ହୃଦୟର ପ୍ରାଣ ପ୍ରିୟ ସୁପ୍ରିୟ
ସଖା
ପ୍ରଭାତ ମନ୍ତ୍ର ର ଓଁକାର ତମେ
ସନ୍ଧ୍ୟା ଆରତୀ ର ଝଙ୍କାର ତମେ
ନିଦ୍ରା ପୂର୍ବର କ୍ଷମା ପ୍ରାର୍ଥନା ରେ ବି ତମେ
ମୁଦ୍ରିତ ଆଖି ର ସ୍ବପ୍ନ ରେ ତମେ
ତମ ଉଦ୍ୟାନ ର କ୍ଷୁଦ୍ର କଣିକା ଟିଏ ,କାହିଁକି ସୃଷ୍ଟି କି ବିନାଶ ବି ଜାଣେ ନାହିଁ ।ଏତିକି ଜାଣେ ମୋ ସୃଷ୍ଟି ର କାରଣ ତମେ ବିନାଶ ର ବି କାରଣ ତମେ।ସୃଷ୍ଟି ଓ ବିନାଶ ର କ୍ଷୁଦ୍ର ମଧ୍ୟଭାଗରେ କେବଳ ମୁଁ ତୁମକୁ ଚାହେଁ।ମୋ ପାଇଁ ନିଃଶ୍ୱାସ ପ୍ରଶ୍ୱସ ରେ ତମେ ଓଁକାର।ଯିଏ ଆତ୍ମାକୁ କୁ ସ୍ପର୍ଶ କରେ,ଉଠେ ଉର୍ଦ୍ଧକୁ, ମିଶେ ଅନନ୍ତ ନିଳୀମାରେ ବିସ୍ତାରି ଯାଏ ବିଶ୍ୱ ବ୍ରହ୍ମାଣ୍ଡ ରେ ,ସୃଷ୍ଟି,ସ୍ଥିତି,ପ୍ରଳୟ ର ସ୍ଵରରେ ମିଶିଯାଏ।ସୃଷ୍ଟି,ସ୍ଥିତି,ପ୍ରଳୟ ଭିତରେ ମୋର ତମ ସହ ନଖ ସୁତାର ବନ୍ଧନ।ପ୍ରତି କ୍ଷଣେ ଅନୁଭବ କରୁଥାଏ ତମ ଉପସ୍ଥିତ କୁ ।ତମେ ମୋ ପାଖେ ପାଖେ ଅଛ ମୋର ଭୟ କଣ? ।ତମେ ମୋର ମାତା ତମେ ମୋର ପିତା ତମେ ମୋର ବନ୍ଧୁ ତମେ ମୋର ସଖା।ସଖା କହି ସମ୍ବୋଧନ କରୁଛି କାରଣ ସଖା ଙ୍କୁ ହିଁ ତ ସବୁ କିଛି କହିହେବ।
ଶିବରାତ୍ରି ର ଜାଗର ରେ ତମେ
ଫଗୁଣ ର ଆମ୍ବ ବଉଳ ରେ ତମେ
କାକର ବୃନ୍ଦା ପହିଲି ଖରାରେ ତମେ
ପ୍ରକୃତି ପୁରୁଷ ପ୍ରେମ ରେ ତମେ
ଚପଳ ଶିଶୁ ର ହସ ରେ ତମେ
ମନରେ କିଛି କଥା ତୁମକୁ ଅଛପା ରହେନା
ହୃଦେ ତମ ନାମ ଥିଲେ କିଛି ଲୋଡା ପଡେନା
ତମେ ମୋର କୃଷ୍ଣ ,ତମେ ହିଁ ଶିବ ତମେ ହିଁ ବ୍ରହ୍ମା ମୋର
ତମେ ମୋର ହୁଅ ବା ନ ହୁଅ ,ମୁଁ ବାସ୍ ଏତିକି କହିବାକୁ ଚାହେଁ ମୁଁ ତୁମର
ମୁଁ ତୁମର
ମୁଁ ତୁମର.....…
-