ଅନୁଶୀର୍ଷକରେ କିଛି
ମନ କଥା, ଚାହିଁଲେ ଦେଖନ୍ତୁ।-
ମନ ଝୁମେ ସେହି ବସନ୍ତ ପବନେ
ଓଠ ଗାଏ କେତେ ଗୀତ,
ଇଚ୍ଛା ହୁଏ ସାଥୀ ଚାଲିବାକୁ ମୋର
ସାଥେ ଧରି ତୁମ ହାତ ।-
ସୂର୍ଯ୍ୟ ଶୋଇଗଲା ପରେ
ଆକାଶଟା ଖୁବ୍ ସୁନ୍ଦର ଦିଶେ
କେଉଁ ଆଗାମୀ ପିଢ଼ିର
ଆଉ ଏକ ପୃଥିବୀର ଆକାଶ ପରି ।
ତାକୁ ଦେଖି ମୁଁ ଲେଖିଦିଏ
ଦି ଚାରି ଧାଡ଼ି କବିତା
ଅନିଶ୍ଚିତତାକୁ ପଛକୁ ଠେଲି
ଆଗେଇ ଚାଲେ ଏଇ ଭିଡ଼ ଭିତରେ
ଧାଇଁ ଧାଇଁ ପହଞ୍ଚି ଯାଏ
ଲାଲ୍ ଗ୍ରହର ଦ୍ବାର ପାଖରେ
ଚିଠି ଟିଏ ଦେବା ସକାଶେ ।
ନିରବରେ ଚାହିଁ ଥାଏ ଆକାଶକୁ
କାଳେ ତାରା ଭାଙ୍ଗି ଖସିବ
ଭଙ୍ଗା ତାରାକୁ ଚାହିଁ ସେ କିଛି ମାଗିବ
ହେଲେ ତୁ ମାଗିବୁନି
ପୃଥିବୀ ଭଳିଆ ରାଇଜ
ଜାଣୁ ' ହାରି ଯାଇଥିବା ' ଠୁ ଖୁସି ଆଣି
ଏଠି ଶୁଭେ ଗଡ ଜିତିବାର ମଉଜ !-
~ପହର~
ଜହ୍ନ ଯେବେ ତା ନିଦ ଭାଙ୍ଗେ,
ବୋଧେ ତୁମେ ଆସ ସେଇ ପହରରେ।
ପହରା ଦେଇ ଦିନକର ହିସାବ କର,
ସମୟକୁ ମୁଁ କୁହେ ଲୁଚକାଳି ଖେଳିବାକୁ।
ଆକାଂକ୍ଷା କାହାର ଥାଏ?
ପ୍ରଶ୍ନ କରେ ମୁଁ ବାରମ୍ବାର!
ନିରାଶାର ନୀଡ଼ କିଏ ବୁଣିବାକୁ ଚାହେଁ?
ବିପର୍ଯ୍ୟସ୍ତ ବସ୍ତିର ବାସିନ୍ଦା କିଏ ବା ହବାକୁ ଚାହେଁ!
ତୁମେ ମନେ ପକାଅ,
ଚେତନାରୁ ମହାଚେତନା ଆଡ଼କୁ କିଏ ଆସିବାକୁ ଚାହେଁ!
ମୁଁ ମାତ୍ର ସରଳ ଜୀବନର ମୂଲ୍ୟବୋଧ ଚାହେଁ,
ଅନ୍ତଃସ୍ବର ପଚାରେ କଟାକ୍ଷ କରି ଯେ,
ବଞ୍ଚିବାର ବାଟ କେଉଁ ଆଡ଼କୁ?
ମୁଁ ହାତ ଠାରି ସେଇ ପହର ଆଡ଼କୁ ଇସାରା କରେ,
ତୁମେ ବଞ୍ଚିବାର ଫୁଲ ଯେଉଁଠି ବିଞ୍ଚିଥିଲ।-
ଆଜିକାଲି ଏ ମଣିଷକୁ ନିଜ ଦୁଃଖ ବାଣ୍ଟିବାକୁ ଭୟ ଲାଗୁଛି
କିଏ ଜାଣେ ଆଜି ଯିଏ ତୁମକୁ ଦେଉଛି ଆଶ୍ବସ୍ତି
ତୁମ ଦୁଃଖ ଯେ ସମଦୁଃଖି ଓ ଖୁସି ରେ ହସୁଛି
ଆଦ୍ଯମାନରୁ ଯିଏ ନିଜ ସୁବିଧାକୁ ହିଁ ଦେଖି ଆସୁଛି
ବଂଧୁତ୍ବ ନାଁରେ ମୁଖେ ଅମୃତ ଓ ଉଦରରେ ବିଷ ସ୍ଥାପିଛି
କହିପାରିବ କି? ବିନା ସ୍ବାର୍ଥ କିବା ତୁମସହ ସେ ରହିଆସୁଛି?-
କବିତାର ଜନ୍ମ ହୁଏ। ପ୍ରେମରେ ପ୍ରତାରଣରେ।।
କବିତା ବଡ଼ ହୁଏ। ଭାବନାରେ ଆବେଗରେ।।
କବିତା ରୂପ ନିଏ। ସ୍ୟାହିରେ ରକ୍ତରେ।।
କବିତା ପରିଚିତ ହୁଏ। ସମାଜରେ ବନ୍ଦ ଡ଼ାଏରିରେ।।
କବିତା ବଂଚି ରୁହେ। ହୃଦୟରେ ମୃତ୍ୟୁପରେ।।
-
ସ୍ପନ୍ଦନର ଭାବଭୂମି ବିଷମବାହୁ ତ୍ରିଭୂଜ ସନ୍ଧିରେ
କେବେକେବେ ଅଂକୁରିଯାଏ ଭଲପାଇବାର
ମଞ୍ଜିଟିଏ ଅକାଳେ ସକାଳେ।
ଏକଥା ତମେ କେମିତି ବୁଝି ପାରିଲନି ...???
ଜୀବନ ସହ ଲୁଚକାଳି ଖେଳିବାର ଏତେବର୍ଷ
ପରେ ବି ମାୟା ମୋହ ଭିତରେ ଲଢୁଥିବା ସୁନା ହରିଣୀକୁ ..!!!!
-
କବିତାକୁ ଯଦି ଦେଇ ଦେବ
ଗୋଟିଏ ବର୍ଷା ଭିଜା ପୃଷ୍ଠା
ଗୋଟିଏ ତୃଷ୍ଣା ଭରା ନିଶା
ଗୋଟିଏ ନଇଁ ପଡ଼ୁଥିବା ଆଶା
ଗୋଟିଏ ସଜଫୁଲିଆ କବିର କବରୀ
ଗୋଟିଏ ଅସରନ୍ତି ଶର୍ବରୀ
ସେ କହିବ ତୁମକୁ..-