QUOTES ON #ODIALOVESTORY

#odialovestory quotes

Trending | Latest
12 SEP 2020 AT 16:45

ବେଳେବେଳେ ଅପେକ୍ଷା କରିବାକୁ ପଡେ
ଶେଷ ଭାଗ
(ଅନୁ ଶୀର୍ଷକ ରେ ଦେଖନ୍ତୁ ପ୍ରେମ ର ଅପେକ୍ଷା)

-


12 OCT 2020 AT 18:32

ଯାହାକୁ ଭଲପାଇବା ମିଳି ଥାଏ ସେ ବୁଝି ପାରେନା ..!
ଯିଏ ବୁଝି ପାରେ ତାହାକୁ ଭଲପାଇବା ମିଲେନା...!!


ଜୀବନରେ ଆମେ ଯାହାକୁ ବେଶି ଭଲପାଉଁ
ସେ ଯଦି ବୁଝି ପାରେ ନାହିଁ,
ସେତେବେଳେ ଜୀବନର ଚାଲିବାପଥ
ଅଧାଅଧୁରା ଲାଗେ ।।



-


5 JAN 2020 AT 18:45

ଭଲ ପାଇଲେ ଭୁଲି ହୁଏନା

" ବୟସ ଉପବନରେ ତମେ ମୋ ମୃଦୁ ମଳୟ "

ଶିବରାମ ସେଠୀ

-


21 DEC 2020 AT 9:17

ପ୍ରେମ ଦେଖା
◆◆◆◆◆◆◆◆■■■■◆◆◆◆◆◆◆◆◆◆

ସକାଳୁ ବାହାରିଲି ବ୍ରହ୍ମପୁର ଅଭିମୁଖେ।ଘରୁ ଗାଁ ଛକ କୁ ଆସୁ ଆସୁ ଡେରି ହେଇଗଲା, ବସ୍ ମଧ୍ୟ ଚାଲିଗଲା। ବହୁତ ସମୟ ର ଅପେକ୍ଷା ପରେ ଗୋଟେ ଅଟୋ ଆସିଲା।
ସହଜରେ ଶୀତଋତୁ ,ଥଣ୍ଡା ରେ ଦେହ ପୁରା ବରଫ ପରି ହେଇଯାଇ ଥାଏ। ଅଟୋ ଚାଳକ ର ଅଟୋ ପଛ ପଟେ ଦୁଇ ଜଣ ବସିଥିଲେ ତାଙ୍କ ମଝିରେ ମୋ ପାଇଁ ଜାଗା ସଂରକ୍ଷିତ ଥିଲା ତଥାପି ଅଟୋ ଚାଳକ ର ପାଖରେ ବସିଲି। ତମ ଘର ବାଟ ଦେଇ ଗଲାବେଳେ କାଳେ ତମ ସହ ଦେଖା ହେଇଯିବ ତେଣୁ ଥଣ୍ଡା କୁ ଖାତିରି ନକରି ଅଟୋ ଵାଲା ପାଖରେ ବସିଲି। ତଥାପି ତମ କୁ ଦେଖି ପାରିଲିନି।
ମତେ ଲାଗୁଚି ତମ ପ୍ରତି ଥିବା ମୋ ଭଲପାଇବା ତମକୁ ମୁଁ ଦେଖେଇ ପାରୁନି। ମୁଁ ଏତିକି ଜାଣିଚି 'ଭଲପାଉଚି',କିନ୍ତୁ ଭଲପାଇବା କେମିତି ଦେଖାନ୍ତି ମୁଁ ତାହା ଜାଣିନି। ବୋଧେ ତମକୁ ଦେଖିବା ପାଇଁ ଥଣ୍ଡା କୁ ଖାତିରି ନକରି ଅଟୋ ଵାଲା ପାଖରେ ବସିବା ହିଁ ତମ ପ୍ରତି ଥିବା ମୋର ଭଲପାଇବା। ବୋଧେ ୟା ଠୁ ଅଧିକ ଆଉ କିଛି କରିବି ନପାରେ।
ମୁଁ ଭଲପାଉଚି କିନ୍ତୁ ତମ ପ୍ରତି ଥିବା ମୋ ଭଲପାଇବାକୁ ତମକୁ ଦେଖେଇ ପାରୁନି।

-


18 OCT 2020 AT 15:33

ନିର୍ଜନ ପଥରେ ଏକା ଚାଳୁଥିଲି🚶
ଦେଖା ହେଲା ଗୋଟେ ପରୀ💃
ସେହି ପରୀ କୁ ଛୁଇଁବାକୁ ଗଲି ଯେବେ🏃
ହାତଧରି ଡାକି ନେଲା କେହି 👫

ତାକୁ ଭାବିଭାବି କାଟୁଛି ଦିନ ମୁଁ🧎🏻‍♂️
ଜୀଇଁ ପାରୁ ନାହିଁ ଆଜି 👨‍🦯
ସବୁ ଜାଣି ଶୁଣି ବୁଝି ପାରୁନି ସେ ଯେ🤷🏻‍♀️
ଅନ୍ୟ ପ୍ରେମରେ ଯାଇଛି ହଜି👩‍❤️‍💋‍👨

ତା ପାଇଁ ଆଜି ମୁଁ ମୂଲ୍ୟହୀନ ସାଜିଛି❌
ମୋ ପାଇଁ ଅମୂଲ୍ୟ ତା ପ୍ରେମ💅🏼
ମୁଁ ଜାଣେ ନାହିଁ ସେହି ପରୀ ଆଜି
ଦେଖୁଛି କାହାର ସ୍ୱପ୍ନ 🧖🏻‍♀️

ନୀରବ ପ୍ରେମର ଦରଜ କୁ ଆଜି
ମୁଁ ଲେଖୁଛି ପ୍ରେମ ପତ୍ରରେ ✍🏻।
ତମ ହୃଦୟରେ କାହାକୁ ରଖିଛ
କହି ପାରିବ କି ଥରେ.......?

-


4 DEC 2022 AT 20:48

ସପନର ନାୟିକା
( ଅନୁ ଶୀର୍ଷକ ରେ )

-



ତୁ ଆସିଥିଲୁ ମୋ ଜୀବନରେ , ମୁ ତ ଡାକି ନଥିଲି। ବନ୍ଧୁତ୍ବର ହାତ ତୁ ବଢାଇଥିଲୁ , ମୁ ତ କହିନଥିଲି। ମୋ ଘରର ଦରଜା ଖୋଲା ଥିଲା ତୁ ଆସିଥିଲୁ , ମୁ ତ ନିମନ୍ତ୍ରଣ ଦେଇନଥିଲି। ପ୍ରତିଟି ସମୟରେ ଫୋନ କରି ମୋ ଭଲ ମନ୍ଦ ତୁ ବୁଝୁଥିଲୁ , ମୁ ତୋ ଦରଦ ଖୋଜିନଥିଲି। ତୋର, ମୋ ପ୍ରତି ସେହ୍ନ , ଭଲ ପାଇବା ଓ ମୋ ପାଇ ଚିନ୍ତା କରିବାକୁ ଯଦି ମୁ ତୋ ପ୍ରେମ ବୋଲି ଭାବିଲି , ତେବେ ଏଥିରେ ମୋର ଭୁଲ୍ କ'ଣ ?
              ଯଦି ତୁ ମତେ ବନ୍ଧୁତାର ସହ ଭଲ ପାଉଥିଲୁ ଓ ମୋ ସହ ରହିବାକୁ ଚାହୁଁଥିଲୁ, ତେବେ ମୋ ହାତ ଏତେ ସହଜରେ କେମିତି ଛାଡିଦେଲୁ ?
              କେମିତି ଭୁଲିଗଲୁ ତୁ ସେ ସମୟ , ଯେତେ ତୁ ମୋ ସହ ମୋ ଘରେ ଘଣ୍ଟା ଘଣ୍ଟା ବିତଉଥିଲୁ। ମୋ ସହ କଥା ହେବାକୁ ଝୁରୁଥିଲୁ। ଏତେ ଶ୍ରୀଘ୍ର କେମିତି ତୋ ମନ ପରିବର୍ତ୍ତନ ହେଇଗଲା। ମୋ ସହ କିଛି କ୍ଷଣ ଫୋନରେ କଥା ହେବାକୁ ତୋ ମନ ହେଉନି। ମତେ ନେଇ ସପନ ଦେଖୁଛୁ ବୋଲି କହିଥିଲୁ ହେଲେ ବାସ୍ତବ ଜୀବନରେ ଏତେ ଦୂରେଇ ଗଲୁ କେମିତି ?
             ମୋ ପାଖରେ ତୋ ପାଇ ପ୍ରଶ୍ନର ସମ୍ଭାର , କେବେ ଆସିବୁ ଆଉ ମୋ ଏ ଦିଗହରା ପ୍ରଶ୍ନର ଉତ୍ତର ଦେଇଯିବୁ ? କେବେ,,, କହ କେବେ ?

-