ଛାଡଖାଇ 😀
ଧରମ ପରେ ଆନ କରମ.......👇👇-
ମୁଁ ପାପୀ ଟିଏ
ପୂଜା କରେନି
ଦୀପ ଜାଳେନି
ମନ୍ଦିର ଯାଏନି
ମାସଟିଏ ଧର୍ମ କରି
ତା ପରଦିନ ଛାଡଖାଇ କରିବାର ମାନେ ବି ବୁଝେନି ।-
**ଛାଡଖାଇ ର ଭିଡ଼**
ଇଚ୍ଛା ନଥିବା ସତ୍ତ୍ଵେ ରାୟବାବୁ ବାହାରିଲେ ଆମିଷ ମାର୍କେଟ ପରିବାରର ଇଛା ଯୋଗୁ।ନାତି ଟୋକା କହୁଛି ଜେଜେ ମୁଁ କକ ଖାଇବି।ବଡ଼ ନାତି କହୁଛି ଜେଜେ ଆଉ ବିଧବା କୁକୁଡ଼ା ଖାଇ ହବନି।ଜେଜେ ମା କହୁଛନ୍ତି ଦେଶୀ ଚୁନା ମାଛ ଟିକେ ହେଲେ ଭଲ ହୁଅନ୍ତା ବହୁ ର ଇଚ୍ଛା ଚରିଗୋଡିଆ ଜୀବ ଆଉ ପୁଅ ର ଚିଙ୍ଗୁଡ଼ି ହେଲେ କେହି ମନ ଖୋଲି କହୁନହାନ୍ତି । ଠିକ୍ ଏତିକି ବେଳେ ରାୟବାବୁଙ୍କ ପୁଅ ଆସି କହୁଥାନ୍ତି କିଛି ଅଣା ଅଣି ନାହିଁ 'ବାପା' ତମର ଯାହା ଇଛା ସେଇଆ ଆଣିବ।ଏ ସବୁ ଦୃଶ୍ୟ ଦେଖି ରାୟବାବୁ ମନେ ମନେ ଭାବୁଥାନ୍ତି କେମିତି କହିବେ ଘରେ ଆଦୌ ଆମିଷ ନ ପଶୁ ତାଙ୍କର ଇଛା ବୋଲି ।ଏ ସବୁ ଭାବନା ର ଅନ୍ତ ଘଟିଲା ଆମିଷ ମାର୍କେଟ ର କୋଳାହଳ ଶବ୍ଦ ରେ । ଇଏ କଣ ଏତେ ଭିଡ଼ କାଇଁ କାଲି ତ ଏତେ ଭିଡ଼ ତ ନ ଥିଲା ମନ୍ଦିରରେ କାରଣ କଣ ଥିଲା କରୋନା ର ଭୟ।ଆଉ ଆଜି କଣ ଏତେ ଭିଡ଼ ସତେ ଯେମିତି ସବୁ କରୋନାର ଟୀକା ନେଇ ସାରିଛନ୍ତି।
-
ଆଏଜ୍ ଛାଡଖାଇ ଆଏ ନୂଆଁଖାଇ ବାସି
ସୁହୁରୁଛେ ବୁପୁରା ବଏଲର୍
ଟାଙ୍ଗ୍ ଚିରି ଝୁଲୁଛେ ଖସି।।
ଗର୍'ରା ଜୀବନ୍ ତଳଉପର୍
ବୁତଲ୍ ହସୁଛେ ମୁଲକିହସି।।
ଆଏଜ୍ ଛାଡଖାଇ ଆଏ ନୂଆଁଖାଇ ବାସି-
ଛାଡଖାଇ
କାର୍ତ୍ତିକ ମାସର ପୂଣ୍ୟ କୁ ଥୋଇ
ରାମ ରାମ ଛାଡ଼ି ମାର ମାର କହି
ଆମିଷ ଭକ୍ଷଣ ଲାଳସା କୁ ନେଇ
ପାଳୁଛି ରାଇଜ ଆଜି ଛାଡଖାଇ !
ଖାସି,ବୁଢ଼ୀ ପୁଣି ପେଣ୍ଠି ଆଉ ମାଈ
ରକ୍ତର ଆଜି ଛୁଟିବ ନଇ
ମାଛ କୁକୁଡ଼ା ବି ପଛରେ ନାହିଁ
ପାଳୁଛି ରାଇଜ ଆଜି ଛାଡଖାଇ !
ଗୋଡ଼ ଖଣ୍ଡ ପାଇଁ ହୁଏ ବାଡ଼ାବାଡ଼ି
ଆଗ ନେବା ପାଇଁ ହୁଏ ଛଡ଼ାଛଡ଼ି
ଶୁଭେନି କାହାକୁ ନିର୍ଦୟ ର ରଡ଼ି
ଖୋଲିବ ନିଶ୍ଚୟ ତୁମ କର୍ମ ପେଡ଼ି !
ହେ ଜଗତ ସାଇଁ
ଏ ଅବିଚାର କାହିଁ
ଖାଦ୍ୟ ବି ଖାଆନ୍ତା ଖାଦକ କୁ ନେଇ
ପାଳନ୍ତା କି ଦିନେ ସେ ବି ଛାଡଖାଇ !
-
କେତେ ଯେ କୁକୁଡ଼ା ମରିବେ,
କେତେ ଯେ ଛେଳି କଟିବେ,
କେତେ ମାଛ ଙ୍କ ଲୁହ ପାଣି ରେ ମିଶିବ,
ପୁଣି କେତେ ଅଣ୍ଡା ଝୋଳ ,
ବୋଉ ଆଉଟିକେ ଦେଲୁ କହି,
ଛାଡ ଖାଇ ରାକ୍ଷସ ହାପୁଡିବ.........
-
ଧରମ ମାସକ ଧରମ ନହେଇଥାଉ ପଛେ ହେଲେ ଆଜି ଶନିବାର ଆନ୍ଧ୍ରା ମାଛ କାଲି ରବିବାର ଛେପ ମିଶା ମଟନ'ରେ
"ଛାଡଖାଇ"
😂-