ଗାଁ ନିର୍ବାଚନ !
ସଞ୍ଜ ବେଳ ଟାରେ ଗାଁ ମୁଣ୍ଡ ଟାରେ
ଗହଳି ଚହଳି ଲାଗିଛି ,
କ୍ଲବ୍ ପିଲାଙ୍କ ଚିକେନ ଭୋଜିକୁ
ବୋତଲ ଯେ ଖାଲି ଗଡୁଛି ,
ଓହୋ ଗାଁ ନିର୍ବାଚନ ଆସିଛି
ହଁ ନିର୍ବାଚନ ପରା ଆସିଛି ।।
ସରପଞ୍ଚ ପରା ହେଲେ ଜିଲାପାଳ
କାହାର କହିଲ ନ ଭୋଇବ ଲାଳ ,
ଶିକ୍ଷିତ ଯୁବକ ସେ ପାଇଁ ପାଗଳ
ହେଲେ ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ
ପଞ୍ଚାୟତ ଭାଗ୍ୟ ଜାଣ ଯେ ଉଜ୍ବଳ।।
ଗାଁ ଗାଁ ପୁଣି ସଡ଼କ ଗଢ଼ିବ
ସନିଆ ଭାଇ ର ଛୁଆ ଟି
ପୁଣି କାଳିଆ ଘୋଡା ରେ ଚଢ଼ିବ
ହଁ ମଧୁ ବାବୁ ସାଙ୍ଗେ ଲଢିବ ,
ଏମିତି ସ୍ଵପ୍ନ କୁ ସାକାର କରିବ
ଇଞ୍ଜିନିୟର ପୁଅ ସରପଞ୍ଚ ପାଇଁ ଲଢିବ ,
ହଁ ସରପଞ୍ଚ ପାଇଁ ଲଢିବ।
ଘର ଘର ବୁଲି ପ୍ରଚାର ତ ଏବେ ଚାଲିଛି
ହେଲେ ମଜା କ'ଣ ଜମା ଆସୁଛି
ଡିଜେ ଗାଡି କୁ ବା ଝୁରୁଛି
କରୋନା ବା ସବୁ ସାରିଛି ,
ହଁ କରୋନା ବା ସବୁ ସାରିଛି।।
ପାଖେଇ ଆସିଲେ ନିର୍ବାଚନ ଦିନ
ଗାନ୍ଧୀ ମୁଣ୍ଡ ଖାଲି ଖୋଜିବ ମନ ,
ଦେଇ ଦେଇ ଯିଏ ଜିତିବ
ଅଶିକ୍ଷିତ ଛାଡ଼ି ଶିକ୍ଷିତ ହେଲେ ବି
ପାଞ୍ଚ ବର୍ଷ ଯାକ ଲୁଟିବ
ହଁ ପାଞ୍ଚ ବର୍ଷ ଯାକ ଲୁଟିବ।।-
ଯାଜପୁର ଜିଲ୍ଲାର ଶତାୟୁ ଶିକ୍ଷକ ନନ୍ଦ ପୃଷ୍ଟି ସାର୍ ଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବା ଆମ ସମସ୍ତ ଓଡ଼ିଆ ମାନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ହେଉଛି ଟିଆରପି ପାଇଁ ତାଙ୍କୁ ସମ୍ମାନିତ କରିବା ଆଳରେ ଏ ବୟସରେ ଓଡ଼ିଶାର ତଥାକଥିତ ଖବର ପରିବେଷଣ ସଂସ୍ଥା ମାନେ ତାଙ୍କୁ ଭୁବନେଶ୍ବର ବାରମ୍ବାର ଡାକିବା , ତାଙ୍କ ସହ ସାକ୍ଷାତକାର ନାମରେ ବ୍ୟଙ୍ଗ କାର୍ଯକ୍ରମ ପରିବେଷଣ କରିବା । କିଏ ମାନୁ ନ ମାନୁ ଆଜି ନନ୍ଦ ସାର୍ ଙ୍କୁ ହରାଇବା ପରେ ବ୍ୟକ୍ତିଗତ ଭାବେ କେଉଁଠି ନା କେଉଁଠି ସେହି ତଥାକଥିତ ଖବର ପରିବେଷଣ ସଂସ୍ଥା ମାନଙ୍କୁ ଦାୟୀ କରୁଛି। ଯଦି ଆପଣଙ୍କର କୈାଣସି ବୟସ୍କ ବ୍ୟକ୍ତି ଙ୍କୁ ସମ୍ମାନିତ କରିବା ର ଅଛି ତେବେ ଆପଣ ଏ କରୋନା କାଳରେ ତାଙ୍କ ଘରକୁ ଯାଆନ୍ତୁ , ଯଦି ଟିଆରପି ଦରକାର ଅଛି ସିନେ ପୁରସ୍କାର ବିତରଣ ଉତ୍ସବ ରେ ଅନୁପସ୍ଥିତି ଅଭିନେତା ଯେଉଁଭଳି ଭାବେ ଭିଡିଓ ସନ୍ଦେଶ ଦିଅନ୍ତି ସେମିତି ଭିଡିଓ ସନ୍ଦେଶ ପରିବେଷଣ କରନ୍ତୁ ।
ନନ୍ଦ ସାର୍ ଙ୍କ ବିୟୋଗ ସମଗ୍ର ଓଡ଼ିଆମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି , ଭଗବାନ ସେ ଅମର ଆତ୍ମା କୁ ସଦଗତି ଦିଅନ୍ତୁ 🙏-
ଦୁଇ ଦଶନ୍ଧି ତଳେ ବିଦ୍ୟୁତ ସଂସ୍କାର ଆଳରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଭାଙ୍ଗି ଚାରୋଟି ଜୋନ୍ ରେ ଭାଗ କରିବା ପରେ ଓଡ଼ିଶା ବିଦ୍ୟୁତ ବିଭାଗ ର ଘରୋଇକରଣ ର ପ୍ରକିୟା ଆରମ୍ଭ ହୋଇଥିଲା। ଠିକ୍ ସେହିପରି ଓଡ଼ିଶା ବିଦ୍ୟୁତ ସଂଚାରଣ ନିଗମ ଲିଃ କୁ ଚାରୋଟି ଜୋନ୍ ରେ ଭାଗ କରିବା ପରେ ଓପିଟିସିଏଲ୍ କୁ ବିକ୍ରି କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ସରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମାତ୍ର ଏଭଳି ଏକତରଫା ନିଷ୍ପିତି ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ସଂସ୍ଥା ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କ ଭବିଷ୍ୟତ ଅନିଶ୍ଚିତ ଭାବେ ଏବେ ଅନ୍ଧାରରେ । ତେଣୁ ଏଭଳି ଏକ ସମୟ ଆସିଛି ଯେଉଁଠି ଓପିଟିସିଏଲ୍ କର୍ମଚାରୀ ନିଜ ଭିତରେ ଥିବା ସମସ୍ତ ତାରତମ୍ୟ କୁ ଭୁଲି ଏକ ସ୍ଵର ରେ ଏହାକୁ ବିରୋଧ କରିବାର । ଜାମ୍ମୁ କାଶ୍ମୀର ର ବିଦ୍ୟୁତ କର୍ମଚାରୀ ମାନେ ଯଦି ଏକାଠି ହୋଇ ଜାମ୍ମୁକାଶ୍ମୀର ଭଳି ଏକ ସଂପୂର୍ଣ୍ଣ ସମ୍ବେଦନଶୀଳ ରାଜ୍ୟ କୁ ଦୁଇ ଦିନ ରୁ ଅଧିକ ସମୟ ଅନ୍ଧାର କରି ପାରିଲେ , ଓଡ଼ିଶା ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ମଧ୍ୟ ନିଶ୍ଚିତ ପାରିବେ । ତେଣୁ ପୁଣି ଥରେ ସମସ୍ତ କର୍ମଚାରୀ ମାନଙ୍କୁ ଅନୁରୋଧ କରୁଛୁ , ଆସନ୍ତୁ ଯହା ବିଦ୍ୟୁତ ବିତରଣ ସଂସ୍ଥା ମାନଙ୍କ ରେ ହୋଇଛି , ବିଦ୍ୟୁତ ସଂଚାରଣ ନିଗମ ଲିଃ ରେ କରାଇ ଦେବା ନାହିଁ। ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ଅଲ୍ ଇଣ୍ଡିଆ ପାୱାର ଇଂଜିନିୟର ଫେଡେରେସନ୍ ର ସହ ମଧ୍ୟ ନିରନ୍ତର ଯୋଗାଯୋଗ ରେ ଅଛି । ଆଶା କରୁଛୁ ସମସ୍ତଙ୍କ ସମୋନ୍ନୟ ରେ ଆଗକୁ ଏକ ନିର୍ଣ୍ଣାୟକ ଲଢେଇ ଲଢିବେ ଓଡ଼ିଶା ବିଦ୍ୟୁତ ସଂଚାରଣ ନିଗମ ଲିଃ ତଥା ସମଗ୍ର ଓଡ଼ିଶାର ବିଦ୍ୟୁତ କର୍ମଚାରୀ ମାନେ।
ନିବେଦକ - ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ।-
#ଅଣ୍ଡାମାଡ଼
ହେ ଦିଗହରା ଓଡ଼ିଶା ର ବିଭିନ୍ନ ରାଜନୈତିକ ଦଳର ତଥାକଥିତ ଯୁବ ମୋର୍ଚ୍ଚା ର ସର୍ବ କନିଷ୍ଠ ସଦସ୍ୟମାନେ ଆପଣମାନଙ୍କ ପାଇଁ କେଇପଦ କଥା ........
୧. ଯାହାର ପ୍ରରୋଚନାରେ ଆପଣମାନେ ପ୍ରତିପକ୍ଷ ନେତା ମାନଙ୍କୁ ଅଣ୍ଡା ମାଡ଼ କରୁଛନ୍ତି ସେମାନେ କେବେ ଆପଣଙ୍କ ସହ ସାମ୍ନାରେ ଆସି ଅଣ୍ଡା ମାଡ଼ କରି ପାରିବେ କି ?
୨. ଆପଣ ମାନେ ଯେଉଁମାନେ ଅଣ୍ଡାମାଡ଼ କାର୍ଯ୍ୟ କରୁଛନ୍ତି , ଥରେ ଛାତି ଉପରେ ହାତ ରଖି ଭାବିଲେ ଆପଣ ଙ୍କ ଭବିଷ୍ୟତ କ'ଣ ? ଆପଣ କ'ଣ କେବେ ବି ସେହି ଦଳର ବିଧାୟକ , ସାଂସଦ ଟିକେଟ ପାଇ ପାରିବେ ? ମନ୍ତ୍ରୀ ଙ୍କ ପୁଅ ବିଧାୟକ ହେବ , ସାଂସଦ ଙ୍କ ଝିଅ ବି ସାଂସଦ ହେବ ଆପଣମାନେ କେବଳ ସେମାନଙ୍କ ଭଡ଼ା ଟିଆ ଗୁଣ୍ଡା ହୋଇ ହିଁ ରହିବେ ।
୩. ଯାହାଙ୍କ ପାଇଁ ଆପଣମାନେ ଅଣ୍ଡାମାଡ଼ କରୁଛନ୍ତି , ହୋଇପାରେ ଆସନ୍ତା ନିର୍ବାଚନକୁ ସେମାନେ ଗୋଟିଏ ଦଳରେ ଥିବେ ।
୪. କେତେଦିନ କୁଜି ନେତାଙ୍କ ଚାମଚା ହୋଇ ରହିବେ , ଆଜି ଏକୁଟିଆ କାଲି ବିବାହ କରିବେ ତାହାପରେ ଏମାନଙ୍କ କଥା ରେ କ'ଣ ଆପଣଙ୍କ ପରିବାର ର ପ୍ରତିପୋଷଣ ହେବ । ତେଣୁ ସ୍ତ୍ରୀ ର ଗାଳି ଖୁନ୍ଦା ଖାଇବା ଆଗରୁ ସୁଧୁରି ଯାଆନ୍ତୁ।-
ସେ ମଉନାବତୀ ନୁହେଁ , କିନ୍ତୁ କେତେବେଳେ ଦୁଃଖର ସମୁଦ୍ରରେ ମଉନ ହୋଇ ଏକୁଟିଆ ହିଁ ପହଁରି ଯାଏ , ଆଉ କେତେବେଳେ ଆଞ୍ଜୁଳାଏ ଖୁସି କୁ ବି ପ୍ରତିପାଦନ କରି ନ ପାରି ମଉନ ହୋଇଯାଏ । ବାହୁ ରେ ବଳ ନଥିଲେ ମଧ୍ୟ ନିଜ ପରିବାର ପାଇଁ ଯେଉଁମାନେ ବାହୁବଳୀ, ବୟସ ସହ ଦାୟିତ୍ଵ ର ବୋଝ ମୁଣ୍ଡାଇ ମୁଣ୍ଡାଇ ଯିଏ ନିଜକୁ ବି ଭୁଲି ଯାଏ , ସେହି ହିଁ ପୁରୁଷ ।
ଆନ୍ତର୍ଜାତୀୟ ପୁରୁଷ ଦିବସ ରେ ସମସ୍ତ ପରିବାର ର ବାହୁବଳୀ ପୁରୁଷ ମାନଙ୍କୁ ଅଭିନନ୍ଦନ।-
ସେ ମଉନାବତୀ ନୁହେଁ , କିନ୍ତୁ କେତେବେଳେ ଦୁଃଖର ସମୁଦ୍ରରେ ମଉନ ହୋଇ ଏକୁଟିଆ ହିଁ ପହଁରି ଯାଏ , ଆଉ କେତେବେଳେ ଆଞ୍ଜୁଳାଏ ଖୁସି କୁ ବି ପ୍ରତିପାଦନ କରି ନ ପାରି ମଉନ ହୋଇଯାଏ । ବାହୁ ରେ ବଳ ନଥିଲେ ମଧ୍ୟ ନିଜ ପରିବାର ପାଇଁ ଯେଉଁମାନେ ବାହୁବଳୀ, ବୟସ ସହ ଦାୟିତ୍ଵ ର ବୋଝ ମୁଣ୍ଡାଇ ମୁଣ୍ଡାଇ ଯିଏ ନିଜକୁ ବି ଭୁଲି ଯାଏ , ସେହି ହିଁ ପୁରୁଷ ।
ଆନ୍ତର୍ଜାତୀୟ ପୁରୁଷ ଦିବସ ରେ ସମସ୍ତ ପରିବାର ର ବାହୁବଳୀ ପୁରୁଷ ମାନଙ୍କୁ ଅଭିନନ୍ଦନ।-
ଖବର ପ୍ରସାରଣ ସଂସ୍ଥା ମାନଙ୍କ ଗ୍ରାଉଣ୍ଡ ଜିରୋ ରୁ ସିଧା ପ୍ରସାରଣ ଦେଖାଇବାର ପ୍ରତିଯୋଗିତା ପାଇଁ ଜଣେ ପ୍ରତିଭାବାନ ବରିଷ୍ଠ ସାମ୍ବାଦିକ ଆରପାରିକୁ ଚାଲିଗଲେ।
ଭଗବାନ ଅମର ଆତ୍ମା କୁ ସଦଗତି ଦିଅନ୍ତୁ। ଏଭଳି ଦୁଃଖ ସହିବାକୁ ପରିବାର କୁ ଶକ୍ତି ଦିଅନ୍ତୁ 🙏
ମାତ୍ର ଯେଉଁ ଖବର ପ୍ରସାରଣ ସଂସ୍ଥା ର ମାଲିକ , ସାମ୍ବାଦିକ ମାନେ ଆଜି ଗଭୀର ଶୋକ ପ୍ରକାଶ କରୁଛନ୍ତି ଯଦି ଆଗାମୀ ଦିନରେ ବାତ୍ୟା ତଥା ମହାବାତ୍ୟା ସମୟରେ ପବନ ରେ ହଲି ହଲି ସିଧା ପ୍ରସାରଣ କରନ୍ତି ତେବେ ଲାଗିବ ଆଜି ର ଘଟଣା ରୁ ସେମାନେ କିଛି ଶିକ୍ଷା ଲାଭ କଲେ ନାହିଁ।-
ଉଠ ସରକାର !
ରାଜଧାନୀ ର ରାଜ ଉଆସ ନୁହେଁ
କୈାଣସି ଏକ ଆବର୍ଜନା ନଳୀ ରୁ ,
ଯନ୍ତ୍ରଣା ରେ ଛଟପଟ ଏକ ନିରୀହ
ଶୁଭୁଚି ଚିତ୍କାର ,
ଉଠ ବ୍ୟବସ୍ଥା ଉଠ ସରକାର ।।
ଟିକିଏ କୁମ୍ଭୀର କାନ୍ଦଣା
ଆଉ କ୍ଷତିପୂରଣ ଅର୍ଥ ,
ସେ ପରିବାର
ଚାହେଁ ନି ଅର୍ଥ ,
ସେ ମା
ଆଉ ତା ସାନଭାଇ ର ଗୁହାରି
ଜାଗ ବ୍ୟବସ୍ଥା ଆଉ ଜାଗ ସରକାରୀ ।।
ସତର୍କ ବାଣୀ
ଆସୁଛି ଲଘୁଚାପ ପୁଣି ,
ଭାସି ନ ଯାଉ କୋମଳ ପୁଣି
କୁଢ଼ କୁଢ଼ ଦୁର୍ନୀତି ର ଗର୍ତ ରେ
ଆଉ ବ୍ୟବସ୍ଥା ର ଆବର୍ଜନା ନଳୀ ରେ ,
କହେ ଜନତା
କର ଉଦ୍ଧାର , କର ଉଦ୍ଧାର
ଉଠ ବ୍ୟବସ୍ଥା ଆଉ ଉଠ ସରକାର ।।
-
ଛଳନା ର ଛଦ୍ମବେଶୀ ଲଳନା ,
ଛଳ କ୍ଷଣସ୍ଥାୟୀ ।।
ଗୋଡ଼ ଟଣା କଙ୍କଡା ର କାର୍ଯ୍ୟ ,
ଜିତେ କିନ୍ତୁ ଧର୍ଯ୍ୟ ।।
ଭାଙ୍ଗି ଯାଇଅଛି କଳାପାହାଡ଼ ,
ହେଲେ ଭଗ୍ନ କୋଣାର୍କ
ଆଜି ବି ବିଶ୍ଵ ପର୍ଯ୍ୟଟନ ର ପ୍ରାଣକେନ୍ଦ୍ର ।।
ବିସ୍ତାର ବାଦ ରେ ମୋଗଲ ନିନ୍ଦିତ
ହେଲେ ଆଜି ବି ମରାଠା ବନ୍ଦିତ ।।
-
ଶରଣାର୍ଥୀ !
ଗାଁ ମୁଣ୍ଡ ସୁଉଚ୍ଚ ସରସ୍ଵତୀ ଶିଶୁ ମନ୍ଦିର ଆଉ ଅପର ପାର୍ଶ୍ଵ ରେ ନାଳ ବନ୍ଧ ଉପରେ ଛୋଟିଆ ପାଳ ଟଣା କୁଡ଼ିଆ ଟିଏ । ଘର ଭିତରୁ ସୂର୍ଯ୍ୟ ଚନ୍ଦ୍ର ସବୁ ଦେଖା ଯାଆନ୍ତି। ଜୁନ ମାସ ୨୦ ତାରିଖ , ତାହାରି ସାମ୍ନାରେ ଗୋଟିଏ ବଡ ରଙ୍ଗୀନ ଧୂପ କାଠି ଖୋଳ ର ଧୂସର ପିଠିରେ " ଶରଣାର୍ଥୀ ଦିବସ " ର ଅଭିନନ୍ଦନ ଲେଖି ଖାଲି ଦେହଟା ରେ ମୁକୁଳା ଛାତିକୁ ଫୁଲେଇ ବସିଥାନ୍ତି ମାଧ ମଉସା। ଜୀବନ ସାରା ଖଟି ଯାହା ଉପାର୍ଜନ କରିଥିଲେ , ପୁଅ ଝିଅଙ୍କୁ ପାଠ ପଢ଼ା , ଝିଅ କୁ ଭଲ ଘରେ ବାହା ଦେବା ରେ ଖର୍ଚ୍ଚ କରିଥିଲେ ମାଧ ମଉସା। ଏତେ ପୂଣ୍ୟ କାମ ସବୁ କରିଥିଲେ ତ ତେଣୁ ଏବେ ପାଲ ଟଣା କୁଡ଼ିଆ ହିଁ ସାହା ଭରଷା। ସେପଟେ ଶିଶୁ ମନ୍ଦିର ରେ କିନ୍ତୁ ହୁଳହୁଳି ସହ ପୂଜା ପାଠ ଚାଲିଥାଏ , ଆରେ ହଁ ଆଜି ପରା ସୈାଭାଗ୍ୟ କୁ " ପିତୃ ଦିବସ " ମଧ୍ୟ । ଗାଁକୁ ଦୁଇ ଫାଳ କରି ବହି ଯାଇଥିବା ସରୁଆ ନାଳ ଟିର ଦୁଇ ପାର୍ଶ୍ବରେ ଦୁଇଟି ଚିତ୍ର। ଦେଶାନ୍ତର ହୋଇ ଖାଦ୍ୟ ଅଭାବ ରେ ଜୀବନ ବଞ୍ଚୁଥିବା ମଣିଷ କ'ଣ ଖାଲି ଶରଣାର୍ଥୀ ରେ ଗଣା , ମାଧ ମଉସା ବି ତ ଜଣେ ଶରଣାର୍ଥୀ । ପିଲା ଦିନେ ଜାକଜମକରେ ପିତୃ ଦିବସ ପାଳନ କରି ଶିକ୍ଷିତ ହୋଇ ନିଜ ପିତାମାତାଙ୍କୁ ଶରଣାର୍ଥୀ ଦିବସ ପାଳିବା ପାଇଁ ବାଧ୍ୟ କରୁଥିବା ହେ ସମସ୍ତ ଶିକ୍ଷିତ, ଅଶିକ୍ଷିତ ହତଭାଗା ପୁଅମାନେ , ସମୟ ବଡ଼ ବଳବାନ । ବେଳ ହୁଁ ସାବଧାନ ହେବା ସହ ନିଜକୁ ପରିମାର୍ଜିତ କରନ୍ତୁ , ନହେଲେ ଆପଣ ମଧ୍ୟ ଆଜିର ଦିନରେ ଦିନେ ଶରଣାର୍ଥୀ ଦିବସ ପାଳିବେ।-