହେଲା ମୋ ହୃଦୟ ❤️ପରି...
ହୃଦୟର ସ୍ପନ୍ଦନ ଦିକ ଦିକ ହେଲା ପରି ଡାଏରୀର ଦସ୍ତା ଗୁଡିକ ମଧ୍ୟ ଫଡ ଫଡ ହୋଇ ଉଡ଼ିବାକୁ ଲାଗେ.. ଇଚ୍ଛା ହୁଏ ଉଡୁଥିବା ସେଇ ଫର୍ଦ୍ଦ ଗୁଡିକୁ ସଜେଇ ଦେଇ ଲେଖି ଦିଅନ୍ତି ମୋ ମନରେ ଥିବା ଅକୁହା କଥା ସବୁ...
🌝✍️📒......

-


28 JUN 2021 AT 14:47

( 💜 ଚଗଲା ବୟସ ଚଗଲି ମନ 💜)

ସୁନେଲି ସଂଧ୍ୟା ର ନୀଳ ଆକାଶରେ
ରୂପା ଜହ୍ନ ଆସେ ଉଇଁ
ଇଚ୍ଛା ହୁଏ ବେଳେବେଳେ ପୁଣି
ସେ ଜହ୍ନ କୁ ଛୁଇଁବା ପାଇଁ
ଚଗଲା ବୟସ ଚଗଲି ମନଟା
ପବନରେ ଉଡ଼ିଯାଏ
ଉଡି ଉଡି ପୁଣି ମୋ ମନ ଆକାଶେ
ଲୁଚକାଳି ଖେଳୁଥାଏ
ଉଡି ଉଡି ସେହି ଗଗନୀ ଫଗୁରେ
ଝରିପଡ଼େ ଟୋପେ ବିନ୍ଦୁ
ବିନ୍ଦୁ ବିନ୍ଦୁ ହୋଇ ସାଗର ବୁକୁରେ
ହୋଇଯାଏ ସାତସିନ୍ଧୁ
ସିନ୍ଧୁରୁ ଲହରୀ ଢେଉରୁ ବାହାରି
ସ୍ମୁତି ଫେରି ଫେରି ଆସେ
କୂଳ ଲଂଘୁଥିବା ସତେଜ ଅତୀତ
ଯେବେ ମନେ ପଡି ଯାଏ
ବୁକୁତଳେ ଥାଇ କୋମଳି ହୃଦୟ
ଖୁସିରେ ଶିହରୀ ଯାଏ......

-


19 OCT 2019 AT 1:06

କବିତା !!!
ଆଜିଠାରୁ ଦୂରେଇଦେଲି ତତେ
ମୋ ଜୀବନରୁ।
ବୋଧେ ଜୀବନ ରୂପକ କଲମରୁ
ତୋ ପାଇଁ ମୋ ମନରୁ କାଳି ଶୁଖିଗଲା।
ଆଜିଠାରୁ ପୂର୍ଣ୍ଣଚ୍ଛେଦ !!!!!

-


20 JUL 2020 AT 10:21

*ମନର କୋହ*
*********
ଅନୁଶୀର୍ଷକରେ

-


17 AUG 2020 AT 9:51

ଚାଲିବାର ଅଛି ଅନେକ ବାଟ,
ଥକି ଗଲେ କୁହ କେମିତି ହେବ?
ଗଢିବାକୁ ଅଛି ଜୀବନ ତୁମର,
ଭାଙ୍ଗିଗଲେ କୁହ କେମିତି ଚଳିବ?

ଅନେକ ଦୂରରେ ସୁଖ ଯେ ଅଛି,
ଛୁଇଁବାକୁ ମଣି ତୁମକୁ ହେବ..
ଆସୁ ଯେତେ ଝଡ଼ ଆସୁ ବିପଦ,
ଲକ୍ଷ୍ୟ ସ୍ଥଳେ ପହଁଚିବା କୁ ହେବ ll

ଛାତି କୁ ପଥର କରିଦିଅ ଥରେ,
ଚାଲୁଥାଅ ତୁମେ ହସି ହସି..
ଦୁଃଖ ବି ରୁଷିବ ଜାଣିଥାଅ ଧନ,
ସୁଖ ସହ ରହିବ ମିଳି ମିଶି ll

-


28 JUL 2021 AT 23:32

(ମୁହଁବହି)
------------
ସେଦିନ ସେ ମୁହଁବହିର ପୃଷ୍ଠା ଆଡଉ ଆଡଉ ଏକ ଗହମ ରଙ୍ଗର ଅଜଣା ଅଚିନ୍ହା ମୁହଁଟିକୁ ଦେଖି ମୁହୂର୍ତ୍ତକ ପାଇଁ ଭାବି ଦେଇଥିଲି...
ସତେ ଯେପରି ଗପଟିଏ ଥିଲା ସେ.. ଗପ ପୃଷ୍ଠା ର ପାର୍ଶ୍ଵ ରେ ଏକ ଝାପ୍ସା ଛବି ଦୃଶ୍ୟମାନ ହେଲା...

ପଢ଼ିଲି ଠିକଣା
ଜାଣିଲି ତା ନା
ସତେ ଯେମିତି ମୋ ସପନ ରାଇଜର
ରାଜକୁମାର

ଆହାଃ, କେତେ ମନଲୋଭା
ତାର ସେ ଅଙ୍ଗୀ, ଢଙ୍ଗ, ଭଙ୍ଗୀ, ଚୋରାଚାହାଣି..

ଅବର୍ଣ୍ଣନୀୟ ତାର ବିଷୟ
ସୁନ୍ଦର ଚାରିତ୍ରିକ ରୂପକାନ୍ତି ର


-


20 SEP 2020 AT 15:37

ମନର କଥା କୁ...
ମନରେ ମୋ ରଖି
ଚାଲିବାକୁ ପଡ଼େ...
ପଛକୁ ନ ଦେଖି ।
PAPI

-


19 MAY 2020 AT 13:05

ଦିନେ ନା ଦିନେ ସେ ତ ନିଶ୍ଚୟ ଆସିବ
ସବୁବେଳେ ତା ପାଇଁ ହୃଦୟ ଖୋଲା ରହିବ....

-


4 FEB AT 15:03

ହେଇ ଶୁଣୁଛ.....
ଶୀତ ଯାଇ ବସନ୍ତ ଆସିଲାଣି,
ମୋତେ ଚିଡ଼େଇବା ପାଇଁ
ଆସୁଆସୁ
ତୁମ ଠିକଣା ପଚାରିଲାଣି।
ମନା କରିବା ସତ୍ତ୍ୱେ
ମଳୟ
ମୋ ଗାଲକୁ ବାରମ୍ବାର ଛୁଉଁଛି
ଆଉ କହୁଛି....
ଆରେ ଟିକେ ହଲଚଲ ବି ନାହିଁ,
ମୋ ଛୁଆଁରେ
ତୋ ମନ ଆନମନା ହେଉନି...?
ତାକୁ କ'ଣ ଜଣାଅଛି...
ତୁମେ ପାଖରେ ନଥିଲେ ବି
ତୁମ ସ୍ପର୍ଶର
ସେ ମିଠା ଅନୁଭୂତି ଅନୁଭବ ହେଲେ
ଆପେ ଦେହରେ ଶିହରଣ ଖେଳିଯାଏ...।

ଅନିତା ପାତ୍ର✍️

-


4 JUN 2021 AT 7:21

ଆଜି ର ସକାଳ କିରଣ ଭାରି ଖାସ୍ ଲାଗୁଛି
ବୋଧୁଏ
ମନ ର ମଣିଷ ଟା ତାକୁ ଅନୁଭବ କରୁଛି !!!

-