#ରାଜଧାନୀ
ଆଜି ସହରଟା ଖୁବ୍ ଜୋର୍ ରେ ହସୁଥିଲା । ବୋଧହୁଏ ଏତେ ବର୍ଷର ଅଭିଜ୍ଞତାରୁ ସେ ବେଶ୍ ଅବଗତ ହୋଇସାରିଥିଲା ଯେ, ଯେଉଁ ଜ୍ୟୋସ୍ନା ସହ ଅଣନିଃଶ୍ୱାସୀ ହୋଇ ପ୍ରତିଯୋଗିତା କରିବା ପାଇଁ ସେ ଜନ୍ମ ହୋଇଛି, 'ଆଜି' ତାର ଏକ ସାଧାରଣ ମୃତ୍ୟୁ ପରେ ହଜିଯିବ ସବୁ ଆଡ଼ମ୍ବର;
ପୁଣି ଚିରାଚରିତ ଭାବରେ ସେ ଶୁଣୁଥିବ ସେହି ଦୁଇଟି ସମ୍ବୋଧନ,
ନିଜର ମାନେ ପରସ୍ପରର କାନରେ ଫିସ୍ ଫିସ୍ ହୋଇ କହୁଥିବେ,
"ଖାଲି ନାଁ କୁ ମାତ୍ର ରାଜଧାନୀ, କଣଟା ଅବା ଏଠି ଅଛି !"
ଆଉ ପର ମାନେ ନାକ ଟେକି ମୁହଁ ଫଣଫଣ କରି କହିଦେଇଯିବେ,
"ଓଃ! ଏ ସ୍ୱାର୍ଥର ଗନ୍ଧ ଭିତରେ ବଞ୍ଚିବା ମୁସ୍କିଲ୍ ହୋଇଗଲାଣି !"
ବାଲକୋନି ଉପରୁ ସହରଟାକୁ ଅତି ପାଖରୁ ନୀରିକ୍ଷଣ କରୁ କରୁ କେଜାଣି କେତେବେଳେ ଅଜାଣତରେ ମୁଁ ବି ଫିକ୍ କରି ହସିଦେଇଥିଲି....।-
ଆଜି ଜହ୍ନ ବି ଝୁରୁଛି ବୋଧେ
ସେ ବିଗତ ର ଅତୀତ କଥା
ସତ୍ୟନଗର ବିଗ୍-ବଜାର ଠୁ
ସାମ୍ନା ମଙ୍ଗଳା ମନ୍ଦିର ଖାଦ୍ୟ
ସନ୍ଧ୍ୟା ସାଥିରେ ରାମ୍-ମନ୍ଦିର
ପୁଣି ଶିରିଡି ସାଇଙ୍କ ଦର୍ଶନ
ସବୁପରେ ଶିବଶକ୍ତି ହଷ୍ଟେଲ
ଏଣ୍ଟ୍ରି ପୂର୍ବ ରୁ କୋଲଡ଼ଡ୍ରିଂକ୍ସ
ସାଙ୍ଗକୁ ତୁମ ମିଛର ବାହାନା
କେତେ ମଜା ଯେ ଲାଗୁଥିଲା
ଯେତେ ଶୁଣିଲେବି ହସୁଥିଲି,
କିନ୍ତୁ ମୁହଁ ଖୋଲି କହୁ ନଥିଲି
ଆଜି ଭାବି ଭାବି ହସି ଚାଲିଛି
କିନ୍ତୁ ତୁମେ ସବୁ ଭୁଲି ଯାଇଛ;-
ତୋ ହାତ ସାଥେ ହାତ ଛନ୍ଦି
ରାଜଧାନୀର ରାଜରାସ୍ତାରେ
ରମାଦେବୀ ପାଖ ବିରିୟାନି
ଆଉ ସହିଦନଗର ମଣ୍ଡପର
ଠିକ୍ ସିଧା ସନ୍ଧ୍ୟାଚାଟ୍ କଥା
ଆଜି ବି ସ୍ମୃତି ରେ ସାଇତିଛି,
କାଳେ କେବେ ଫେରି ଆସି
ପଛରୁ ଆଖି ରେ ହାତ ରଖି
ପଚାରି ବସିବୁ ଏଇ କୁହତ
ମତେ ଆଉ ଭୁଲି ଯାଇନତ!-
ମନେ ଅଛି! ନନ୍ଦନକାନନ ଯିବା କଥା
ତୁ ବିଗ୍ ବଜାରରେ ଅପେକ୍ଷାରେ ଥିଲୁ
ଆଉ ମୁଁ! ରୁମ୍ ରୁ ବାହାରି ବି ନଥିଲି,
ପୁଣି ପହଁଚି ନାକ ଅଗ ରାଗ ନଦେଖି
ଭୋକଭୋକ କହି ରାମମନ୍ଦିର ସାମ୍ନା
ପୁରି ଡାଲମା ଛେନାପୋଡ଼ ଖିଆଖୁଇ
ଆଉ ଜୋର୍ ରେ ଦଉଡ଼ି ଯାଇ ବସ୍
ଆଗ ପଛ ସିଟ୍ ଖୋଜି ବସିବା କଥା,
କିନ୍ତୁ ଭୁଲରେ ନନ୍ଦନବିହାର ବସ୍ ରେ
ହା.ହା.ହା. ସେ କଥା ନ କହିବା ଭଲ
ତା ଉପରକୁ ସେ ଲେଡି କଣ୍ଡକ୍ଟର,
ଆମେ ଚାତକ ପରି ଏମିତି ଚାହିଁଲେ
ସେ ଭଡ଼ା ନେଇଛି କି ନାହିଁ ଭୁଲିଗଲା
ଆଉ ମୁଁ ଓହ୍ଲେଇଲା ବେଳେ ଦେବାରୁ
ତାର ଜଉ ହିଟ୍ଲର ଭଳି ରୂପ କୁ ହସ
ହା.ହା.ହା.ବାସ୍ ହସ ହସ ଆଉ ହସ,
ଯାହା ହଉ ଏତେ ହସ ପରେ ଅଟୋ
ଆଉ ଆମ ନନ୍ଦନକାନନ ବୁଲାବୁଲି
ଆଜି ଡାଏରୀ ଭିତର କେବଳ ସ୍ମୃତି;-
ରାଜଧାନୀ!
ତୁ କେତେ ଆଉ ଆଶା ଦେବୁ,
କେତେ ମନ ସହ ତୁ ଆଉ ଖେଳିବୁ
ତ ଆଲୋକ ଆଳ ଦେଖାଇ
କେତେ ଜୀବନ କୁ ଆଉ ଅନ୍ଧାରକୁ ଠେଲିବୁ।
-
OMM SAI RAM
ଆଜି ରାଜଧାନୀର ରାଜ ରାସ୍ତା ରେ...
ଦୂରରୁ ଦେଖିଲି ସୁନ୍ଦରୀ ଝିଅ ଟେରେ
ସୁନ୍ଦରତା ଦେଖି ଯେବେ ପାଖକୁ ମୁଁ ଗଲି...
ମାୟାବୀ ମରୀଚିକା ଟେ ପାଖରେ ପାଇଲି
PAPI
-
ବିଚିତ୍ର ଏ ରାଜଧାନୀ ର ବିଚାର
ଏଠି କିଏ ଚଳାଏ ଅଟୋ କିଏ ରିକ୍ସା
କିଏ ପୁଣି ବାଲି,ଧଳା,ନୀଳ କାର
ସବୁ ଚିହ୍ନିଲା ଚିହ୍ନିଲା ମୁହଁ ହେଲେ କେହି ନୁହେଁ କାହାର
ଏ ଭାଇ ବଡ଼ ବିଚିତ୍ର ରାଜଧାନୀ ର ବିଚାର ।।
ଏଠି ସମାନ ରାତି ବାର ଦିନ ବାର
ସକାଳୁ ବିକ୍ରି ହୁଏ ଚା' ପରେ ମଦ ସମ୍ଭାର
ଚୁପଚାପ ଚାଲେ ଏଠି ଦଳ ପଶାପାଲି
ରାଜା କିଏ ଏଠି ରାଜ୍ୟ ଆଉ କାହାର
ଏ ଭାଇ ବଡ଼ ବିଚିତ୍ର ରାଜଧାନୀ ର ବିଚାର ।।
ସକାଳୁ କୁହୁଡି କମ୍ ସିଗାରେଟ ଧୂଆଁ ବେଶୀ
କମ୍ ନିବାସୀ ଏଠି ବେଶି ପ୍ରତିବେଶୀ
ଚାଲେ ଜୀବନ ପାଇଁ ଲଢେ଼ଇ ତ
ଲଢେ଼ଇ ରେ ହୁଏ ଜୀବନ ଛାରଖାର
ଲାଇଟ୍ ଜାକମକରେ ଲୁଚିଥାଏ ଅନ୍ଧାର
ଏ ଭାଇ ବଡ଼ ବିଚିତ୍ର ରାଜଧାନୀ ର ବିଚାର ।।
-
ରାଜଧାନୀ
.............
ରାଜଧାନୀ ମୋର ଭୁବନେଶ୍ୱର
ଦେଖ ସେଠି କେତେ ଗାଡିମଟର
ବଡ଼ବଡ଼ କୋଠା ଘରତ ସେଠି
କେତେ କମ୍ପାନୀତ ଗଢିଉଠିଛି ।
ଖଣ୍ଡଗିରି ଆଉ ଉଦୟଗିରି ତ
ଇତିହାସର ବହୁ ସ୍ମୃତି ପରାତ
ଧଉଳିଗିରି ତ ଅଛି ସେଠିରେ
ଶାନ୍ତିର ପ୍ରତୀକ ସିଏ ପରାରେ ।
ଦୟାନଦୀ ହେଉଛି ରକ୍ତର ନଦୀ
ଅଶୋକଙ୍କ ପରା ଗାଥା ଗାଉଛି
ଲିଙ୍ଗରାଜବାବା ସେଠି ଆମରିତ
ପ୍ରତ୍ୟକ୍ଷ ଠାକୁର ଅଛନ୍ତିତ ।-
ଏ ରାଜଧାନୀ
ଏଠି ଆଖିର ସ୍ବପ୍ନ
ଜଳୁଥିବା ରାସ୍ତାର ଆଲୁଅ ଠାରୁ ଅଧିକା ✨️
ସେଇ ଆଖିରେ👀 ଯେବେଠୁ
କ୍ଲବ ରଙ୍ଗୀନ ଆଲୁଅର ଆସ୍ତରଣ ଜମାଟ ବାନ୍ଧେ
ସ୍ୱପ୍ନର ରକ୍ତ ଶୁଖି, ଦରମରା ହେଇଯାଏ........
✍️ଲକି ❣️
-
ମୁଁ' ଏ ରାଜଧାନୀ ରାଜରାସ୍ତାର କଳା ଅନ୍ଧାର ହେଲେ
ତୁମେ' ସେଇ ରାଜରାସ୍ତାରେ ଲାଗି ରହିଥିବା Street Light-