।ନିମନ୍ତ୍ରଣ।।
ଯେବେ ବୁଡିଯିବ
ସୂର୍ଯ୍ୟଙ୍କର ଶେଷ ଆଭା
ଶ୍ରୀମନ୍ଦିର ଚୂଡା ସ୍ପର୍ଶ କରି
ସଖା ତୁମେ ଆସ କିଛି କ୍ଷଣ
ନିସ୍ତବ୍ଧ ରେ ପାଦ ଚାପି ଚାପି
-
ସେ ଠାକୁର ଘରେ ସାଇତା ପୋଥି
ମୁଁ ପୋଥି ଭିତର ମୟୂର ଚନ୍ଦ୍ରିକା
ମୁଁ ତା ଠୁ ପୁରୁଣା ଗୋଟେ ଯୁଗ
ସେ ଚିରକାଳ ଅର୍ଖ ନୂଆ....
ସେ ମା ହାତ ଚନ୍ଦନ ପେଡି
ମୁଁ ତୁଳସୀ ଚନ୍ଦନ ବାସ୍ନା
ମୁଁ ଅମାବାସ୍ୟା ଅନ୍ଧାର ରାତି
ସେ ଦ୍ବିତୀୟା ଜହ୍ନ ର ଜ୍ୟୋତ୍ସ୍ନା....
ମୁଁ ବୁଝି ହେଉନଥିବା ଗୋଟେ ଅଙ୍କ
ସେ ଅବୁଝା ଅଙ୍କ ର ସୂତ୍ର
ସେ ମୋ ଭଳି କି ମୁଁ ତା' ଭଳି କେଜାଣି,
ହେଲେ ଦୁହେଁ
ପରସ୍ପର ସହ ବାଣ୍ଟି ହେଉଥିବା
ଗୋଟେ ଦୃଢ ସଂପର୍କ ର ଡୋର....
Pranati-
ସଖା ଗୀତି
ଆସ ସଖା ତୁମେ ଆସ
ବୋଳିହେବି ସର୍ବାଙ୍ଗ ରେ,
ବାସିବି ତୁମ ଅଙ୍ଗ ର
ଅଗୁରୁ ଚନ୍ଦନ ବାସେ
କର୍ତ୍ତବ୍ଯ ରେ ତୁମେ, ଭାବନା ରେ ତୁମେ
ସର୍ବ କର୍ମେ ବସ ତୁମେ
ମୋ ଶରୀର ହେଉ ତୁମ ମୟ ସଦା
ପ୍ରାଣ ଥାଉ ପାଦପଦ୍ମେ
-
ହେ ସଖା.....💛
ଜାଣିଛି ତୁମେ ବାନ୍ଧି ହୁଅନା,
ହେଲେ ତୁମକୁ
ଆଖିରେ ବାନ୍ଧି ରଖିବା ର ଇଚ୍ଛା
ଏବେବି ଆଶାରେ ।
ଯେମିତି ଆଖି ଖୋଲିଲେ
ତୁମେ ସାମ୍ନା ରେ ଥିବ,
ଆଖି ବନ୍ଦ କଲେ ବି ତୁମକୁ ଦେଖିବି
-
ଝଡରାତି
ଭାବିଥିଲି ଅନ୍ଧାର କୁ ପ୍ରେମ କରି ହୁଏନା
ହେଲେ ତାରି ପ୍ରେମ ରେ
ମୁଁ ଆଜି ଗୋଟାପଣେ ଓଦା
ସେ ଓଦାପଣ ନା ଶୁଖେ ,
ନା ଥାଏ ଆଉ ଭିଜିବା ର ଇଚ୍ଛା
ଖାଲି ଯାହା ମୁକୁଳି ହୁଏନା
ସେ ଇଚ୍ଛିତ ସମର୍ପଣ ରୁ
ବାଟଭାଙ୍ଗି ଆସି ପାରେନା ,
ସେ ଅନ୍ଧାର ରୁ ଦୃଢ ଆଲିଙ୍ଗନ ରୁ-
ତୁ ଉଡିବାର ଅଭିଳାଷ ରଖୁ ବୋଲି
ଏଇ ଆକାଶ ଦେହରେ କେତେ ଗର୍ବ ...
ପୂରି ଉଠେ ତା ବକ୍ଷ ଦେଶ
ଉଚ୍ଚ ଆଶା ମାନଙ୍କ କୋଳାହଳ ରେ
ନହେଲେ ,
ତୋ ଉଡାଣ ବିନା
ଏ ଆକାଶ କୋଉ କାମକୁ...-
ସେ କଣ ଆଉ କୋଉଠି ଥାଏ ଯେ
ମୁଁ ତାକୁ ଖୋଜିବି
............
ସେ ତ ମୋ ଭିତରେ ହିଁ ଅଛି
............
ସବୁବେଳେ ଜିଦି କରୁଚି
କବିତା ଟେ ହବ ବୋଲି
...........
ମୁଁ ହିଁ ତାକୁ ତାଗିଦ୍ କରୁଚି
...........
କାଳେ ଆମ ବିଷୟରେ ସମସ୍ତେ ଜାଣିଯିବେ
-
ଭେଟିଥିଲି ବସନ୍ତ କୁ
ଗାଁ ଆମ୍ବତୋଟା ର ପତ୍ର ଗହଳି ରୁ
କଷିଆମ୍ବ ସାଉଁଟିଲାବେଳେ
ହେଲେ ଆଜିର ବସନ୍ତ ସେ ବସନ୍ତ ଠୁ
କେତେ ଭିନ୍ନ ସତେ-