ନା ନା ବୋଲ ମାନିଲା ନି
ମନ ମୋ ଅମାନିଆ
ନା ନା କରି ନିର୍ଲଜ ପରି
ପଢି ଗଲି ତୁମ ପ୍ରେମ କବିତା
ନା ନା କଣ କରିବି ଆଖି ମୋ
ଅଟକିଲାନି କି ମନ ମୋ
ନା ନା ବୋଲ ମାନିଲା ନି ।-
ସେଇ ଭାବନା ଟିକକ ମୋ ପାଇଁ
କେତେ ଅମୃତ ମୁଁ ଜାଣେ
ସେଇ କଥା ଦି ପଦ ମୋ ପାଇଁ
କେତେ ଗରୁତ୍ବ ମୁଁ ଜାଣେ
ସର୍ବୋପରି ସେ ପ୍ରେମ ଟିକକ
ମୋ ବଞ୍ଚିବାର ଆଧାର
ବୋଲି କଣ ତୁମେ ଜାଣନି?-
ଭ୍ରମ ଧାରଣା...........
ମନେ ହେଲା ସମ୍ମୁଖରେ କେହିଜଣେ
ଅସ୍ପଷ୍ଟ ଚେହେରା ଟିଏ
ମନ ରେ ଭୟ ମିଶା କୌତୁହଳ
ଭାବିଲି ଅନ୍ଧାର ଏଇ ରାତିଟିକୁ
ପାର ହବା ପାଇଁ ସାଥି ଟିଏ ମିଳିଗଲା ବୋଧେ
ମିଶିବା ଆଗରୁ ହଜିଗଲି କେଉଁ ଏକ ସୁନ୍ଦର କଳ୍ପନା ରେ
ନା ଥିଲା ସେ ଘନ କୁହୁଡି ମିଶା ବହଳିଆ ଅନ୍ଧାର
ନା ଥିଲା ଏକୁଟିଆ ଚାଲିବାର ଡର
ଧୀରେ ଧୀରେ ପାଖକୁ ଆଉ ବହୁ ପାଖକୁ
ମାଡି ମାଡି ଗଲି ହଜେଇ ନିଜକୁ
ଅଜାଣତେ ବହୁ ନିକଟସ୍ଥ ହେଇଗଲି
ଆଉ ଦେଖିଲି ସେଇଟା ମୋ ନିଜର ଭ୍ରମ ମାତ୍ର
ନିଜ ଛଡା ଆଉ କେହି ନାହିଁ ଚାଲିବାକୁ ଏଇ ରାସ୍ତା
ସେଥିପାଇଁ ନାଁ ଅଟେ ତାର ନିର୍ଜନତା.....-
ମୁଁ ଜାଣିଥିଲି ତମେ ନିଶ୍ଚୟ ଫେରିବ ବୋଲି...
ହେଲେ ଏତେ ବିଳମ୍ବ କଲ କାହିଁକି??
ମୁଁ ତ ସୁନୀଳ ଗଗନର କୋଳେ ରହିଲି....
ଯାହାକୁ ମୁଁ ତମଠୁ ନୀଚ୍ଚ ଭାବୁଥିଲି..
ଆଉ ତମକୁ ଶ୍ରେଷ୍ଠ.....
ହେଲା କଣ?? ତମ ପ୍ରତିଶୃତି ସବୁର..
କଣ?? ସବୁ ମିଳେଇ ଗଲା ପାଣି ଫୋଟକା ଭଳି..
କେତେ ଆଶା ଭରସା ଥିଲା ତୁମ ଉପରେ..
କିନ୍ତୁ ଶେଷରେ କଣ କଲ ତମେ??..
ଏମିତି ବିରତି ନେଇଗଲ ମୋ ପାଖରୁ..
ଯଦି ଵି ବିରତି ନେଲ ମୋତେ କାହିଁ? କାରଣ ଲୁଚେଇଲ
ବିରତିର...
ଆଉ ଆଜି କଣ ପାଇଁ ଫେରିଛ??
ପୁଣି ଅନଳ ରେ ଘୃତ ଢ଼ାଳିବା ପାଇଁ କି??
ମୁଁ ତ କେବେଠୁ ବିରତି ନେଇସାରିଲିଣି..
ମୋର ପିଣ୍ଡରୁ..
କଣ ନୀଳାକାଶ ରେ ବି..
ମତେ ନିନ୍ଦା ଅପବାଦ ମୁଣ୍ଡେଇବାର...
ସୌଭାଗ୍ୟ ପ୍ରଦାନ କରୁଛ???
ସେଇ ଗଗନ ହିଁ ମୋର ପ୍ରକୃତ ସାଥି ଥିଲେ..
ତୁମେ ତ ଏକ ମିଛ ମୃଗ ମରୀଚିକା ଥିଲ👍👍-
#ଏଣୁ ତେଣୁ କିଛି
କେଡ଼େ ବିଚିତ୍ର ଦୁନିଆ ସତେ
ଅପ୍ରିୟ ହେବାକୁ ପଡୁଛି
ସତ କଥା ପଦେ
କହିଦେଲେ
ସମ୍ପର୍କ ର ସତ ଶିକୁଳି ଟି
ନିସୃତ କରେ ମୁଖ ରୁ
ମିଛ ସବୁ କୁ, ଆପଣା ଛାଏଁ
ଅବଶ୍ୟ
ସେ ଜାଣିଥାଏ ପୂର୍ବ ରୁ
ସେ ସତ୍ୟ ଟି କୁ ଭଲ ଭାବେ
ଦୁଇ ଧାର ର ଜୀବନ
ପାପ ପୁଣ୍ୟ
ପୁଣି, ପୁଣ୍ୟ ଆଉ ପାପ
ହାତେ ମାପି ଚାଖଣ୍ଡେ ଚାଲି ବାକୁ ପଡିବ
ବାଟ ସବୁ କୁ ବାଧ୍ୟ ହୋଇ
ନହେଲେ
ତ କୁଳ ଭାସିଯିବ
କଟୁମ୍ବ ର ସେ ଲାଜ ଟି କୁ ନେଇ ।।-
ମୋତେ ହଜିବାର ଥିଲା
ସେ ଅଥଳ ଅଗାଧ ସମୁଦ୍ର ରେ
ଚାରିକୋଣିଆ ବେରଙ୍ଗୀ କାଚକୁ ଡେଇଁ...
ହେଲେ ସେ ହଜିବାକୁ ଦେଲାନି...
କୂଳଛୁଆଁ ଗାଢ କଳା ତରଙ୍ଗରେ
ମୋ ଗୋରା ପାଦ ଥାପୁ ଥାପୁ
ସେ ଟାଣିଦେଲା ସୂକ୍ଷ୍ମ ଚର୍ମ ପରଦାଟେ .....
ମୁଁ ଫେରାଇ ଆଣିଲି ପାଦ
ତା ଅଯୋଗ୍ୟପଣ ର ପ୍ରମାଣ ସହ..
ଖୁବ୍ ଭୟ କରୁଥିଲା ସେ
ମୋ ହଜିବାକୁ ...
କଳେ ମୋତେ ଖୋଜି ପାଇବନି ଅନୁରୂପ ...
ସେବେଠୁ ସେ ପରଦା ଆଢୁଆଳରେ
ଆଉ ମୁଁ , ନିଜ ଅହଂକାର କୁ
ଜାବୁଡି ଧରି ବଞୁଥିବା
ଅଛୁଆଁ ପତାବାଲି ମୁଠାଏ,
ଦୂର ବେଳାଭୂମି ର.....
ନା ତରଙ୍ଗ ମୋତେ ଛୁଇଁବାକୁ ଆସେ
ନା ମୁଁ ଯାଏ ପାଦ ଧୋଇବାକୁ....
❤❤-
🖤❤️
ଯଦି ଡର !
ଅବା ତୁମେ ଗୋଟେ ଚୋର !!
ତେବେ
ତୁମେ
ନା
ପ୍ରେମ
ନା
ପୁଣ୍ୟ
କୁ
ପାଇ
ପାରିବ
??-