ଅକୁହା କଥା
ପୁଣିଥରେ
ଅନୁଶିର୍ଷକରେ.....-
" ସ୍ମୃତି ଅପାସୋରା ,,
ମନେ ପଡ଼େ ଆଜି ସେ ପୁରୁଣା ଗପ
ଦିନ ଥିଲା ଖୁସିମୟ
ସାଙ୍ଗ ସାଥି ମେଳେ ସଞ୍ଜ ଆସି ଯାଏ
ସେ ସମୟ ସ୍ମୃତିମୟ
ବୟସ ର ଜାଲେ ଖୁସି ପତ୍ରଝଡ଼ା
ସତେ ଝାଞ୍ଜି ଟାଣ ଖରା
ମନ ଆଜି ଝୁରେ ବିଗତ ସେ ସବୁ
ଯେତେ ସ୍ମୃତି ଅପାସୋରା
-
।। BLACK DAY ।।
ବିଗତ ବର୍ଷ ର ଛାତି ଥରା ଦୃଶ୍ୟ
ଆଖି ଆଗେ ନାଚି ଯାଏ
ପୂଲ୍ ୱାମା ର ସେ ଆତ୍ମଘାତୀ ବାଣ
ଆତ୍ମା ଦୋହଲାଇ ଦିଏ
ଚାରି ଦଶ ଭାଈ ଶୋଇଗଲେ ସେତ
ଦେଶ ମାତୃକାର କୋଳେ
ଲଗାଇ ନିଜର ପ୍ରାଣର ଆହୁତି
ସବୁ ଋଣ ସୁଝି ଦେଲେ
ଆସ ହେ ସମସ୍ତେ ପ୍ରାର୍ଥନା କରିବା
ସେ ବୀର ମାନଙ୍କ ପାଇଁ
ଯୁଗେ ଯୁଗେ ହେଲେ ଅମର ସେମାନେ
ତାଙ୍କୁ ଯେ ଭୁଲିବା ନାହିଁ
-
ପ୍ରେମ ପରଦେଶୀ
ସ୍ଵଳ୍ପ ସମୟରେ ଅଳ୍ପ ଖୁସି ନେଇ
ଆସିଥିଲା ପରଦେଶୀ
ମନ ଆଇନା ରେ ଆଙ୍କୁଥାଏ ଛବି
ନିତି ସଞ୍ଜ ବେଳେ ବସି
କଟିଯାଏ ନିତି ଭାବି ଭାବି ରାତି
ମିଛ ଦୁନିଆ ର ତୀରେ
ମନେ ବହୁ ଖୁସି ରବି ଅଗମନେ
ଦେଖା ହେବ ପୁଣି ଥରେ
ଦେଖିବାକୁ ତାର ଲାଜମିଶା ମୁଁହ
ମନେ ବହୁ ଆଶା ଘେନି
ନିଜକୁ ସଜାଏ ବାରମ୍ବାର ମୁହିଁ
ଆପଣାର ନୁହେଁ ଜାଣି
ଇଚ୍ଛା ଯାହା ତାକୁ କରିବି ନିଜର
ଯେ କୌଣସି ମୂଲ୍ୟ ଦେଇ
ଈଶ୍ୱର ଙ୍କୁ ଯେବେ ପଚାରି ବୁଝିଲି
କହିଲେ ଭାଗ୍ୟ ରେ ନାହିଁ...।।
-
କାହିଁକି କେଜାଣି ଲାଗେ ବେଳେ ବେଳେ
ଦୁନିଆଁ ମୁଁ ଛାଡି ଦେବି
ଆଉ କେତେ ଦିନ ଦୁନିଆଁ ଆଗରେ
ଜଳି ଜଳି ମରୁ ଥିବି
ଏଥିପାଇଁ କିବା ଏ ଧାରା ପୃଷ୍ଟ କୁ
ପଠେଇ ଥିଲ ହେ ମୋତେ
କେମିତି ଡେଇଁବି ଜୀବନ ପଥ କୁ
ଜାଣି ପାରୁ ନାହିଁ ସତେ
ପ୍ରତିଟି ପାହାଚ ଛଳନାରେ ପୂର୍ଣ୍ଣ
କଣ୍ଟା ମୟ କର୍ମ ପଥ
ଛଦ୍ମବେଶୀ ଯାହା ଭିକ୍ଷୁକ ରାବଣ
ଦୁନିଆଁ ରେ ଏକା ସତ-
ए जिंदेगी अब मुझे और ना रुलाया कर
मैं हर जगह से हार चुका हूं
अब नही रहा वो हिम्मत लड़ने की तुझसे जो
मैं जीते जी अंदर से मर चुका हूं
-